ଆଜି ଘୋଷଣା ହେବ ନିର୍ବାଚନ ତାରିଖ । ଆଜି ଅପରାହ୍ନ ୩ଟା ବେଳେ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ଲୋକସଭା ସହ ଓଡ଼ିଶା (Odisha), ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ।
Trending Photos
H.1. Election Date: ଆଜି ଘୋଷଣା ହେବ ନିର୍ବାଚନ ତାରିଖ । ଆଜି ଅପରାହ୍ନ ୩ଟା ବେଳେ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ । ଲୋକସଭା ସହ ଓଡ଼ିଶା (Odisha), ସିକ୍କିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ। ଏହାସହ ପୂରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ।
H.2. Cabinet Meeting: ଆଜି ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଯେହେତୁ ନିର୍ବାଚନ ଆଗକୁ ରହିଛି। ନବୀନଙ୍କ ପଞ୍ଚମ ପାଳିର ଏହି ଶେଷ କ୍ୟାବିନେଟ୍ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ବିଭିନ୍ନ ବିଭାଗର ପ୍ରାୟ ୨୦ରୁ ଅଧିକ ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଜଣାପଡିଛି।
H.3. Weather Report: ଲଗାତାର ଗରମ ଲାଗି ରହିବା ପରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି କୋହଲା ପାଗ। ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍(Trough line) ସୃଷ୍ଟି ହୋଇଛି। ଏହି ଟ୍ରଫ୍ ଲାଇନ୍ ପ୍ରଭାବରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ପାଣିପାଗ କେନ୍ଦ୍ର ଆକଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
H.4. Odisha News: ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ବନ୍ୟପ୍ରାଣୀଙ୍କ ସହ ସେଲଫି ନେଇ ହେବନି କି ଯଦିଓ ନେଇଛ ତାହା ହେଲେ ଏହାକୁ ସୋସିଆଲ୍ ମିଡି଼ଆରେ ପୋଷ୍ଟ କରି ହେବନି। ଯଦିଓ ବନ୍ୟପ୍ରାଣୀଙ୍କ ସହ କେହି ସେଲଫି ନେଇ ଫଟୋ ପୋଷ୍ଟ କରୁଥିବା ନଜର ଆସନ୍ତି। ତେବେ, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ପିସିସିଏଫ୍ ନୋଟିସ୍ ଜାରି କରିଛନ୍ତି। ବନ୍ୟପ୍ରାଣୀଙ୍କ ସହ ସେଲଫି କିମ୍ବା ଫଟୋ ପୋଷ୍ଟ ବାରଣ ନେଇ ସୋସିଆଲ୍ ମିଡିଆରେ ସଚେତନତା ସୃଷ୍ଟି କରିବାକୁ ଏକ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଡିଏଫଓ, ଶିମିଳିପାଳ ଓ ନନ୍ଦନକାନନ ନିର୍ଦ୍ଦେଶକଙ୍କୁ ପିସିସିଏଫ୍ ଚିଠି କରିଛନ୍ତି।
H.5. Odisha News: ପୁଣି ବଦଳିଲେ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ।ଗତ ଦୁଇମାସରେ ବଦଳିଲେଣି ୩ ପୌର କାର୍ଯ୍ୟିନିର୍ବାହି ଅଧିକାରୀ। ନିର୍ବାଚନ(Election) ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳୁଛନ୍ତି ଅଧିକାରୀ। ସରୋଜ କୁମାର ସ୍ବାଇଁ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ପୁରୀରେ କାର୍ଯ୍ୟ କରିଥିବାରୁ ବଦଳି ହୋଇ ତାଙ୍କ ସ୍ଥାନରେ ମନୋଜ ବେହେରା ଦାୟିତ୍ଵ ନେଇଥିଲେ।ତେବେ ମନୋଜଙ୍କୁ ମଧ୍ୟ ବଦଳି କରାଯିବା ପରେ ବିରୋଧ ଯୋଗୁଁ ସ୍ଥଗିତ କରାଯାଇଥିଲା ମାତ୍ର ପରେ ପୁଣି ତାଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ବି ଡି ଏର ଅତିରିକ୍ତ କମିଶନର ତଥା ଓ ଏ ଏସ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ଆଜି ପୁଣି ଥରେ ଓଡ଼ିଶା ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଓ ଏମ ସି ର ଜେନେରାଲ ମ୍ୟାନେଜର ଭାବରେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଢେଙ୍କାନାଳ ଉପ ଜିଲ୍ଲାପାଳ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତି ପାଇଛନ୍ତି ଆସନ୍ତାକାଲି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକାରୀ ବଦଳି ପ୍ରକ୍ରିୟା ଜାରି ରହିଛି ।
H.6. Odisha News: ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (POP) ଅନୁଷ୍ଠିତ ହୋଇଯାଇଛି। ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ୩୯୪୬ ମହିଳା ଅଗ୍ନିବୀରଙ୍କ ସମେତ ମୋଟ ୨୬୩୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହୋଇଛି। ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟାସ୍ତ ପରେ ପିଓପିର ସମୀକ୍ଷା କରିଥିଲେ। ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ମଧ୍ୟ ଏହି ପାସିଙ୍ଗ ଆଉଟ୍ ପ୍ୟାରେଡରେ ଉପସ୍ଥିତ ଥିଲେ।
H.7. ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା ଜାରି ରହିଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏୟାରଲିଫ୍ଟ କରି ଶୁକ୍ରବାର ଦିନ ସମ୍ବଲପୁରରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ତାଙ୍କ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ଆଖି ଓ ନାକରେ ଆଘାତ ଲାଗିଛି । ପ୍ରସନ୍ନଙ୍କ ଦେଖା କରିବା ପାଇଁ ଏବେ ବିଭିନ୍ନ ଦଳର ନେତାଙ୍କ ଭିଡ ଡାକ୍ତରଖାନାରେ ଲାଗିଛି । ସନ୍ଧ୍ୟାରେ ବହୁ ବରିଷ୍ଠ ରାଜନେତା ମେଡିକାଲ ଆସି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଖା କରିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।
H.8.Odisha Govt Latest Decision: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ତଥା କର୍ମଚାରୀଙ୍କ ଲାଗି ନୂତନ ସେବା ସୁବିଧା ଅନୁମୋଦନ କରିଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନାକୁ (Modified Assured Career Progression Scheme) ସରଳ କରାଯାଇଛି। ଏବେ ୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନକୁ ଭିତ୍ତି କରି ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନା ନିର୍ଣ୍ଣୟ କରାଯିବ।
H.9. ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ(Arvind Kejriwal)। କେଜ୍ରିଓ୍ବାଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ପକ୍ଷରୁ ଦାଖଲ ହୋଇଥିବା ସାନି ଅଭିଯୋଗ କ୍ରମେ କୋର୍ଟରେ ସେ ହେବେ ହାଜର । ଅତିରିକ୍ତ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ଯା ମାଲହୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ସେ କୋର୍ଟରେ ହାଜର ହେବେ । ଦିଲ୍ଲୀ ମଦନୀତି ମାମଲାରେ ବାରମ୍ବାର ସମନ ସତ୍ତ୍ବେ ଇଡିରେ ହାଜର ହେଉନଥିବା କାରଣକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
H.10. KCR Daughter Kavitha Arrest: ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ବୁଧବାର ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢାଇ କରିଥିଲା ଇଡ଼ି ଟିମ୍। ଗିରଫ କରିବା ପରେ ଇଡି ଟିମ୍ କବିତାଙ୍କୁ ଦିଲ୍ଲୀ ଆଣୁଛି। ଶୁକ୍ରବାର ହାଇଦ୍ରାବାଦ ସ୍ଥିତ ତାଙ୍କ ବାସଭବନରେ ଇଡ଼଼ି ଟିମ୍ ଚଢାଉ କରିବା ସମୟରେ ଆୟକର ବିଭାଗ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ ଚଢାଉ ବେଳେ ଭାରୀ ମାତ୍ରାରେ ପୋଲିସ ପୋଲିସ ବଳ କେନ୍ଦ୍ରୀୟ ଏଜେନ୍ସି ସହ ଉପସ୍ଥିତ ରହିଥିଲେ।