Weather Report: ବଜ୍ରପାତ ସହ ଧୂଳିଝଡ଼ ଆଶଙ୍କା, ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି..
Advertisement
Article Detail0/zeeodisha/odisha2238386

Weather Report: ବଜ୍ରପାତ ସହ ଧୂଳିଝଡ଼ ଆଶଙ୍କା, ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

Weather Report: ପାଣିପାଗ ବିଭାଗ ଅନୁସାରେ ରାଜଧାନୀ ଦିଲ୍ଲୀରେ ପାଗ ଆଂଶିକ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି। ରାତିରେ ୩୫ ରୁ ୪୫ କିଲୋମିଟର ବେଗରେ ଧୂଳି ଝଡ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ବିଭାଗ। ମଙ୍ଗଳବାର ରାଜଧାନୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୨ ଏବଂ ୨୫ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି। 

Weather Report: ବଜ୍ରପାତ ସହ ଧୂଳିଝଡ଼ ଆଶଙ୍କା, ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

Weather Report: ପାଣିପାଗ ବିଭାଗ ଅନୁସାରେ ରାଜଧାନୀ ଦିଲ୍ଲୀରେ ପାଗ ଆଂଶିକ ମେଘୁଆ ରହିବା ନେଇ ପୂର୍ବାନୁମାନ କରିଛି। ରାତିରେ ୩୫ ରୁ ୪୫ କିଲୋମିଟର ବେଗରେ ଧୂଳି ଝଡ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ବିଭାଗ। ମଙ୍ଗଳବାର ରାଜଧାନୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୨ ଏବଂ ୨୫ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି। ସୋମବାର ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ୪୦.୦୭ ଡିଗ୍ରୀ ସେଲସିୟସ, ଯାହା ଚଳିତ ଥର ପାଇଁ ସାଧାରଣ ତାପମାତ୍ରା ଠାରୁ ଏକ ଡିଗ୍ରୀ ଅଧିକ।

ରାଜସ୍ଥାନର ଚିତ୍ତୋରଗଡରେ ଜଳ ସ୍ତରରେ ହ୍ରାସ:

ଗ୍ରୀଷ୍ମ ଋତୁରେ ଚିତ୍ତୋରଗଡର ଜଳ ସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ସହିତ ଜଳ ମାଫିଆ ମଧ୍ୟ ଆଖପାଖ ଅଞ୍ଚଳରେ ବେସରକାରୀ ତଥା ସରକାରୀ ସ୍ଥାନରେ ଅବସ୍ଥିତ ଜଳ ଉତ୍ସରୁ ବେଆଇନ ଭାବେ ଶୋଷଣ କରୁଛନ୍ତି। ଜିଲ୍ଲା କଲେକ୍ଟର ଆଲୋକ ରଂଜନଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ଦଳର ଟିମ୍ ଅନେକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବହୁ ପରିମାଣର ଜଳ ପାଇପ୍ ସହିତ ଅନ୍ୟାନ୍ୟ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି। ପାଣି ମାଫିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି।

ମଣିପୁରରେ ପ୍ରବଳ ବର୍ଷା, ଶିକ୍ଷାନୁଷ୍ଠାନ ବନ୍ଦ:

ସେପଟେ ମଣିପୁରରେ ପାଗ ଅତ୍ୟନ୍ତ ଖରାପ ରହିଛି। ପ୍ରବଳ ବର୍ଷା ହେତୁ କେତେକ ସ୍ଥାନରେ ଧ୍ୱଂସାବଶେଷ ଦେଖିବାକୁ ମିଳିଛି। ବର୍ଷା ହେତୁ ସମସ୍ତ ସ୍କୁଲ ଏବଂ କଲେଜ ସୋମବାର ଏବଂ ମଙ୍ଗଳବାର ଦିନ ବନ୍ଦ ରହିଛି। ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ଯୋଗୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି କାରଣରୁ ବହୁ ସଂଖ୍ୟକ ଘର, ବିଦ୍ୟାଳୟ ଏବଂ ଯାନବାହନ ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ପ୍ରବଳ ପବନ ଦ୍ୱାରା ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟିଗୁଡ଼ିବ ଉପୁଡ଼ି ଯାଇଛି।

ସେହିପରି ମେଘାଳୟର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଅନେକ ଘର ନଷ୍ଟ ହୋଇଯାଇଛିଏବଂ ୪୦୦ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ଦେଇଛି ସ୍ଥାନୀୟ ପ୍ରଶାସନ। ଆସନ୍ତା ୪୮ ଘଣ୍ଟା ପାଇଁ ଏହି ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମେଘାଳୟର ମୁଖ୍ୟମନ୍ତ୍ରୀ ସି ସାଙ୍ଗମା କହିଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି।

ସେପଟେ ଆଜି ରାଜ୍ୟର ଏକାଧିକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା  ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ସେହି ଜିଲ୍ଲା ଗୁଡି଼କ ହେଲା, ମୟୂରଭଂଜ, ବାଲେଶ୍ବର, କେନ୍ଦୁଝର, ଗଂଜାମ, ଗଜପତି ଓ କନ୍ଧମାଳରେ ବଜ୍ରପାତ ସହ ଧୂଳିଝଡ ହେବା ନେଇ ଆଶଙ୍କା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ,ଢେଙ୍କାନାଳ, କଳାହାଣ୍ତି, ନବରଙ୍ଗପୁର, ରାୟଗଡା ଓ କୋରାପୁଟ୍ ରେ ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ବହିପାରେ। ୮ ଓ ୯ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବିଜୁଳି ଘଡଘଡି ସହ ପବନ ଆଶଙ୍କା ରହିଛି। ୧୧ରୁ ବର୍ଷାର ପରିମାଣ କମିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।