Weather Update: ଆଜି କାଳବୈଶାଖି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!
Advertisement
Article Detail0/zeeodisha/odisha2237372

Weather Update: ଆଜି କାଳବୈଶାଖି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!

Weather Update: ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖି।  ସୋମବାର ଅପରାହ୍ନରେ ଭୁବନେଶ୍ବର, କଟକ ସମେତ ନୟାଗଡ଼, ଗଂଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇଛି। ଯାହାକି ତାତିରୁ ଲୋକଙ୍କୁ ମୁକ୍ତି ଦେଇଛି। ଆଜିଠାରୁ ରାଜ୍ୟରେ କାଳବୈଶାଖି ବର୍ଷା ବଢିବ। 

Weather Update: ଆଜି କାଳବୈଶାଖି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!

Weather Update: ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖି।  ସୋମବାର ଅପରାହ୍ନରେ ଭୁବନେଶ୍ବର, କଟକ ସମେତ ନୟାଗଡ଼, ଗଂଜାମ, ଗଜପତିର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇଛି। ଯାହାକି ତାତିରୁ ଲୋକଙ୍କୁ ମୁକ୍ତି ଦେଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଜିଠାରୁ ଗ୍ରୀଷ୍ମ ପ୍ରବାହରୁ ବିରତି ମିଳିବ।  ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ତାତି ରାଜ୍ୟରେ କମ୍ ରହିବ। ଆଜିଠାରୁ ରାଜ୍ୟରେ କାଳବୈଶାଖି ବର୍ଷା ବଢିବ। 

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର ,ଜାଣନ୍ତୁ ଆଜିର ରାଶିଫଳ

ଅନେକ ସ୍ଥାନରେ ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହୋଇପାରେ। ଏହାର ପ୍ରଭାବରେ ତାତି ପୂରା କମିଯିବ।  ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ରହିଛି। ଆଜି (ମଙ୍ଗଳବାର) ଉପକୂଳ ଓଡି଼ଶାର କଟକ, ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ପାଖାପାଖି ରହିପାରେ। ୮ ରେ ଆଉ ଗୋଟିଏ ଡିଗ୍ରୀ ତାପମାତ୍ରା କମିପାରେ। ୯ ତାରିଖ ବେଳକୁ ଭୁବନେଶ୍ବରର ତାପମାତ୍ରା ଖସି ୩୬ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇପାରେ। 

୧୦ ତାରିଖ ବେଳକୁ ସାରା ଉପକୂଳରେ ତାପମାତ୍ରା ୩୫-୩୬ ଡିଗ୍ରୀ ଥିବ। ସେହିପରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡି଼ଶାରେ ତାପମାତ୍ରା ଆଜି ଦ୍ରୃତଗତିରେ ଖସିବାର ସମ୍ଭାବନା ରହିଛି। ଝାରସୁଗୁଡା, ଟିଟିଲାଗଡ଼, ଆଜି ସ୍ଥାନରେ୪୦ରୁ ୪୧ ଡିଗ୍ରୀ ଭିତରେ ତାପମାତ୍ରା ରହିପାରେ।  ୯ ତାରିଖ ବେଳକୁ  ପଶ୍ଚିମ ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା  ଓ ଉତ୍ତର ଓଡି଼ଶାର ବି କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ନଥିବ ପାରଦ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ଝାଡ଼ଖଣ୍ତ ଓ ପାଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣି ବଳୟ ରହିଛି। ପଶ୍ଚିମପଟୁ  ଶୁଷ୍କ ପବନ ଆସୁଥିବା ବେଳେ ବଙ୍ଗୋପସାଗରରୁ ଆସୁଥିବା ସାମୁଦ୍ରିକ ପବନ ଓ ଜଳୀୟ ବାଷ୍ପ ମିଶ୍ରଣରେ କାଳବୈଶାଖି ସମ୍ଭାବନା ଅଧିକ ରହିଛି।  ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ଘଡ଼ଘଡି ସହ ବର୍ଷା ,ପବନ, କୁଆପଥର ମାଡ଼ ଓ ଧୂଳିଝଡ଼ ହୋଇପାରେ। 

ଆଜି ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା  ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ସେହି ଜିଲ୍ଲା ଗୁଡି଼କ ହେଲା, ମୟୂରଭଂଜ, ବାଲେଶ୍ବର, କେନ୍ଦୁଝର, ଗଂଜାମ, ଗଜପତି ଓ କନ୍ଧମାଳରେ ବଜ୍ରପାତ ସହ ଧୂଳିଝଡ ହେବା ନେଇ ଆଶଙ୍କା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ,ଢେଙ୍କାନାଳ, କଳାହାଣ୍ତି, ନବରଙ୍ଗପୁର, ରାୟଗଡା ଓ କୋରାପୁଟ୍ ରେ ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ବହିପାରେ। ୮ ଓ ୯ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବିଜୁଳି ଘଡଘଡି ସହ ପବନ ଆଶଙ୍କା ରହିଛି। ୧୧ରୁ ବର୍ଷାର ପରିମାଣ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।