Punjab kings: ଦୀର୍ଘ ୭ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର
Advertisement
Article Detail0/zeeodisha/odisha2002459

Punjab kings: ଦୀର୍ଘ ୭ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର

Punjab kings: ପଞ୍ଜାବ କିଙ୍ଗ୍ସକୁ (Punjab Kings) ଫେରିଲେ ସଞ୍ଜୟ ବାଙ୍ଗର (Sanjay Bangar) । ୭ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦଳକୁ ଫେରିଛନ୍ତି ଟିମ୍ ଇଣ୍ତିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । 

ସୌ(ସୋସିଆଲ ମିଡିଆ)

Punjab kings: ପଞ୍ଜାବ କିଙ୍ଗ୍ସକୁ (Punjab Kings) ଫେରିଲେ ସଞ୍ଜୟ ବାଙ୍ଗର (Sanjay Bangar) । ୭ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦଳକୁ ଫେରିଛନ୍ତି ଟିମ୍ ଇଣ୍ତିଆର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ସୂଚନାଯୋଗ୍ୟ, ୨୦୧୪ ମସିହାରୁ ସଞ୍ଜୟ ବାଙ୍ଗର ଆଇପିଏଲରେ (IPL) ପଞ୍ଜାମ ଟିମ୍ (Punjab Kings) ସହ ଜଡ଼ିତ ଥିଲେ । ୨୦୧୪ରେ ସେ ସହାୟକ କୋଚ୍ ଭାବେ ଦଳର ଦାୟିତ୍ବ ତୁଲାଇଥିଲେ । ସେହି ବର୍ଷ ଦଳ ପ୍ରଥମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ସେ ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ସେତେବେଳେ ଦଳର ନାମ କିଙ୍ଗ୍ସ ଇଲେଭେନ ପଞ୍ଜାବ (king 11 punjab) ଥିଲା ।

ଏହା ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ (Royal Challengers Bangalore) ଯୋଗ ଦେଇଥିଲେ । ୨ ବର୍ଷ ପାଇଁ ସେ ବାଙ୍ଗାଲୋରର ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ତୁଲାଇଥିଲେ । ତେବେ ଦୀର୍ଘ ୭ ବର୍ଷ ପରେ ସଞ୍ଜୟଙ୍କୁ ପୁଣି ଥରେ ଦଳର ଗୁରୁ ଦାୟିତ୍ବ ଦିଆଯାଇଛି । ଆଗାମୀ ସିଜନରେ ସେ ପଞ୍ଜାବ କ୍ରିକେଟ୍ ବିକାଶର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇବେ । ଦଳକୁ ଫେରିବା ପରେ, ‘ପଞ୍ଜାବ କିଙ୍ଗ୍ସ ସହ ପୁଣିଥରେ ରହିବା ମୋ ପାଇଁ ସମ୍ମାନର କଥା ବୋଲି ସେ ମତ ଦେଇଛନ୍ତି’ ।

ପ୍ରକାଶ ଥାଉ କି, ଆଇପିଏଲ ୨୦୨୪ (IPL 2024) ସିଜିନ୍‌ ପାଇଁ ଆସନ୍ତା ୧୯ ତାରିଖରେ ମିନି ଅକ୍ସନ ଅନୁଷ୍ଠିତ ହେବ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଭାରତ ବାହାରେ ଏହି ଅକ୍ସନ ଅନୁଷ୍ଠିତ ହେବ।

Also Read-Ind vs SA: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ, ଭାରତୀୟ ଦଳରେ କାହାକୁ ମିଳିବ ସ୍ଥାନ!