Emmanuel macron:ୟୁକ୍ରେନରେ ହୋଇଥାନ୍ତା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ହତ୍ୟା,ଷଡଯନ୍ତ୍ର କରିଥିଲେ ଜେଲେନସ୍କି ?
Advertisement
Article Detail0/zeeodisha/odisha2112590

Emmanuel macron:ୟୁକ୍ରେନରେ ହୋଇଥାନ୍ତା ଫ୍ରାନ୍ସ ରାଷ୍ଟ୍ରପତିଙ୍କ ହତ୍ୟା,ଷଡଯନ୍ତ୍ର କରିଥିଲେ ଜେଲେନସ୍କି ?

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ୟୁକ୍ରେନ ଗସ୍ତକୁ ବାତିଲ କରାଯାଇଛି। ଏହି ଯାତ୍ରା ବାତିଲ ପାଇଁ ଫ୍ରାନ୍ସର ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି କାରଣ ଦେଇନାହାଁନ୍ତି। ମାକ୍ରୋନଙ୍କ କିଭ ଗସ୍ତ ଫେବୃଆରୀ ମଧ୍ୟଭାଗରେ ହେବାର ଥିଲା ।ତେବେ ଋଷର ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ ମାକ୍ରୋଙ୍କ ହତ୍ୟା ଷଡ଼ଯନ୍ତ୍ର ଉପର

SOCIAL MEDIA

Emmanuel macron:

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ୟୁକ୍ରେନ ଗସ୍ତକୁ ବାତିଲ କରାଯାଇଛି। ଏହି ଯାତ୍ରା ବାତିଲ ପାଇଁ ଫ୍ରାନ୍ସର ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି କାରଣ ଦେଇନାହାଁନ୍ତି। ମାକ୍ରୋନଙ୍କ କିଭ ଗସ୍ତ ଫେବୃଆରୀ ମଧ୍ୟଭାଗରେ ହେବାର ଥିଲା ।ତେବେ ଋଷର ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ ମାକ୍ରୋଙ୍କ ହତ୍ୟା ଷଡ଼ଯନ୍ତ୍ର ଉପରୁ ପରଦା ଉଠିବା ପରେ ପ୍ୟାରିସ ଏହି ଗସ୍ତକୁ ବାତିଲ କରିଦେଇଛି । ଋଷ ଗଣମାଧ୍ୟମ ଅନୁସାରେ କିଭ୍ ରେ ମାକ୍ରୋଙ୍କ ହତ୍ୟା ପାଇଁ  ଷଡ଼ଯନ୍ତ୍ର ହୋଇଥିଲା । ଏହା ପଛରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ହାତ ଥିଲା । ରିପୋର୍ଟ ଅନୁସାରେ ହତ୍ୟା  ଷଡ଼ଯନ୍ତ୍ରର ପୁରା ଯୋଜନା ୟୁକ୍ରେନ୍ ଗୁଇନ୍ଦା ମୁଖ୍ୟ କିରିଲ ବୁଦାନୋଭ ତିଆରି କରିଥିଲେ । ତାଙ୍କର ତଦାରଖରେ ଷଡ଼ଯନ୍ତ୍ର ଚାଲିଥିଲା ।

କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପଖରେ ଏହି ଖବର ପଚଂଚିଯାଇଥିଲା । ମାକ୍ରୋଙ୍କ ହତ୍ୟା କରି ଦୋଷ ଋଷ ଉପରେ ଲଦିବା ଥିଲା  ଷଡ଼ଯନ୍ତ୍ରର ମୁଖ୍ୟ ଉଦ୍ଦେଷ୍ଯ । ଋଷୀୟ  ଖବରକାଗଜ ଇଜଭେଷ୍ଟିଆରେ ପ୍ରକାଶିତ ଖବର ଅନୁଯାୟୀ ଏହି ଆକ୍ରମଣ ବିଷୟରେ ସୂଚନା ୟୁକ୍ରେନ ସେନାର ପୂର୍ବତନ ସେନାଧ୍ୟକ୍ଷ ଭାଲେରୀ ଜାଲୁଜାନୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଦେଇଥିଲେ । ଏହା ପରେ ସେ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜେଲେନସ୍କି ପ୍ୟାରିସ ଯାଇପାରନ୍ତି

ଫ୍ରାନ୍ସ ରାଷ୍ଟ୍ରପତି କାର୍ଯ୍ୟାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଶନିବାର ମାକ୍ରୋନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଏବଂ ୟୁକ୍ରେନୀୟମାନଙ୍କ ଆବଶ୍ୟକତା ଉପରେ ଆଲୋଚନା ହେବ ।ବିବୃତ୍ତି ଅନୁଯାୟୀ ସୁରକ୍ଷା ଚୁକ୍ତି ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ମଧ୍ୟ ଆଲୋଚନା ହୋଇଥିଲା। ବ୍ଲୁମବର୍ଗ ଅନୁଯାୟୀ, ଜେଲେନସ୍କି ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ  ମଧ୍ୟରେ ପ୍ୟାରିସ୍ ଏବଂ ବର୍ଲିନକୁ ଯାଇ ପାରନ୍ତି।

ଋଷର ମିଥ୍ୟା ପ୍ରଚାର : ୟୁକ୍ରେନ

ଅନ୍ୟପକ୍ଷରେ ୟୁକ୍ରେନ,ଋଷର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏହା ଋଷର ଦୁଷ୍ପ୍ରଚାର ବୋଲି କହିଛି । ଏହି ଖବରର ଉତ୍ତରରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ୟୁସୋଭ କହିଛନ୍ତି ଯେ ଏହା ୟୁକ୍ରେନ ଉପରେ ଋଷର ଅପପ୍ରଚାର । ଏଭଳି ଅପପ୍ରଚାର କରି ଅନ୍ତର୍ଜାତୀୟ ସ୍ତରରେ ୟୁକ୍ରେନକୁ ବଦନାମ କରିବା ଋଷର ଲକ୍ଷ୍ୟ ବୋଲି ସେ କହିଛନ୍ତି । ୟୁସୋଭ ଏହା ମଧ୍ୟ କହିଛନ୍ତି ଯେ ଋଷ ବିରୁଦ୍ଧରେ ଅନ୍ୟ ଦେଶମାନଙ୍କ ଏକଜୁଟ କରିବା ପାଇଁ  ଆମର ପ୍ରୟାସକୁ ବିଫଳ କରିବାକୁ ଋଷ ଏମିତି କପୋଳକଳ୍ପିତ ଓ ମିଥ୍ୟା ଖବର ପ୍ରଚାର କରୁଛି ।

ଯୁଦ୍ଧ ଜାରି

ଫେବୃଆରୀ 2022 ରେ ଆରମ୍ଭ ହୋଇଥଇବା ଋଷ ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷରୁ ଅଧିକ ହେଲାଣି କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଗୋଟିଏ ମାସ ମଧ୍ୟରେ ୟୁକ୍ରେନ ଅଧିକାର ପାଇଁ ଋଷର ଯୋଜନାକୁ ୟୁକ୍ରେନ ପଣ୍ଡ କରିଦେଇଛି । ଜାତିସଂଘର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ 10 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ 600 ଜଣ ଶିଶୁ । ଏହା ବ୍ୟତୀତ ହଜାର ହଜାର ୟୁକ୍ରେନ ନିଜ ଘର ଛାଡି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି।