Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2155445

Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

ମାର୍ଚ୍ଚରେ ୪୦ ଡିଗ୍ରୀ ଟପିଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବୁଧବାର ବୌଦ୍ଧ ଓ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଟପିଥିଲା । 

Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

H.1. World kidney Day 2024: ଆଜି ‘ବିଶ୍ବ କିଡ଼ନୀ ଦିବସ’ । ପ୍ରତିବର୍ଷ ମାର୍ଚ୍ଚ  ମାସ ଦ୍ବିତୀୟ ଗୁରୁବାର କିଡ଼ନୀ ରୋଗ ପରି ମାରାତ୍ମକ ରୋଗର ଭୟାବହତାରୁ ବିଶ୍ବକୁ ରକ୍ଷା କରିବା ଓ ଧନୀ-ଗରିବ ନିର୍ବିଶେଷରେ ସମସ୍ତେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ନେଇ ବ୍ୟବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଏ । ସଚେତନତା, ରୋଗ ଚିହ୍ନଟ, ଚିକିତ୍ସା ଓ ଯତ୍ନ ଏହି ୪ଟି କିଡ଼ନୀ ରୋଗରୁ ମୁକ୍ତିର ମୁଖ୍ୟ ସୂତ୍ର ଅଟେ । ତେବେ ଚଳିତ ବର୍ଷ ‘ବିଶ୍ବ କିଡ଼ନୀ ଦିବସ’ର ଥିମ୍ ରହିଛି, ‘ kidney Health for all- Advancing Equitable Access to care And Optimal Medication Practice’ । ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ ।

H.2.Weather Update: ମାର୍ଚ୍ଚରେ ୪୦ ଡିଗ୍ରୀ ଟପିଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବୁଧବାର ବୌଦ୍ଧ ଓ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଟପିଥିଲା । ତେବେ ଗୁରୁବାର ବି ଦିନ ତାପମାତ୍ରା ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଶୁକ୍ରବାରଠାରୁ ରାଜ୍ୟରେ ତାତି ଖସିବ । ଏହାସହ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଳାହାଣ୍ତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ଯମଧରଣର ବର୍ଷା ହୋଇପାରେ । ସେହିପରି ୧୬ରୁ ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ବର୍ଷା ନେଇ ସତର୍କତା ଜାରି କରାଯାଇଛି।

H.3.Odisha News: ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

H.4.Car Accident: ଦିଲ୍ଲୀର ଗାଜିପୁରରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ଦ୍ରୁତ ଗତିରେ ଆସୁଥିବା ଟ୍ୟାକ୍ସି ଆରୋହୀ ବୁଦ୍ଧ ବଜାରରେ ୧୫ ଜଣଙ୍କୁ ଦଳି ଦେଇଛି। ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତମାନେ ଲାଲ ବାହାଦୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଲୋକମାନେ ଅଭିଯୁକ୍ତ ଡ୍ରାଇଭରକୁ ଧରି ଗାଜୀପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି।

H.5.ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଦକ୍ଷତା ବିକାଶକୁ ପ୍ରତିଯୋଗିତାମୂଳକ କରିବା ପାଇଁ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଧୀନରେ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ଆୟୋଜନ କରାଯାଉଛି। ୨୦୨୩-୨୪ ଲାଗି ଓଡ଼ିଶା ସ୍କିଲ୍ସର ପ୍ରାଥମିକ ପର୍ଯ୍ୟାୟ ପରେ ଆସନ୍ତାକାଲି ଚୂଡ଼ାନ୍ତ ପ୍ରତିଯୋଗିତା ହେବାକୁ ଯାଉଛି।

H.6.BJP- BJD Alliance: ଲୋକସଭା ନିର୍ବାଚନ ପୂର୍ବରୁ ଓଡି଼ଶାରେ (Odisha) ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟକୁ ନେଇ ଖୁବ୍ ଶିଘ୍ର ଘୋଷଣା ହୋଇପାରେ। ଉଭୟ ଦଳର ନେତା କହିଛନ୍ତି ଯେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଆସନ ବାଣ୍ଟିବା ଆଲୋଚନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି, କେବଳ ମୋହର ଲାଗିବା ବାକି ରହିଛି। ସୂତ୍ରରୁ ପ୍ରକାଶ ଯେ ଲୋକସଭା ଆସନ ପାଇଁ ଉଭୟ ଦଳରେ ସିଟ୍ ସେୟାର ସ୍ଥିର ହୋଇ ସାରିଛି, କିନ୍ତୁ ବିଧାନସଭା ଆସନ ସମ୍ପର୍କରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ। ବର୍ତ୍ତମାନର ଖବର ମୁତାବକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ଏକ ବୌଠକ ହେବ ଓ ଏହି ଦ୍ୱନ୍ଦ୍ୱ ମଧ୍ୟ ଗୁରୁବାର ଦିନ ସମାଧାନ ହୋଇପାରେ।

H.7.Holi Special Trains 2024: ଆସୁଛି ରଙ୍ଗର ପର୍ବ ହୋଲି (Holi) । ତେବେ ଏହି ରଙ୍ଗର ପର୍ବକୁ ଆହୁରି ଖାସ୍ କରିବା ପାଇଁ ପୂର୍ବତଟ ରେଳପଥ (East Coast Railway)  ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ହୋଲି ବେଳେ ଯାତ୍ରୀଙ୍କ ଚାହିଦା ଓ ଗୁରୁତ୍ବପୂରର୍ଣ୍ଣ ରୁଟରେ ଚାଲୁଥିବା ନିୟମିତ ଟ୍ରେନରେ ଅତିରିକ୍ତ ଭଡ଼ା ଦୂର କରିବା ନେଇ ସ୍ବତନ୍ତ୍ର ଟ୍ରେନ୍ (Special Train) ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।ଖବର ଅନୁଯାୟୀ, ଏହି ଜୋନ ପରିସୀମା ମଧ୍ଯରେ ୫ ଯୋଡ଼ା ହୋଲି ସ୍ପେଶାଲ ଟ୍ରେନ୍, ପୁନେ, ପାଟଣା, ନିଜାମୁଦ୍ଦିନ ଷ୍ଟେସନକୁ ଚାଲିବ । ସମ୍ବଲପୁର-ପୁନେ- ସମ୍ବଲପୁର ହୋଲି ସ୍ପେଶାଲ ଟ୍ରେନ୍ ( ୦୮୩୨୭, ୦୮୩୨୮) ମାର୍ଚ୍ଚ ୧୭ରୁ ୩୧ ମଧ୍ଯରେ ପ୍ରତି ରବିବାର ସମ୍ବଲପୁରରୁ ରାତି ୧୦ଟାରେ ଛାଡ଼ିବ । ଫେରିବା ବାଟରେ ଏହା ପୁନେରୁ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ମଧ୍ଯରେ ପୁନେରୁ ପୂର୍ବାହ୍ନ ୯ଟା ୧୫ ମିନିଟ୍ ରେ ଛାଡ଼ିବ । ଏହି ଟ୍ରେନ୍ ବରଗଡ଼ ରୋଡ଼, ବାଲଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ରାୟପୁର ଭଳି ୨୧ଟି ଷ୍ଟେସନରେ ରହଣି କରିବ।

H.8.ବୁର୍ଲା ଭୀମସାରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ ଜୁନିଅର ଡାକ୍ତର ଆସୋସିଏସନ । ଜରୁରୀ ସେବାକୁ ଛାଡିଦେଲେ ଓପିଡି ଓ ଇନଡୋର ଡ୍ୟୁଟିରୁ ନିଜକୁ ନିବୃତ୍ତ ରଖିବେ ଡାକ୍ତରୀ ଛାତ୍ରଛାତ୍ରୀ । ରୋଗୀ ସେବା ଉପରେ ଏହି ଆନ୍ଦୋଳନର ପ୍ରଭାବ ପଡିବାର ଆଶଙ୍କା ରହିଛି । ବୁର୍ଲା ଭୀମସାର ଅଧ୍ୟକ୍ଷାଙ୍କ ବଦଳି ସମେତ ବୁର୍ଲାକୁ ସୁପରସ୍ପେଶିଆଲିଷ୍ଟ ହସ୍ପିଟାଲ, ସେଂଟ୍ରାଲ ଲାଇବ୍ରେରୀ ନିର୍ମାଣ, ସିସିଟିଭି ଲଗାଇବା ଭଳି ବିଭିନ୍ନ ଦାବି ନେଇ ଡାକ୍ତରୀ ଛାତ୍ରଛାତ୍ରୀ ସରକାରଙ୍କୁ ୭ଦିନର ମହଲତ ଦେଇଥିଲେ । ଏହି ମହଲତ ଶେଷ ହୋଇଥିବା ବେଳେ ଆଜିଠୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବୁର୍ଲା ଜୁନିଅର ଡାକ୍ତର ଆସୋସିଏସନ ପକ୍ଷରୁ କୁହାଯାଇଛି।

H.9.୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଭୋରରୁ ବରୁଣେଇ ପୀଠ ଆସି ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁବ୍ୟବସ୍ଥିତ ପାଇଁ ପଦକ୍ଷେପ ବାବଦରେ ପଚାରି ବୁଝିଛନ୍ତି। ସେହିପରି ମନ୍ଦିରର ରୂପାନ୍ତର କାମ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି।

H.10.ମାର୍ଚ୍ଚ ୧୩ ତାରିଖ ବୁଧବାର ଭର୍ଚ୍ୟୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୨୯ ନୂତନ ପୋଲିସ୍ ଷ୍ଟେସନ୍, ଆଉଟପୋଷ୍ଟ ଏବଂ ଏସଡିପିଓ ବିଲ୍ଡିଂ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି ତଥା ବୈଷୟିକ ଜ୍ଞାନକୌଶଳର ଏହି ବୃହତ ବୃଦ୍ଧି ସହିତ ଓଡ଼ିଶା ପୋଲିସ୍ ଅଧିକ ବୃତ୍ତିଗତ ଆଭିମୁଖ୍ୟ ସହିତ ଲୋକଙ୍କ ସେବା କରିବ। ଏକ ସୁରକ୍ଷିତ ଓଡିଶା ଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ସେ ଏହି ପ୍ରୟାସରେ ସମ୍ପୃକ୍ତ ରହିଥିବା ପୋଲିସ ଫୋର୍ସ ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।