TOP 10 NEWS TODAY: ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2223714

TOP 10 NEWS TODAY: ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

TOP 10 NEWS TODAY: ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 26 April | Evening

1.Lok Sabha Election 2024 Phase 2 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା 
ଦ୍ୱିତୀୟ ପର୍ଯ୍ୟାୟର ୧୨ ରାଜ୍ୟର ୮୮ ଲୋକସଭା ଆସନରେ ହୋଇଥିଲା ମତଦାନ। ଏହି ପର୍ଯ୍ୟାୟରେ ୧୨୦୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ୧୫.୮୮ କୋଟି ଭୋଟର।  ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୨୦, କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟ ପ୍ରଦେଶର ୬, ଆସାମର ୫, ବିହାରର ୫, ପଶ୍ଚିମବଙ୍ଗର ୩, ଛତିଶଗଡ଼ର ୩, ଜମ୍ମୁ କଶ୍ମୀର, ମଣିପୁର ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ଶେଷ ହୋଇଛି ଭୋଟ ଗ୍ରହଣ।  

2.Lok Sabha Election 2024 Phase 2 Voting Percentage: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୨୬ ତାରିଖ ଶୁକ୍ରବାର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ଏବଂ ବିହାରରେ ସର୍ବନିମ୍ନ ମତଦାନ ହୋଇଥିବାର ରେକର୍ଡ କରାଯାଇଛି। ଆସାମରେ ୭୦.୬୬, ବିହାରରେ ୫୩.୦୩, ଛତିଶଗଡ଼ରେ ୭୨.୧୩, ଜାମୁ କାଶ୍ମୀରରେ ୬୭.୨୨, କର୍ଣ୍ଣାଟକରେ ୬୩.୯୦, କେରଳରେ ୬୩.୯୭, ମଧ୍ୟ ପ୍ରଦେଶରେ ୫୪.୮୩, ମହାରାଷ୍ଟ୍ରରେ ୫୩.୫୧, ମଣିପୁରରେ ୭୬.୦୬, ରାଜସ୍ଥାନରେ ୫୯.୧୯, ତ୍ରିପୁରାରେ ୭୬.୨୩, ଉତ୍ତର ପ୍ରଦେଶରେ ୫୨.୬୪, ପଶ୍ଚିମବଙ୍ଗରେ ୭୧.୮୪ ପ୍ରତିଶତ ମତଦାନ ହୋଇଥିବାର ଜଣାପଡ଼ିଛି। 

3. CBI Raid In Sandeshkhali: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା (ସିବିଆଇ) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଚଢାଉ ଜାରିରଖିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଶୁକ୍ରବାର ପଶ୍ଚିମବଙ୍ଗ ସନ୍ଦେଶଖାଲି ଅଞ୍ଚଳର ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା। ଚଢାଉ କରିବା ସମୟରେ ସିବିଆଇ ବିଦେଶୀ ପିସ୍ତଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଥିଲା। ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି।

4. Free Rail Neer Water Bottle: ଯଦି ଆପଣ ରାଜଧାନୀ, ଶତାବ୍ଦୀ, ବନ୍ଦେ ଭାରତ ଏକ୍ସପ୍ରେସ ପରି ପ୍ରିମିୟମ ଟ୍ରେନ ଯୋଗେ ଯାତ୍ରା କରୁଥାନ୍ତି, ତାହେଲେ ଯାତ୍ରା ସମୟରେ ଆପଣଙ୍କୁ ପାଣି ବୋତଲ ଯୋଗାଇ ଦେଇଥାଏ ରେଳବାଇ। ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭ କରିବା ମାତ୍ରେ ୧ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଇଥାଏ। ହେଲେ ବର୍ତ୍ତମାନ ରେଳବାଇ ଏହାର ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ବନ୍ଦେ ଭାରତ  ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ କେବଳ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯିବ।

5.Chardham Yatra 2024: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏନେଇ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇସାରିଛି। ଏଥର ମଧ୍ୟ ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଧାମ ଯାତ୍ରା ପାଇଁ ପଞ୍ଜୀକୃତ ଯାତ୍ରୀଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବାର ଜଣାପଡ଼ିଛି। 

6.Supreme Court on EVM-VVPAT: ନିର୍ବାଚନର ସମସ୍ତ ଭୋଟ୍‍ ପୁଣିଥରେ ଯାଞ୍ଚ କରିବା ତଥା ଶତପ୍ରତିଶତ ଭିଭିପାଟ୍‍ ମସିନ୍‍ ସଂଯୁକ୍ତ କରିବା ନେଇ ଦାଖଲ ହୋଇଥିବା ସମସ୍ତ ମାମଲାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍‍ କୋର୍ଟ। ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥାନ ଉପରେ ବିଶ୍ୱାସ ଏବଂ ପରସ୍ପର ଭିତରେ ସହଭାଗୀତା ହିଁ ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। କିନ୍ତୁ ଯଦି ପ୍ରାର୍ଥୀ ଚାହିଁବେ ତାହାଲେ ଭୋଟ ଗ୍ରହଣ ପରେ ମାଇକ୍ରୋ କଣ୍ଟ୍ରୋଲର ଯାଞ୍ଚ କରିପାରିବେ। ହେଲେ ଏହାର ସମସ୍ତ ଖର୍ଚ୍ଚ ପ୍ରାର୍ଥୀ ନିଜେ ବହନ କରିବେ।

7. WhatsApp May stop its service in India: ଭାରତରେ ନିଜର ସେବା ବନ୍ଦ କରିବାକୁ ହ୍ୱାଟସ୍ ଆପ୍ ଚେତାବନୀ ଦେଇଛି। ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକ ମାମଲାରେ କମ୍ଫାନୀ ଦିଲ୍ଲୀ ଉଚ୍ଚ ନ୍ୟାୟଳୟଙ୍କୁ କହିଦେଇଛି ଯେ ଯଦି ଆମକୁ (କମ୍ପାନୀ) ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ, ତାହେଲେ ଭାରତରେ ସେବା ବନ୍ଦ କରି ଦିଆଯିବ। 

8. Delhi Court Rejects Brij Bhushan Sharan Singhs Plea: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ  ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ କୋର୍ଟ। ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାର ଅଧିକ ଯାଞ୍ଚ ଏବଂ ଜଣେ ପ୍ରଶିକ୍ଷକଙ୍କ କଲ୍ ସବିଶେଷ ରେକର୍ଡ ଦେବା ପାଇଁ କରିଥିବା ଆବେଦନକୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଘଟଣା ଦିନ ସେ ଭାରତରେ ନଥିଲେ ବୋଲି ବ୍ରିଜ ଭୂଷଣ ଶରଣ ସିଂହ ଦାବି କରିଥିଲେ।

9. Heatwave 2024 Odisha: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ସେଲିସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯାାହର ପ୍ରଭାବରେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରିରହିବ। ସେହିପରି କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହ ଜନିତ ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି

10.10. IPL Match Today 2024: ଅପ୍ରେଲ ୨୬ ତାରିଖ ଶୁକ୍ରବାର କୋଲକାତା ସ୍ଥିତ ଇଡେନ ଗାର୍ଡେନ ଠାରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯାଇଥିବା ୪୨ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୨୬୧ ରନ୍ ସଂଗ୍ରହ କରିଥିଲା। ୨୬୨ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ୪ ଓଭର ଖେଳ ପର୍ଯ୍ୟନ୍ତ କୌଣସି ୱିକେଟ ନ ହରାଇ ୫୭ ରନ୍ ସଂଗ୍ରହ କରିଛି।