Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଅଭିନେତ୍ରୀ
Advertisement
Article Detail0/zeeodisha/odisha2237810

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଅଭିନେତ୍ରୀ

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ...

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଅଭିନେତ୍ରୀ

Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ। ଅକାଳରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ। ଆଉ ନାହାଁନ୍ତି ମାଲୟାଲମ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ କନକଲତା। ୬୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି। ସୋମବାର ଦିନ ବିଳମ୍ବିତ ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।  କନକଲତା ନିଜ କ୍ୟାରିୟର ଭିତରେ ଫିଲ୍ମ ବ୍ୟତିତ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ବିୟୋଗରେ ମାଲୟାଲମ୍ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। 

ସୂଚନା ଅନୁସାରେ, ମାଲୟାଲମ୍ ଜଗତର ଜଣେ ନାଁ କରା ଅଭିନେତ୍ରୀ ହେଉଛନ୍ତି କନକଲତା। ଦିର୍ଘ ୩ ବର୍ଷ ଧରି ସେ ଡିଂମେସିୟା ନାମକ ରୋଗରେ ପୀଡିତ ଥିଲେ।  ଏହି ରୋଗର ଲକ୍ଷଣ ତାଙ୍କ ଠାରେ ୨୦୨୧ ମସିହାରେ ଦେଖାଦେଇଥିଲା। ଅଗଷ୍ଟ ୨୦୨୨ରେ ଡାକ୍ତର ଯେବେ ତାଙ୍କର ଏମଆରଆଇ ସ୍କାନ କରିଥିଲେ, ସେତେବେଳେ ରିପୋର୍ଟରେ ଡିଂମେସିୟା ରୋଗ ହେବାର ଖୁଲାସା ହୋଇଥିଲା। ପରେ ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ଗତକାଲି ତିରୁବନ୍ତପୁରମରେ ଥିବା ନିଜ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,କନକଲତା ଦିର୍ଘ ୩୮ ବର୍ଷ ଧରି ସେ ଅଭିନୟ ଦୁନିଆରେ ସକ୍ରିୟ ଥିଲେ । ସେ ୧୯୭୯ରେ ଫିଲ୍ମରେ ଅଭିନୟ କରିଥିଲେ । ତେବେ ଗତବର୍ଷ ମଧ୍ୟରେ ସେ ୨୭୮ଟି ମାଲୟାଲମ ଫିଲ୍ମ କାମ କରିଥିଲେ । କନକଲତା ୧୯୭୯ ବର୍ଷରେ ଆସିଥିବା ମଲୟାଲମ ଫିଲ୍ମ ରାଧା ଏନ୍ନା ପେତ୍ରୁକୁଟୀରେ ଫିଲ୍ମରେ ଡେବ୍ୟୁ କରିଥିଲେ ।