ଅନୁଗୁଳରେ ପ୍ରଧାନମନ୍ତ୍ରୀ: 'ହାତଗଣତି ଲୋକଙ୍କ କବଜାରେ ମୁଖ୍ୟମନ୍ତ୍ରୀ'
Advertisement
Article Detail0/zeeodisha/odisha2255614

ଅନୁଗୁଳରେ ପ୍ରଧାନମନ୍ତ୍ରୀ: 'ହାତଗଣତି ଲୋକଙ୍କ କବଜାରେ ମୁଖ୍ୟମନ୍ତ୍ରୀ'

Odisha Election 2024: 'ବିଜେଡି ସରକାରରେ ଶ୍ରୀ ଜଗନ୍ନାଥ ମନ୍ଦିର ବି ସୁରକ୍ଷିତ ହୋଇ ନାହିଁ। ରତ୍ନଭଣ୍ତାର ଚାବିର ଠିକଣା ମିଳୁ ନାହିଁ। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି, ପୂରା ଦେଶର ଆସ୍ଥା, ଶତାବ୍ଦୀ ଧରି ଯାହାଙ୍କ ପୂଜଚା ହେଉଛି,  ତାଙ୍କ ଚାବି ହଜି ଯାଇଛି। ୬ ବର୍ଷ ହୋଇଗଲାଣି ରତ୍ନଭଣ୍ଡାରର ଚାବି ହଜିଛି। ଏହା ପଛରେ ଅନେକ ରହସ୍ୟ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରି ଯେଉଁ ଲୋକମାନେ କବ୍‍ଜା କରିଛନ୍ତି ସେମାନେ ଦାୟୀ।'

ଅନୁଗୁଳରେ ପ୍ରଧାନମନ୍ତ୍ରୀ:  'ହାତଗଣତି ଲୋକଙ୍କ କବଜାରେ ମୁଖ୍ୟମନ୍ତ୍ରୀ'

Odisha Election 2024: ଅନୁଗୁଳର ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ପାରିଷଦଙ୍କୁ ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଷ୍ଟିମେୟ ନେତା କବ୍‍ଜା କରିଛନ୍ତି। ବିଜେଡିର ଛୋଟ ଛୋଟ ନେତା କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି ବୋଲି କହି ସେ ନିଜର ଭାଷଣରେ ଉପସ୍ଥିତ ଜନତାଙ୍କୁ ବିଜେପିକୁ ଭୋଟ୍‍ ଦେବା ପାଇଁ ନିବେଦନ କରିଛନ୍ତି। 
ସଭାରେ ଉପସ୍ଥିତ ଢେଙ୍କାନାଳ ଲୋକସଭା ଆସନ ପ୍ରାର୍ଥୀ ରୁଦ୍ର ପାଣିଙ୍କ ବନ୍ଧୁତାକୁ ମନେ ପକାଇଛନ୍ତି ମୋଦୀ। ସେ କହିଛନ୍ତି ୪୦ ବର୍ଷ ହେଲା ତାଙ୍କ ସହ ସମ୍ପର୍କ ରହିଛି। ଏଣୁ ତାଙ୍କ ସହ କାମ କରିବା ଲାଗି ରୁଦ୍ରଙ୍କୁ ଦିଲ୍ଲୀ ପଠାଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଏହାଛଡ଼ା ଏଠାରେ ଉପସ୍ଥିତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମ୍ବଲପୁର ପାଇଁ ଭୋଟ ଦେବାକୁ ସେ କହିଛନ୍ତି। ମୋଦୀ କହିଛନ୍ତି, ୨୦୧୪ରେ ମୋଦୀ ଆସିବା ପରେ ନୂଆ ଖଣିଜ ନୀତି ହୋଇଛି। ଅଧିକ ରୟାଲ୍ଟି ମିଳୁଛି। ଏଠାର ଲୋକଙ୍କୁ ବିକାଶର ସୁବିଧା ମିଳୁ ସେଥିଲାଗି ଆମେ ଜିଲ୍ଲା ଖଣିଜ ପାଣ୍ଠି କରିଛୁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିଲ୍ଲା ଖଣିଜ ପାଣ୍ଠିକୁ ୨୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଢେଙ୍କାନାଳର ପିଲାଙ୍କ ସ୍କୁଲ୍‍, ଗାଁର ବିକାଶ ପାଇଁ ଖର୍ଚ୍ଚ ହେବା କଥା କିନ୍ତୁ ଏଥିରେ ବିଜେଡି ଲୋକୋ ଭ୍ରଷ୍ଟାଚାର କରିଛନ୍ତି। 
ବିଜେଡି ସରକାରରେ ଶ୍ରୀ ଜଗନ୍ନାଥ ମନ୍ଦିର ବି ସୁରକ୍ଷିତ ହୋଇ ନାହିଁ। ରତ୍ନଭଣ୍ତାର ଚାବିର ଠିକଣା ମିଳୁ ନାହିଁ। ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଛି, ପୂରା ଦେଶର ଆସ୍ଥା, ଶତାବ୍ଦୀ ଧରି ଯାହାଙ୍କ ପୂଜଚା ହେଉଛି,  ତାଙ୍କ ଚାବି ହଜି ଯାଇଛି। ୬ ବର୍ଷ ହୋଇଗଲାଣି ରତ୍ନଭଣ୍ଡାରର ଚାବି ହଜିଛି। ଏହା ପଛରେ ଅନେକ ରହସ୍ୟ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରି ଯେଉଁ ଲୋକମାନେ କବ୍‍ଜା କରିଛନ୍ତି ସେମାନେ ଦାୟୀ। 
ସାରା ଓଡ଼ିଶା ଜାଣିବାକୁ ଚାହୁଁଛି ଯେ ଯେଉଁ ରିପୋର୍ଟ ଆସିଥିଲା ତାକୁ କାହିଁକି ଚପାଇ ଦେଲ?  ଆଜି ଓଡ଼ିଶା ଲୋକଙ୍କୁ ଭରସା ଦେବାକୁ ଚାହୁଁଛି, ଯେ ଓଡ଼ିଶାରେ ବିଜେପି ସରକାର ଆସୁ ଆସୁ ସବୁ ପରିଷ୍କାର ହୋଇଯିବ। ଯାଞ୍ଚ ରିପୋର୍ଟ ସେହିଦିନ ସାର୍ବଜନୀନ ହେବ। ଏହା ଏକ ଗମ୍ଭୀର ଘଟଣା। ଓଡ଼ିଶା ଐତିହ୍ୟକୁ ନେଇ ପ୍ରଶ୍ତନ ଉଠିଛି। ଓଡ଼ିଶାର ଦ୍ରୁତ ବିକାଶ ଓଡ଼ିଶା ମାଟିର ପୁଅ ହିଁ କରିପାରିବ। 

ବିଜେପି ଓଡ଼ିଶାର ପୁଅ ବା ଝିଅଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବ। ଆପଣଙ୍କୁ ଜଣାଥିବ, ମୁଁ ପୂର୍ବରୁ କହିଛି ଶପଥ ଗ୍ରହଣ ତାରିଖ କହିଥିଲି। ଆଜି ନିମନ୍ତ୍ରଣ ଦେଉଛି, ୧୦ ଜୁନ୍‍କୁ ଓଡ଼ିଶାରେ ଡବଲ ଇଞ୍ଜିନ୍‍ ସରକାର କାର୍ଯ୍ୟକ୍ରମ ହେବ। ଏହି ସରୀକାର ଯିବା ସ୍ଥିର ହୋଇ ସାରିଛି। ଏକବିଂଶ ଶତାବ୍ଦୀରେ ବିକାଶ ଦରକାର। ଆପଣ ଅନେକ ସୁଯୋଗ ବିଜେଡିକୁ ଦେଇଛନ୍ତି। ବିଜେଡିର ଏହି ଢିଲା ନୀତି, ଧୀମା ଗତିକୁ ଛାଡ଼ି ବିଜେପି ସରକାର ବାଛିବେ। ଗତ ୨୫ ବର୍ଷ ଓଡ଼ିଶାରେ ଜଳ ସେଚନ ପାଇଁ ଆସିଥିବା ଯୋଜନା ଲଟକି କରି ରହିଛି। ୮୦ ଦଶକରୁ ଆଜି ଯାଏ କେନାଲ ହୋଇପାରିଲା ନାହିଁ। 
ଅନେକ ଜଳ ସେଚନ ପ୍ରକଳ୍ପ ଏମିତି ଦଶନ୍ଧି ଧରି ପଡ଼ି ରହିଛି। ସେଥିରୁ ୫ଟିକୁ ମେଦୀ ସରକାର ଦ୍ରୁତ ଗତିରେ ଆଗକୁ ନେିଛନ୍ତି। କିନ୍ତୁ ବିଜେଡି ସରକାରରେ ତାହା ପଡ଼ି ରହିଛି। କୃଷକ ଧାନ ଉତ୍ପାଦନ କରୁଛି କିନ୍ତୁ ଉଚିତ ମୂଲ୍ୟ ପାଉନି। ଧାନଚାଷୀଙ୍କୁ ବିଜେଡି ନେତା ମଣ୍ଡିରେ ଲୁଟୁଛନ୍ତି।  ବିଜେପି ସରକାକୁ ଆସିଲେ, ଛତିଶଗଡ଼ ଭଳଳି ଓଡ଼ିଶାରେ ବି ଧାନ ଏମ୍‍ଏସ୍‍ପି ୨୨୦୦ ଟଙ୍କା ନୁହେଁ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି। ଖାଲି ସେତିକି ନୁହେଁ, ଧାନ ବିକ୍ରୟ ଅର୍ଥ ତାଙ୍କୁ ୪୮ ଘଣ୍ଟା ଭିତରେ ପହଞ୍ଚାଯିବ। କଟନୀ ଛଟନୀ ବି ରହିବ ନାହିଁ। ମଣ୍ଡିରେ ଲାଗି ଇଲେକ୍ଟ୍ରୋନିକ ମେସିନ।
ଆଦିବାସୀଙ୍କ ପ୍ରତି ଏ ସରକାର ପୂରା ବେପରୁଆ ଭାବେ ପୋଷଣ କରୁଛନ୍ତି। ମୋଦୀ ସରକାର ଆଦିବାସୀଙକ୍ ପାଇଁ ବନ ଧନ ଯୋଜନା କରିଛି। ଦେଶରେ ୩୫୦୦ରୁ ଅଧିକ ବନଧନ କେନ୍ଦ୍ର ରହିଛି। ଓଡ଼ିଶାରେ ବି ୧୭୫ ବନ ଧନ କେନ୍ଦ୍ର ଖୋଲା ଯାଇଛି। ଏମ୍‍ପିରେ ଖୋଲାଯାଇଛି। କିନ୍ତୁ ବିଜେଡି ସରକାର ସେମାନଙ୍କୁ ଠିକ୍‍ ଏମ୍‍ଏସ୍‍ପି ଦେଉ ନାହିଁ।
ନବୀନ ସରକାର ୨୫ ବର୍ଷ ହୋଇଗଲା ଏଠାରେ ପେସା ଆଇନ ଲାଗୁ କରିପାରିଲା ନାହିଁ। ଓଡ଼ିଶାରେ ବିଜେଡି ସରକାର ଦ୍ୱାରା ମା’ ଭଉଣିଙ୍କ ଘର ଚଳାଇବା ମୁସ୍କିଲ୍‍ ହୋଇଗଲାଣି। କେନ୍ଦ୍ର ସରକାର ମାଗଣା ଚାଉଳ ପାଇଁ ଅର୍ଥ ଦେଉଛନ୍ତି। ଏଠାର ସରକାର ଚାଉଳ ୟବଦଳରେ ତାଙଘ୍କ ଫଟୋ ଲଗାଇ ଆପଣଙ୍କ ଚାଉଳକୁ ବାହାରେ ବିକ୍ରି କରୁଛନ୍ତି। ସୂର୍ଯ୍ୟ ଘର ଯୋଜନାରେ ୩୦୦ ୟୁନିଟ ବିଜୁଳି ଛାଡ଼ ରହିବ। ଅନ୍ୟ ବିଜୁଳି ଅମଦାନୀ ବିକ୍ରି କରି ମଧ୍ୟ ପାଇବବେ ଲାଭ ବୋଲି କହିଛନ୍ତି ମୋଦୀ।