Team India: ପୁଣି ରେର୍କଡ଼ କଲା ଭାରତ, ୩ଟି ଯାକ ଫର୍ମାଟରେ ୧ ନମ୍ବର
Advertisement
Article Detail0/zeeodisha/odisha2149644

Team India: ପୁଣି ରେର୍କଡ଼ କଲା ଭାରତ, ୩ଟି ଯାକ ଫର୍ମାଟରେ ୧ ନମ୍ବର

Team India: ଇଂଲଣ୍ତ ବିପକ୍ଷ ସିରିଜ ଜିତିବା ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ସ୍ଥାନ ହାସଲ କରିଛି ଭାରତ (Team India)। ତେବେ ଖାଲି ଟେଷ୍ଟ କ୍ରିକେଟ୍ ନୁହେଁ ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ତିଆ ଏକ ନମ୍ବର ସ୍ଥାନରେ ରହିଛି । 

Team India: ପୁଣି ରେର୍କଡ଼ କଲା ଭାରତ, ୩ଟି ଯାକ ଫର୍ମାଟରେ ୧ ନମ୍ବର

Team India: ଇଂଲଣ୍ତ ବିପକ୍ଷ ସିରିଜ ଜିତିବା ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ସ୍ଥାନ ହାସଲ କରିଛି ଭାରତ (Team India)। ତେବେ ଖାଲି ଟେଷ୍ଟ କ୍ରିକେଟ୍ ନୁହେଁ ତିନିଟି ଯାକ ଫର୍ମାଟରେ ଟିମ୍ ଇଣ୍ତିଆ ଏକ ନମ୍ବର ସ୍ଥାନରେ ରହିଛି । ଧର୍ମଶାଳାରେ ଖେଳା ଯାଉଥିବା ୫ମ ଟେଷ୍ଟରେ ଇଂଲଣ୍ତକୁ ଧୂଳି ଚଟାଇଛି ଟିମ୍ ଇଣ୍ତିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତିଛି ଭାରତ । ତେବେ ଏହି ବିଶାଳ ବିଜୟ ସହ ଭାରତୀୟ ଦଳ ୧୧୨ ବର୍ଷ ପୁରୁଣା ରେକର୍ଡ଼ ସହ ସମକକ୍ଷ ହୋଇଛି ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତ ପରାଜିତ ହୋଇଥିଲା । ଏହାପରେ ରୋହିତ ବାହିନୀର ଦମଦାର କମବ୍ୟାକ୍ ଅବଶିଷ୍ଟ ୪ଟି ମ୍ୟାଚ୍ ଜିତି ସିରିଜକୁ କବଜା କରିନେଇଛି । ଟେଷ୍ଟ ଇତିହାସରେ ଏମିତି ଚତୁର୍ଥ ଥର ଘଟିଛି, ଯେହେ କୌଣସି ଦଳ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ପରେ ଲଗାତାର ଚାରୋଟି ମ୍ୟାଚ୍ ଜିତି ସିରିଜ ନିଜ ନାଁରେ କରିଛି । ଇଂଲଣ୍ଡ ବିରୋଧରେ ସିରିଜ୍ ଜିତି ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହ ଟେଷ୍ଟରେ ରାଙ୍କିଙ୍ଗରେ ଦଳ ଅଷ୍ଟ୍ରେଲିଆକୁ ମଧ୍ଯ ପଛରେ ପକାଇଛି । ଭାରତ ପାଖରେ ୧୨୨ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୭ ପଏଣ୍ଟ ରହିଛି । ସେହିଭଳି ୧୧୧ ପଏଣ୍ଟ ସହ ଇଂଲଣ୍ଡ ଟେଷ୍ଟ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଛି । ସେପଟେ ଦିନିକିଆ ଓ ଟି-୨୦ ଫର୍ମାଟ ମଧ୍ଯ ଟପରେ ରହିଛି ଟିମ୍ ଇଣ୍ଡିଆ । ଦିନିକିଆରେ ଭାରତର ପଏଣ୍ଟ ୧୨୧ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ପାଖରେ ୧୧୮ ପଏଣ୍ଟ ରହିଛି । ସେହିପରି ଟି-୨୦ରେ ଭାରତ ପାଖରେ ୨୬୬ ରେଟିଂ ପଏଣ୍ଟ ରହିଛି । ୨୫୬ ପଏଣ୍ଟ ସହ ଇଂଲଣ୍ଡ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ- BCCI Contract: କେନ୍ଦ୍ରୀୟ ଚୁକ୍ତିରୁ ଇଶାନ ଓ ଶ୍ରେୟସ ବାଦ ପଡ଼ିବା ମାମଲାରେ ମୁହଁ ଖୋଲିଲେ ଦ୍ରାବିଡ଼

ପ୍ରକାଶ ଥାଉ କି, ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳ ତିନିଟି ଯାକ ଫର୍ମାଟରେ ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ରହିଛି । ୨୦୨୩ ସେପ୍ଟେମ୍ବର ମାସରୁ ଚଳିତବର୍ଷ ଜାନୁଆରୀ ଯାଏଁ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିଲା । ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ୧-୧ରେ ଡ୍ର ରହିବା ପରେ ଭାରତ ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲା । ହେଲେ ଇଂଲଣ୍ଡ ବିରୋଧରେ ୪-୧ ସିରିଜ୍ ବିଜୟ ପୁଣି ଭାରତକୁ ଏକ ନମ୍ବର ସ୍ଥାନକୁ ପହଞ୍ଚାଇ ଦେଇଛି ।