'ଋଷଭ ପନ୍ତଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ରହିଛି, କାରଣ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି'; ଏହି ଖେଳାଳିଙ୍କ ବ୍ୟାଟିଂର ଭୁରି ଭୁରି ପ୍ରଶଂସା କଲେ ଡେଲ୍ ଷ୍ଟେନ୍
Advertisement
Article Detail0/zeeodisha/odisha1392811

'ଋଷଭ ପନ୍ତଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ରହିଛି, କାରଣ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି'; ଏହି ଖେଳାଳିଙ୍କ ବ୍ୟାଟିଂର ଭୁରି ଭୁରି ପ୍ରଶଂସା କଲେ ଡେଲ୍ ଷ୍ଟେନ୍

Dale Steyn On Rishabh Pant: ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଦିଗଜ ବୋଲର ଡେଲ୍ ଷ୍ଟେନ୍ (Dale Steyn) ଏକ ବଡ଼ ବୟାନ ଦେଇଛନ୍ତି । ଏହାସହ ସେ ଭାରତୀୟ ଦଳରେ କେଉଁ ଖେଳାଳି ଋଷଭ ପନ୍ତ (Rishabh Pant) ଙ୍କ ସ୍ଥାନ ନେଇପାରନ୍ତି, ସେହି ଖେଳାଳିଙ୍କ ନାମ କହିଛନ୍ତି ।

'ଋଷଭ ପନ୍ତଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ରହିଛି, କାରଣ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି'; ଏହି ଖେଳାଳିଙ୍କ ବ୍ୟାଟିଂର ଭୁରି ଭୁରି ପ୍ରଶଂସା କଲେ ଡେଲ୍ ଷ୍ଟେନ୍

ନୂଆଦିଲ୍ଲୀ: Dale Steyn On Rishabh Pant: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏକ ଦିବସୀୟ ସିରିଜ (India vs South Africa Series) କୁ ଭାରତୀୟ ଦଳ (Team India) ୨-୧ରେ ଜିତି ନେଇଛି । ଟିମ୍ ଇଣ୍ଡିଆ ମଧ୍ୟ ଏହି ସିରିଜ୍ ଜିତି ଇତିହାସ ସୃଷ୍ଟି କରିଛି । ଏହି ସିରିଜର ପ୍ରତ୍ୟେକ ମ୍ୟାଚରେ ଭାରତୀୟ ଦଳକୁ ଅଲଗା ଅଲଗା ଷ୍ଟାର୍ ଖେଳାଳି ମିଳିଛି । ଯେଉଁମାନେ ଟିମ୍ ମେନେଜମେଣ୍ଟକୁ ମଧ୍ୟ ଖୁସି କରିଦେଇଛନ୍ତି । ପ୍ରଥମ ମ୍ୟାଚରେ ସଞ୍ଜୁ ସାମସନ୍ (Sanju Samson) ଏକ ଦମଦାର୍ ଇନିଂସ ଖେଳିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଇଶାନ୍ କିଶାନ୍ (Ishan Kishan) ଓ ଶ୍ରେୟସ୍ ଆୟର (Shreyas Iyer) ଦମଦାର୍ ଇନିଂସ ଖେଳି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି ।

ଏହି ସିରିଜ ଜିତିବା ପରେ ପୂରା ଦଳକୁ ଚାରି ଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି । ୨୦୨୩ ବିଶ୍ୱକପ (World Cup 2023) ର ପ୍ରସ୍ତୁତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଏଥି ସହିତ ପୂର୍ବତନ କ୍ରିକେଟରମାନଙ୍କ ଦ୍ୱାରା କିଛି ଖେଳାଳିଙ୍କୁ ୨୦୨୩ ବିଶ୍ୱକପ ପାଇଁ ଦାବିଦାର୍ ଭାବେ ମଧ୍ୟ ଉପସ୍ଥାପନ କରାଯାଉଛି । ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଦିଗଜ ବୋଲର ଡେଲ୍ ଷ୍ଟେନ୍ (Dale Steyn) ଏକ ବଡ଼ ବୟାନ ଦେଇଛନ୍ତି । ଏହାସହ ସେ ଭାରତୀୟ ଦଳରେ କେଉଁ ଖେଳାଳି ଋଷଭ ପନ୍ତ (Rishabh Pant) ଙ୍କ ସ୍ଥାନ ନେଇପାରନ୍ତି, ସେହି ଖେଳାଳିଙ୍କ ନାମ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଏଲୋନ୍ ମସ୍କଙ୍କ SpaceX ଭାରତରେ ସେବା ଆରମ୍ଭ କରିବାକୁ ମାଗିଲା ଅନୁମତି

ଅଧିକ ପଢ଼ନ୍ତୁ:-ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ

ଅଧିକ ପଢ଼ନ୍ତୁ:-'ମୁଁ ତାଙ୍କୁ କିପରି ଭୁଲିଯିବି', ଇମୋସନାଲ ପୋଷ୍ଟ କଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ- ଋଷଭ ଭାଇଙ୍କୁ ମନେଇ ନେବା

 

ଡେଲ୍ ଷ୍ଟେନ୍ (Dale Steyn) ଙ୍କ ଅନୁଯାୟୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆରେ ୯୩ ରନ୍ ସଂଗ୍ରହ କରିଥିବା ଇଶାନ୍ କିଶାନ୍ (Ishan Kishan) ଋଷଭ ପନ୍ତଙ୍କ ସ୍ଥାନ ନେଇପାରନ୍ତି । ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ଡେଲ ଷ୍ଟେନ୍ କହିଛନ୍ତି ଯେ, "ଶତ ପ୍ରତିଶତ । ମୁଁ ପ୍ରକୃତରେ ତାଙ୍କ ସହିତ ଆଇପିଏଲରେ କିଛି ସମୟ ପୂର୍ବରୁ ଖେଳିଥିଲି । ସେ ପିଲା ପରି ଦେଖାଯାଉଥିଲେ । ଆମେ ତାଙ୍କୁ ଜଷ୍ଟିନ ବିବର ନାମ ଦେଇଥିଲୁ । କାରଣ ସେ ଜଣେ ରକଷ୍ଟାର ପରି ଥିଲେ । ମୁଁ ତାଙ୍କୁ ଆହୁରି ଭଲ ହେଉଥିବାର ଦେଖିଛି । କିଛି ସମୟ ପାଇଁ ଓ ଛୋଟ ବ୍ୟକ୍ତିଙ୍କ, ସେ ଅବିଶ୍ୱସନୀୟ ପିଚ୍ ପ୍ୟାକ୍ କରନ୍ତି । ସେ ଜଣେ ମହାନ ଖେଳାଳି… ଋଷଭ ପନ୍ତ (Rishabh Pant) ଙ୍କୁ ଚିନ୍ତିତ ହେବା ଆବଶ୍ୟକ ଯେ ଭାରତୀୟ ଦଳରେ ତାଙ୍କ ସ୍ଥାନ ଅନ୍ୟ କେହି ନେବାକୁ ଯାଉଛନ୍ତି ।"