Baba Vanga Prediction 2023: ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ
Advertisement
Article Detail0/zeeodisha/odisha1665369

Baba Vanga Prediction 2023: ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

Baba Vanga Prediction 2023: ବାବା ଭଙ୍ଗା ୨୦୨୩ ବର୍ଷ ପାଇଁ ମଧ୍ୟ ଅନେକ ବିପଜ୍ଜନକ ଭବିଷ୍ୟବାଣୀ କରିଛନ୍ତି, ଯାହା ଶୁଣି ଆପଣଙ୍କ ଆତ୍ମା ​​କମ୍ପି ଉଠିବ । ଯଦି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୁଏ । ତେବେ ୨୦୨୩ ବର୍ଷ କୋରୋନା ସମୟ ଅପେକ୍ଷା ଅଧିକ ଭୟଙ୍କର ହେବ ।

Baba Vanga Prediction 2023: ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ

Baba Vanga Prediction 2023: ବାବା ଭେଙ୍ଗା (Baba Vanga) ଙ୍କ ନାମ ଦୁନିଆର ସବୁଠାରୁ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ମଧ୍ୟରେ ଗଣାଯାଏ । ବାବା ଭେଙ୍ଗା (Baba Vanga) ଙ୍କ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ତାଙ୍କ ଦ୍ୱାରା କରାଯାଇଥିବା ଅଧିକାଂଶ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ, ବାବା ଭଙ୍ଗା ୨୦୨୩ (Baba Vanga Prediction 2023) ବର୍ଷ ପାଇଁ ମଧ୍ୟ ଅନେକ ବିପଜ୍ଜନକ ଭବିଷ୍ୟବାଣୀ କରିଛନ୍ତି, ଯାହା ଶୁଣି ଆପଣଙ୍କ ଆତ୍ମା ​​କମ୍ପି ଉଠିବ । ଯଦି ବାବା ଭେଙ୍ଗା (Baba Vanga) ଙ୍କ ଏହି ଭବିଷ୍ୟବାଣୀ ସତ ବୋଲି ପ୍ରମାଣିତ ହୁଏ । ତେବେ ୨୦୨୩ ବର୍ଷ କୋରୋନା ସମୟ ଅପେକ୍ଷା ଅଧିକ ଭୟଙ୍କର ହେବ ।

ବାବା ଭେଙ୍ଗା ୨୦୨୩ (Baba Vanga Prediction 2023) ବର୍ଷ ବିଷୟରେ ଏକ ବିପଜ୍ଜନକ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗା (Baba Vanga) କହିଛନ୍ତି ଯେ, ଚଳିତ ବର୍ଷ ବିପଜ୍ଜନକ ବାୟୋ ୱେପନ (Bio Weapon) ର ପ୍ରୟୋଗ ଦେଖିବାକୁ ମିଳିପାରେ ଓ ଯଦି ଏହା ଘଟେ ତେବେ ବିଶ୍ୱର ଜନସଂଖ୍ୟାର ଏକ ଅଂଶରେ ମୃତ୍ୟୁର ବିପଦ ଅଧିକ ରହିଛି । ବାବା ଭେଙ୍ଗା (Baba Vanga) ବାୟୋ ୱେପନ୍ (Bio Weapon) ବିଷୟରେ ମଧ୍ୟ କହିଛନ୍ତି ଯେ ଏହା କୌଣସି ବଡ଼ ଦେଶ ଦ୍ୱାରା ବହୁ ସଂଖ୍ୟାରେ ମାନବଙ୍କ ଉପରେ ବ୍ୟବହାର କରାଯାଇପାରେ ।

ଆପଣଙ୍କୁ କହି ରଖୁଛୁ ଯେ, ବାୟୋ ୱେପନ୍ ହେଉଛି ଏକ ଅସ୍ତ୍ର ଯେଉଁଥି ପାଇଁ ମାଇକ୍ରୋ ଅଣୁଜୀବ, ଭୂତାଣୁ ଏବଂ ଜୀବାଣୁ ତିଆରି ପାଇଁ ବ୍ୟବହୃତ ହୁଏ । ଏହା ଏକ ପ୍ରକାର ଜୈବିକ ଅସ୍ତ୍ର ଯାହାକି ଲକ୍ଷ ଲକ୍ଷ କୋଟି ଜନସଂଖ୍ୟାକୁ ଗୋଟିଏ ଥର ମୃତ୍ୟୁର ଚିର ନିଦରେ ଶୁଆଇପାରେ । ଏହା ମାଧ୍ୟମରେ କୌଣସି ବିସ୍ଫୋରଣ ହୁଏ ନାହିଁ, କିନ୍ତୁ ଏହା ଲୋକଙ୍କୁ ଅସୁସ୍ଥ କରି ହତ୍ୟା କରିଥାଏ ।

ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ବାବା ଭେଙ୍ଗା ଭବିଷ୍ୟବାଣୀ (Baba Vanga Prediction 2023) ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । ସେ ୫ ହଜାରରୁ ଅଧିକ ଭବିଷ୍ୟବାଣୀ କରିଯାଇଛନ୍ତି, ଯେଉଁଥିରୁ ଅନେକ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି । ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଅଟନ୍ତି । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରୁଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ବାବା ଭେଙ୍ଗା ଆଜି ଠାରୁ ୧୧୧ ବର୍ଷ ପୂର୍ବେ ଏହି ଭବିଷ୍ୟବାଣୀ କରିଥିଲେ, ଯାହାକୁ ନେଇ ସାରା ଦୁନିଆରେ ଭୟର ବାତାବରଣ ଦେଖାଦେଇଛି । 

ଅଧିକ ପଢ଼ନ୍ତୁ-ପାକିସ୍ତାନର ଖତରନାକ୍ ଚାଲ୍, ଭାରତରେ ବିଶ୍ୱକପ ଜିତିବା ପାଇଁ ଏହି ଖେଳାଳିଙ୍କୁ କରିବ ନିଜର ଅଧିନାୟକ

ଅଧିକ ପଢ଼ନ୍ତୁ-୧୨ ବର୍ଷ ପରେ ସୂର୍ଯ୍ୟ-ଗୁରୁଙ୍କ ଅଦ୍ଭୁତ ସଂଯୋଗ; ଖୋଲିଯିବ ଏସବୁ ରାଶିଙ୍କ ଭାଗ୍ୟ, ମିଳିବ ବଡ଼ ପଦ ଓ ବର୍ଷିବ ଟଙ୍କା!

ବୁଲଗେରିଆରେ ରହୁଥିବା ନେତ୍ରହୀନ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟରୋଭା (Vangeliya Pandeva Gushterova) ଓରଫ ବାବା ଭେଙ୍ଗା ଏପରି ଜଣେ ପ୍ରସିଦ୍ଧ ଭବିଷ୍ୟ‌ଦ୍‌ବକ୍ତା ଥିଲେ । କୁହାଯାଏ ଯେ ଆଖି ନ ଥାଇ ମଧ୍ୟ ସେ ଭବିଷ୍ୟତକୁ ସ୍ପଷ୍ଟ ଦେଖିପାରନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି ବୋଲି ବିଶ୍ୱାସ କରାଯାଏ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୩ରେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ହେବ, ଯାହାର ଗମ୍ଭୀର ପରିଣାମ ହୋଇପାରେ । ଏହା ବ୍ୟତୀତ ୨୦୨୮ରେ ମହାକାଶଚାରୀ ଶୁକ୍ର ଗ୍ରହକୁ ଯାତ୍ରା କରିବେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୪୬ରେ ଅଙ୍ଗ ପ୍ରତିରୋପଣ ସାହାଯ୍ୟରେ ଲୋକମାନେ ୧୦୦ ବର୍ଷରୁ ଅଧିକ ସମୟ ବଞ୍ଚିପାରିବେ ।