WhatsApp to Delhi High court: କେନ୍ଦ୍ର ସରକାରଙ୍କ ଓକିଲ କିର୍ତ୍ତୀମାନ ସିଂ ଏହି ନିୟମକୁ ରକ୍ଷା କରିବାବେଳେ ଯୁକ୍ତି ବାଢ଼ିଛନ୍ତି ଯେ ସୋସିଆଲ ମିଡିଆରେ କ’ଣ ହୋଇପାରେ ଲୋକମାନେ ଜାଣିଛନ୍ତି। ଏହି ନିୟମର ଉଦ୍ଦେଶ୍ୟ ହେଉଛି ବାର୍ତ୍ତା ପ୍ରେରକଙ୍କୁ ଚିହ୍ନିବା।
Trending Photos
WhatsApp: ଭାରତରେ ନିଜର ସେବା ବନ୍ଦ କରିବାକୁ ହ୍ୱାଟସ୍ ଆପ୍ ଚେତାବନୀ ଦେଇଛି। ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକ ମାମଲାରେ କମ୍ଫାନୀ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ତାଙ୍କୁ ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ କରାଯାଏ, ତେବେ ସେ ଭାରତରେ ଏହାର ସେବା ବନ୍ଦ କରିବ। ସୂଚନା ପ୍ରଯୁକ୍ତିବିଦ୍ୟା ୨୦୨୧ ର ଆଇଟି ନିୟମକୁ ଚ୍ୟାଲେଞ୍ଜ କରିବାକୁ ଯାଇ ମେଟା କମ୍ପାନୀ ଏହା କହିଛି। ହ୍ୱାଟସ୍ ଆପ୍ କହିଛି ଯେ ଏହାର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ଫିଚର ଏହାର ବ୍ୟବହାରକାରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ କାମ କରେ। ଏହା ହେଉଛି ସେହି ଫିଚର ଯାହା ଦ୍ୱାରା କେବେଳ ଉଭୟ ରିସିଭର୍ ଓ ପ୍ରେରକ ଜାଣିପାରନ୍ତି ଯେ ବାର୍ତ୍ତାରେ କ’ଣ ଲେଖାଯାଇଛି।
ହ୍ୱାଟସ୍ ଆପ୍ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଡଭୋକେଟ୍ ତେଜସ୍ କାରିଆ କହିଛନ୍ତି ଯେ ଗୋପନୀୟତା କାରଣରୁ ଲୋକମାନେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି। କାରଣ ଏହି ପ୍ଲାଟଫର୍ମରେ ଥିବା ବାର୍ତ୍ତାଗୁଡ଼ିକ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ରହିଛି, ସେମାନଙ୍କର ଗୋପନୀୟତା ବଜାୟ ରହିଛି। ବାର୍ ଆଣ୍ଡ ବେଞ୍ଚ ରିପୋର୍ଟରେ କୁହାଯାଇଛି ଯେ ଏକ ପ୍ଲାଟଫର୍ମ ଭାବରେ ଆମେ କହୁଛୁ ଯଦି ଏନକ୍ରିପସନ୍ ଭାଙ୍ଗିବାକୁ ଯଦି କୁହାଯାଏ, ତେବେ ସେବା ଜାରି ରହିବ ନାହିଁ।
ଓକିଲ ତେଜସ କାରିଆ କହିଛନ୍ତି ଯେ ଏହି ଆବଶ୍ୟକତା ହ୍ୱାଟସ୍ ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ବିରୁଦ୍ଧ ଓ ଏହା ବିନା ପରାମର୍ଶରେ ପ୍ରବର୍ତ୍ତିତ ହୋଇଛି। ଓକିଲ କହିଛନ୍ତି ଯେ ଏହି ନିୟମ ପାଳନ କରିବାକୁ ହ୍ୱାଟସ୍ ଆପ୍ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ବାର୍ତ୍ତା ସଞ୍ଚୟ କରିବାକୁ ପଡିବ। ଦୁନିଆର କୌଣସି ଦେଶରେ ଏହା କରାଯାଉନାହିଁ। ସେ କହିଛନ୍ତି, "ଏଥିପାଇଁ ଆମକୁ ପୁରା ଶୃଙ୍ଖଳା ରଖିବାକୁ ପଡିବ। କେଉଁ ମେସେଜ୍ ଡିକ୍ରିପ୍ଟ କରିବାକୁ କୁହାଯିବ ତାହା ଆମେ ଜାଣି ନାହୁଁ। ଏହାର ଅର୍ଥ ହେଉଛି ବହୁ ବର୍ଷ ଧରି ଲକ୍ଷ ଲକ୍ଷ କୋଟି ବାର୍ତ୍ତା ସଂରକ୍ଷଣ କରିବାକୁ ପଡିବ।"
ହ୍ୱାଟସ୍ ଆପ୍ ପକ୍ଷରୁ ହାଇକୋର୍ଟରେ ହାଜର ହୋଇଥିବା ଓକିଲ କହିଛନ୍ତି ଯେ ଏନକ୍ରିପସନ୍ ଭାଙ୍ଗିବା ପାଇଁ ମୌଳିକ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ପ୍ରଦାନ କରେ ନାହିଁ। ଏହା ଉପରେ ବେଞ୍ଚ ପ୍ରଶ୍ନ କରିଛି ଯେ ଦୁନିଆର ଅନ୍ୟ କୌଣସି ସ୍ଥାନରେ ଏପରି ନିୟମ ଅଛି କି?" ବିଶ୍ୱର କୌଣସି ସ୍ଥାନରେ ଏହି ପ୍ରସଙ୍ଗ ଉଠିଛି କି? ଆପଣଙ୍କୁ ଦକ୍ଷିଣ ଆମେରିକା ସମେତ ବିଶ୍ୱାର ଯେକୌଣସି ସ୍ଥାନରେ ସୂଚନା ବାଣ୍ଟିବାକୁ କୁହାଯାଇ ନାହିଁ କି?" ଏହା ଉପରେ ଓକିଲ କାରିଆ କହିଛନ୍ତି ଯେ ନା, ବ୍ରାଜିଲରେ ମଧ୍ୟ ଏପରି ନିୟମ ନାହିଁ।
ହ୍ୱାଟସ୍ ଆପ୍ ଉପରେ କଣ କହିଛନ୍ତି କେନ୍ଦ୍ର ସରକାର?
କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ହ୍ୱାଟସ୍ ଆପ୍ ଓ ଫେସବୁକ୍ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାରକାରୀଙ୍କ ସୂଚନାକୁ ମୋନେଟାଇଜ୍ କରିଥାଏ। ଏହା ଆଇନଗତ ଭାବରେ କହିପାରିବ ନାହିଁ ଯେ ସେମାନେ ଗୋପନୀୟତା ରକ୍ଷା କରନ୍ତି। କେନ୍ଦ୍ର ଏହା ମଧ୍ୟ କହିଛି ଯେ ବିଭିନ୍ନ ଦେଶର ନିୟାମକମାନେ ବିଶ୍ୱାସ କରନ୍ତି ଯେ ଏଥିପାଇଁ ଫେସବୁକ ଉତ୍ତରଦାୟୀ ହେବା ଉଚିତ୍।
କେନ୍ଦ୍ର ସରକାରଙ୍କ ଓକିଲ କିର୍ତ୍ତୀମାନ ସିଂ ଏହି ନିୟମକୁ ରକ୍ଷା କରିବାବେଳେ ଯୁକ୍ତି ବାଢ଼ିଛନ୍ତି ଯେ ସୋସିଆଲ ମିଡିଆରେ କ’ଣ ହୋଇପାରେ ଲୋକମାନେ ଜାଣିଛନ୍ତି। ଏହି ନିୟମର ଉଦ୍ଦେଶ୍ୟ ହେଉଛି ବାର୍ତ୍ତା ପ୍ରେରକଙ୍କୁ ଚିହ୍ନିବା। ବାର୍ତ୍ତାଗୁଡ଼ିକୁ ଚିହ୍ନିବା ପାଇଁ କିଛି ଯନ୍ତ୍ରକୌଶଳ ରହିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଆମେରିକା କଂଗ୍ରେସ ସାମ୍ନାରେ ହ୍ୱାଟସ୍ ଆପ୍କୁ ମଧ୍ୟ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିବ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଅଗଷ୍ଟ ୧୪ ସ୍ଥିର କରିଛନ୍ତି।