Weather Update: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା! ଆଲର୍ଟ କଲା ପାଣିପାଗ ବିଭାଗ
Advertisement
Article Detail0/zeeodisha/odisha2198691

Weather Update: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା! ଆଲର୍ଟ କଲା ପାଣିପାଗ ବିଭାଗ

Weather Update: ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ  ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି। 

Weather Update: ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା! ଆଲର୍ଟ କଲା ପାଣିପାଗ ବିଭାଗ

Weather Update: ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରକୋପରୁ ମୁକ୍ତି ମିଳିଛି । କାଳବୈଶାଖି ବର୍ଷା ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ବାଭାବିକ ସ୍ଥିତିରେ ଥିବା ବେଳେ ପାରଦ ତଳ ମୁହାଁ ରହିଛି। ଲଗାତର ତୃତୀୟ ଦିନରେ  ରାଜ୍ୟରେ କୌଣସି ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପି ନ ଥିବା ନଜରକୁ ଆସିଛି। ଖରା ଛାଇର ଲୁଚକାଳି ଖେଳ ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର , ସୋନପୁର ,ବୌଦ୍ଧ  ଆଦି ଜିଲ୍ଲାରେ ସ୍ଥାନେ ସ୍ଥାନେ ବର୍ଷା ରେକର୍ଡ଼ ହୋଇଛି। ୨ ଦିନ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ ୧୩ ତାରିଖରୁ ପର୍ଯ୍ୟାୟ କ୍ରମେ ପାରଦ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ସେପଟେ, ଟ୍ବିନ୍ ସିଟିରେ ଆଜି ସକାଳୁ ସକାଳୁ ପାଗ ମେଘୁଆ ରହିଥିବା ଦେଖିବାକୁ ମିଳିଛି।  ଝିପି ଝିପି ବର୍ଷା ଲାଗି ରହିଛି। ୩ ଘଣ୍ଚା ପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  ଏହି ଜିଲ୍ଲା ଗୁଡିକ ହେଲା ବରଗଡ଼ ,ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବୌଦ୍ଧ, ଅନୁଗୁଳ, କଟକ, ଖୋର୍ଦ୍ଧା,କେନ୍ଦୁଝର, ଢେଙ୍କାନାଳ ଓ ଦେବଗଡ। 

ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ ୪୦ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି |

 

ALSO READ: Today Horoscope: ଶୁଭଫଳ ସହ ଖୁସି ଖବର ପାଇବେ ଏହି ସବୁ ରାଶି, ଜାଣନ୍ତୁ କେମିତି କଟିବ ଆଜିର ଦିନ

ଆଜି (ଗୁରୁବାର) ମାଲକାନଗିରି, ଗଜପତି, କୋରାପୁଟ୍,ରାୟଗଡା, ନବରଙ୍ଗପୁର, କଳାହାଣ୍ତି,କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। କାଳବୌଶାଖି ପ୍ରଭାବରେ ୧୩ ତାରିଖ ଯାଏଁ ରାଜ୍ୟବାସୀଙ୍କୁ ତାତିରୁ ତ୍ରାହୀ ମିଳିବ । କାଁ ଭାଁ ବର୍ଷା ହେବ। ୧୩ ତାରିଖ ପରଠୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ। ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନର ତାପମାତ୍ରା ବଢିବ।  

ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡି଼ଶାର ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବ। ଏହାକୁ ଲକ୍ଷ କରି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବୁଧବାର ରାଜ୍ୟର କିଛି ହାତଗଣତି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ଼ ହୋଇଛି। ପାରଳାଖେମୁଣ୍ତିରେ  ସର୍ବାଧିର ତାପମାତ୍ରା ୩୯.୩ ରେକର୍ଡ଼ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୭.୫, ମାଲକାନଗିରିରେ ୩୭.୧ ଓ ପାରାଦ୍ବୀପରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।