2000 Rupee Note: ୨୦୦୦ ଟଙ୍କା ବଦଳାଇବାକୁ ପ୍ରଲୋଭନ ଦେଖାଇ ୩ ଗିରଫ
Advertisement
Article Detail0/zeeodisha/odisha2085011

2000 Rupee Note: ୨୦୦୦ ଟଙ୍କା ବଦଳାଇବାକୁ ପ୍ରଲୋଭନ ଦେଖାଇ ୩ ଗିରଫ

2000 Rupee Note Exchange News Today:  ପ୍ରାୟ ୬୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦୦ ଟଙ୍କା ବଦଳାଇବାର ପ୍ରଲୋଭନ ଦେଖାଇବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

2000 Rupee Note: ୨୦୦୦ ଟଙ୍କା ବଦଳାଇବାକୁ ପ୍ରଲୋଭନ ଦେଖାଇ ୩ ଗିରଫ

2000 Rupee Note Exchange: (ପ୍ରେମାନନ୍ଦ ପୁଜାରୀ) ୨୦୦୦ ଟଙ୍କିଆ ନୋଟ ବଦଳାଇବା ଲାଗି ମିଥ୍ୟା ପ୍ରଲୋଭନ ଦେଖାଇ ଆନ୍ଧ୍ର ବ୍ୟାପରୀଙ୍କ ଟଙ୍କା ଲୁଟ କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଏହି ଘଟଣାରେ ୫ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୋଲିସ କନେଷ୍ଟବଳ ରହିଥିବାର ଜଣାପଡ଼ିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। 

ପୋଲିସ କନେଷ୍ଟେବଳ ତନୁଜ କୁମାର ସାବତ ଏବଂ ବିନୋଦ ରାୟପାଲି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଅଞ୍ଚଳର ବ୍ୟବସାୟୀ ଟି. ନାଗା ରବୀନ୍ଦ୍ରନାଥଙ୍କୁ ୨୦୦୦ ଟଙ୍କିଆ ନୋଟ ବଦଳାଇ ୫୦୦ ଟଙ୍କିଆ ନୋଟ ଯୋଗାଇ ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ସେମାନେ ପାରଳାଖେମୁଣ୍ଡି ନିକଟସ୍ତ କେରାଣ୍ଡି ଗ୍ରାମ ନିକଟକୁ ରବୀନ୍ଦ୍ରନାଥଙ୍କୁ ଡକାଇଥିଲେ। ପ୍ରାୟ ୬୦ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ବାବଦକୁ ୩୦ ଲକ୍ଷ ଟଙ୍କା ଦେବା ପାଇଁ ଚୁକ୍ତି ହୋଇଥିଲା। ହେଲେ ରବିନ୍ଦ୍ରନାଥ ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନେଇ ଆସିବା ପରେ କନେଷ୍ଟେବଲ ତନୁଜ ସାବତ ଏବଂ ଅନ୍ୟ ଅଭିଯୁକ୍ତ ବିନୋଦ ରାୟପାଲି ତାଙ୍କ ହାତରେ  ରହିଥିବା ଟଙ୍କା ବ୍ୟାଗ ଜୋର ଜବରଦସ୍ତ ଛଡାଇ ନେବାପାଇଁ ଉଦ୍ୟମ କରିଥିଲେ।

ହେଲେ ସେହି ସମୟରେ ଘଟଣାସ୍ଥଳରେ କିଛି ଯୁବକ ଉଭୟଙ୍କୁ ଧରି ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ୩୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ  ସହ ୫ ମୋବାଇଲ ଜବତ କରିଥିଲା ପୋଲିସ। ଏହି ଘଟଣାରେ ଆଉ ୩ ଜଣ ମାଷ୍ଟର ମାଇଣ୍ଡ ରହିଛନ୍ତି। ହେଲେ ସେମାନେ ବର୍ତ୍ତମାନ ଫେରାର ହୋଇଯାଇଛନ୍ତି। ଖୁବଶୀଘ୍ର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପାରଳାଖେମୁଣ୍ଡି ଏସଡିଓ ମାଧବ ଚନ୍ଦ୍ର ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୂର୍ବରୁ କନେଷ୍ଟେବଳ ତନୁଜ ସାଵତଙ୍କ ନାମରେ ଉଭୟ ଭିଜିଲାନ୍ସ ଏବଂ ଫୌଜଦାରୀ ମାମଲା ରହିଛି। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।