World Cup 2023: ବିଶ୍ୱକପ୍ ବେଳେ ଏହି ଟିମକୁ ବଡ଼ ଝଟକା, ବରଖାସ୍ତ ହେଲା ପୂରା କ୍ରିକେଟ୍ ବୋର୍ଡ...
Advertisement
Article Detail0/zeeodisha/odisha1946949

World Cup 2023: ବିଶ୍ୱକପ୍ ବେଳେ ଏହି ଟିମକୁ ବଡ଼ ଝଟକା, ବରଖାସ୍ତ ହେଲା ପୂରା କ୍ରିକେଟ୍ ବୋର୍ଡ...

World Cup 2023: ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ଗୋଟିଏ ଦଳର ସମ୍ପୂର୍ଣ୍ଣ କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରାଯାଇଛି। ଏହି ବଡ କାର୍ଯ୍ୟାନୁଷ୍ଠାନ କ୍ରୀଡ଼ା ମନ୍ତ୍ରୀ ନେଇଛନ୍ତି। ଏହି ଦଳର କ୍ରମାଗତ ଖରାପ ପ୍ରଦର୍ଶନ ପରେ ଏହି ବଡ ନିଷ୍ପତ୍ତି ନିଆଯାଇଛି। 

World Cup 2023: ବିଶ୍ୱକପ୍ ବେଳେ ଏହି ଟିମକୁ ବଡ଼ ଝଟକା, ବରଖାସ୍ତ ହେଲା ପୂରା କ୍ରିକେଟ୍ ବୋର୍ଡ...

World Cup 2023: ବିଶ୍ୱକପ ଚାଲିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଟିମର(Srilanka Team) ଖରାପ ପ୍ରଦର୍ଶନ ଯୋଗୁ ସମ୍ପୂର୍ଣ୍ଣ କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରାଯାଇଛି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିକଟରେ ଭାରତ ବିପକ୍ଷରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ଅତି ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲା। ଏ ନେଇ ଏପରି ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ।

ବିଶ୍ୱକପ ୨୦୨୪ରେ କ୍ରମାଗତ ନିରାଶାଜନକ ପ୍ରଦର୍ଶନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଆଜି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିଛି। ବିଶ୍ୱକପରେ(World cup-2023) ଭାରତ ଠାରୁ ଲଜ୍ଜାଜନକ ପରାଜୟର କିଛି ଦିନ ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ ଏହି ବଡ ପଦକ୍ଷେପ ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଦେ ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୁର୍ଣ୍ଣ ବୋର୍ଡକୁ ହଟାଇ ଦିଆଯାଇଛି।

କ୍ରିକେଟ୍ ବୋର୍ଡକୁ ବରଖାସ୍ତ କରିବା ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ବିଶ୍ୱକପ ବିଜେତା ଅଧିନାୟକ ଅର୍ଜୁନ ରାଣାଟୁଙ୍ଗାଙ୍କୁ(Arjun Ranatunga) ଏହି କମିଟିର ସଭାପତି କରାଯାଇଛି। ରଣତୁଙ୍ଗାଙ୍କ ସହ ସୁପ୍ରିମକୋର୍ଟର ଦୁଇଜଣ ଅବସରପ୍ରାପ୍ତ ବିଚାରପତି ମଧ୍ୟ ବୋର୍ଡର ୭ ଜଣିଆ କମିଟିରେ ଅନ୍ତର୍ଭୁକ୍ତ ହେବେ। ବିଶ୍ୱକପ ମଧ୍ୟରେ ଦେଶର କ୍ରୀଡା ମନ୍ତ୍ରଣାଳୟର ଏହା ଏକ ବଡ ପଦକ୍ଷେପ।

ନିକଟରେ ହୋଇଥିବା ଭାରତ-ଶ୍ରୀଲଙ୍କା ଲିଗ୍ ମ୍ୟାଚ୍ ରେ ଶ୍ରୀଲଙ୍କା ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା | ପ୍ରଥମେ ବ୍ୟାଟିଂ କରି ଭାରତ ୩୫୭ ରନ୍ କରିଥିଲା, ଏହାର ପରେ ଶ୍ରୀଲଙ୍କା ୧୧ ୱିକେଟ ହରେଇ ମାତ୍ର ୫୫ ରନ୍ କରିଥିଲା। ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚ ମଧ୍ୟରୁ ମାତ୍ର ୨ଟି ମ୍ୟାଚ୍ ଜିତିଥିବା ବାକି ସମସ୍ତ ମ୍ୟାଚ୍ ହାରିଛି। ​

Also Read: Virat Kohli: ଡ୍ରେସିଂ ରୁମ୍ ଭିତରେ ଏହିପରି ଜନ୍ମଦିନ ପାଳନ କଲେ ବିରାଟ, ଦେଖନ୍ତୁ ଭିଡିଓ....