RR vs MI: ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି
Advertisement
Article Detail0/zeeodisha/odisha2215531

RR vs MI: ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମୁକାବିଲା, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

RR vs MI: ଆଇପିଏଲର ୩୮ତମ ଲିଗ୍ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ (RR vs MI) । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନର ୧ ନମ୍ବର ସ୍ଥାନ ବଜାଇ ରଖିବା ନେଇ ଉଦ୍ୟମ କରିବ । ସେପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଲକ୍ଷ୍ୟ ରଖିଛି ମୁମ୍ବାଇ ।

ଖବର ଅନୁଯାୟୀ, ଏହା ପୂର୍ବରୁ ଉଭୟ ଦଳ ଗତ ୧ ତାରିଖରେ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ମୁହାଁମୁହିଁ ହୋଇଥିଲେ । ଏଥିରେ ୬ ୱିକେଟ୍ ରେ ବାଜି ମାରିନେଇଥିଲା ସଞ୍ଜୁ ବାହିନୀ । ତେବେ ଉଭୟ ଦଳ ପୂର୍ବରୁ ୨୯ ଥର ମୁହାଁମୁହିଁ ହୋଇଛନ୍ତି । ଯେଉଁଥିରେ ମୁମ୍ବାଇ ୧୫ଟି ମ୍ୟାଚ୍ ଜିତିଥିବା ବେଳେ ରୟାଲ୍ସ ୧୩ଟିରେ ବିଜୟୀ ହୋଇଛି ।

ଚଳିତ ଆଇପିଏଲରେ ରାଜସ୍ଥାନ (Rajasthan Royals) ୭ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଶେଷ ଦୁଇଟି ମ୍ୟାଚ୍ ରେ ଦଳ କୋଲକତା ନାଇଟ ରାଇଡ଼ର୍ସ ଓ ପଞ୍ଜାବ କିଙ୍ଗସକୁ ପରାଜିତ କରିଛି । ଚଳିତ ସିଜନରେ ଷ୍ଟାର ଖେଳାଳି ଜୋସ ବଟଲର, ସଞ୍ଜୁ ସାମସନ୍, ରିୟାନ ପରାଗ ଭଲ ରନ୍ କରିବା ସହ ଫର୍ମରେ ରହିଛନ୍ତି । ସେହିପରି ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ( ଦ୍ବିତୀୟ ସର୍ବାଧିକ ୧୨ ୱିକେଟ୍) ଉପରେ ସମସ୍ତଙ୍କ ନଜର ରହିବ ।

ସେପଟେ ମୁମ୍ବାଇ ଇଣ୍ତିଆନ୍ସ (Mumbai Indians) ୭ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚ୍ ହାରିଛି । ଶେଷ ମ୍ୟାଚ୍ ରେ ଦଳ ପଞ୍ଜାବକୁ ହରାଇ ବିଜୟ ଧାରାକୁ ଫେରିଥିଲା । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନ ଭଲ ଫର୍ମରେ ରହିଛନ୍ତି । ବୋଲିଂ କଥା କହିବାକୁ ଗଲେ ଦଳ ଷ୍ଟାର ବୋଲର ବୁମରାଙ୍କୁ ନେଇ ଆଶାବାଦୀ ରହିଛି । ବୁମରା ଚଳିତ ଆଇପିଏଲରେ ସର୍ବାଧିକ ୧୩ଟି ୱିକେଟ୍ ହାସଲ କରିଛନ୍ତି ।