Ayodhya Helicopter Service: ଅଯୋଧ୍ୟା ଦର୍ଶନ ପାଇଁ ଆରମ୍ଭ ହେବ ହେଲିକ୍ୟାପ୍ଟର ସେବା
Advertisement
Article Detail0/zeeodisha/odisha2066311

Ayodhya Helicopter Service: ଅଯୋଧ୍ୟା ଦର୍ଶନ ପାଇଁ ଆରମ୍ଭ ହେବ ହେଲିକ୍ୟାପ୍ଟର ସେବା

Helicopter Service for Ayodhya Darshan: ଅଯୋଧ୍ୟା ଦର୍ଶନ ପାଇଁ ରାଜ୍ୟର ୬ ଜିଲ୍ଲାରୁ ହେଲିକ୍ୟାପ୍ଟର ସେବା ଆରମ୍ଭ କରିବେ ଉତ୍ତର ପ୍ରଦେଶ ସରକାର।

Ayodhya Helicopter Service: ଅଯୋଧ୍ୟା ଦର୍ଶନ ପାଇଁ ଆରମ୍ଭ ହେବ ହେଲିକ୍ୟାପ୍ଟର ସେବା

UP Govt will start Helicopter Service for Ayodhya Darshan: ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକ ଅଯୋଧ୍ୟା ଠାରେ ପହଞ୍ଚୁଛନ୍ତି। ଏବେ ଭଗବାନ ରାମଙ୍କ ଭକ୍ତଙ୍କ ପାଇଁ ଆସିଛି ଅନ୍ୟ ଏକ ଖୁସି ଖବର। ଏଣିକି ରାମ ଭକ୍ତ ଦର୍ଶନ ପାଇଁ ବସ୍ ଏବଂ ଟ୍ରେନ୍ ବ୍ୟତୀତ ହେଲିକ୍ୟାପ୍ଟର ଯୋଗେ ମଧ୍ୟ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିପାଇବେ। ଖୁବ ଶୀଘ୍ର ଅଯୋଧ୍ୟା ଲାଗି ହେଲିକ୍ୟାପ୍ଟର ସେବା ଆରମ୍ଭ କରିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶ ସରକାର।

ଅଯୋଧ୍ୟା ଲାଗି ହେଲିକ୍ୟାପ୍ଟର ସେବା ଆରମ୍ଭ କରିବେ ଉତ୍ତର ପ୍ରଦେଶ ସରକାର
ଆଗକୁ ରାମ ଭକ୍ତ  ବସ୍, ଟ୍ରେନ୍, ବିମାନ ବ୍ୟତୀତ ଅଯୋଧ୍ୟା ଦର୍ଶନ ପାଇଁ ହେଲିକ୍ୟାପ୍ଟର ସେବାର (Helicopter Service for Ayodhya Darshan) ମଧ୍ୟ ବ୍ୟବହାର କରିପାରିବେ। ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟା ଦର୍ଶନ ଲାଗି ରାଜ୍ୟର ୬ ଜିଲ୍ଲାରେ ଆରମ୍ଭ (UP Govt will start Helicopter Service for Ayodhya Darshan) କରିବାକୁ ଯାଉଛନ୍ତି ହେଲିକ୍ୟାପ୍ଟର ସେବା। ଏନେଇ ହେଲିକ୍ୟାପ୍ଟର ସେବା ପ୍ରଦାନକାରୀ ଚୟନ କାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) ରାଜଧାନୀ ଲକ୍ଷ୍ନୌ ଠାରୁ ଅଯୋଧ୍ୟା ଅଭିମୁଖେ ହେଲିକ୍ୟାପ୍ଟର ସେବା (Lucknow-Ayodhya Helicopter Service) ଆରମ୍ଭ କରିବେ।

କେଉଁ ୬ ଜିଲ୍ଲାରେ ଅଯୋଧ୍ୟା ଦର୍ଶନ ପାଇଁ ମିଳିବ ହେଲିକ୍ୟାପ୍ଟର ସେବା
ଅଯୋଧ୍ୟା ଦର୍ଶନ ପାଇଁ ହେଲିକ୍ୟାପ୍ଟର ସେବା ଗୋରଖପୁର, ବାରାଣାସୀ, ଲକ୍ଷ୍ନୌ, ପ୍ରୟାଗରାଜ, ମଥୁରା ଏବଂ ଆଗ୍ରା ଆଦି ୬ ଜିଲ୍ଲାରେ ଉପଲବ୍ଧ ହେବ। ଆଗାମୀ ଦିନରେ ଅନ୍ୟ ସ୍ଥାନରୁ ଅଯୋଧ୍ୟା ଲାଗି ହେଲିକପ୍ଟର ସେବା ଆରମ୍ଭ କରାଯିବ। ଏହା ସହିତ ଉତ୍ତର ପ୍ରଦେଶ ଭକ୍ତଙ୍କୁ ଆକାଶ ମାର୍ଗରୁ ଅଯୋଧ୍ୟା ଦର୍ଶନ (Aerial View of Ayodhya) କରାଇବେ। ହେଲେ ଏଥିପାଇଁ ଭକ୍ତଙ୍କୁ ଆଗରୁ ବୁକ୍ କରିବାକୁ ପଡିବ। ଏହି ଦାୟିତ୍ୱ ପର୍ଯ୍ୟଟନ ବିଭାଗକୁ (UP Govt Tourism Dept) ପ୍ରଦାନ କରାଯାଇଛି।

ଆକାଶ ମାର୍ଗରୁ ଅଯୋଧ୍ୟା ଦର୍ଶନ ଦେବାକୁ ହେବ କେତେ ଟଙ୍କା?
ଯଦି ଜଣେ ରାମ ଭକ୍ତ ଆକାଶ ମାର୍ଗରୁ ଅଯୋଧ୍ୟା ଦର୍ଶନ କରିବାକୁ ଚାହାଁନ୍ତି ତାହେଲେ ତାଙ୍କୁ ୩୫୩୯ ଟଙ୍କା ଭଡ଼ା (Aerial View of Ayodhya Fees) ଦେବାକୁ ହେବ। ହେଲେ ଏହି ଯାତ୍ରା ମାତ୍ର ୧୫ ମିନିଟ୍ ବିଶିଷ୍ଟ ହେବ। ଥରକେ କେବଳ ୫ ଜଣ ଭକ୍ତ  ଆକାଶ ମାର୍ଗରୁ ଅଯୋଧ୍ୟା ଦର୍ଶନ କରିପାରିବେ। ବିମାନ ଯାତ୍ରା ପାଇଁ ଲଗେଜ ଓଜନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଯେଉଁଥିପାଇଁ ଜଣେ ଭକ୍ତ କେବଳ ୫ କିଲୋଗ୍ରାମ ଲଗେଜ ସହ ଯାତ୍ରା କରିବାକୁ ସକ୍ଷମ ହେବେ। ଏହା ସହିତ ଗୋରଖପୁର ଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ହେଲିକ୍ୟାପ୍ଟର ସେବା (Gorakhpur-Ayodhya Helicopter Service) ମଧ୍ୟ ଆରମ୍ଭ ହେବ। ଯେଉଁଥିରେ ୧୨୬ କିଲୋମିଟର ଯାତ୍ରା ମାତ୍ର ୪୦ ମିନିଟ ମଧ୍ୟରେ ଶେଷ ହେବ। ଏଥିପାଇଁ ଭଡା ୧୧ ହଜାର ୩୨୭ ଟଙ୍କା ଧାର୍ଯ୍ୟ କରାଯାଇଛି।