ତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ରାଜ୍ୟର ସମସ୍ତ ପାହାଡି ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି। ନୈନିତାଲର ଭବାଲି ରୋଡରେ ଥିବା ପାଇନ୍ସ ନିକଟରେ ରାସ୍ତା କଡ଼ରେ ଲାଗିଥିବା ବିରାଟ ନିଆଁ ଲିଭାଇବା ପାଇଁ ସେନା ଦାୟିତ୍ୱ ଗ୍ରହଣ କରିଛି। ପାଇନ୍ସ ଉପର ପାହାଡରେ ଲଡିଆକାଣ୍ଟରେ ବାୟୁସେନା ଷ୍ଟେସନ ଅଛି।
Trending Photos
1.H.1-ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବା ଘଟଣା ବନ୍ଦ ହେଉନାହିଁ। ରାଜ୍ୟର ସମସ୍ତ ପାହାଡି ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି। ନୈନିତାଲର ଭବାଲି ରୋଡରେ ଥିବା ପାଇନ୍ସ ନିକଟରେ ରାସ୍ତା କଡ଼ରେ ଲାଗିଥିବା ବିରାଟ ନିଆଁ ଲିଭାଇବା ପାଇଁ ସେନା ଦାୟିତ୍ୱ ଗ୍ରହଣ କରିଛି। ପାଇନ୍ସ ଉପର ପାହାଡରେ ଲଡିଆକାଣ୍ଟରେ ବାୟୁସେନା ଷ୍ଟେସନ ଅଛି। ଏଭଳି ପରିସ୍ଥିତିରେ ନିଆଁ ପାହାଡରେ ପହଞ୍ଚିପାରେ ଓ ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବାୟୁସେନା ହେଲିକପ୍ଟର ମଧ୍ୟ ସେଠାରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ସକାଳରୁ ଜଙ୍ଗଲରେ ନିଆଁ ଲିଭାଯିବା ଆରମ୍ଭ ହୋଇଛି।
H.2-ପ୍ରତିବର୍ଷ ଏପ୍ରିଲ ୨୭ରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଏ। ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ଚିକିତ୍ସା ବୃତ୍ତିର ଅବଦାନକୁ ସମ୍ମାନ ଦେବା ଏବଂ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ଗୁରୁତ୍ୱ ବିଷୟରେ ସଚେତନତା ପାଇଁ ଏହି ଦିନ ଉତ୍ସର୍ଗୀକୃତ।୧୮୬୩ ମସିହାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଆରମ୍ଭ ହୋଇଥିଲା। ସେହି ସମୟରେ, ଏଡିନବର୍ଗର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଜନ୍ ଗେମଜି 'ଆନ୍ତର୍ଜାତୀୟ ପ୍ରାଣୀ ଚିକିତ୍ସା କଂଗ୍ରେସ' ନାମକ ଏକ ସଭାର ଆୟୋଜନ କରିଥିଲେ ଯେଉଁଥିରେ ସେ ୟୁରୋପର ପ୍ରାଣୀ ଚିକିତ୍ସକମାନଙ୍କୁ ନିମନ୍ତ୍ରଣ କରିଥିଲେ। ୧୯୫୯ ସୁଦ୍ଧା, ପଶୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଗଠନ (WVA) ଗଠନ କରାଯାଇଥିଲା। ୨୦୦୦ ମସିହାରେ ବିଶ୍ୱ ପ୍ରାଣୀ ଚିକିତ୍ସା ସଂଘ ଦ୍ୱାରା ପ୍ରଥମ ଥର ପାଇଁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଏପ୍ରିଲ ମାସର ଶେଷ ଶନିବାର ଦିନ ଏହି ଦିବସ ପାଳନ କରାଯାଇଆସୁଛି।
H.3- ଗଣତନ୍ତ୍ରର ମହାନ ପର୍ବର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକମାନେ ଉତ୍ତର-ପୂର୍ବରେ ଉତ୍ସାହର ସହ ଭୋଟ୍ ଦେଇଥିବାବେଳେ ହିନ୍ଦୀ ବେଲ୍ଟରେ ସେମାନଙ୍କର ଭୋଟରଙ୍କ ମତଦାନ କରିବାକୁ ନେଇ କୁଣ୍ଠାବୋଧ ରହିଥିଲା। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଶୁକ୍ରବାର ଅପରାହ୍ନ ୬ଟା ପର୍ଯ୍ୟନ୍ତ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ଆସନରେ ଚାଲିଥିଲା। ଏପରି ଅନେକ କେନ୍ଦ୍ର ଥିଲା ଯେଉଁଠାରେ ଭୋଟରଙ୍କ ଲମ୍ବା ଧାଡି ଯୋଗୁଁ ସନ୍ଧ୍ୟା ୬ଟା ପରେ ମଧ୍ୟ ରାତି ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ପ୍ରାୟ ୬୧ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ତ୍ରିପୁରାରେ ସର୍ବାଧିକ ମତଦାନ ପ୍ରାୟ ୭୯.୫୯ ପ୍ରତିଶତ ଥିବାବେଳେ ଉତ୍ତରପ୍ରଦେଶରେ ସର୍ବନିମ୍ନ ୫୪.୮୫ ପ୍ରତିଶତ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ୭୦.୦୫% ଭୋଟ୍ ଏହି ଆସନଗୁଡିକରେ ହୋଇଥିଲା।
H.4- ଏପ୍ରିଲ୍ ୨୫ ତାରିଖରୁ ଓଡିଶା ସରକାର ସ୍କୁଲ ବନ୍ଦ ଘୋଷଣା କରିବା ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (DHSE) ଗ୍ରୀଷ୍ମ ଛୁଟି ସମୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛୁଟିଦିନର ହୋମୱାର୍କ, ଅନଲାଇନ୍ ଏକାଡେମିକ୍ ସହାୟତା ଏବଂ ପ୍ରଶାସନିକ କାର୍ଯ୍ୟକଳାପ ସମ୍ବନ୍ଧରେ ଏକ ନିର୍ଦ୍ଦେଶନାମା ଜାରି କରିଛି।ସରକାରୀ, ନବୀକରଣ, ଧନ୍ଦାମୂଳକ ଏବଂ ସହାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ସମସ୍ତ ପ୍ରଧାନଶିକ୍ଷକଙ୍କୁ DHSE ଏକ ଚିଠିରେ ଦର୍ଶାଇଛି ଯେ ଛୁଟିଦିନରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ଉପରେ ଆଧାର କରି ହୋମୱାର୍କ ଦିଆଯିବ। ଯେକୌଣସି ଏକାଡେମିକ୍ ସହାୟତା ପାଇଁ ଛାତ୍ରଛାତ୍ରୀମାନେ ସେମାନଙ୍କ ସନ୍ଦେହ ସ୍ପଷ୍ଟ କରିବାକୁ ସମ୍ପୃକ୍ତ ବିଷୟର ଶିକ୍ଷକଙ୍କ ସହିତ ଯୋଗାଯୋଗ କରିପାରିବେ।
H.5-ଦିଲ୍ଲୀ ହାଇକୋର୍ଟରୁ ଦେବାଳିଆ ହୋଇସାରିଥିବା ଏୟାରଲାଇନ୍ ଗୋ ଫାର୍ଷ୍ଟକୁ ଏକ ବଡ ଝଟକା ଲାଗିଛି। ଏହାର ସମସ୍ତ ୫୪ ବିମାନର ପଞ୍ଜୀକରଣ ବାତିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୫ କାର୍ଯ୍ୟଦିବସ ମଧ୍ୟରେ ଗୋ ଫାର୍ଷ୍ଟ ଦ୍ୱାରା ଲିଜ୍ ହୋଇଥିବା ବିମାନର ପଞ୍ଜୀକରଣକୁ ବାତିଲ କରିବା ପ୍ରକ୍ରିୟାକୁ ଆଗେଇ ନେବାକୁ କୋର୍ଟ ବିମାନ ଚଳାଚଳ ନିୟାମକ ମହାନିର୍ଦେଶକ (ଡିଜିସିଏ) କୁ କହିଛନ୍ତି। ଏହି ରାୟରେ ଜଷ୍ଟିସ ତର ବିତାସ୍ତା ଗଞ୍ଜୁଙ୍କ ଏକକ ଜଜ୍ ବେଞ୍ଚ କହିଛନ୍ତି ଯେ ୫୪ଟି ବିମାନର ପଞ୍ଜୀକରଣକୁ ବାତିଲ କରିବାକୁ ବିସ୍ତୃତ ନିର୍ଦ୍ଦେଶ ଦିଆଯାଇଛି।
H.6-ଅନୁଗୁଳ ଛେଣ୍ଡିପଦାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର। ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି । ମୋର କିନ୍ତୁ କ୍ରୀତଦାସ ହେବାର ପସନ୍ଦ ନାହିଁ କହିଲେ ଧର୍ମେନ୍ଦ୍ର । ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସ୍ୱାଧୀନତାରେ ମୋର ଅଗାଢ ବିଶ୍ୱାସ ଅଛି ବୋଲି ଶୁକ୍ରବାର ଅନୁଗୋଳ ଓ ଛେଣ୍ଡିପଦାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୁଳ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା କରିବା ସହ ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣ ପର୍ବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ତାଙ୍କ ଉପସ୍ଥିତିରେ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଅଶୋକ ପ୍ରଧାନଙ୍କ ସହ ୨ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ଓ ସମର୍ଥକ ମାନେ ଦଳରେ ସାମିଲ ହୋଇଥିଲେ ।
H.7-ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଛୁଟି ପରେ ପରୀକ୍ଷା କରାଇବାକୁ ଛାତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କ ଦାବିପତ୍ରକୁ କର୍ଣ୍ଣପାତ ନକରିବାରୁ ଆଜି ସେମାନେ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପ୍ରିଲ୍ ୩୦ରୁ ମେ ୧୮ ଯାଏ ପରୀକ୍ଷା ସ୍ଥିର କରାଯାଇଛି।
H.8-ମେ ମାସ ନ ହେଉଣୁ ତାତି ପ୍ରକୋପର ରାଜ୍ୟବାସୀଙ୍କୁ କଲବଲ କରୁଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ଆଗକୁ ଆହୁରି ଉତ୍ତାପ ଭୟାନକ ହେବା ନେଇ ଅନୁମାନ କରି ହେଉଛି। ଆହୁରି କଲବଲ କରିବା ତାତି। ଆଗାମୀ ୪ ଦିନ ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ଥିବା ସୂଚନା ଦେଇଛି ପାମଇପାଗ ବିଭା୍ଗ। ଏହାର ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ତିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ସ୍ତିତି ଲାଗି ରହିବାର ସମ୍ଭାବନା ରହିଛି।
H.9-ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲା ଏବେ ନୂଆ ମୋଡ଼ ନେଇଛି । ଗତ ଜାନୁଆରି ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଶୁକ୍ରବାର ପଶ୍ଚିମବଙ୍ଗର ସନ୍ଦେଶଖାଲିସ୍ଥିତ ଏକ ଘରେ ଚଢ଼ଉ କରିବା ପରେ ସେଠାରୁ ବହୁ ସଂଖ୍ୟାରେ ବୋମା ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
H.10-ମଣିପୁରରୁ ପୁଣି ହିଂସା ଖବର ପ୍ରକାଶ ପାଇଛି। ଶନିବାର ମଧ୍ୟରାତ୍ରିରୁ ନେଇ ୨:୧୫ ପର୍ଯ୍ୟନ୍ତ କୁକି ମାଓବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରେ ଆକ୍ରମଣ କରି ନାରନସେନା ଅଞ୍ଚଳରେ କ୍ରମାଗତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ସୈନିକ ପ୍ରାଣ ହରାଇଛନ୍ତି। ମଣିପୁର ପୋଲିସ କହିଛି ଯେ ଏହି ସୈନିକମାନେ ରାଜ୍ୟ ବିଷ୍ଣୁପୁର ଜିଲ୍ଲାର ନାରମସେନା ଅଞ୍ଚଳରେ ନିୟୋଜିତ CRPF ର ୧୨୮ ତମ ବାଟାଲିୟନର ଅଟନ୍ତି।