Two Rajyog: ୩୦ ବର୍ଷ ପରେ ବିରଳ ରାଜଯୋଗ, ୩ ରାଶିକୁ ବଡ଼ ଲାଭ
Advertisement
Article Detail0/zeeodisha/odisha2254548

Two Rajyog: ୩୦ ବର୍ଷ ପରେ ବିରଳ ରାଜଯୋଗ, ୩ ରାଶିକୁ ବଡ଼ ଲାଭ

Shash and Malavay Rajyog in May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ବ୍ୟବଧାନରେ ରାଶି ପରିବର୍ତ୍ତନ କରିଥାନ୍ତି । ଗ୍ରହ ଚଳନ କାରଣରୁ ବିଭିନ୍ନ ଶୁଭ ଏବଂ ରାଜଯୋଗ ସୃଷ୍ଟି ହୋଇଥାଏ । ସମସ୍ତ ଯୋଗର ଉଭୟ ଶୁଭ ଏବଂ ଅଶୁଭ ଫଳାଫଳ କିଛି ରାଶି ଉପରେ ପଡିଥାଏ ।

Two Rajyog: ୩୦ ବର୍ଷ ପରେ ବିରଳ ରାଜଯୋଗ, ୩ ରାଶିକୁ ବଡ଼ ଲାଭ

Two Rajyog After 30 Years: ଶନିଙ୍କ ଚଳନ ଏପରି କିଛି ଯୋଗ ସୃଷ୍ଟି କରେ ଯାହା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଗୋଟିଏ ରାଶିରେ ଚଳନ କରିବା ପରେ ପୁଣିଥରେ ସେହି ରାଶିକୁ ଫେରିବାକୁ ଶନିଙ୍କୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ । ଶନି ବର୍ତ୍ତମାନ କୁମ୍ଭ ରାଶିରେ ଅବସ୍ଥିତ ଅଛନ୍ତି । ଯେଉଁଥିପାଇଁ ଶଶା ରାଜଯୋଗ ସୃଷ୍ଟି ହୋଇଛି । ଶନି ଯେତେବେଳେ କୁମ୍ଭ କିମ୍ବା ମକର ରାଶିରେ ଚଳନ କରନ୍ତି ସେତେବେଳେ ଏହି ବିଶେଷ ଯୋଗ ସୃଷ୍ଟି ହୋଇଥାଏ । ଶଶା ଯୋଗ ଗଠନ ସହିତ ଶୁକ୍ର ବର୍ତ୍ତମାନ ବୃଷ ରାଶିରେ ପ୍ରବେଶ କରୁଛନ୍ତି । ମେ ୧୯ ଅର୍ଥାତ (ରବିବାର) ଶୁକ୍ର ବୃଷ ରାଶିରେ ଚଳନ ପରେ ମାଳବ୍ୟ ରାଜଯୋଗ ଗଠନ ହେଉଛି । ଶଶା ଯୋଗ ଏବଂ ମାଳଭ୍ୟ ରାଜଯୋଗ ୩୦ ବର୍ଷ ପରେ ଏକାଠି ହେବାକୁ ଯାଉଛି । ଏହି ଦୁଇଟି ରାଜଯୋଗ ପ୍ରଭାବରୁ ବିଶେଷ କରି ତିନୋଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।

କେଉଁ ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ (Lucky Zodiac Signs) 

ବୃଷ ରାଶି
ଶଶା ଏବଂ ମାଳବ୍ୟ ରାଜଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ଆପଣ ଭଲ ପ୍ରଦର୍ଶନ କରିବା କାରଣରୁ ଆପଣଙ୍କୁ ପ୍ରଶଂସା ମିଳିବ । ବ୍ୟବସାୟ କରୁଥିଲେ ଆପଣ ଅତ୍ୟନ୍ତ ଶୁଭଫଳ ପାଇବେ । ଚାକିରିରେ ପଦୋନ୍ନତି ସହ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କର ବିଦେଶ ଯିବାର ଇଚ୍ଛା ପୂରଣ ହେବ । ଏହି ସମୟ ମଧ୍ୟରେ ଆପଣଙ୍କ ସପକ୍ଷରେ ଭାଗ୍ୟ ରହିବ ।

ତୁଳା ରାଶି
ଶଶା ଏବଂ ମାଳବ୍ୟ ରାଜଯୋଗ ଆପଣଙ୍କ ପାଇଁ ଶୁଭଫଳ ଆଣିବେବ । ବ୍ୟବସାୟରେ ନିୟୋଜିତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଉନ୍ନତି ହେବ । ଚାକିରିରେ ଆର୍ଥିକ ଲାଭ କିମ୍ବା ପଦୋନ୍ନତି ପାଇପାରନ୍ତି । ଏହା ବ୍ୟତୀତ ଆପଣ ନୂଆ ଯାନ ଏବଂ ସମ୍ପତ୍ତି କିଣିବାର ସୁଯୋଗ ପାଇବେ । ଉଭୟ ରାଜଯୋଗରୁ ଆପଣଙ୍କୁ ବସ୍ତୁ ସୁଖ ମିଳିବ । ମିଡିଆ, ମଡେଲିଂ ଏବଂ ଫ୍ୟାଶନ୍ ଡିଜାଇନ୍ ସହ ଜଡିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଫଳପ୍ରଦ ହେବ ।

ମକର ରାଶି
ଶଶା ଏବଂ ମାଳବ୍ୟ ରାଜଯୋଗ କାରଣରୁ ଆପଣଙ୍କ ପାଇଁ ଭାଗ୍ୟର ଦ୍ୱାର ଫିଟିବ । ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କୁ ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ଲାଭ ମିଳିବ । ଚାକିରି କ୍ଷେତ୍ରରେ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ପାଇବେ । ଆୟର ବୃଦ୍ଧି ହେବାର ଦୃଢ ସମ୍ଭାବନା ଅଛି । ବ୍ୟବସାୟରେ ନିୟୋଜିତ ଲୋକମାନେ ଅଗ୍ରଗତି କରିବେ । ଆପଣଙ୍କ ମିଠା ବାର୍ତ୍ତାଳାପ ଅନେକଙ୍କୁ ଆକର୍ଷିତ କରିବ । ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ଘଟିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୧୯ ମଇରେ ଦ୍ୱିପୁଷ୍କର ସବ୍ୟାର୍ଥ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Shani Dev: ଶକ୍ତିଶାଳୀ ଅଛନ୍ତି ଶନିଦେବ, ୩ ରାଶିର ଲୋକେ କରନ୍ତୁନି ଏହି ଭୁଲ୍