Odisha Election 2024: ବିଜେଡିରେ କିଏ ଦିଏ ଟିକେଟ୍, ସାଂସଦଙ୍କ ପୋଷ୍ଟ ଖୋଲିଲା ଗୁମର !
Advertisement
Article Detail0/zeeodisha/odisha2159609

Odisha Election 2024: ବିଜେଡିରେ କିଏ ଦିଏ ଟିକେଟ୍, ସାଂସଦଙ୍କ ପୋଷ୍ଟ ଖୋଲିଲା ଗୁମର !

Odisha Election 2024: ଏପରି ପୋଷ୍ଟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ଦଳୀୟ ଟିକେଟ୍ କାହାକୁ ଦିଆଯିବ କାହାକୁ ମିଳିବନି ସେନେଇ ବିଜେଡିର ଏହି ହେବି ୱେଟ୍ ନେତାଙ୍କ ହାତରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Odisha Election 2024: ବିଜେଡିରେ କିଏ ଦିଏ ଟିକେଟ୍, ସାଂସଦଙ୍କ ପୋଷ୍ଟ ଖୋଲିଲା ଗୁମର !

Odisha Politics: ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନାମ ଥିବା ଏକ ଫେସବୁକ ଆକାଉଣ୍ଟର ପୋଷ୍ଟକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଯେଉଁଥିରେ ରାଜ୍ୟ ରାଜ୍ୟନୀତିର ଅନେକ ଭିତିରି କଥା ପଦାକୁ ଆସିଥିବା ଚର୍ଚ୍ଚା କରୁଛନ୍ତି ରାଜନୈତିକ ସମୀକ୍ଷକ ।

ପୋଷ୍ଟଟିରେ ସସ୍ମିତ ଲେଖିଛନ୍ତି ଯେ, ଏମିତି ନେତା ପାଇଁ ବିଜେଡିର ପ୍ରତିଟି କର୍ମୀ ଗର୍ବିତ । ପ୍ରଣବ ପ୍ରକାଶ ଦାସ ଯିଏ ପରିବାର ନୁହେଁ, ଦଳ ଆଉ ଦଳର କର୍ମୀଙ୍କୁ ଦିଅନ୍ତି ଗୁରୁତ୍ୱ । ସେ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଂଟିବାରେ କୈାଣସି ସମସ୍ୟା ନଥିଲା । ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ । ହେଲେ ସେ ଜାଣିଥିଲେ, ରାଜନୀତିରେ ସେ ଯେଉଁ ଟ୍ରେଣ୍ଡ ତିଆରି କରିବେ, ତାହା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତାଙ୍କୁ ପ୍ରଭାବିତ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ହିଁ ପାଥେୟ କରି ସେ କାର୍ଯ୍ୟ କରନ୍ତି । ଏହା ଆଜି ପ୍ରମାଣିତ । ଯେଉଁ ଯାଜପୁର ପୈାରାଂଚଳ କାହିଁ କେତେ ଦଶନ୍ଧିରୁ ତାଙ୍କ ପାରିବାରିକ ନିୟନ୍ତ୍ରଣରେ ଥିଲା, ତାକୁ ପଛରେ ଛାଡି ଦେଇଥିଲେ ବବି ଭାଇ । କାରଣ ସେ ଟ୍ରେଣ୍ଡ ସେଟ୍ କରୁଥିଲେ, ଗୋଟିଏ ପରିବାର ଗୋଟିଏ ଟିକେଟ । ସେ ଉଦାହରଣ ସୃଷ୍ଟି କରୁଥିଲେ, ପରିବାର ପଛ, ପାର୍ଟି ଆଗ । ସେ ବାର୍ତା ଦେଉଥିଲେ, ନବୀନ ପଟ୍ଟନାୟକ ଯାହା କହିବେ ତାହା ଚୂଡାନ୍ତ । ଆଜି ରାଜନୈତିକ ଘଟଣାକ୍ରମରେ ଯେଉଁ ସନ୍ଦେଶ ଆସିଛି, ତାହା ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଦଳୀୟ ପ୍ରେମ ଏବଂ ନବୀନ ପ୍ରେମରେ ଉଦବୁଦ୍ଧ କରିବ । ଦଳ ସର୍ବମାନ୍ୟ, ନବୀନ ସର୍ବମାନ୍ୟ । ପ୍ରତିଟି କର୍ମୀ ନିଜ ଆଉ ନିଜ ପରିବାରର ସ୍ୱାର୍ଥ କଥା ଛାଡି ରାଜ୍ୟ ଏବଂ ଦଳୀୟ ସ୍ୱାର୍ଥରେ କାର୍ଯ୍ୟ କରିବାର ଯେଉଁ ବାର୍ତା ଆମ ପ୍ରିୟ ସାଙ୍ଗଠନିକ ସମ୍ପାଦକ ଦେଇଛନ୍ତି, ସେଇ ଅନୁସାରେ କାର୍ଯ୍ୟ କରିବା ।

Post- 

ତେବେ ଏପରି ପୋଷ୍ଟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ଦଳୀୟ ଟିକେଟ୍ କାହାକୁ ଦିଆଯିବ କାହାକୁ ମିଳିବନି ସେନେଇ ବିଜେଡିର ହେବି ୱେଟ୍ ନେତା ପ୍ରଣବଙ୍କ ହାତରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Also Read- ମେଣ୍ଢାଶାଳ ସ୍ଥିତ ଫାଣ୍ଡି ହେଲା ‘ଶିଳ୍ପାଞ୍ଚଳ ଥାନା’

Also Read- Budh Uday: ବୁଧଙ୍କ ପ୍ରଭାବରୁ କ୍ଷତିଗ୍ରସ୍ତ ହେବେ ୩ଟି ରାଶି !