Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କୁ ମିଳିବ ଶୁଭଫଳ ସହ ବଢିବ ଆୟ
Advertisement
Article Detail0/zeeodisha/odisha2108156

Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କୁ ମିଳିବ ଶୁଭଫଳ ସହ ବଢିବ ଆୟ

Budh Gochar 2024: ବୁଧ ହେଉଛନ୍ତି ଅର୍ଥ, ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ରାଶିରେ ଏହି ଗ୍ରହର ସ୍ଥିତି ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ଏହି କ୍ରମରେ ବୁଧ ମକର ରାଶିରେ ଥିବା ବେଳେ ଫେବୃଆରୀ ୧୬ ରେ ସକାଳ ୬ଟା ୧୨ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ,  ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ। 

Budh Gochar 2024: ଧନୁକୁ ଚଳନ କରିବେ ବୁଧ, ତିନି ରାଶିଙ୍କୁ ମିଳିବ ଶୁଭଫଳ ସହ ବଢିବ ଆୟ

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2024) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ବୁଧ (Budh Gochar 2023 ) ମଧ୍ୟ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ବୁଧ ହେଉଛନ୍ତି ଅର୍ଥ, ବୁଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ। ରାଶିରେ ଏହି ଗ୍ରହର ସ୍ଥିତି ମଣିଷ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ। ଏହି କ୍ରମରେ ବୁଧ ମକର ରାଶିରେ ଥିବା ବେଳେ ଫେବୃଆରୀ ୧୬ ରେ ସକାଳ ୬ଟା ୧୨ ମିନିଟ୍ ସମୟରେ ଧନୁ ରାଶିକୁ ଚଳନ କରିବେ। ବୁଧଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ,  ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ। 

ମିଥୁନ ରାଶି- ବୁଧଙ୍କ ଗୋଚର ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ବିଶେଷ ଲାଭଦାୟୀ ରହିବ । ଏହାର ପ୍ରଭାବରେ ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ଅଗ୍ରଗତି ହେବ। ଆର୍ଥିକ୍ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ । ଆକସ୍ମିତ ଅର୍ଥ ଲାଭ । କର୍ମକ୍ଷେତ୍ରରେ ଅଧିକାରୀମାନେ ପ୍ରସଂଶା କରିବା ପଦୋନ୍ନତି ନେଇ ଯୋଗ ରହିଛି । କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ ।

ଧନୁ ରାଶି- ବୁଧଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଭାବେ ଉପକୃତ ହେବେ । ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନୂତନ ଚାକିରି ନେଇ ଅଫର ମିଳିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ । ବ୍ୟୟ କମିବା ସହ ଆୟରେ ବୃଦ୍ଧି ଘଟିବ । ନୂତନ ବ୍ୟବସାୟ ଲାଗି ସମୟ ଅନୁକୂଳ ଅଟେ ।

କନ୍ୟା ରାଶି- ବୁଧ କନ୍ୟାର ରାଶିର ଶାସକ ଗ୍ରହ ଅଟନ୍ତି । ମିଥୁନ ରାଶିରେ ବୁଧଙ୍କ ପ୍ରବେଶ ଯୋଗୁଁ ସୃଷ୍ଟି ହେଉଥିବା ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭଦାୟୀ ହେବେ । ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ବାଟ ଫିଟିବ । ବ୍ୟବସାୟରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ମଙ୍ଗଳମୟ ହେବ । ପାରିପାରିବ ସମ୍ପର୍କରେ ମଧୁରତା ଆସିବ । ଦୂରସ୍ଥାନକୁ ଯାତ୍ରା ଭାଲଦାୟୀ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )