Worst Food for Eyes: ଏହି ସବୁ ଖାଦ୍ୟ ଖାଉଛନ୍ତି? କମ୍ ବୟସରେ ଆପଣଙ୍କୁ କରିଦେବ ଅନ୍ଧ!
Advertisement
Article Detail0/zeeodisha/odisha1627480

Worst Food for Eyes: ଏହି ସବୁ ଖାଦ୍ୟ ଖାଉଛନ୍ତି? କମ୍ ବୟସରେ ଆପଣଙ୍କୁ କରିଦେବ ଅନ୍ଧ!

ସରଳ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ପାଇଁ ଖରାପ ଖାଦ୍ୟାଭ୍ୟାସରୁ ଦୂରରେ ରହିବା ନିହାତି ଜରୁରୀ ଅଟେ। ସାଧାରଣତଃ ଖରାପ ଖାଦ୍ୟ ଦ୍ୱାରା ଆମର ଆଭ୍ୟନ୍ତରୀଣ ଅଙ୍ଗ ଗୁଡି଼କ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୁଏ। ତେବେ କେଉଁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଏହା ସମସ୍ତେ ଜାଣିଥିବେ ନିଶ୍ଚୟ। ତେବେ ଆପଣ ମାନେ ଜାଣିଛନ୍ତି କି?, ଖରାପ ଖାଦ୍

ସୌ(ସୋସିଆଲ ମିଡିଆ)

Worst Food for Eyes: ସରଳ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ପାଇଁ ଖରାପ ଖାଦ୍ୟାଭ୍ୟାସରୁ ଦୂରରେ ରହିବା ନିହାତି ଜରୁରୀ ଅଟେ। ସାଧାରଣତଃ ଖରାପ ଖାଦ୍ୟ ଦ୍ୱାରା ଆମର ଆଭ୍ୟନ୍ତରୀଣ ଅଙ୍ଗ ଗୁଡି଼କ ବ୍ୟାପକ ପରିମାଣରେ କ୍ଷତିଗ୍ରସ୍ତ ହୁଏ। ତେବେ କେଉଁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଏହା ସମସ୍ତେ ଜାଣିଥିବେ ନିଶ୍ଚୟ। ତେବେ ଆପଣ ମାନେ ଜାଣିଛନ୍ତି କି?, ଖରାପ ଖାଦ୍ୟ ଆପଣଙ୍କର ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ, କିଛି ଖାଦ୍ୟରେ ଥିବା ଅସ୍ୱାସ୍ଥ୍ୟକର ତତ୍ତ୍ୱ ଧିରେ ଧିରେ ଆମ ଆଖିର ଦେଖିବା ଶକ୍ତି ସମୟ ପୂର୍ବରୁ କମାଇବା ସହ ଦୃଷ୍ଟିଶକ୍ତି ହରାଇବାର ମୁଖ୍ୟ କାରଣ ପାଲଟିଥାଏ । ତେବେ ଖରାପ ଖାଦ୍ୟ ଅଭ୍ୟାସ ବିଭିନ୍ନ ଆଖି ଜନିତ ରୋଗର କାରଣ ସାଜିଥାଏ ବୋଲି ବୈଜ୍ଞାନିକମାନେ ମତ ବ୍ୟକ୍ତ କରିଛନ୍ତି। ଆଖି ପ୍ରତ୍ୟେକ ମଣିଷ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ ।

ଆମ ଆଖିର ସ୍ୱାସ୍ଥ୍ୟ ଆମ ହୃତପିଣ୍ଡ ଓ ରକ୍ତ ନଳୀର ସ୍ୱାସ୍ଥ୍ୟ ସହ ସିଧା ସଳଖ ସମ୍ପୃକ୍ତ ଅଟେ। ବଜାରରେ ମିଳୁଥିବା ପ୍ରକ୍ରିୟାକୃତ ଖାଦ୍ୟରେ ସାଚୁରଟେଡ଼ ଫ୍ୟାଟ (saturated fat) ଓ ଅସ୍ୱାସ୍ଥ୍ୟକର ଫ୍ୟାଟ୍ ରହିଥାଏ। ଏହା ରକ୍ତରେ କୋଲେଷ୍ଟ୍ରଲ(Cholesterol ବଢାଇଥାଏ। ବଜାରରେ ଏବେ ପ୍ୟାକେଟ୍ ହୋଇଥିବା ମାଂସ, ଦୁଗ୍ଧ ଜାତୀୟ ପଦାର୍ଥ, ଭଜା ଖାଦ୍ୟ ଓ ଜଙ୍କ ଫୁଡ଼ ମିଳୁଥିବାର ଆପଣ ଦେଖିଥି୍ବେ ନିଶ୍ଚୟ ତେବେ ଏଗୁଡି଼କରେ ଦୀର୍ଘ ଦିନ ପର୍ଯ୍ୟନ୍ତ ନଷ୍ଟ ନ ହେବା ପାଇଁ ରସାୟନ ପଦାର୍ଥ ଦେଇ ଏହାକୁ ରଖାଯାଇଥାଏ । ଏହା ରକ୍ତ ନଳୀରେ ପ୍ଲେକ୍‌ ନିର୍ମାଣ କରିଥାଏ। ଏହା ଆଖି ସହ ସଲଗ୍ନ ଛୋଟ ରକ୍ତ ନଳୀ ଗୁଡିକୁ ବହୁତ ସହଜରେ ଅବରୋଧ କରିଥାଏ। ସାଚୁରେଟେଡ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଗୁଡି଼କ ଅସ୍ୱାସ୍ଥ୍ୟକର ହୋଇଥାଏ। କ୍ଲିଭଲ୍ୟାଣ୍ଡ କ୍ଲିନିକର ମୁଖ୍ୟ ଡାଏଟିସିଆନ(Dietitian) କୁହନ୍ତି ଯେ, ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସନ୍ତୁଳିତ ଫ୍ୟାଟ ଖାଇବା ଉଚିତ୍। ଏହାଛଡା ୫ରୁ ୬ ପ୍ରତିଶତ କ୍ୟାଲୋରୀ(calories) ଯୁକ୍ତ ସାଚୁରେଟେଡ ଫ୍ୟାଟ୍ ଶରୀର ପାଇଁ ଗ୍ରହଣଯୋଗ୍ୟ ।

ଆଖି ପାଇଁ କ୍ଷତିକାରକ ହୋଇଥାଏ ଏହିସବୁ ଖାଦ୍ୟ

୧. ସାଧାରଣ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ

ବଜାରରେ ମିଳୁଥିବା ସ୍ୱାଦିଷ୍ଟ ପାସ୍ତା ଓ ଧଳା ବ୍ରେଡ଼ରେ ଥିବା କାର୍ବ୍ସ ଆଖିର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଏହା ରକ୍ତରେ ମିଶି ଶର୍କରାର ପରିମାଣ ବୃଦ୍ଧି କରେ। ରକ୍ତ ଶର୍କରା ଆମ ଶରୀରର ବିଭିନ୍ନ କାର୍ଯ୍ୟ କରିବା ପାଇ ଶକ୍ତି ଯୋଗାଇ ଥାଏ। କିନ୍ତୁ ଅତ୍ୟଧିକ ଶର୍କରା ମଧୁମେହର କାରଣ ହୋଇଥାଏ । ଅଧିକ କାର୍ବୋହାଇଡ୍ରେଟ୍(Carbohydrates) ଯୁକ୍ତ ଖାଦ୍ୟ ଓଜନ ବଢାଇବା ସହ କୋଲେଷ୍ଟ୍ରଲ ମଧ୍ୟ ବଢାଇ ଥାଏ। ଏହା ଫଳରେ ହୃଦଘାତ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଏହା ଆଖିର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ। ଡାଏଟାରୀ ଗ୍ଲାଇଲେମିକ୍ ଇଣ୍ଡେକ୍ସ ଓ ବୟସ ସମ୍ବନ୍ଧୀୟ ମାକ୍ୟୁଲାର ଡିଜେନେରେସନ୍ ( Age-related Macular Degeneration, AMD ) ଉପରେ ଆଧାରିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରକ୍ତରେ କାର୍ବ୍ସ ହ୍ରାସ ହେଲେ ଏଏମ୍‌ଡି ଥିବା ରୋଗୀମାନେ ଉପକୃତ ହୁଅନ୍ତି।

. ସୋଡିୟମ୍ ଯୁକ୍ତ ଖାଦ୍ୟ

ମାତ୍ରାଧିକ ସୋଡିୟମ୍ ଥିବା ଖାଦ୍ୟ ତଥା ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ହୋଇଥାଏ। ଅନ୍ୟ ସୋଡିୟମ୍ ଯୁକ୍ତ ଖାଦ୍ୟ ଗୁଡି଼କ ହେଲା ହଟ୍‌ ଡଗ୍‌ ( hot dog), ବ୍ୟାକୋନ୍ (bacon), ଗରିଷ୍ଠ ମାଂସ, କ୍ୟାନ୍‌ ଫୁଡ଼ (Canned food) । ସମୟ ସହିତ ଉଚ୍ଚ ରକ୍ତଚାପ(High Blood Pressure) ଆଖି ଉପରେ କୁପ୍ରଭାବ ପକାଇଥାଏ। ଏହାଛଡା ରେଟିନା ତଳେ ତରଳ ପଦାର୍ଥର ଆସ୍ତରଣ ତିଆରି କରିବା ସହ ସ୍ନାୟୁ ଗୁଡିକରେ ରକ୍ତ ସଞ୍ଚାଳନ ବନ୍ଦ କରିପାରେ। ଏହାର ପ୍ରଭାବରେ ଦୃଷ୍ଟି ଶକ୍ତି କମିବା ସହ ଆଖି ଖରାପ ହେବାର ସମ୍ଭାବନାକୁ ବଢାଇ ଦେଇଥାଏ।

fallback

. ସାଚୁରେଟେଡ ଫ୍ୟାଟ ଟ୍ରାନ୍ସ ଫ୍ୟାଟ୍

ଆମେ ଖାଉଥିବା ମାଂସରେ ସାଚୁରେଟେଡ଼ ଫ୍ୟାଟ ରହିଥାଏ। ଏଥିରେ ଫ୍ୟାଟି ଏସିଡ଼ର(Fatty Acid) ପରିମାଣ ଅଧିକ ଥିବାବେଳେ ଟ୍ରାନ୍ସ ଫ୍ୟାଟ ଗୁଡି଼କରେ ହାଇଡ୍ରୋଜେନେରେଟେଡ଼ ଅଏଲ (Hydrogenerated Oil) ରହିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ଏହି ଟ୍ରାନ୍ସ ଫ୍ୟାଟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଥିବା ବେଳେ ଖାଦ୍ୟରେ ୪ ଗ୍ରାମରୁ କମ୍ ସାଚୁରେଟେଡ଼ ଫ୍ୟାଟ ଶରୀର ପାଇଁ ଗ୍ରହଣୀୟ ହୋଇଥାଏ । ମାର୍ଗାରାଇନକୁ ବଟର ବଦଳରେ ବ୍ୟବହାର କରାଯାଏ କିନ୍ତୁ ଏଥିରେ ଥିବା ଟ୍ରାନ୍ସ ଫ୍ୟାଟ ଗୁଡି଼କ ରକ୍ତରେ କୋଲେଷ୍ଟ୍ରୋଲ ବଢାଇଥାଏ ବୋଲି ଜଣାପଡିଛି।

୪. ଫାଷ୍ଟ ଫୁଡ଼

ସ୍ୟାଣ୍ଡୱିଚ୍, ବର୍ଗରରେ ବ୍ୟବହୃତ ମେୟୋନିଜ୍‌, ସାଲାଡ଼ ଡ୍ରେସିଂ ଓ ଜେଲି ଗୁଡି଼କ ବଜାରରେ ସହଜରେ ଉପଲବ୍ଧ ହେଉଛି। ଏହା ଖାଇବା ପାଇଁ ମଧ୍ୟ ସୁସ୍ୱାଦୁ ଲାଗିଥାଏ। ତେବେ ଆମେ ଏଠି କହି ରଖୁଛୁ ଯେ, ଏହି ଖାଦ୍ୟ ପଦାର୍ଥ ଗୁଡି଼କରେ ପ୍ରଚୁର ପରିମାଣରେ ଫ୍ୟାଟ୍ ରହିଥାଏ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅପକାରୀ ହେବା ସହ ଆମ ଆଖି ପାଇଁ ମଧ୍ଯ କ୍ଷତିକାରକ ହୋଇଥାଏ ।

୫. ମିଠା ପାନୀୟ( Cold Drinks), ସୋଡା଼( Soda), ସ୍ପୋର୍ଟସ୍ ଡ୍ରିଙ୍କ୍‌ସ, ଏନର୍ଜି ଡ୍ରିଙ୍କ୍‌ସ ଓ ଅନ୍ୟାନ୍ୟ ମିଠା ପାନୀୟରେ ଅତି କମ୍‌ରେ ୭ରୁ ୧୦ ଚାମଚ ଚିନି ରହିଥାଏ। ଖାଦ୍ୟରେ ଅଧିକ ପରିମାଣର ଚିନି ଟାଇପ୍-୨ ଡାଇବେଟିସ(Diabetes), ହୃଦରୋଗ ଓ ଏଏମ୍‌ଡି ହେବାର ଆଶଙ୍କା ଅଧିକ କରିଥାଏ।

ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ବାରା ହୋଇଥାଏ ମୋତିଆ ବିନ୍ଦୁ!

ଆମ ଆଖିରେ ପ୍ରାକୃତିକ ଲେନ୍ସ ରହିଛି। ଏହା ଧିରେ ଧିରେ ମେଘୁଆ ହେଲେ ଆମକୁ ମୋତିଆବିନ୍ଦୁ ହୋଇଥାଏ। ଏହି ରୋଗ ହେଲେ ଆଖିରେ ଥିବା ପ୍ରୋଟିନ୍ ଗୁଡିକ ଭାଙ୍ଗିଯାଏ ଯାହା ଫଳରେ ଦୃଷ୍ଟି ଶକ୍ତି କମିବା, ରଙ୍ଗ ଚିହ୍ନିବାରେ ଅସୁବିଧା ହେବା, ଆଲୋକ ପ୍ରତି ଅଧିକ ସମ୍ବେଦନଶୀଳ ହେବା ସହ ଆନ୍ଧାରକଣା ପରି ସମସ୍ୟା ଦେଖା ଯାଇଥାଏ। ସାଧାରଣତଃ ବାର୍ଦ୍ଧକ୍ୟ କାରଣରୁ ଏହି ରୋଗ ହେଉଥିବା ବେଳେ ମଦ୍ୟପାନ କମ କରିବା ସହ ରକ୍ତରେ ଶର୍କରା ନିୟନ୍ତ୍ରିତ ରଖିବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିଥାଏ। ଅଧିକ ମିଠା ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଇଥାଏ। ଏହା ଫଳରେ ଆଖିରେ ଥିବା ପ୍ରୋଟିନ୍ ଗୁଡିକ ଫୁଲିଯାଏ। ପରେ ଏହି ପ୍ରୋଟିନ(Protein) ରକ୍ତ ଶର୍କରା ଗୁଡିକୁ ସର୍ବିଟୋଲ (Sorbitol)ରେ ପରିଣତ କରିଥାଏ। ସର୍ବିଟୋଲ ଗୁଡି଼କ ଆଖି ଭିତରେ ଜମା ହୋଇଯାଏ ଫଳରେ ଆଖି ଧୂଆଁଳିଆ ହେବା ସହ ମୋତିଆବିନ୍ଦୁ ସୃଷ୍ଟି କରିଥାଏ। ସେହିପରି ଡାଇବେଟିସରେ(Diabetes) ଶିକାର ବ୍ୟକ୍ତିମାନେ ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିବା ଉଚିତ୍। ନହେଲେ ଭବିଷ୍ୟତରେ ଏହା ଆଖି ଉପରେ ପ୍ରଭାବ ପକାଇ ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଥାଏ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ZEE ODIDHA ଏହାର ପୃଷ୍ଟି କରେ ନାହିଁ ।)