Weather Update: ଆଜିବି ଅଣନିଃଶ୍ୱାସୀ କରିବ ତାତି! ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2229458

Weather Update: ଆଜିବି ଅଣନିଃଶ୍ୱାସୀ କରିବ ତାତି! ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି।  ଉପକୂଳ ଠାରୁ  ଉପାନ୍ତ ଯାଏଁ ସବୁଠି ଟାଣ ଖରା।  ମଙ୍ଗଳବାର ଦୁଇ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଥିବା ବେଳେ ବାରିପଦାରେ ୪୬.୪ ଓ ବାଲେଶ୍ବର ୪୬ ଡିଗ୍ରୀ ରେକର୍ଡ଼ ହୋଇଛି। ମଙ୍ଗଳବାର ବାରିପଦା ବିଶ୍ବର ଦ୍ବୀତିୟ ସର୍ବାଧିକ ଉତ୍ତପ୍ତ ସହର ହୋଇଛି। 

ALSO READ: Today Horoscope: ବ୍ୟବସାୟରେ ଲାଭ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ରାଜଧାନୀ ଭୁବନେଶ୍ବରରେ ସର୍ବୋର୍ଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଅନୁଗୁଳରେ ୪୪.୭, ତାଳଚେର, ଢେଙ୍କାନାଳ ଓ ଯାଜପୁରରେ ୪୪.୫,ବୌଦ୍ଧରେ ୪୪.୩, ଝାରସୁଗୁଡା, କଟକ ଓ କେନ୍ଦ୍ରାପଡା ୪୪.୨ ଡିଗ୍ରୀ ତାପମାତ୍ରା  ରେକର୍ଡ଼ କରାଯାଇଛି । ସେହିପରି, ଟିଟିଲାଗଡ଼, ନୂଆପଡା, ଭଦ୍ରକ ଓ ନୟାଗଡରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଗତକାଲି ରାଜ୍ୟର ୨୯ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରେକର୍ଡ଼ ହୋଇଥିଲା। ଆଜି  ଅର୍ଥାତ୍ ବୁଧବାର ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଜିଲ୍ଲା ଗୁଡିକ ହେଲା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା। 

୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨ ଓ ୩ ତାରିଖ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ସିଭିୟର ହିଟ୍ ଓ୍ବେଭ୍ ନେଇ ୯ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ,କେନ୍ଦୁଝର, ଢେଙ୍କାନାଳ ,ବୌଦ୍ଧ, ଅନୁଗୁଳ ଓ କଟକ।  ବୌଦ୍ଧ, ନୟାଗଡ, ଅନୁଗୁଳ,ଢେଙ୍କାନାଳ,  ଜିଲ୍ଲାରେ ତାତି ପୁଣି ଥରେ ୪୫ ଡିଗ୍ରୀ ଅତିକ୍ରମ କରିପାରେ। ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ମଧ୍ୟ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।