Budh Gochar 2024: ରାଶି ପରିବର୍ତ୍ତନ କରିବେ ବୁଧ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha2170542

Budh Gochar 2024: ରାଶି ପରିବର୍ତ୍ତନ କରିବେ ବୁଧ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହ ବୁଦ୍ଧି ପାଇଁ ବରଦାନ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ରାଶିରେ ବୁଧର ସ୍ଥିତି ଶକ୍ତିଶାଳୀ, ସେ ବହୁତ ବୁଦ୍ଧିମାନ ଅଟନ୍ତି। ଯେଉଁମାନଙ୍କ ରାଶିରେ ବୁଧ ଦୁର୍ବଳ, ସେମାନେ ମାନସିକ ସ୍ତରରେ ଦୁର୍ବଳ ବୋଲି କୁହାଯାଏ। ଜ୍ୟୋତିଷଙ୍କ ଅନୁଯାୟୀ, ଯେତେବେଳେ ବି ପ୍ରଭୁ ବୁଧ ତାଙ୍କର ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହା ପୃଥିବୀର ସମସ୍ତ ଜୀବ-ଜନ୍ତୁଙ୍କ ଉପରେ କିଛି ପ୍ରଭାବ ପକାଇଥାଏ। 

Budh Gochar 2024: ରାଶି ପରିବର୍ତ୍ତନ କରିବେ ବୁଧ, ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୁଧ ଗ୍ରହ ବୁଦ୍ଧି ପାଇଁ ବରଦାନ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ରାଶିରେ ବୁଧର ସ୍ଥିତି ଶକ୍ତିଶାଳୀ, ସେ ବହୁତ ବୁଦ୍ଧିମାନ ଅଟନ୍ତି। ଯେଉଁମାନଙ୍କ ରାଶିରେ ବୁଧ ଦୁର୍ବଳ, ସେମାନେ ମାନସିକ ସ୍ତରରେ ଦୁର୍ବଳ ବୋଲି କୁହାଯାଏ। ଜ୍ୟୋତିଷଙ୍କ ଅନୁଯାୟୀ, ଯେତେବେଳେ ବି ପ୍ରଭୁ ବୁଧ ତାଙ୍କର ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହା ପୃଥିବୀର ସମସ୍ତ ଜୀବ-ଜନ୍ତୁଙ୍କ ଉପରେ କିଛି ପ୍ରଭାବ ପକାଇଥାଏ। ତେବେ ବୁଧ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯାହା ନିଶ୍ଚିତ ଭାବରେ ସମସ୍ତ ରାଶିର ଉପରେ କିଛି କିଛି ପ୍ରଭାବ ପକାଇବ। ମାତ୍ର ବିଶେଷ ପରି ୩ଟି ରାଶି ଉପରେ ଏହାର ପ୍ରଭାବ ବିଶେଷ ଭାବରେ ପଡ଼ିବ ବୋଲି କୁହାଯାଇଛି।

ମେଷ ରାଶି:

ବୁଧ ଗ୍ରହର ରାଶି ପରିବର୍ତ୍ତନ ମେଷ ରାଶି  ଥିବା ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି।  ଏପ୍ରିଲ୍ ମଧ୍ୟଭାଗରେ,ମେଷ ରାଶିର ମୋକମାନେ କ୍ୟାରିୟର ସହିତ ଜଡିତ ଏକ ଭଲ ଖବର ପାଇପାରିବେ। ଏଥି ସହ ଯେଉଁମାନେ ବିଦେଶକୁ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି ସେମାନଙ୍କ ଯୋଜନା ସଫଳ ହେବାକୁ ଯାଉଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଦ୍ୱିଗୁଣ ଲାଭ ପାଇପାରନ୍ତି। ଆପଣଙ୍କ କାର୍ଯ୍ୟ କ୍ଷେତ୍ର ସହିତ ଆପଣଙ୍କୁ ବହୁତ ଦୂର ଯାତ୍ରା କରିବାକୁ ପଡିପାରେ।

ମିଥୁନ ରାଶି:

ନୂତନ ଭାବେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ। ଆପଣ ଜଣେ ବଡ ନେତାଙ୍କୁ ଭେଟି ପାରନ୍ତି।

ତୂଳା ରାଶି:

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ତୂଳା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ପରିବର୍ତ୍ତନ ବହୁତ ଭଲ ହେବ। ବିବାହିତ ଲୋକମାନେ ସେମାନଙ୍କ ଜୀବନରେ ଖୁସି ରହିବେ। ନିଜ ଲୋକମାନଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସମର୍ଥ ହେବେ। ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )