Top 10 News Today: ପୁରୀରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2244988

Top 10 News Today: ପୁରୀରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ପୁରୀରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ପୁରୀରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ, ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ପୁଣିଥରେ ଓଡ଼ିଶା ଗସ୍ତ କରିବା ସହ ପୁରୀରେ ରୋଡ ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଆଧାରରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ୨୦ ତାରିଖ ଦିନ ଶ୍ରୀକ୍ଷେତ୍ର ପୁରୀରେ ରୋଡ୍ ଶୋ କରିବେ । ଏଥିସହ କଟକ ଏବଂ ଅନୁଗୋଳରେ ମଧ୍ୟ ଜନସଭାକୁ ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମେ ୧୫ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ରାଉରକେଲା., କଣ୍ଟାବାଞ୍ଝି ସମେତ ସୋରଡାରେ ସଭା କାର୍ଯ୍ୟକ୍ରମ କରିବେ ବୋଲି ଜଣାପଡିଛି ।

02- ଜେଲରୁ ବେଲରେ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନତାଙ୍କୁ ୧୦ ଗ୍ୟାରେଣ୍ଟି ଦେଇଛନ୍ତି । ଗରିବ ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ମାଗଣାରେ ଯୋଗାଇଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିସହ ବିଦ୍ୟୁତ ଉତ୍ପାଦନ ବଢାଇବା ପାଇଁ ଆପର ଫୋକସ ରହିଛି ବୋଲି କେଜ୍ରିୱାଲ କହିଛନ୍ତି । କେବଳ ସେତିକି ନୁହେଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ କରି ଲୋକଙ୍କ ପାଇଁ ସୁବିଧା କରିବାକୁ ପ୍ରତିଶୃତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

03- କଂଗ୍ରେସ ଅଧ୍ୟକ୍ଷ ଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ବିହାରର ସମସ୍ତିପୁର ଏବଂ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲିରେ ଯୋଗ ଦେବାକୁ ଯିବା ସମୟରେ ଏହି ଯାଞ୍ଚ କରାଯାଇଛି । ଏନେଇ ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ ଆସିଛି । କଂଗ୍ରେସ କହିଛି ଯେ, କେବଳ ବିରୋଧୀ ଦଳକୁ ଟାର୍ଗେଟ୍ କରାଯାଉଛି । କିନ୍ତୁ ଏନଡିଏ ନେତାମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କିଛିଦିନ ତଳେ ରାହୁଲ ଗାନ୍ଧିଙ୍କ କେରଳ ଗସ୍ତ ସମୟରେ ସେଠାରେ ହେଲିକପ୍ଟର ଯାଞ୍ଚ କରାଯାଇଥିଲା ।

04- ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇ ଉଡାଇଦେବାକୁ ଧମକ ଦେଇଛି ଇରାନ୍ । ଏପ୍ରିଲ ମାସରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଅଧିକ ବଢୁଥିବା ସମୟରେ ଆଜି ଇରାନର ଧମକକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ହମାସ ସହ ଯୁଦ୍ଧ ଭିତରେ ଇସ୍ରାଏଲକୁ ଧମକ ଦେଇ ଇରାନ କହିଛି ଯେ, ଆମେ କାହାକୁ ଛାଡିବୁ ନାହିଁ । ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ପରାମର୍ଶଦାତା ଥିବା କମାଲ ଖରାଜୀ ଏହି ଧମକ ଦେଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

05- ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏନେଇ ଶନିବାର ସଂନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ୍‍ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଓ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ଏନେଇ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ। କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ଚାରି ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।  ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୋମବାର ଦିନ ୬୨ ଲକ୍ଷ ୮୭ ହଜାର ଭୋଟର ନିଜ ମତ ସାବ୍ୟସ୍ତ କରିବେ। ଏବଂ ମନ ପସନ୍ଦର ପ୍ରତିନିଧି ବାଛିବେ। 

06-ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ, ଶୃଙ୍ଖଳିତ ଭୋଟ୍ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସୁରକ୍ଷିତ ମତଦାନ ପାଇଁ ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ ବୋଲି ସେ ସୂଚନା ଦେଇଛନ୍ତି। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୬ ସିଆଇଏସଏଫ୍ ଓ ୩୧ ସିଆରପିଏଫ୍ ମୁତୟନ ରହିବେ । 

07- ବାରିପଦାରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଅଟୋ ବ୍ୟବହାର କରି ବ୍ରାଉନସୁଗର ବିକ୍ରି କରୁଥିବା ସମୟରେ ଚଢଉ କରି ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତଙ୍କ ଘର ବାରିପଦା ସୁନାଗଡିଆ ବୋଲି ଜଣାପଡିଛି । ଉଭୟଙ୍କ ନିକଟୁ ୧୭୦ ଗ୍ରାମର ବ୍ରାଉନ ସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗର ଦାମ ଦେଢ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଆଜି ବିଶେଷ ସୁତ୍ରରୁ ଅବକାରୀ ବିଭାଗକୁ ଏ ସମ୍ପର୍କରେ ଖବର ମିଳିଥିଲା । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ବୋଲି ସୂଚନା ମିଳିଛି ।

08- ଉତ୍ତରପ୍ରଦେଶର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାଥ ଧାମ ଆଜି ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି । ପ୍ରାୟ ୬ମାସ ବନ୍ଦ ରହିବା ପରେ ଆଜି ୧୨ ମଇରେ ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର । ବଦ୍ରିନାଥ ଧାମର ଫାଟକ ଖୋଲିବା ସମୟରେ ସେନା ବ୍ୟାଣ୍ଡର ସ୍ୱର ଶୁଣିବାକୁ ମିଳିଥିଲା । ପୂର୍ଣ୍ଣ ରୀତିନୀତି ଅନୁଯାୟୀ ବୈଦିକ ମନ୍ତ୍ର ଜପରେ ପ୍ରକମ୍ପିତ ହୋଇଥିଲା ଧାମ । ମନ୍ଦିରର କବାଟ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ଜୟ ବଦ୍ରିନାଥ ଉଚ୍ଚାରଣ କରିଥିଲେ । ଭକ୍ତମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପ୍ରଥମ ଦିନରେ ବଦ୍ରିନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭିଡ ଲଗାଇଥିଲେ । ସମ୍ପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜା ଯାଇଥିବା ସମୟରେ ଖୁବ ଆକର୍ଷଣୀୟ ଲାଗୁଥିଲା ମନ୍ଦିର ପରିସର ।

09- ଝରିଗାଁ ନିକଟ ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଟୋ ଓଲଟି ପଡିବା କାରଣରୁ ୧୮ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଭାରସ୍ୟାମ ହରାଇବା କାରଣରୁ ଏପରି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ରିପୋର୍ଟ ଆସିଛି ।

10- ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରକୋପ । ଯାହା ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ସାମୟିକ ଭାବେ ମୁକ୍ତି ଦେଉଛି। ଏବେ ପୂର୍ବରୁ ପଶ୍ଚିମକୁ ଲମ୍ବିଥିବା ଏକ ନିମ୍ନ ଚାପରେଖା ଉତ୍ତର ପୂର୍ବ ରାଜସ୍ଥାନ ଅଞ୍ଚଳରେ ସୃଷ୍ଟି ଘୃର୍ଣ୍ଣିବଳୟ ମଧ୍ୟ ଦେଇ ପରିବ୍ୟାପ୍ତ ରହିଛି। ଏହା ଉତ୍ତର ପୂର୍ବ ରାଜସ୍ଥାନରରୁ ଆସାମ୍ ଯାଏଁ ମଧ୍ୟପ୍ରଦେଶ, ଝାଡଖଣ୍ତ ହୋଇ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟାକା ଯାଏଁ ସମୁଦ୍ର ପତନରୁ ୦.୯ କିମି ଉପର ଯାଏଁ ଲମ୍ବିଛି। ଏହାସହ ଉତ୍ତର ବିହାରରୁ ଏକ ନିମ୍ନ ଚାପରେଖା ବାହାରି ଝାଡଖଣ୍ତ-ପଶ୍ଚିମବଙ୍ଗ ଗାଙ୍ଗେଇ ଉପତ୍ୟକା ଦେଇ ଉତ୍ତର ଓଡି଼ଶା ଯାଏଁ ସମୁଦ୍ର ପତନ ଠାରୁ ୩.୧ କିମି ଉପରେ ସକ୍ରିୟ ରହିଛି।  ଏହା ଫଳରେ ରାଜ୍ୟରେ କାଳବୈଶାଖି ବର୍ଷା ସହ ପାଗ ମୁଖ୍ୟତ ମେଘୁଆ ରହୁଛି।  ଏହି ପାଣିପାଗ ୧୬ ତାରିଖ ଯାଏଁ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ସହ ୧୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖି ବର୍ଷା ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।