Happy Birthday: ଆପଣଙ୍କ ପ୍ରିୟ ଉପସ୍ଥାପକ, ଅଭିନେତା, ନିର୍ଦ୍ଦେଶକ ଅଶ୍ୱିନଙ୍କ ଜନ୍ମଦିନ

Apr 13, 2024, 10:23 PM IST

Soubhagya Mishra

ପବିତ୍ର ଓଡ଼ିଆ ନବବର୍ଷ (ଏପ୍ରିଲ ୧୪)ରେ ଜନ୍ମଗ୍ରହଣ କରିଥିଲେ ଆପଣଙ୍କର ପ୍ରିୟ ଅଶ୍ୱିନ ତ୍ରିପାଠୀ

ଏକ ଘରୋଇ ଚ୍ୟାନେଲ ଲାଇଭ୍ ଶୋରେ ପ୍ରଥମ ଏଣ୍ଟ୍ରିରୁ ହିଁ ଆପଣଙ୍କ ମନ ଜିଣିବାରେ ସଫଳ ହୋଇଥିଲେ ଅଶ୍ୱିନ

ପ୍ରଥମ ଶୋର ଲୋକପ୍ରିୟତା ପରେ ଅଶ୍ୱିନ ବନିଯାଇଥିଲେ ଲଭ୍ ଗୁରୁ

ଆଉ ତାପରେ ସିରିଏଲ, ସିନେମା, ମ୍ୟୁଜିକ ଭିଡିଓରେ ଅଭିନୟ କରି ସାଉଣ୍ଟିଥିଲେ ଦର୍ଶକଙ୍କ ଭଲପାଇବା

କିଛି ନୂଆ କରି ଦେଖାଇବାର ଲୋଭ ଅଶ୍ୱିନଙ୍କୁ ଘାରିଥିଲା, ସେଥିପାଇଁ ସେ ଅଭିନେତାରୁ ପାଲଟିଥିଲେ ନିର୍ଦ୍ଦେଶକ

ଅନେକ ମ୍ୟୁଜିକ ଭିଡିଓ ସମେତ ସିନେମାରେ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଥିଲେ ଅଶ୍ୱିନ୍

ଲଭ୍ ଗୁରୁ ହୋଇ ପ୍ରେମ ସମସ୍ୟାର ସମାଧାନ କରୁଥିବା ଅଶ୍ୱିନଙ୍କ ପ୍ରେମ କାହାଣୀ ବି ଥିଲା ଖୁବ୍ ଖାସ୍

ପ୍ରଥମେ ବନ୍ଧୁତା ପରେ ବନ୍ଧୁତାରୁ ପ୍ରେମ ଏବଂ ଶେଷରେ ସଫଳ ପ୍ରେମ ବିବାହରେ ପରିଣତ ହୋଇଥିଲା

ସଫଳ ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରେରଣା ପ୍ରତୀକ୍ଷା ଅଶ୍ୱିନଙ୍କ ସାତ ଜନ୍ମର ସାଥୀ 

ଅଶ୍ୱିନଙ୍କ ଜନ୍ମଦିନରେ ଜୀ ଓଡ଼ିଶା ନ୍ୟୁଜ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା