Advertisement
trendingPhotos2220691
photoDetails1hindi

Today Horoscope: ଖୁସି ଖବର ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

Horoscope Today 26 April 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୬ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ:- ଆଜିର ଦିନଟି ଆପଣଙ୍କ ପାଇଁ ବେଶ୍ ଶୁଭପ୍ରଦ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହିଛି। ନିଜ ପ୍ରିୟଜନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଆୟ ବ୍ୟୟ ସମାନ ରହିବ। 

2/12

ବୃଷ:- ଆଜି କୌଣସି ଏକ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ବିଶେଷକରି, ବ୍ୟବସାୟ, କଳା ଓ ସାହିତ୍ୟରେ ଜଡି଼ତ ଲୋକେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଘରେ ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।

3/12

ମିଥୁନ:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି ହେବ। ବନ୍ଧୁଙ୍କ ସହଯୋଗ ପାଇ ଖୁସି ହେବେ। ପରିବାରର ଅନୁରୋଧ କ୍ରମେ କୌଣସି କାମ ପାଇଁ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବାର ସମ୍ଭାବନା ରହିଛି । 

 

4/12

କର୍କଟ:-କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇପାରେ।  ବିଶେଷ କରି ସାହିତ୍ୟ,ସାମ୍ବାଦିକତା ଓ ସାମାଜିକ କ୍ଷେତ୍ରରେ ଜଡିତ ଲୋକେ କୌଣସି ସଭା ସମିତିରେ ପୁରସ୍କୃତ ହୋଇପାରନ୍ତି। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ଭାବନା ରହିଛି।

 

5/12

ସିଂହ:-ଆଜି କୌଣସି ସଭା ସମିତିରେ ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷ ସମ୍ବର୍ଦ୍ଧିତ ହୋଇପାରନ୍ତି। ଦୂରଯାତ୍ରା କରିପାରନ୍ତି। ଗାଡି଼ ମଟରରେ ଯାତ୍ରା କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

 

6/12

କନ୍ୟା:- ଆଜି ବ୍ୟବସାୟରେ ଆଶାତିତ ଲାଭ ପାଇ ପାଇ ମନ ଖୁସି ରହିବ।  ସନ୍ତାନ ପ୍ରାପ୍ତିର ସୁଖର ପାଇ ପାରନ୍ତି। ନିଜ ବନ୍ଧୁଙ୍କ ସାହାଯ୍ୟ ଦ୍ଵାରା କାର୍ଯ୍ୟ ହାସଲ କରିବେ। ନିଜର ଚତୁରତା ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ ।

 

7/12

ତୁଳା:-  ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ବେଶ୍ ମଙ୍ଗଳମୟ ରହିବ। ଦଳ ପକ୍ଷରୁ କିଛି ବଡ଼ ଦାୟିତ୍ବ ମିଳିପାରେ। ଅଯଥା କଥାକୁ କେନ୍ଦ୍ର କରି ବିବାଦରେ ଫସିପାରନ୍ତି।  ଆୟ ବଢିବ ।

 

8/12

ବିଚ୍ଛା:-  ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଦେଖାଦେଇପାରେ। ଯାହାକୁ ନେଇ ଚାପରେ ରହିବେ। ନୂତନ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବା ସହ କର୍ମକ୍ଷେତ୍ରରେ ପଦୋନ୍ନତିର ପାଇବାର ସମ୍ଭାବନା ରହିଛି। 

 

9/12

ଧନୁ:- ଆଜି ଦିନରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି ଏକ କାମରେ ବନ୍ଧୁଙ୍କର ସହଯୋଗ ପାଇବେ। ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ମନ ଆଦୌ ଭଲ ରହିବ ନାହିଁ ।

10/12

ମକର:-  ବ୍ୟବସାୟୀମାନଙ୍କ ପାଇଁ ଆଜିର ଦିନଟି ବେଶ୍ ଅନୁକୂଳ ରହିଛି। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭବାନ୍ ହେବେ।  କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ପାଇବେ। 

 

11/12

କୁମ୍ଭ:- ଦେହ ଓ ମନ ଆଜି ଭଲ ରହିବ ନାହିଁ। ଛାତ୍ରଛାତ୍ରୀମାନେ ପାଠପଢାରେ ମନୋନିବେଶ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। କୌଣସି କୋର୍ଟ କଚେରୀ ମାମଲାରେ ଫସି ପାରନ୍ତି। ଯେଉଁମାନେ  କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଶୁଭଫଳ ପାଇବେ। 

 

12/12

ମୀନ:- ପୁରୁଣା ରୋଗକୁ ନେଇ ଚିନ୍ତିତ ରହିବେ। ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅଯଥା ବିବାଦରେ ଫସି ପାରନ୍ତି। ବନ୍ଧୁଙ୍କ ଠାରୁ କୌଣସି ଭଲ ଖବର ପାଇ ମନ ପ୍ରଫୁଲ୍ଲିତ ରହିବ।

 

ट्रेन्डिंग फोटोज़