Government Job: ବାହାରିଲା ସରକାରୀ ଚାକିରି, ୨୭ ବର୍ଷ ବୟସ ତଳକୁ ପ୍ରାର୍ଥୀ କରିପାରିବେ ଆବଦନ...
Advertisement
Article Detail0/zeeodisha/odisha1942213

Government Job: ବାହାରିଲା ସରକାରୀ ଚାକିରି, ୨୭ ବର୍ଷ ବୟସ ତଳକୁ ପ୍ରାର୍ଥୀ କରିପାରିବେ ଆବଦନ...

Government Job: ଚାକିରି ପାଇଁ ଆଗ୍ରହୀ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ତରଫରୁ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ। ଏ ନେଇ ଏଏଆଇ ତରଫରୁ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି ତାଲିକା। ଚାଲିଛି ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAI ଅନଲାଇନ୍ ଆବେଦନ ପ୍ରକ୍ରିୟା।

Government Job: ବାହାରିଲା ସରକାରୀ ଚାକିରି, ୨୭ ବର୍ଷ ବୟସ ତଳକୁ ପ୍ରାର୍ଥୀ କରିପାରିବେ ଆବଦନ...

Government Job: ଚାକିରି ପାଇଁ ଆଗ୍ରହୀ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ତରଫରୁ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ। ଏ ନେଇ ଏଏଆଇ ତରଫରୁ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି ତାଲିକା। ଚାଲିଛି ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAI ଅନଲାଇନ୍ ଆବେଦନ ପ୍ରକ୍ରିୟା। ମୋଟ ୪୯୬ ଟି ପୋଷ୍ଟ ପାଇଁ ବାହାରିଛି ଏହି ନିଯୁକ୍ତି ଅଫର। ତେବେ ଇଚ୍ଛୁକ ଯୁବକ-ଯୁବତୀମାନେ AAIର ଅଫିସିଆକ୍ ୱେବସାଇଟ୍ aai.aero କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।

ଏଥି ସହ ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ନୋଟିଫିକେସନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AAI Recruitment 2023 Notification ଉପରେ କ୍ଲିକ୍ କରି ଦେଖିପାରିବେ। ତେବେ ନଭେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅନଲାଇନ ଆବେଦନ ପ୍ରକ୍ରିୟା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ, ଆଗ୍ରହୀ ପ୍ରାର୍ଥୀ ମାନେ ନିଜ ଯୋଗ୍ୟତା ଅନୁସାରେ ଏହି ଚାକିରି ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ ପାଇଁ ଏଏଆଇ ତରଫରୁ ଏକ ନିର୍ଦ୍ଧିଷ୍ଠ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରାଯାଇଛି। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ଏବଂ ଗଣିତ ବିଷୟରେ ୩ ବର୍ଷ B.Sc.କିମ୍ବା ଇଞ୍ଜିନିୟରିଂର ଯେକୌଣସି ବିଷୟରେ BE-B.Tech ଡିଗ୍ରୀ ହାସ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ଅତିବେଶୀରେ ୨୭ ବର୍ଷ ହୋଇଥିବା ଆବଶ୍ୟକ ଅର୍ଥାତ ନଭେମ୍ବର ଚଳିତ ବର୍ଷ ୩୦ ତାରିଖ ବେଳକୁ ପ୍ରାର୍ଥୀ ୨୭ ବର୍ଷ ପାର୍ କରି ନଥିବା ଆବଶ୍ୟକ।

ଆବେଦନ ଶୁଳ୍କ:

ଆବେଦନ ପାଇଁ ସାଧାରଣ ବର୍ଗ(General category)ର ପ୍ରାର୍ଥୀଙ୍କୁ ଦାଖଲ କରିବା ହେବ ୧ ଜହାର ଟଙ୍କା ଓ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ PWD ବର୍ଗ ପ୍ରାର୍ଥୀଙ୍କ ପାଇଁ ଏହି ରାଶି ଦେୟମୁକ୍ତ କରାଯାଇଛି।

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା(ଅନ୍‌ଲାଇନ୍, ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ହେବ) ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବାର ବ୍ୟବସ୍ଥା ରହିଛି। ପରୀକ୍ଷାରେ ନକରାତ୍ମକ ମାର୍କିଂ(Negative Marking) ପାଇଁ କୌଣସି ବ୍ୟବସ୍ଥା ନାହିଁ।

କିପରି କରିବେ ଆବେଦନ:

ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ www.aai.aero କୁ ଯାଆନ୍ତୁ।ତା ପରେ ହୋମପେଜ୍‌ରେ କ୍ୟାରିଅର୍ ଟ୍ୟାବ୍(Career tab) ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆବେଦନ ଫର୍ମ(Apply form)କୁ ପୂରଣ କରନ୍ତୁ।ଏହା ପରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ। ପରେ ଆବେଦନ ଶୁଳ୍କ ଦାଖଲ କରନ୍ତୁ।

Also Read: Job Vacancy: ଦଶମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ, ୨୧ ହଜାରରୁ ଆରମ୍ଭ ହୋଇ ୮୦ ହଜାର ପର୍ଯ୍ୟନ୍ତ ମିଳିବ ଦରମା..