Small Saving Schemes: ସରକାର ଘୋଷଣା କଲେ ଜମା ରାଶି ଉପରେ ନୂଆ ସୁଧ ହାର, ବଢ଼ିଲା ଆରଡି ଡିପୋଜିଟ୍‍ ସୁଧ ହାର
Advertisement
Article Detail0/zeeodisha/odisha1893433

Small Saving Schemes: ସରକାର ଘୋଷଣା କଲେ ଜମା ରାଶି ଉପରେ ନୂଆ ସୁଧ ହାର, ବଢ଼ିଲା ଆରଡି ଡିପୋଜିଟ୍‍ ସୁଧ ହାର

Small Savings Scheme Interest Rate: ଛୋଟ ସଞ୍ଚୟ ଯୋଜନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ଅକ୍ଟୋବରରୁ ଡିସେମ୍ବର ତ୍ରୈମାସିକ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି । ଏହା ସମେତ ୫ ବର୍ଷର ରିକରିଂ ଡିପୋଜଟ୍ (ଆରଡି) ଉପରେ ସରକାର ସୁଧ ହାର ବୃଦ୍ଧି କରିଛନ୍ତି ।

ସାଙ୍କେତିକ ଛବି (Small Savings Scheme Interest Rate)

ନୂଆ ଦଲ୍ଲୀ: ପାଞ୍ଚ ବର୍ଷିଆ ରିକରିଂ ଡିପୋଜିଟ୍‍ (ଆାରଡି) ରାଶି ଉପରେ ସୁଧହାର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅର୍ଥମନ୍ତଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବ୍ୟାଙ୍କରେ ଏଣିକି ୫ ବର୍ଷିଆ ଆରଡି ଜମା ରଖିଲେ ସୁଧହାର ୬.୯ ପ୍ରତିଶତ ମିଳିବ। ପୂର୍ବରୁ ଏହା ୬,୫ ପ୍ରତିଶତ ଥିଲା । ସଞ୍ଚୟ ଜମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବ୍ୟାଙ୍କରେ ସାଧାରଣ ସଞ୍ଚୟ ଜମା ଲାଗି  ବାର୍ଷିକ ୪ ପ୍ରତିଶତ ସୁଧ ମିଳିବ । ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ଭଳି ଏକ ବର୍ଷିଆ ଜମା ଉପରେ ୬.୯ ପ୍ରତିଶତ ଟିକସ ମିଳିବା ଜାରି ରହିବ। ଦୁଇବର୍ଷିଆ ଓ ତିନି ବର୍ଷିଆ ଫିକ୍ସ୍‍ଡ ଡିପୋଜିଟ୍‍ ପାଇଁ ୭ ପ୍ରତିଶତ ସୁଧ ମିଳିବ। ପାଞ୍ଚ ବର୍ଷିଆ ଫିକ୍ସଡ୍‍ ଡିପୋଜିଟ୍‍ରେ ୭.୫ ପ୍ରତିଶତ ବାର୍ଷିକ ସୁଧ ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ୮.୨ ପ୍ରତିଶତ ରହିଛି । 

ମାସିକ ରୋଜଗାର ଆକାଉଣ୍ଟରେ ସୁଧହାର ବାର୍ଷିକ ୭,୪ ପ୍ରତିଶତ ରହିଛି । ନ୍ୟାସନାଲ୍‍ ସେଭିଂସ୍‍ ସାର୍ଟିଫିକେଟ୍‍ ପାଇଁ ୭.୭ ପ୍ରତିଶତ ଏବଂ ପିପିଏଫ୍‍ ଲାଗି ୭.୧ ପ୍ରତିଶତ ସୁଧ ହାର ସ୍ଥିର କରାଯାଇଛି। କିଶାନ ବିକାଶ ପତ୍ରରେ ଜମା କଲେ ୭,୫ ପ୍ରତିଶତ ସୁଧ ମିଳିବ । ଏହି ଯୋଜନାରେ ଜମା କରାଯାଉଥିବା ରାଶି ୧୧୫ ମାସରେ ପ୍ରାପ୍ତ କରିହେବ ।