Weather Update: ପୁଣି କଲବଲ କରିବ ତାତି, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି
Advertisement
Article Detail0/zeeodisha/odisha2203099

Weather Update: ପୁଣି କଲବଲ କରିବ ତାତି, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି

Weather Update: ରାଜ୍ୟକୁ ପୁଣି ଫେରିଛି ତାତି। ଲଗାତର ୪ ଦିନ ଥଣ୍ତା ପାଗ ରହିବା ପରେ ଶନିବାର ଠାରୁ ରାଜ୍ୟରେ ତାତି ସାମାନ୍ୟ ବୃଦ୍ଧି ପାଇଛି।  ୪ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ରବିବାର ଠାରୁ ରାଜ୍ୟରେ ପାରଦ ୫ ରୁ ଆହୁରି ୪ ରୁ ୬ ଡିଗ୍ରୀ ବଢିବ। ୪ ରୁ ୫ ଦିନ ମଧ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। 

 Weather Update: ପୁଣି କଲବଲ କରିବ ତାତି,  ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି

Weather Update: ରାଜ୍ୟକୁ ପୁଣି ଫେରିଛି ତାତି। ଲଗାତର ୪ ଦିନ ଥଣ୍ତା ପାଗ ରହିବା ପରେ ଶନିବାର ଠାରୁ ରାଜ୍ୟରେ ତାତି ସାମାନ୍ୟ ବୃଦ୍ଧି ପାଇଛି।  ୪ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ରବିବାର ଠାରୁ ରାଜ୍ୟରେ ପାରଦ ୫ ରୁ ଆହୁରି ୪ ରୁ ୬ ଡିଗ୍ରୀ ବଢିବ। ୪ ରୁ ୫ ଦିନ ମଧ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଶନିବାର ପାରଳାଖେମୁଣ୍ତିରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଚାନ୍ଦବାଲି ୩୮.୬, ଭୁବନେଶ୍ବରରେ ୩୮.୪ ଓ ନୟାଗ଼ଡରେ ପାରଦ ୩୮ ଡିଗ୍ରୀ ରେକର୍ଡ଼ ହୋଇଛି। 

ALSO READ: Horoscope: ୫ ରାଶି ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

ରବିବାର ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ। କଟକ, ଖୋର୍ଦ୍ଧ, ନୟାଗଡ, ଅନୁଗୁଳ,ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ୮ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୋମବାର ଠାରୁ ରାଜ୍ୟରେ ଉଷ୍ଣ ଆଦ୍ର ବାୟୁ ପ୍ରବାହ ଆହୁରି ସକ୍ରିୟ ହେବ। ସୋମବାର, ମଙ୍ଗଳବାର ଓ ବୁଧବାର ୩ ଦିନ ଉପକୂଳ  ଓ ଆଭ୍ୟନ୍ତରିଣର ୧୩ ଲେଖାଏଁ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ବୁଧବାର ଠାରୁ ରାଜ୍ୟରେ ଦିନ ତାପମାତ୍ରାରେ ଦୃଷ୍ଟାମ୍ତ ମୂଳକ ଭାବେ ବୃଦ୍ଧି ପାଇବ। ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ଏପ୍ରିଲ୍ ୧୭ ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ତାତି ଅସହ୍ୟ ହେବ। ଏହି ୪ ଦିନ ହିଟ୍ ଓ୍ବେଭ୍ ର ପିକ୍ ସମୟ ଘୋଷଣା ହୋଇଛି।  ଉପକୂଳ ଓଡି଼ଶା ସମେତ ଆଭ୍ୟନ୍ତରୀଣ ଓଡି଼ଶାରେ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିବ।