Doordarshan Logo: ଦୂରଦର୍ଶନକୁ 'ଗେରୁଆକରଣ' କରିବାକୁ ନେଇ ଚକିତ ହେଲେ ମମତା, EC କୁ କହିଲେ- ତୁରନ୍ତ ବନ୍ଦ କର
Advertisement
Article Detail0/zeeodisha/odisha2214007

Doordarshan Logo: ଦୂରଦର୍ଶନକୁ 'ଗେରୁଆକରଣ' କରିବାକୁ ନେଇ ଚକିତ ହେଲେ ମମତା, EC କୁ କହିଲେ- ତୁରନ୍ତ ବନ୍ଦ କର

Doordarshan Logo: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି, 'ଯେତେବେଳେ ସାରା ଦେଶରେ ନିର୍ବାଚନ ଅନୁଷ୍ଠିତ ହୁଏ, ସେତେବେଳେ ହଠାତ୍ ଆମର ଦୂରଦର୍ଶ ଲୋଗୋର ରଙ୍ଗର ପରିବର୍ତ୍ତନ ଓ ଏହାର ଗେରୁଆକରଣ ମୋତେ ଆଶ୍ଚର୍ଯ୍ୟ କରିଛି।'

 

Mamta Banerjee On Doordarshan Logo

Doordarshan Logo: ସରାକାରୀ ବ୍ରଡକାଷ୍ଟର ଦୂରଦର୍ଶନ ଲୋଗୋକୁ କମଳା ରଙ୍ଗ ଦେବା ଯୋଗୁଁ ବିବାଦ ଉପୁଜିଛି। ବିରୋଧୀ ମାନେ ପ୍ରଶ୍ନ ଉଠାଇ ଦୂରଦର୍ଶନକୁ 'ଗେରୁଆକରଣ' କରାଯାଇଥିବା ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିବେଦନ କରିଛନ୍ତି। ନିକଟରେ ଦୂରଦର୍ଶନ ଏହାର ଲୋଗୋକୁ ଲାଲରୁ କମଳା ରଙ୍ଗକୁ ପରିବର୍ତ୍ତନ କରିଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "ଏହା ସଂପୂର୍ଣ୍ଣ ଅନୈତିକ, ସଂପୂର୍ଣ୍ଣ ଭୁଲ ଓ ନେସନାଲ ପବ୍ଲିକ ବ୍ରୋଡକାଷ୍ଟରର ବିଜେପି ସମର୍ଥକ ପରି ଜୋରସୋରରେ ବ୍ୟବହାର କରୁଛି। ଯେତେବେଳେ ଲୋକମାନେ ନିର୍ବାଚନ ମୋଡରେ ଥାଆନ୍ତି, ସେତେବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରୁଥିବା ପ୍ରୋ-ସାଫ୍ରନ୍ ଉଲ୍ଲଂଘନକୁ ଭାରତର ନିର୍ବାଚନ ଆୟୋଗ କିପରି ଅନୁମତି ଦେଇପାରେ? ନିର୍ବାଚନ ଆୟୋଗ ଏହାକୁ ତୁରନ୍ତ ବନ୍ଦ କରି ଦୂରଦର୍ଶନ ଲୋଗୋର ମୂଳ ନୀଳ ରଙ୍ଗକୁ ଫେରାଇ ଆଣିବା ଉଚିତ୍।"

ଦୂରଦର୍ଶନ ଲୋଗୋର ରଙ୍ଗ ବଦଳାଇବାକୁ ନେଇ ପୂର୍ବତନ ପ୍ରସାର ଭାରତୀ ସିଇଓ ତଥା ରାଜ୍ୟସଭା ସାଂସଦ ଜବାହର ସରାକାରଙ୍କୁ ମଧ୍ୟ ସମାଲୋଚନା କରାଯାଇଛି। ସେ X ରେ ଲେଖିଛନ୍ତି, “ନେସନାଲ ବ୍ରଡକାଷ୍ଟର ଦୂରଦର୍ଶନ ଏହାର ଐତିହାସିକ ଫ୍ଲାଗସିପ୍ ଲୋଗୋକୁ ସାଫ୍ରନ୍ ରଙ୍ଗରେ ରଙ୍ଗେଇଛି। ଏହାର ପୂର୍ବତନ ସିଇଓ ଭାବରେ ମୁଁ ଚିନ୍ତା ସହ ଦେଖୁଛଉ ଓ ଅନୁଭବ କରୁଛି। ଏହା ଆଉ ପ୍ରସାର ଭାରତୀ ନାହିଁ - ଏହା ପ୍ରଚାର ଭାରତୀ ହୋଇଛି।”

ଏଥି ସହିତ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଲୋଗୋର ରଙ୍ଗ ବଦଳାଇବା ସରକାରୀ ଅନୁଷ୍ଠାନଗୁଡ଼ିକୁ କବଜା କରିବା ପାଇଁ ସରକାରଙ୍କ ଉଦ୍ୟମ। 'ଇଣ୍ଡିଆ ଟୁଡେ ଟିଭି'କୁ ସୂଚନା ଦେଇ ମନୀଷ ତେୱାରୀ କହିଛନ୍ତି ଯେ ଏହା ସରକାରୀ ଅନୁଷ୍ଠାନଗୁଡ଼ିକୁ ସାଫ୍ରୋନାଇଜ୍ କରିବା ଓ କବଜା କରିବା ପାଇଁ ସରକାରଙ୍କ ଉଦ୍ୟମ। ଏହି ପଦକ୍ଷେପ ଭାରତର ଜନସାଧାରଣ ପ୍ରସାରଣକାରୀଙ୍କ ନିରପେକ୍ଷତା ଓ ବିଶ୍ୱସନୀୟତାକୁ ସ୍ପଷ୍ଟ ଭାବରେ କ୍ଷୁର୍ଣ୍ଣ କରୁଛି।

ନୂଆ ଅବତାରରେ ଦୂରଦର୍ଶନ
ଏକ ନୂଆ ଅବତାରରେ ଦୂରଦର୍ଶନ ଆସୁଛି ବୋଲି ସେ ଦାବି କରିଛି। ସର୍ବସାଧାରଣ ପ୍ରସାରଣକାରୀ DD ନ୍ୟୁଜ୍ 'X' ରେ ପୋଷ୍ଟ କରି କହିଛି, "ଆମର ମୂଲ୍ୟ ସମାନ ରହିଛି, କିନ୍ତୁ ବର୍ତ୍ତମାନ ଆମେ ଏକ ନୂତନ ଅବତାରରେ ଉପଲବ୍ଧ। ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ। ନୂତନ DD ନ୍ୟୁଜ୍ ଅନୁଭବ କରନ୍ତୁ। ଏହା କହିବାକୁ ଆମର ସାହସ ଅଛି: ଗତି ଉପରେ ସଠିକତା, ଦାବି ଉପରେ ତଥ୍ୟ, ସମ୍ବେଦନଶୀଳତା ଉପରେ ସତ୍ୟ, କାରଣ ଯଦି ଏହା DD ନ୍ୟୁଜରେ ଅଛି ତେବେ ଏହା ସତ୍ୟ। ଡିଡି ନ୍ୟୁଜ୍ - ଭରସା ସତ୍ୟର।"