Advertisement
Photo Details/zeeodisha/odisha2238198
photoDetails0hindi

Today Horoscope: ଏହି ରାଶିର ଲୋକଙ୍କ ପାଇଁ ଶୁଭ ରହିବ ବୁଧବାର, ଜାଣନ୍ତୁ ଆଜିର ରାଶିଫଳ

Horoscope Today 8 May2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୮ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ:  ଆଜି ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ  ଅଭୂତ ପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁସୂତ୍ରରୁ ଲାଭବାନ୍ ହେବେ। 

 

2/12

ବୃଷ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ। 

 

3/12

ମିଥୁନ: ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ। ଶାରୀରିକ କ୍ଲେଶ ଅନୁଭବ କରିବେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। 

 

4/12

କର୍କଟ: ମନ ପ୍ରସନ୍ନ ରହିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି। ମହିଳାମାନେ ଗୃହ ନିପୁଣା ହେବେ। 

 

5/12

ସିଂହ: ଦେହ ଓ ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଗୃହକୁ ବନ୍ଧୁ ଆଗମନ ହେବ।

 

6/12

କନ୍ୟା: ଶରୀର ସୁସ୍ଥ ରହିବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ। ପାରିବାରିକ ସୁଖଶାନ୍ତି ବିରାଜମାନ ହେବ। 

 

7/12

ତୁଳା: ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। 

 

8/12

ବିଛା: ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ। ଈଶ୍ୱର ବିଶ୍ୱାସୀ ହେବେ। ଦାନ ଧର୍ମ ପ୍ରତି ମନ ବଳିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। 

 

9/12

ଧନୁ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ। 

 

10/12

ମକର: ଶରୀର ଆରୋଗ୍ୟ ରହିବ। ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ। 

11/12

କୁମ୍ଭ: ଦେହ ଓ ମନ ସୁସ୍ଥ ରହିବ। ସୁଖ ସମ୍ମାନ ମିଳିବ। ବିବାଦୀୟ ଘଟଣାର ଅବସାନ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ।

 

12/12

ମୀନ: ସ୍ୱାସ୍ଥ୍ୟ ସଚେତନ ହେବ। କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ। ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ। ଆୟ ପୂର୍ବବତ ରହିବ। ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ।