Jio Plan: ଖୁସି ଖବର ! ମାତ୍ର ଏତିକି ଟଙ୍କାରେ ୯୦ଜିବି ଇଣ୍ଟରନେଟ ସହ ଅନଲିମିଟେଡ୍ କଲ୍
Advertisement
Article Detail0/zeeodisha/odisha2254654

Jio Plan: ଖୁସି ଖବର ! ମାତ୍ର ଏତିକି ଟଙ୍କାରେ ୯୦ଜିବି ଇଣ୍ଟରନେଟ ସହ ଅନଲିମିଟେଡ୍ କଲ୍

Reliance Jio: ଅନଲାଇନ୍ ମ୍ୟାଚ୍ ହେଉ କିମ୍ବା OTT ପ୍ଲାଟଫର୍ମ । ଜିଓର ଏହି ପ୍ଲାନ ଗ୍ରାହକଙ୍କ ପାଇଁ ଖୁବ ଲାଭଦାୟକ । ଏହି ପ୍ଲାନରେ କମ୍ପାନୀ ପକ୍ଷରୁ ଅନେକ ସୁବିଧା ପ୍ରଦାନ କରାଯାଉଛି ।

Jio Plan: ଖୁସି ଖବର ! ମାତ୍ର ଏତିକି ଟଙ୍କାରେ ୯୦ଜିବି ଇଣ୍ଟରନେଟ ସହ ଅନଲିମିଟେଡ୍ କଲ୍

Reliance Jio: ରିଲାଏନ୍ସ ଜିଓର କିଛି ପ୍ରିପେଡ୍ ପ୍ୟାକ୍ ଅନ୍ୟ ଟେଲିକମ୍ କମ୍ପାନୀ ଭଳି ଖୁବ ଲୋକପ୍ରିୟ । କାରଣ ଏହି ପ୍ଲାନ୍ ଗୁଡିକ ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ଅନେକ ଲାଭ ଆଣିଦେଇଥାଏ । ବର୍ତ୍ତମାନ ଡିଜିଟାଲ୍ ଟେକ୍ନୋଲୋଜିର ଯୁଗ ତେଣୁ ଇଣ୍ଟରନେଟ୍ ବର୍ତ୍ତମାନ ଗ୍ରାହକଙ୍କ ପ୍ରଥମ ଆବଶ୍ୟକତା ହୋଇପାରିଛି । ବର୍ତ୍ତମାନ ଅଧିକାଂଶ କାମ ଡିଜିଟାଲ୍ ଭାବରେ କରାଯାଉଛି  ତେଣୁ ଉପଭୋକ୍ତା ବର୍ତ୍ତମାନ ଅଧିକ ମୋବାଇଲ୍ ଡାଟା ଆବଶ୍ୟକ କରୁଛନ୍ତି । ନିକଟରେ ଅନେକ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନକୁ ମହଙ୍ଗା କରିଦେଇଥିଲେ । କିନ୍ତୁ ଜିଓର ସମାନ ପ୍ଲାନ ରହିଛି ଯାହା ଏପର୍ଯ୍ୟନ୍ତ ବହୁତ ଶସ୍ତା ମୂଲ୍ୟରେ ଗ୍ରାହକଙ୍କୁ ମିଳୁଛି । ଆମେ ଆପଣଙ୍କୁ ଏହି ପ୍ଲାନ ସମ୍ପର୍କରେ ସମସ୍ତ ବିବରଣୀ କହିବାକୁ ଯାଉଛୁ ।

Jio କମ୍ପାନୀ ପକ୍ଷରୁ ରିଚାର୍ଜ ପ୍ୟାକ୍ ସମୟ ସମୟରେ ଅପଡେଟ୍ ହୋଇଥାଏ । ଯେହେତୁ ବର୍ତ୍ତମାନ ଆଇପିଏଲ୍ ସିଜନ ତେଣୁ କ୍ରିକେଟ୍ ପ୍ରଶଂସକମାନେ ମୋବାଇଲରେ ଅଧିକ ଡାଟା ଆବଶ୍ୟକ କରୁଛନ୍ତି । ଅନଲାଇନ୍ ମ୍ୟାଚ୍ ହେଉ କିମ୍ବା OTT ପ୍ଲାଟଫର୍ମ, ଜିଓର ଏହି ପ୍ଲାନ୍ ଏକ ଲାଭଦାୟକ ଡିଲ୍ । ଏହି ପ୍ଲାନରେ କମ୍ପାନୀ ଆଶ୍ଚର୍ଯ୍ୟଜନକ ଡାଟା ସୁବିଧା ପ୍ରଦାନ କରୁଛି । ଜିଓ ଗ୍ରାହକମାନଙ୍କୁ ୩୯୯ ଟଙ୍କାରେ ଏହି ପ୍ଲାନ ପ୍ରଦାନ କରୁଛି । ଯେଉଁଥିରେ ଦୈନିକ ଡାଟା ସହିତ କମ୍ପାନୀ ଅତିରିକ୍ତ ମାଗଣା ଡାଟା ସୁବିଧା ପ୍ରଦାନ କରୁଛି । ଏହା MyJio ଆପ୍ କିମ୍ବା Jio ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆପଣ ସକ୍ରିୟ କରିପାରିବେ । ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ଜିବି ଡାଟା ମିଳିବ । ଏହି ଜିଓ ପ୍ଲାନରେ ୬ଜିବି ଡାଟା ମାଗଣା ମିଳୁଛି । ୨୮ ଦିନର ବୈଧତା ସହିତ ଏହି ପ୍ଲାନରେ ଆପଣଙ୍କୁ ମୋଟ ୯୦ ଜିବି ଡାଟା ମିଳିବ ।

ଏଥିସହ ଏହି ପ୍ଲାନରେ ଆପଣ ଅସୀମିତ ଭଏସ୍ କଲିଂ ସେବା ପାଇପାରିବେ । ଯାହା ଦ୍ୱାରା ଆପଣ ନିଜ ପ୍ରିୟଜନଙ୍କ ସହ ମନଖୋଲା କଥା ହୋଇପାରିବେ । ଆହୁରି ମଧ୍ୟ, ଦୈନିକ ୧୦୦ଟି ଏସଏମଏସ ଆପଣ ପଠାଇପାରିବେ । ଏହି ଯୋଜନାର ଆଉ ଏକ ବିଶେଷ କଥା ଏହା ଯେ, ଯୋଗ୍ୟ ଗ୍ରାହକମାନେ ଅସୀମିତ 5G ଡାଟା ପାଆନ୍ତି । ଏହାର ଅର୍ଥ ଯଦି ଆପଣଙ୍କ ଅଞ୍ଚଳରେ 5G ସେବା ଉପଲବ୍ଧ ରହିଛି ତେବେ ଆପଣ ଏହି ପ୍ଲାନରେ ୨୮ ଦିନ ପାଇଁ ଅସୀମିତ 5G ଇଣ୍ଟରନେଟ୍ ଉପଭୋଗ କରିପାରିବେ ।

ଏହା ବ୍ୟତୀତ, ଆପଣଙ୍କୁ ଏହି ପ୍ଲାନରେ ଅନ୍ୟ ସୁବିଧା ମଧ୍ୟ ମିଳିବାକୁ ଯାଉଛି । ଏହି ପ୍ଲାନରେ JioTV, JioCinema, JioCloud ଭଳି ଆପ୍ ରେ ମେମ୍ୱରସିପ ମଧ୍ୟ ପାଇପାରିବେ । ଆପଣ JioTV ରେ ଅନେକ ପ୍ରକାରର ଟିଭି ପ୍ରୋଗ୍ରାମ୍ ଦେଖିପାରିବେ । ଏହି ପ୍ଲାନରେ JioCinema ମେମ୍ୱରସିପ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ଯାହାଦ୍ୱାରା ଆପଣ ମୋବାଇଲରେ ଚଳଚ୍ଚିତ୍ର, ଟିଭି ଶୋ, କ୍ରିକେଟ୍ ମ୍ୟାଚ୍ ଇତ୍ୟାଦି ସହଜରେ ଉପଭୋଗ କରିପାରିବେ । ଏହା ବ୍ୟତୀତ, ଆପଣ ଏହି ପ୍ଲାନରେ JioCloud ସେବା ପାଇପାରିବେ । ଯାହା କମ୍ ଇଣ୍ଟରନାଲ ଷ୍ଟୋରେଜ୍ ସହିତ ସ୍ମାର୍ଟଫୋନରେ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ଏ ସମ୍ପର୍କରେ ଯଦି ଆପଣ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତେବେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରିପାରିବେ ।

Also Read- Two Rajyog: ୩୦ ବର୍ଷ ପରେ ବିରଳ ରାଜଯୋଗ, ୩ ରାଶିକୁ ବଡ଼ ଲାଭ

Also Read- Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର