BSF Women Sniper: ଦେଶର ପ୍ରଥମ ବିଏସଏଫ ମହିଲା ସ୍ନାଇପର ସୁମନ, ୩କିମି ଦୂରରୁ ଶତୃକୁ ଦେଇଥିଲେ ଚକମା
Advertisement
Article Detail0/zeeodisha/odisha2140186

BSF Women Sniper: ଦେଶର ପ୍ରଥମ ବିଏସଏଫ ମହିଲା ସ୍ନାଇପର ସୁମନ, ୩କିମି ଦୂରରୁ ଶତୃକୁ ଦେଇଥିଲେ ଚକମା

BSF Women Sniper: ବହୁତ କଠୋର ତାଲିମ ନେବା ସ୍ନାଇପରମାନେ ନିର୍ଦ୍ଦିଷ୍ଟ ଦୂରତ୍ୱରୁ ସଠିକ୍ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହୋଇଥାନ୍ତି । କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଏ ।

BSF Women Sniper: ଦେଶର ପ୍ରଥମ ବିଏସଏଫ ମହିଲା ସ୍ନାଇପର ସୁମନ, ୩କିମି ଦୂରରୁ ଶତୃକୁ ଦେଇଥିଲେ ଚକମା

BSF Women Sniper: ୨୮ ବର୍ଷୀୟ ଯୁବତୀ ସୁମନ କୁମାରୀ (inspector Suman Kumari) ବିଏସଏଫରେ ଦେଶର ପ୍ରଥମ ମହିଳା ସ୍ନାଇପର ହୋଇ ଇତିହାସ ସୃଷ୍ଟି କରିଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅବସ୍ଥିତ କୁଟାଲ ଗାଁରେ ସୁମନଙ୍କ ଘର । ଏହାପୂର୍ବରୁ ଦେଶରେ ବିଏସଏଫରେ କୌଣସି ମହିଳା ସ୍ନାଇପର ନଥିଲେ। ସୁମନଙ୍କ ଏହି ସଫଳତା କାରଣରୁ ତାଙ୍କ ପରିବାର ସମେତ ଅଞ୍ଚଳବାସୀ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।

ସୁମନଙ୍କ ସାହସିକତା କାର୍ଯ୍ୟ ପାଇଁ ସମଗ୍ର ରାଜ୍ୟ ତଥା ଦେଶ ମଧ୍ୟ ଗର୍ବିତ ଅନୁଭବ କରୁଛି । ବିଶେଷ କଥା ହେଉଛି ୫୬ ଜଣ ପୁରୁଷଙ୍କ ଟିମ୍ ମଧ୍ୟରେ ସୁମନ କୁମାରୀ ଜଣେମାତ୍ର ମହିଳା ଥିଲେ । ଟିମରେ ସୁମନ ଏକମାତ୍ର ଯୁବତୀ ଥିଲେ ଯିଏ ସ୍ନାଇପର ତାଲିମ ଗ୍ରହଣ କରିଥିଲେ । ଏଥିସହ ନେଇଥିବା ତାଲିମ ଅନୁଯାୟୀ ସେ ନିଜର ସାହସିକତା ପ୍ରମାଣ କରିଥିଲେ। ସୂଚନା ଅନୁଯାୟୀ, ସୁମନଙ୍କୁ ଇନ୍ଦୋରରେ ଅବସ୍ଥିତ ସେଣ୍ଟ୍ରାଲ୍ ଆର୍ମମେଣ୍ଟ ଏବଂ କମ୍ବିଟ୍ ସ୍କିଲ୍ସ ସ୍କୁଲ୍ ଅଫ୍ ସୀମା ସୁରକ୍ଷା ବଳରେ ୮ ସପ୍ତାହର ଏହି କଠିନ ତାଲିମ ଦିଆଯାଇଥିଲା ।

୨୦୨୧ ମସିହାରେ ସୁମନ ବିଏସଏଫରେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ବିଏସଏଫର ପଞ୍ଜାବ ୟୁନିଟରେ ସବ୍ ଇନ୍ସପେକ୍ଟର ଭାବରେ ସେ କାର୍ଯ୍ୟରତ ଅଛନ୍ତି । ପଞ୍ଜାବରେ ଏକ ପ୍ଲାଟୁନ୍ ଫୋର୍ସକୁ ସମ୍ଭାଳିବା ସମୟକେ କ୍ରସର ସୀମା ସ୍ନାଇପର ଆକ୍ରମଣର ବିପଦ ଅନୁଭବ କରିଥିଲେ । ପରେ ସୁମନ ଏକ ସ୍ନାଇପର ପାଠ୍ୟକ୍ରମ କୋର୍ସ କରିବାକୁ ସ୍ଥିର କରିଥିଲେ । ସ୍ନାଇପର ପାଠ୍ୟକ୍ରମ ପାଇଁ ସୁମନ ସ୍ୱେଚ୍ଛାକୃତ ଭାବେ ଆବେଦନ କରିଥିଲେ। ତାଙ୍କ ଭିତରେ ଥିବା ସାହସିକତା ଦେଖିବା ପରେ ଟିମର ବରିଷ୍ଠ ଅଫିସର ତାଙ୍କୁ ପାଠ୍ୟକ୍ରମ ପୁରା କରିବା ପାଇଁ ଅନୁମୋଦନ ଦେଇଥିଲେ ।

ତାଲିମପ୍ରାପ୍ତ ସ୍ନାଇପରମାନେ, ନିର୍ଦ୍ଦିଷ୍ଟ ଦୂରତାରୁ ଶତୃକୁ ଟାର୍ଗେଟ୍ କରିବାକୁ ସକ୍ଷମ ହୋଇପାରନ୍ତି । ସେମାନଙ୍କର ପରିଚୟ ଲୁଚାଇବା ସହ କଠିନ ପରିସ୍ଥିତିରେ କାର୍ଯ୍ୟ କରିବାକୁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଏ । ସେମାନେ ତିନି କିଲୋମିଟରରୁ ଅଧିକ ଦୂରରୁ ଶତ୍ରୁକୁ ସଠିକ୍ ଭାବରେ ମୁକାବିଲା କରିବାକୁ ସକ୍ଷମ ଅଟନ୍ତି । ପ୍ରଶିକ୍ଷଣର ସବୁଠାରୁ କଠିନ ପର୍ଯ୍ୟାୟରେ ସୁମନ କୁମାରୀ ସାହସ ହରାଇନଥିଲେ । ଟ୍ରେନିଂ ଶେଷ ପର୍ଯ୍ୟନ୍ତ ଧର୍ଯ୍ୟ ଓ ଦୃଢ ମନରେ ସମସ୍ତ ଅଭ୍ୟାସ କରିଥିଲେ । ଆଠ ସପ୍ତାହ ଧରି ବିଏସଏଫ ସ୍ନାଇପର ପାଠ୍ୟକ୍ରମ କୋର୍ସ କରିବା ପରେ ସୁମନ କୁମାରୀ ପ୍ରଥମ ମହିଳା ସ୍ନାଇପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସୁମନଙ୍କ ଭଉଣୀ ଡାକ୍ତର

ସୁମନଙ୍କ ମାଆ ମାୟା ଦେବୀ ଏବଂ ପିତା ଦୀନେଶ କୁମାର ଠାକୁରଙ୍କ କହିବାନୁଯାୟୀ, ସେମାନେ ସୁମନଙ୍କ ଏହି ସଫଳତା ପାଇଁ ଗର୍ବିତ ଅନୁଭବ କରୁଛନ୍ତି । ତାଙ୍କ ଝିଅର ସାହସିକତା କାରଣରୁ ଆଜି ସାରା ଦେଶରେ ଚର୍ଚ୍ଚା ହେଉଛି । ଆପଣଙ୍କୁ କହିବାରଖିବାକୁ ଚାହୁଁ ଯେ, ସୁମନଙ୍କ ପିତା ଜଣେ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକ୍ଟର ହୋଇଥିବାବେଳେ ତାଙ୍କ ମାଆ ଜଣେ ଗୃହିଣୀ । ସୁମନଙ୍କ ଭଉଣୀ ସୁଷମା ଠାକୁର ଜଣେ ଡାକ୍ତର ଏବଂ ତାଙ୍କ ଭାଇ ବିକାଶ ଠାକୁର ଜଣେ ବି.ଟେକ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ।

Also Read- 5G Network: ହାଇସ୍ପିଡ୍ ଇଣ୍ଟରନେଟ୍ ପାଉନାହାନ୍ତି କି ? ତେବେ ତୁରନ୍ତ ଫୋନରେ କରନ୍ତୁ ଏହି ସେଟିଂ

Also Read- Income Tax: ମାର୍ଚ୍ଚ ମାସରେ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍, କଟିବନି ଦରମା