Year Ender 2023: ଶତାବ୍ଦୀର ସବୁଠାରୁ ବଡ଼ ରେଳଦୁର୍ଘଟଣା ଦେଖିଥିଲା ବିଶ୍ୱ, ଇତିହାସରେ ଲେଖାଯାଇଥିଲା 'ଲୌହ ଦାନବର ଭୋଜି'ର ଖବର
Advertisement
Article Detail0/zeeodisha/odisha2031149

Year Ender 2023: ଶତାବ୍ଦୀର ସବୁଠାରୁ ବଡ଼ ରେଳଦୁର୍ଘଟଣା ଦେଖିଥିଲା ବିଶ୍ୱ, ଇତିହାସରେ ଲେଖାଯାଇଥିଲା 'ଲୌହ ଦାନବର ଭୋଜି'ର ଖବର

ନୂଆଦିଲ୍ଲୀ: ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ୨୩। ପାଦ ଥାପିବ ୨୦୨୪। ଆଶା ଓ ସମ୍ଭାବନାର ବର୍ଷ ୨୦୨୪କୁ ସ୍ୱାଗତ କରିବାକୁ ସମଗ୍ର ବିଶ୍ୱ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେପଟେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଛି ବିଦାୟୀ ବର୍ଷ ୨୦୨୩। ଘଟଣା, ଦୁର୍ଘଟଣା ଦୃଷ୍ଟିରୁ ବେଶ ଚର୍ଚ୍ଚାରେ ରହିଥିଲା ୨୦୨୩। ବିଦାୟୀ ବର୍ଷ ଛାଡ଼

Year Ender 2023: ଶତାବ୍ଦୀର ସବୁଠାରୁ ବଡ଼ ରେଳଦୁର୍ଘଟଣା ଦେଖିଥିଲା ବିଶ୍ୱ, ଇତିହାସରେ ଲେଖାଯାଇଥିଲା 'ଲୌହ ଦାନବର ଭୋଜି'ର ଖବର

Year Ender 2023: ନୂଆଦିଲ୍ଲୀ: ଆଉ ହାତଗଣତି ଦିନ କେଇଟା ପରେ ବିଦାୟ ନେବ ୨୩। ପାଦ ଥାପିବ ୨୦୨୪। ଆଶା ଓ ସମ୍ଭାବନାର ବର୍ଷ ୨୦୨୪କୁ ସ୍ୱାଗତ କରିବାକୁ ସମଗ୍ର ବିଶ୍ୱ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେପଟେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବାକୁ ଯାଉଛି ବିଦାୟୀ ବର୍ଷ ୨୦୨୩। ଘଟଣା, ଦୁର୍ଘଟଣା ଦୃଷ୍ଟିରୁ ବେଶ ଚର୍ଚ୍ଚାରେ ରହିଥିଲା ୨୦୨୩। ବିଦାୟୀ ବର୍ଷ ଛାଡ଼ି ଦେଇ ଯାଇଛି ଅନେକ ସ୍ମୃତି। ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ହେଉ କିମ୍ବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା। ବହୁ କାରଣ ପାଇଁ ଏ ବର୍ଷକୁ ଝୁରିବେ ବିଶ୍ୱବାସୀ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ତେବେ ଆସନ୍ତୁ ଆଉ ଥରେ ସେହି ଚର୍ଚ୍ଚିତ ଘଟଣା ଉପରେ ବର୍ଷ ଶେଷରେ ନଜର ପକାଇବା...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା: ବର୍ଷ ଆରମ୍ଭରୁ ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଚର୍ଚ୍ଚା ବେଶ ଜୋର ଧରିଥିଲା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଶ୍ରୀ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଥିଲେ। ପରବର୍ତ୍ତି ସମୟରେ ଉକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇ ଦଣ୍ଡବିଧାନ କରାଯାଇଥିଲା। ତେବେ ଏହି ଘଟଣା ସମଗ୍ର ଦେଶରେ ଚର୍ଚ୍ଚିତ ଖବର ପାଲଟିଥିଲା। 

୨୦ଥର ଛୁରି ଭୁଷି ପ୍ରେମିକାକୁ ହତ୍ୟା: ଦିଲ୍ଲୀର ଏହି ହତ୍ୟାକାଣ୍ଡ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏସି ମେକାନିକ ଭାବେ କାମ କରୁଥିବା ସାହିଲ ଏକତରଫା ଭାବେ ଭଲ ପାଉଥିବା ନିଜ ପ୍ରେମିକାକୁ ଛୁରି ଭୁଷି ହତ୍ୟା କରିଥିଲା। ନିଜ ପ୍ରେମକୁ ସ୍ୱିକାର ନ କରିବାରୁ ସାହିଲ ତାର ପ୍ରେମିକାକୁ ଛୁରି ଭୁଷି ହତ୍ୟା କରିଥିଲା। ଏହି ଘଟଣା ସମଗ୍ର ଦେଶରେ ବେଶ ଆଲୋଡନ ସୃଷ୍ଟି କରିଥିଲା। ୨୦ ଥର ଛୁରୀ ଭୁଷି ହତ୍ୟା କରିବା ପରେ ମଧ୍ୟ ମନ ଶାନ୍ତ ହେଲାନି ଯେ, ପଥରରେ ଛେଚି ଚାଲିଥିଲା ଜହ୍ଲାଦ।  ଏସି ମେକାନିକ ଭାବେ କାମ କରୁଥିବା ସାହିଲ ଏପରି ନାରକୀୟ କାଣ୍ତ ଭିଆଇଛି । ଝିଅଟିଏ ପ୍ରେମ କରିବାକୁ ମନା କରିବାରୁ ଏପରି ଶାସ୍ତି ଦେଇଛି ସାହିଲ। 

ସେହିପରି ମୁମ୍ବାଇର ଆଉ ଏକ ଘଟଣା ମଧ୍ୟ ବିଦାୟୀ ବର୍ଷରେ ବେଶ ଚର୍ଚ୍ଚାରେ ଲାଗି ରହିଥିଲା। ଲିଭ ଇନରେ ରହୁଥିବା ନିଜ ପ୍ରେମିକାକୁ ହତ୍ୟା କରି କୁକୁରକୁ ଖାଇବାକୁ ଦେଇଥିଲା ଜହ୍ଲାଦ ମନୋଜ। ନିଜଠାରୁ ୨୪ ବର୍ଷ ସାନ ସରସ୍ୱତୀ ବେଦୀ ନାମକ ମହିଳାଙ୍କ ସହ ଲିଭଇନରେ ରହୁଥିଲା ମନୋଜ। ଏହି ଘଟଣା ତମାମ ଦେଶରେ ବେଶ ଚର୍ଚ୍ଚାରେ ରହିଥିଲା। ପ୍ରେମିକାକୁ ପ୍ରଥମେ ହତ୍ୟା କରି ଖଣ୍ତ ଖଣ୍ତ କଲା ପରେ ପ୍ରେସର କୁକରରେ ତାର ମାଂସକୁ ସିଝାଇ କୁକୁରଙ୍କୁ ଖାଇବାକୁ ଦେଇଥିଲା। ଆଉ କିଛି ମାଂସ ବାହାରେ ଫିଙ୍ଗିଥିଲା। ଚଳିତ ବର୍ଷର ଏ ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମୁମ୍ବାଇରେ ଘଟିଥିବା ଏ ଘଟଣା ପ୍ରେମ ଉପରୁ ଭରସା ଉଠାଇବା ପାଇଁ ଯଥେଷ୍ଟ ଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ସାଜେକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ। 

ଶ୍ରଦ୍ଧା ମର୍ଡର କେସ: ଦିଲ୍ଲୀର ଆଉ ଏକ ହତ୍ୟା ମାମଲା ବର୍ଷ ସାରା ଚର୍ଚ୍ଚାରେ ରହିଥିଲା। ବର୍ଷ ଆରମ୍ଭରୁ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟିଥିଲା। ବାହା ହେବାକୁ ଜିଦ କରିବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ବୋଲି  ପ୍ରେମିକ ଅଫତାବ ପୁନାୱାଲା କହିଥିଲା। ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିବା ହତ୍ୟାକାରୀ। ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଭଳି ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତ ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀରୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଭଲ ପାଉଥିଲା, ବିବାହ କରିବାକୁ ଜିଦ୍‌ କରିବାକୁ ହତ୍ୟା କରିଥିଲା ଅଫତାବ୍। 

ମାନବିକତାକୁ ପଦାରେ ପକାଇଥିଲା ମଣିପୁର ଘଟଣା: ଚଳିତ ବର୍ଷ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଉଗ୍ର ରୂପ ନେଇଥିଲା। କୁଜି ଓ ମୈତେଇ ସମୁଦାୟଙ୍କ ଝଗଡ଼ାରେ ମହିଳାଙ୍କର ଆତ୍ମ ସମ୍ମାନ ବଳି ପଡ଼ିଥିଲା। ଖୋଲା ବଜାରରେ ନିଲାମ ହୋଇଥିଲା ଇଜ୍ଜତ। ଦୁଇ କୁଜି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରାଯାଇ ରାସ୍ତାରେ ଚଲା ଯାଇଥିଲା। ଭିଡ଼ିଓ ଭାଇରାଲ ହେବା ପରେ ହତବାକ ହୋଇ ପଡ଼ିଥିଲା ପୁରା ରାଷ୍ଟ୍ର। ମଣିପୁରରେ ଘଟିଥିବା ହିଂସା ଓ ଏହାର ପ୍ରତିଫଳ ସ୍ୱରୂପ ଦୁଇ ଜଣ ମହିଳାଙ୍କ ଉପରେ କରା ଯାଇଥିବା ଅକଥନୀୟ ଅତ୍ୟାଚାର ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଭାରତର ସମ୍ମାନ ମାଟିରେ ମିଶି ଯାଇଥିଲା। ଲଜ୍ଜା ଓ ଅପବାଦରେ ସଭ୍ୟ ମଣିଷର ମୁଣ୍ତ ନଇଁ ଯାଇଥିଲା। 

ଆତିକ ସାମ୍ରାଜ୍ୟର ଅନ୍ତ: ସେହିପରି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧି ଅତିକ ଅହମ୍ମଦ ଓ ଆଶ୍ରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପ୍ରୟାଗରାଜର ଏକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ପୋଲିସଙ୍କ ଉପସ୍ଥିତିରେ ଦୁଇ ଭାଇଙ୍କୁ ହତ୍ୟା କରାଯିବା ଘଟଣା ବର୍ଷ ସାରା ଚର୍ଚ୍ଚାରେ ରହିଥିଲା। ଗଣମାଧ୍ୟମରେ ଲାଇଭ କଭରେଜ ଚାଲିଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। 

ସେହିପରି ୨୦୨୩ ବେଶ ଘଟଣା ବହୁଳ ରହିଥିଲା। ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ରେଳ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥିଲା। ଏହା ସହିତ ଅନେକ ଛୋଟବଡ଼ ଦୁର୍ଘଟଣା ଅନେକ ଜୀବନ ନେଇଛି। ରାଜ୍ୟ ଠାରୁ ଆରମ୍ଭ କରି ଦେଶରେ ଏହି ବର୍ଷ ଅନେକ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଥିଲା। 

ବାହାନଗାରେ ବଡ଼ ଦୁର୍ଘଟଣା: ଚଳିତ ବର୍ଷ ସମଗ୍ର ବିଶ୍ୱ ଦେଖିଥିଲା ଶତାବ୍ଦୀର ସବୁଠାରୁ ବଡ଼ ରେଳ ଦୁର୍ଘଟଣା। ଜୁନ ୨ ତାରିଖ ସନ୍ଧ୍ୟାରେ ଲେଖାଯାଇଥିଲା ଲୌହ ଦାନବର ରକ୍ତଭୋଜିର ଖବର। ଜୁନ ୨, ଶୁକ୍ରବାର। ହାଓଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ବଜାରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମନୁଷ୍ୟକୃତ ଏ ବିଭୀଷିକା ରାଜ୍ୟ ସମେତ ପୁରା ଦେଶକୁ ଥରାଇ ଦେଇଥିଲା। ଆଖିପିଛୁଳାକେ ଝଡ଼ିପଡ଼ିଥିଲା ୩୦୦  ଜୀବନ। ଚାରିଆଡ଼େ କୁଢ଼ କୁଢ଼ ଶବ ଗଦା ହୋଇ ଯାଇଥିଲା। ରାତ୍ରିର ଅନ୍ଧକାରରେ ସେ ବିକଟାଳ ଚିତ୍କାର ସମସ୍ତଙ୍କର ଛାତିକୁ ଥରାଇ ଦେଇଥିଲା। ଜୁନ ୨ର ସେ କାଳ ରାତ୍ରି ଲୋକଙ୍କ ମାନସ ପଟ୍ଟରୁ ଲିଭିବା କଷ୍ଟକର। ୩ଟି ଟ୍ରେନ ମଧ୍ୟରେ ହୋଇଥିବା ସେ ଧକ୍କା, କେତେ ଯେ ପରିବାରର ଆଶା ଲିଭାଇ ଦେଇଥିଲା ତାହା କହିବା ମୁସ୍କିଲ। ଦିଆସିଲି ଖୋଳ ଭଳି ଖଣ୍ତ ବିଖଣ୍ତିତ ହୋଇ ଶବ ପଡ଼ି ରହିଥିଲା। କାହାର ଗୋଡ଼ କଟିଥିଲା ତ କାହାର ମୁଣ୍ତ। ସେଦିନ ରକ୍ତ ସ୍ନାନ କରିଥିଲା ବାହାନଗା ରେଳ ଷ୍ଟେସନ। ଏହି ଦୁର୍ଘଟଣା ପରେ ସମଗ୍ର ବିଶ୍ୱରୁ ଛୁଟିଥିଲା ଶୋକର ବାର୍ତ୍ତା। 

ଇଞ୍ଜିନ ବିହୀନ ଟ୍ରେନ ଗଡ଼ି ଗଲା ୬ ଜୀବନ: ବାହାନଗା ବଜାର ଦୁର୍ଘଟଣା ମନରୁ ନ ଲିଭୁଣୁ ଯାଜପୁର ରୋଡ଼ରେ ରେଳ ଦୁର୍ଘଟଣାରେ ଚାଲିଯାଇଥିଲା ୬ ଜୀବନ। ସତେ ଯେମିତି ସେହି ୬ ଜଣଙ୍କ ଉପରକୁ ଅଚାନକ କାଳ ମାଡ଼ିଆସିଥିଲା। ଚାଲିଯାଇଥିଲା ୬ ଶ୍ରମିକଙ୍କ ଜୀବନ। ଅପରାହ୍ଣରେ ଅଚାନକ ଘୂର୍ଣ୍ଣିଝଡ଼ ମାଡ଼ି ଆସିଥିଲା। ଫଳରେ ବର୍ଷାରୁ ବର୍ତ୍ତିବା ପାଇଁ ଛିଡ଼ା ହୋଇଥିବା ଏକ ଇଞ୍ଜିନ ବିହୀନ ମାଲବାହି ଟ୍ରେନ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ବର୍ଷା ପବନ ପ୍ରଭାବରେ ଗଡ଼ିବା କାରଣରୁ ସେହି ବଗି ତଳେ ଆଶ୍ରୟ ନେଇଥିବା ୬ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିଲା। 

ଏହା ପରେ ବର୍ଷ ସାରା ଟ୍ରେନ ଦୁର୍ଘଟଣାର ଖବର ସାମ୍ନାକୁ ଆସିବାରେ ଲାଗିଥିଲା। ବରଗଡ଼ରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହେଉ ଅବା ଆନ୍ଧ୍ରରେ ମେମୁ ଟ୍ରେନ। ବ୍ରହ୍ମପୁରରେ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ସେହିପରି ଆନ୍ଧ୍ରରେ ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହେବାରୁ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। 

ସେହିପରି ବର୍ଷସାରା ଦେଶର ବିଭିନ୍ନ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟିଥିବା ନଜର ଆସିଥିଲା। ମଇ ମାସର ଶେଷ ଆଡ଼କୁ ବୈଷ୍ଣୋ ଦେବୀ ଯାଉଥିବା ଏକ ବସ ଖାଇକୁ ଖସିପଡ଼ିବାରୁ ୧୦ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ବସଟି ଅମୃତସରରୁ କଟରା ଯାଉଥିବା ବେଳେ ଏଥିରେ ଅଧିକାଂଶ ଯାତ୍ରୀ ବିହାରର ରହିଥିଲେ। ବର୍ଷ ଶେଷ ଆଡ଼କୁ ଆଉ ଏକ ଦୁର୍ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା। ଜମ୍ମୁ କାଶ୍ମୀରର ଡୋଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଗତ ନଭେମ୍ବରରେ ୧୫ ତାରିଖରେ ଜମ୍ମୁ କିସ୍ତୱାଡ଼ାରେ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ବସ ଚେନାବ ନଦୀର ଗଭୀର ଖାତକୁ ଖସି ପଡ଼ିବାରୁ ପାଖାପାଖି ୩୦ ଜଣଙ୍କ ପ୍ରାଣହାନୀ ଘଟିଥିଲା।