Odisha news
Odisha News: ଆବର୍ଜନା କୁଣ୍ଡ ପାଲଟିଗଲା ପାନୀୟ ଜଳ ଯୋଗାଣର ଉତ୍ସ
Odisha News: ଗାଁ ରେ ଆବର୍ଜନା କୁଣ୍ଡ ନିର୍ମାଣ ପାଇଁ ଗାଁ କଲ୍ୟାଣ ସମିତି ପକ୍ଷରୁ ତିନୋଟି ସିମେଣ୍ଟ କୁଣ୍ଡ ଆସିଥିଲା , ତାହାକୁ ନେଇ ନବନିର୍ମିତ ଚୁଆଁରେ ବ୍ୟବହାର କରିଛନ୍ତି ଗ୍ରାମବାସୀ। ଯାହାଫଳରେ ଉକ୍ତ ଚୁଆଁ ଏବେ କୁପ ସଦୃଶ ଦୃଶ୍ୟମାନ ହେଉଥିଲେ ମଧ୍ୟ ସେହି ଦୂଷିତ ଜଳକୁ ଗ୍ରାମବାସୀ ନିତ୍ୟ ବ୍ୟବହାର କରିଆସୁଛନ୍ତି। ଗ୍ରାମକୁ ସଂଯୁକ୍ତ ରାସ୍ତା ଖାଲଖମା ଓ ପଥୁରିଆ ହୋଇ ରହିଛି, ପାଣିର ଘୋର ଅଭାବ, ଗୁହାରି ଶୁଣିବାକୁ କିଏ ନାହିଁ। ବାରମ୍ବାର ସମସ୍ୟା ନେଇ ଶିକୁଳିପଦର ପଞ୍ଚାୟତର ସରପଞ୍ଚଙ୍କ ସମେତ ମୋହନା ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଜଣାଇଆସୁଛନ୍ତି ଧନୁପୋତା ଗ୍ରାମବାସୀ।
May 19,2024, 6:13 AM IST
odisha election 2024
Odisha Election 2024: ପ୍ରଚାର ପାଇଁ ଯାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦାସରଥି ଗମାଙ୍ଗୋଙ୍କୁ ଘ
Odisha Election 2024: ଦିନ କେଇଟା ପରେ ନିର୍ବାଚନ। ଏନେଇ ଭୋଟରଙ୍କୁ ମନେଇବା ପାଇଁ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ପ୍ରାର୍ଥୀ। ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାସରଥି ଗମାଙ୍ଗୋ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବକୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି। ବିଧାୟକ ଦାସରଥି ଗମାଙ୍ଗୋ ପୂର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ ।
May 9,2024, 20:18 PM IST
ବିଜେଡି ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କହିଲେ...
Odisha Election 2024: ରାୟଗଡା ବାରିଝୋଲା ସ୍ଥିତ ଜେଏସକୋ ପଡିଆରେ ଆୟୋଜିତ ବିଜେପିର ବିଶାଳ ନିର୍ବାଚନୀ ପ୍ରଚାର ଆୟୋଜିତ ହୋଇଛି । ବିଜେପିର ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯୋଗ ଦେଇ କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଛନ୍ତି ।
May 9,2024, 13:07 PM IST
Odisha News: ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Odisha News: ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତକୁ ନେଇ ଏକ "ସାମ୍ବାଦିକ ସମ୍ମିଳନୀ" ଗାନ୍ଧୀ ନଗର ସ୍ଥିତ ମିଡିଆ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର, ଆସ୍କା ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏ
May 3,2024, 9:06 AM IST
Pradeep Panigrahi
ରାଜ୍ୟ ସରକାର ଏବଂ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ
Odisha Election 2024:ରାଜ୍ୟ ସରକାର ଏବଂ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ଉପରେ ପ୍ରବଳ ବର୍ସିଲେ ପ୍ରଦୀପ ପାଣିଗ୍ରାହୀ। ପାଣିଗ୍ରାହି କହିଥିଲେ ପାଣ୍ଡିଆନ ଚୋର ତସ୍କର୍ ଓ ଓଡ଼ିଶାକୁ ଲୁଟୁଛନ୍ତି ତାକୁ ଓଡ଼ିଶାରୁ ଆଉଟ୍ କରିବା ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ମୋହନା ଅଧୀନରେ ଥିବା ଲୁହାଗୁଡ଼ି,ଅଡବା,ଚନ୍ଦ୍ରଗିରି,ଚାନ୍ଦିପୁଟ, ମହେନ୍ଦ୍ରଗଡ ଓ ରାମଗିରି ଭଳି ବିଭିନ୍ନ ସ୍ଥାନକୁ ବାଇକ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି।
May 2,2024, 13:59 PM IST
vk pandian
Odisha Politics: ମୋହନା ଏବଂ ଚିକିଟି ଗସ୍ତ କରି ଏମିତି କହିଲେ ଭିକେ ପାଣ୍ଡିଆନ
Political News: ପ୍ରଦୀପ ପାଣିଗ୍ରାହୀଙ୍କୁ ଚାର୍ଗେଟ୍ କରି କଥା ଛଳରେ ଅନେକ କିଛି କହିଛନ୍ତି ଭିକେ ପାଣ୍ଡିଆନ । ଜେଲ୍ ଯାଇ ବେଲ୍ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ସଂସଦକୁ ନୁହେଁ ବରଂ ଜେଲ ପଠାଇବା ଉଚିତ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଦେଉଛନ୍ତି ।
Apr 30,2024, 18:52 PM IST
Odisha News: କାଳବୈଶାଖି ରଚିଲା ତାଣ୍ତବ, ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ଗଛ
Odisha News: ସାରା ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଲାଗି ରହିଥିବା ବେଳେ ଲୋକେ ଦିନରେ ଗରମରେ ଡହଳ ବିକଳ ହେଉଛନ୍ତି। ଗତକାଲି ସନ୍ଧ୍ୟା ସମୟରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାର ବ୍ଲକରେ। ଅଡବା ଓ ପଦାଗାଁ ନିକଟରେ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଘରର ଟିଣ ଛପର ଉଡେଇ ଦେଇଥିବା ବେଳେ ରାସ୍ତାରେ ଅନେକ ବିରାଟକାୟ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି ।
Apr 30,2024, 9:26 AM IST
odisha weather
Odisha Weather: ତାଣ୍ଡବ ରଚିଲା କାଳ ବୈଶାଖୀ, ବଜ୍ରପାତରେ ଜଣେ ମୃତ
Odisha Weather: ସାରା ଓଡିଶା ଏବେ ଗ୍ରୀଷ୍ମ ର କଡେଇରେ ସିଝୁଥିବା ବେଳେ, ଓଡିଶା ପାଣିପାଗ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲାକୁ ରେଡ ୱାରନିଙ୍ଗ ଜାରି କରିଥିବା ବେଳେ, ଅଚାନକ ମାଡିଆସିଲା କାଳବୈଶାଖୀ ଫଳରେ ଗଜପତି ଜିଲ୍ଲା ମୋହନା ବ୍ଲକର ଅନେକ ସ୍ଥାନ ପ୍ରଭାବିତ ହୋଇଛି।
Apr 27,2024, 11:35 AM IST
Odisha Election 2024: ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି ବୈଠକ
Odisha Election 2024: ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମିଡ଼ିଆ ସାର୍ଟିଫିକେଶନ୍ ଏବଂ ମନିଟରିଂ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Apr 27,2024, 10:23 AM IST
ନିର୍ବାଚନ ମହାପର୍ବରେ ସାମିଲ ହୋଇ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା
Odisha News: ଜିଲ୍ଲାରେ ଭୋଟ ହାର ବୃଦ୍ଧି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲାର କିନ୍ନର ସଙ୍ଘର ସଦସ୍ୟାମାନଙ୍କୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Apr 20,2024, 7:12 AM IST
ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କରେ ସମୀକ୍ଷା କଲେ ପର୍ଯ୍ୟବେକ୍ଷକ
Odisha Election 2024: ଭାରତ ନିର୍ବାଚନ କମିଶନ ଦ୍ବାରା ଗଜପତି ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଚଣ୍ଡିଗଡର ଭାରତୀୟ ରେଳ ଲେଖା ସେବା ଚନ୍ଦ୍ରିକା ଗର୍ଗ (ଆଇଆରଏଏସ ,୨୦୧୪ ବ୍ୟାଚ୍, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ମୋହନା) ପାରଳାଖେମୁଣ୍ଡି ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ଖର୍ଚ୍ଚ ପରିଚାଳନା ନିମନ୍ତେ ନିୟୋଜିତ ବିଭିନ୍ନ ଦଳ ସହିତ ଆଲୋଚନା କରିଛନ୍ତି ।
Apr 19,2024, 11:41 AM IST
ରାମ ନବମୀ ଶୋଭାଯାତ୍ରାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ କେ.ଅନିଲ କୁମାର
ପବିତ୍ର ଶ୍ରୀରାମ ନବମୀ ଅବସରରେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାରଙ୍କ ନେତୃତ୍ବରେ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଛି । ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଜୟ ଶ୍ରୀ ରାମ ଧ୍ୱନି ସମଗ୍ର ସହରକୁ ପ୍ରକମ୍ପିତ କରିଥିଲା । ଏହି ପବିତ୍ର ଦ
Apr 17,2024, 17:52 PM IST
Odisha News: ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗର ସ୍ବତନ୍ତ୍ର ରଣନୀତି ସଫଳ
Odisha News: ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ଆରମ୍ଭ ହେଲାଣି ପ୍ରଚଣ୍ଡ ରୌଦ୍ରତାପ l ଏଭଳି ପରିସ୍ଥିତିରେ ପ୍ରତିବର୍ଷ ଜଙ୍ଗଲରେ ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ହୋଇଥାଏ l ତେଣୁ ବର୍ତ୍ତମାନ ସତର୍କ ମୂଳକ ପଦକ୍ଷେପ ଗ୍ରହଣ କରିଛି ଗଜପତି ଜିଲ୍ଲା ମୋହନା ବନ ବିଭାଗ l
Apr 17,2024, 15:45 PM IST
Odisha Election 2024: ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନ୍ୟାୟ ପତ୍ର ଘୋଷଣା
Odisha Election 2024: ଏକ ପ୍ରେସ ମିଟରେ ଏନେଇ ମିଳିତ ଭାବେ ଘୋଷଣା କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ‘ହାଥ୍ ବଦଲେଗା ହାଲାତ୍ ନାରା’ ଦେଇ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରର ରୂପରେଖକୁ ଆଧାର କରି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଲୋକଙ୍କ ପାଇଁ ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ଦେଇଛି ଦଳ ।
Apr 17,2024, 12:51 PM IST
odisha crime
Odisha Crime: ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର..
Odisha Crime: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି ଦୁର୍ବୁତ୍ତ ଚୋରି କରିନେଇଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିରର ପୂଜକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
Apr 16,2024, 6:43 AM IST
Election Boycott 2024 Odisha
Election Boycott 2024 Odisha: ମତଦାନ ପୂର୍ବରୁ ଭୋଟ ବର୍ଜନ ନିଷ୍ପତ୍ତି ନେଲେ ଗ୍ରାମବାସୀ; ଜାଣନ
Gajapati Ramapadar Village: ମତଦାନ ପୂର୍ବରୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ। ଗଜପତି ଜିଲ୍ଲାର ରାମପଦର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।
Apr 12,2024, 20:37 PM IST
Odisha Election 2024: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ହେବ ତ୍ରିମୁଖୀ ଲଢ଼େଇ
Odisha Election 2024: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ଲଢେଇ ହେବାକୁ ଯାଉଛି । ପାରଳା ନିର୍ବାଚନ ମଣ୍ଡଳୀରେ ଏଥରେ ଜନତା ଏଥର କାହାକୁ ବାଛିବେ ସେନେଇ ଦ୍ବନ୍ଦ ଲାଗି ରହିଛି। ଚଳିତ ଥର ପାରଳାଖେମୁଣ୍ଡି ଆସନରୁ କଂଗ୍ରେସରୁ ଦଳର ପ୍ରମୁଖ ନେତା ବିଜୟ ପଟ୍ଟନାୟକ, ବିଜେପିରୁ ବିଧାୟକ କେ.ନାରାୟଣ ରାଓ ଓ ବିଜେଡିରୁ ଶିଳ୍ପପତି ଡଃ. ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି । ତେବେ ଏଠାରେ ଏହି ୩ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।
Apr 11,2024, 17:44 PM IST
Odisha Election 2024: ମୋହନା ବିଧାୟକ ପ୍ରାର୍ଥୀ ପାଇଁ ବିଜେପି ବଢ଼ାଉଛି ସସପେନ୍ସ!
Odisha Politics: ମୋହନା ବିଧାନସଭା ଆସନ ପାଇଁ ବିଜେଡ଼ି-କଂଗ୍ରେସ ପକ୍ଷରୁ ହୋଇସାରିଛି ପ୍ରାର୍ଥୀ ଘୋଷଣା। ହେଲେ ଏହି ଆସନରୁ କିଏ ହେବ ବିଜେପି ବିଧାୟକ ପ୍ରାର୍ଥୀ ତାହାକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ!
Apr 9,2024, 20:34 PM IST
congress
Odisha News: ପାରଳାଖେମୁଣ୍ଡି ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ୧୪୪ ଧାରା ଜାରି
Odisha News: ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଉଦ୍ଦେଶ୍ୟରେ ସରକାର ସମସ୍ତ ସରକାରି ଦପ୍ତରରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତି ସହଜେ କାର୍ଯ୍ୟ ହାସଲ କରିପାରିବା ଏବଂ ଦଲାଲ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବେ ବି ଦଲାଲଙ୍କ କବଜାରେ ରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାରେ।
Apr 7,2024, 11:01 AM IST
Gajapati Chandragiri
Odisha Crime: ଚନ୍ଦ୍ରଗିରି ନବ ବିବାହିତ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ
Odisha Crime: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ ମଙ୍ଗଳବାର ରାତିରେ ବିବାହ ପଟୁଆର ବେଳେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନକୁ ଅତି ଅମାନୁଷିକ ଭାବେ ହତ୍ୟା ଘଟଣା ରେ ଦୁଇ ଜଣ କୁ ଗିରଫ କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚନ୍ଦ୍ରଗିରି ଗ୍ରାମର ଶ୍ରିହରୀ ପ୍ରଧାନ ଓ ତା''ର ବଡ଼ ଭାଇ କୃଷ୍ଣାର୍ଯୁନ ପ୍ରଧାନ ।
Mar 15,2024, 9:46 AM IST
ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀଙ୍କ ଘର ପୋଡିଦେଲେ ଉତ୍ୟକ୍ତ ଲୋକେ
Odisha Crime: ଗତକାଲି ବିଳମ୍ବିତ ରାତିରେ ବାହାଘର ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରାମାଡ କରି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ ର ଘର ସହ ଆସବାସକୁ ଜାଳି ପୋଡିଦେଲେ ଅଞ୍ଚଳବାସୀ। ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ।
Mar 13,2024, 12:14 PM IST
Gajapati News Today
Gajapati: ବେକାରୀ ଯୁବକ ଯୁବତୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ
Gajapati Job Fair 2024: ଗଞ୍ଜେଇ ଚାଷରୁ କିପରି ବେକାର ଯୁବକ ଯୁବତୀ ନିବୃତ୍ତ ରହିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି ନିଯୁକ୍ତି ମେଳା।
Mar 8,2024, 16:28 PM IST
berhampur university
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ମହାମହିମ ରାଷ୍ଟ୍ରପତି
Berhampur University Convocation 2024: ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ୨୫ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Mar 3,2024, 1:17 AM IST
Gajapati News
Gajapati News: ଜିଲ୍ଲା ଯୋଜନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ
Gajapati News: ଗଜପତି ଜିଲ୍ଲା ସଦର ମହକୁମା ସ୍ଥାନୀୟ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
Feb 28,2024, 13:14 PM IST
ସ୍ବାଧିନତାର ୭୫ ବର୍ଷ ପରେ ଆଦିବାସୀ ଗାଁ କୁ ରାସ୍ତା ଓ ବିଜୁଳି ଆଲୁଅ ସାତ ସପନ
Odisha News: ସ୍ଵାଧୀନତାର ୭୫ ବର୍ଷ ପରେ ଆଜି ମଧ୍ୟ ଅନେକ ଆଦିବାସୀ ଗାଁ ଓ ଦଳିତ ଗାଁକୁ ରାସ୍ତା, ବିଜୁଳି ଆଲୁଅ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ସର୍ବନିମ୍ନ ମୌଳିକ ସେବା ସାତସପନ ହୋଇ ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଆର୍ ଡି ସିଙ୍କ ଅନୁପସ୍ଥିତିରେ ଅନୁସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଙ୍କ ସହ ବିସ୍ତୃତ ଆଲୋଚନା କରି ପ୍ରଦାନ କରାଯାଇଛି।
Feb 23,2024, 8:06 AM IST
Odisha News: ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୁବକ ଗିରଫ, କୋର୍ଟ ଚାଲାଣ
Odisha News: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସନ୍ଦେହରେ ଅଟକ ରଖାଯାଇଥିବା ଯୁବକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ଗୁରାଣ୍ଡି ଥାନାରେ ନାବାଳିକା ଜଣକ ଲିଖିତ ଅଭିଯୋଗ ଦେଇଥିଲେ ।
Feb 22,2024, 11:50 AM IST
Odisha News: ରାସ୍ତା ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ଗ୍ରାମବାସୀ
Odisha News: ଗାଁ କୁ ଭଲ ରାସ୍ତା ଖଣ୍ଡିଏ ଆଜି ପର୍ଯ୍ୟନ୍ତ ହୋଇପାରୁ ନଥିବା ହେତୁ ସ୍ବାଧିନତାର ସ୍ବାଦ ଚାଖି ନାହାଁନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ରୁ ବଞ୍ଚିତ। ଏମାନେ ମଣିଷ ହେଲେ ବି ବନ୍ୟ ଜୀବଜନ୍ତୁଙ୍କ ସହ ଜଙ୍ଗଲର ପଶୁ ଭଳି ଗାଁ ରେ ବସବାସ କରୁଛନ୍ତି। ଏଭଳି ଏକ ଗାଁ ହେଉଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ରହିଥିବା ମୋହନା ବ୍ଲକ ଅନ୍ତର୍ଗତ ଗୁରଝଳି ପଞ୍ଚାୟତର ଲାଞ୍ଜେରୀ ଓ ଗାଡ଼ଗୋଠ ଗାଁ।
Feb 22,2024, 10:03 AM IST
ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଗଜପତି ଜିଲ୍ଲା ଗ୍ରସ୍ତ, ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟର...
Gajapati News: ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକ ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ରଞ୍ଜନ କୁମାର ଦାସ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ଯୋଜନା ଗୁଡ଼ିକକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Feb 14,2024, 14:05 PM IST
Gajpati news
Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...
Gajpati News: ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶରେ ଠାବ ହେବା ପରେ ଦର୍ଶନ ପାଇଁ ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀଙ୍କ ସୁଅ ଛୁଟିଛି । ଆଜି ଶିବଲିଙ୍ଗ ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ସମଗ୍ର ଗାଁ ଉତ୍ସବ ମୁଖର ରହିଛି । ଏନେଇ ଗାଁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ।
Feb 13,2024, 13:47 PM IST
Gajapati District Administration
Gajapati District Administration: ଜିଲ୍ଳା ପ୍ରଶାସନ ତରଫରୁ ଝୋଟ ବ୍ୟାଗ ପ୍ରଦାନ ଶୁଭାରମ୍ଭ
jute bag distribution by gajapati dist admin: ପରିବେଶ ସୁରକ୍ଷା ଦିଗରେ ଗଜପତି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଝୋଟ ତିଆରି ବ୍ୟାଗ ପ୍ରଦାନର ଶୁଭାରମ୍ଭ ହୋଇଯାଇଛି।
Feb 9,2024, 21:28 PM IST
Gajapati Illegal Sand Mining
ନଦୀ ଗର୍ଭରେ ଚାଲିଛି ବେଆଇନ ବାଲି ଉତ୍ତୋଳନ; ପ୍ରଶାସନର ଦୁର୍ବଳତାର ସୁଯୋଗ ଉଠାଉଛନ୍ତି ବାଲିମାଫିଆ
Illegal Sand Mining in Gajapati: ଜିଲ୍ଲାରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ଏବେ ବେଫିକର୍ ହୋଇଉଠିଛନ୍ତି ବାଲିମାଫିଆ। ଗୋଟିଏ ପଟେ ପ୍ରାକୃତିକ ଲଘୁଖଣିଜ ସମ୍ପଦ ଲୁଟ ହେଉଥିବା ବେଳେ ଅନ୍ୟପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଛି।
Feb 9,2024, 1:02 AM IST
Berhampur NIST College
ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ ୱୟାରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ
5G Transition Wireless Network Center NIST: ଫେବୃଆରୀ ୮ ତାରିଖ ଗୁରୁବାର ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ପରିସରରେ 5ଜି ରୁପାନ୍ତରିକରଣ ୱାଇରଲେସ ନେଟୱାର୍କ କେନ୍ଦ୍ର ଉଦଘାଟିତ ହୋଇଯାଇଛି।
Feb 9,2024, 0:28 AM IST
berhampur vigilance raid
Berhampur Vigilance Raid: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର
Ganjam Transport Dept Data Entry Operator: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର।
Feb 8,2024, 23:48 PM IST
Illegal Sanda lifting
Illegal Sanda lifting: ରାମନଦୀରୁ ବେଧଡକ ଉତ୍ତୋଳନ ହେଉଛି ବାଲି, ଦୈନିକ ଶହ ଶହ ଟ୍ରାକ୍ଟର..
Illegal Sanda lifting: ଦିବାଲୋକରେ ବେଧଡକ ଭାବେ ଉତ୍ତୋଳନ ହେଉଛି ନଦୀଗର୍ଭରୁ ବାଲି ଏବଂ ସେହି ବାଲିକୁ ଟ୍ରାକ୍ଟର ଯୋଗେ ହେଉଛି ଚାଲାଣ। ନାଁ କଟାଯାଉଛି ରୟାଲଟି , ନାଁ ଅଛି ପ୍ରଶାସନର ଜରିମାନାକୁ ଭୟ । ଗଜପତି ଜିଲ୍ଲା ରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ବେଫିକର୍ ଏବେ ବାଲି ମାଫିଆ।
Feb 8,2024, 12:05 PM IST
2000 Rupee Note
2000 Rupee Note: ୨୦୦୦ ଟଙ୍କା ବଦଳାଇବାକୁ ପ୍ରଲୋଭନ ଦେଖାଇ ୩ ଗିରଫ
2000 Rupee Note Exchange News Today: ପ୍ରାୟ ୬୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦୦ ଟଙ୍କା ବଦଳାଇବାର ପ୍ରଲୋଭନ ଦେଖାଇବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
Jan 29,2024, 19:52 PM IST
Odisha News: ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ, କିନ୍ତୁ...
Odisha News: ପୋଖରୀରେ ବୁଡି଼ ଯୁବତୀଙ୍କ ମୃତ୍ୟୁ ଘଟିଛି (A Young lady Drown In pond)। ମୃତ ଯୁବତୀ ଜଣକ ହେଲେ ଗଜପତି (Gajapati)ଜିଲ୍ଲାର ପି.ଆପ୍ପାରାଓଙ୍କ ଝିଅ ପି.ଶୁଶିଳା(୪୩)। ଯୁବତୀଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Jan 28,2024, 9:40 AM IST
ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ, ଚାଉଳ ଫେରାଇଦେଲେ ହିତାଧିକାରୀ
Odisha News: ଅସନା ଯୁକ୍ତ ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ବୃଦ୍ଧି ପାଇଛି ତୀବ୍ର ଅସନ୍ତୋଷ । ଘରକୁ ଚାଉଳ ନେବା ବଦଳରେ ପଞ୍ଚାୟତକୁ ଫେରାଇଦେଲେ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ।
Jan 28,2024, 8:53 AM IST
terrible road accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ବର୍ଷୀୟ ଶିଶୁ ପୁତ୍ରର ଜୀବନ, ବାପା ମାଆ ଗୁରୁତର
Odisha Accident: ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ତୁରାଣୀପାଣି ଗାଁ ନିକଟରେ ବାଇକ୍ ଓ କାର୍ ମୁହାଁ ମୁହିଁ ଧକ୍କା , ଦୁର୍ଘଟଣାରେ ବାଇକ୍ ରେ ଥିବା ଚାରିଜଣଙ୍କ ମଧ୍ୟରୁ ବାପା ମାଆ ଗୁରୁତର ଥିବା ବେଳେ ୬ ବର୍ଷର ଛୋଟ ପୁଅର ମୃତ୍ୟୁ ହୋଇଥିବା ମୋହନା ମେଡିକାଲ୍ ଅଫିସରଙ୍କ ସୁଚନା ଦିଆଯାଇଛି।
Jan 28,2024, 8:03 AM IST
ବଞ୍ଚି ଥାଉ ଥାଉ ମହିଳାଙ୍କୁ ମୃତ ଘୋଷଣା କରି ତାଲିକାରୁ ନାଁ କାଟି ଦେଲେ ସରକାରୀ ବାବୁ
Odisha News: ମୃତ ବ୍ୟକ୍ତିଙ୍କ ନାମରେ ବଞ୍ଚିଥିବା ଦର୍ଶାଇ ଭତ୍ତା ଟଙ୍କା ମାସ ମାସ ଧରି ଉଠାଯାଉଥିବା ଘଟଣା ପୁର୍ବରୁ ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ବଞ୍ଚିଥିବା ଅବସ୍ଥାରେ ମୃତ ଘୋଷଣା କରି ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉନଥିବା ଅଭିଯୋଗ ଆସିଛି। ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଖାମଖିଆଲି ନିତି ଯୋଗୁଁ ଏଭଳି ସରକାରୀ ବ୍ୟବସ୍ଥାର ବିକଳ ଚିତ୍ର ସଭ୍ୟ ସମାଜରେ ପୁଣି ଘଟିଥିବା ଦେଖିବାକୁ ମିଳିଛି।
Jan 26,2024, 8:10 AM IST
Brahampur
ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଅଯୋଧ୍ୟା ଧାମ
ଦୃଢ ଇଚ୍ଛା ଶକ୍ତି ନେଇ ଜଣେ କାରିଗର ଅତି କ୍ଷୁଦ୍ର କାରିଗରୀ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବ୍ରହ୍ମପୁର କ୍ଷୁଦ୍ର କାଷ୍ଠଶିଳ୍ପୀ ଦିଲୀପ ମହାରଣା ନିର୍ମାଣ କରିଛନ୍ତି ଏକ ଅଦ୍ଵିତୀୟ କଳାକୃତି।
Jan 20,2024, 19:59 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.