Pakistan Cricket: ପାକିସ୍ତାନରେ କେବଳ ଏପରି ହୋଇପାରେ! କ୍ରିକେଟ୍ ଟିମକୁ ସେନା ଦେଉଛି ଅଜବ ତାଲିମ; ଭିଡିଓ ଭାଇରାଲ୍
Advertisement
Article Detail0/zeeodisha/odisha2192123

Pakistan Cricket: ପାକିସ୍ତାନରେ କେବଳ ଏପରି ହୋଇପାରେ! କ୍ରିକେଟ୍ ଟିମକୁ ସେନା ଦେଉଛି ଅଜବ ତାଲିମ; ଭିଡିଓ ଭାଇରାଲ୍

Pakistan Cricket Team: ପାକିସ୍ତାନ କ୍ରିକେଟ୍ ଦଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଖେଳାଳି ମାନେ ସୈନିକଙ୍କ ସହ ସେନାର ଯୋଗଦେବା ପରି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବହୁତ ମିମ୍ସ ଭାଇରାଲ ହେଉଛି।

 

Pakistan Cricket Team

Pakistan Cricket Team: ପାକିସ୍ତାନରୁ ଅନେକ ଅଜବ ଘଟଣାର ଭିଡିଓ ପ୍ରାୟତଃ ଦେଖିବାକୁ ମିଳିଥାଏ। ଏଥର ପାକିସ୍ତାନୀ କ୍ରିକେଟ୍ ଦଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳେ ଯେ ପାକିସ୍ତାନୀ କ୍ରିକେଟ୍ ଟିମ୍ ତାଲିମ ନେଉଛନ୍ତି, ଯେପରି ତାଙ୍କୁ ସେନାରେ ଯୋଗଦେବାକୁ ପଡିବ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ପରିହାସ କରୁଛନ୍ତି। ଲୋକମାନେ ପ୍ରଶ୍ନ ପଚାରୁଛନ୍ତି ଯେ ପାକିସ୍ତାନୀ କ୍ରିକେଟ୍ ଦଳ କ୍ରିକେଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିବ ଯେ ନସିମ ଶାହା, ମହମ୍ମଦ ରିଜୱାନ, ଇଫ୍ତିକାର ଅହମ୍ମଦ ସେନାବାହିନୀ ସହିତ ଡ୍ରିଲ କରୁଛନ୍ତି। ସେମାନେ ସ୍ନାଇପର ସୁଟିଂ କରିବା, ବଡ଼ ବଡ଼ ପଥର ଉଠାଇ ପାହଡ ଚଢୁଥିବା ନଜର ଆସୁଛନ୍ତି।

ଅନେକ ଲୋକ କହୁଛନ୍ତି ଯେ ଏହି ଉପାୟରେ ଖେଳାଳିମାନେ ଆହତ ହୋଇପାରନ୍ତି ଓ ସେମାନଙ୍କର କ୍ରିକେଟ୍ କ୍ୟାରିୟର ମଧ୍ୟ ନଷ୍ଟ ହୋଇପାରେ। ଯଦି ସେମାନେ ପର୍ବତ ଉପରକୁ ଯିବାବେଳେ ଖସିପଡ଼ନ୍ତି ତେବେ ସେମାନେ ଆହତ ହୋଇପାରନ୍ତି। ଅମ୍ପାୟାର ରିଚାର୍ଡ କେଟଲବୋରୋ ପଚାରିଛନ୍ତି ଯେ, ପାକିସ୍ତାନ ଦଳ କେଉଁ ମିଶନ ପାଇଁ ପ୍ରସ୍ତୁତ ହେଉଛି? ଏହି ପ୍ରକାର ପ୍ରଶିକ୍ଷଣ ଖେଳାଳିଙ୍କ ପାଇଁ ଆଘାତ ମଧ୍ୟ ଦେଇପାରେ। ଏହି ଲୋକମାନେ କ'ଣ କରୁଛନ୍ତି ଭଗବାନ ହିଁ ଜାଣନ୍ତି।

ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନର କ୍ରିକେଟ୍ ଦଳ ବର୍ତ୍ତମାନ ଏବଟାବାଦର ଆର୍ମି ସ୍କୁଲରେ ତାଲିମ ନେଉଛନ୍ତି। କୁହାଯାଉଛି ଦଳ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି। ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂତନ ଚେୟାରମ୍ୟାନ୍ ମୋହସିନ୍ ନାକଭି କହିଛନ୍ତି ଯେ ସେ ଖେଳାଳିଙ୍କ କ୍ଷେତ୍ରରେ ବଡ଼ ଉନ୍ନତି ଚାହୁଁଛନ୍ତି ଯାହା ଦ୍ୱାରା ସେମାନେ ପାୱାରଫୁଲ ସଟ୍ ମାରି ପାରିବେ। ସେଥିପାଇଁ ସେନାଙ୍କ ତତ୍ତ୍ୱାବଧାନରେ ସେମାନଙ୍କ ତାଲିମ ନିଆଯାଉଛି। କହିରଖୁଛୁ ଯେ ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ।