Rakul & Jackky Wedding: ରକୁଲ ନା ଜ୍ୟାକି କିଏ ବେଶୀ ଧନୀ ?

Feb 19, 2024, 01:15 PM IST

Payal Priyadarshini

ଦୀର୍ଘ ଦିନ ଧରି ପରସ୍ପରକୁ ଡ଼େଟ୍ କରିବା ପରେ ଫେବୃୟାରୀ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରକୁଲ୍ ପ୍ରୀତ୍ ସିଂ ଓ ଜ୍ୟାକି ଭଗନାନୀ ।

ଗୋଆର ଏକ ନାମୀ ହୋଟେଲରେ ରାଜକୀୟ ଢଙ୍ଗର ବିବାହ କରିବେ ଏହି ଲଭ ବାର୍ଡ଼ ।

ତେବେ ଆସନ୍ତୁ ଜାଣିବା ଉଭୟଙ୍କ ମଧ୍ଯରୁ କିଏ ବେଶ ଧନୀ?

ରକୁଲ୍ ପ୍ରୀତ୍ ସିଂ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ୩ରୁ ୪ କୋଟି ଟଙ୍କା ଚାର୍ଜ କରିଥାଆନ୍ତି ।

ରିପୋର୍ଟ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୪୯ କୋଟି ଟଙ୍କା ଅଟେ ।

ଏହାସହ ସେ ବ୍ରାଣ୍ତ ପ୍ରୋମେସନ୍ ପାଇଁ ସେ ପ୍ରାୟ ୪୫ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି । 

ରକୁଲଙ୍କର ହ୍ରାଇଦାବାଦ, ଦିଲ୍ଲୀ ଓ ମୁମ୍ବାଇରେ ବିଳାସପୂର୍ଣ୍ଣ ଘର ମଧ୍ଯ ରହିଛି ।

ରିପୋର୍ଟ ଅନୁଯାୟୀ, ଜ୍ୟାକି ଭଗନାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୫ରୁ ୪୦ କୋଟି ମଧ୍ୟରେ ଅଟେ ।

ଜ୍ୟାକି ଅଭିନେତା ହେବା ସହ ଫିଲ୍ମ ପ୍ରଡ୍ୟୁସର ମଧ୍ଯ ଅଟନ୍ତି ।

ଶେଷ ଥର ପାଇଁ ସେ ୨୦୧୮ ମସିହାର ରିଲିଜ ହୋଇଥିବା ଫିଲ୍ମ ‘ମିତ୍ରୋ’ରେ ନଜର ଆସିଥିଲେ ।