Gold Price Today: ରେକର୍ଡ ଭାଙ୍ଗିଲା ସୁନା ଦର, ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ରେଟ୍ ଅଛି ଏତେ ହଜାର
Advertisement
Article Detail0/zeeodisha/odisha2237877

Gold Price Today: ରେକର୍ଡ ଭାଙ୍ଗିଲା ସୁନା ଦର, ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ରେଟ୍ ଅଛି ଏତେ ହଜାର

Today's Gold Rate in India: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ ।  ୭୦ ହଜାର ପାର୍ କରି ସାରିଛି ଖାଣ୍ଟି ସୁନା (୨୪ କ୍ୟାରେଟ୍ )। ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। 

Gold Price Today: ରେକର୍ଡ ଭାଙ୍ଗିଲା ସୁନା ଦର, ଆଜି ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ରେଟ୍ ଅଛି ଏତେ ହଜାର

Today's Gold Rate in India: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ ।  ୭୦ ହଜାର ପାର୍ କରି ସାରିଛି ଖାଣ୍ଟି ସୁନା (୨୪ କ୍ୟାରେଟ୍ )। ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ପ୍ଲାନ୍ କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ ।  ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି; ଜାଣନ୍ତୁ ଭୁବନେଶ୍ବରରେ କେତେ ବଢିଲା ପେଟ୍ରୋଲ-ଡିଜେଲ ମୂଲ୍ୟ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୨, ୩୮୦ ଟଙ୍କା ରହିଛି ।ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୦୦ ଓ  ୨୪ କ୍ୟାରେଟରେ ୩୩୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୫୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୫୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ  ୨୪ କ୍ୟାରେଟରେ ୩୩୦ ଟଙ୍କା ବୃଦ୍ଧି ହୋଇଛି।  

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୩୮୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୩୦୦ ଓ ୨୪ କ୍ୟାରେଟରେ ୩୩୦ ଟଙ୍କା ଦର ବଢିଛି।  ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୪୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୨,୪୩୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟରେ ୩୨୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୩୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨,୩୮୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୩୦୦ ଓ ୨୪ କ୍ୟାରେଟରେ ୩୩୦ ଟଙ୍କା ଦର ବଢିଛି।  ଏବଂ ରୂପା କେଜି ପିଛା ୧୦୦୦ ଟଙ୍କା ବୃଦ୍ଧି ପାଇ ଦର ୮୮,୫୦୦ ଟଙ୍କାରେ ପହଞ୍ଚିଛି।