Crime News: ଲିଭ୍ ଇନ୍ ସମ୍ପର୍କରେ ରହୁଥିଲା ଭଉଣୀ, ପାର୍ଟନରକୁ ହତ୍ୟା କଲେ ୩ ଭାଈ
Advertisement
Article Detail0/zeeodisha/odisha1812901

Crime News: ଲିଭ୍ ଇନ୍ ସମ୍ପର୍କରେ ରହୁଥିଲା ଭଉଣୀ, ପାର୍ଟନରକୁ ହତ୍ୟା କଲେ ୩ ଭାଈ

Crime News: ନିଜ ଭଉଣୀର ଲିଭ୍ ଇନ୍ ପାର୍ଟନରକୁ ଜୀବନରୁ ମାରିଦେଲେ ୩ ଭାଈ । ଜାଣନ୍ତୁ କଣ ରହିଥିଲା କାରଣ...

Crime News: ଲିଭ୍ ଇନ୍ ସମ୍ପର୍କରେ ରହୁଥିଲା ଭଉଣୀ, ପାର୍ଟନରକୁ ହତ୍ୟା କଲେ ୩ ଭାଈ

Crime News: ଆପଣଙ୍କ ମନକୁ ବେଶ୍ ପ୍ରଭାବିତ କରିବା ପରି ଏକ ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଥାନେ (thane) ଅଞ୍ଚଳରେ ଦେଖିବାକୁ ମିଳିଛି । ଥାନେର କଲ୍ୟାଣ ଅଞ୍ଚଳରେ ତିନି ଭାଇ ମିଶି ଭଉଣୀର ଲିଭ-ଇନ୍ ପାର୍ଟନର (Live in partner)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିର୍ମମ ଭାବରେ ହତ୍ୟା (Murder) କରିବା ପରେ ଭଉଣୀର ପୁରଷ ବନ୍ଧୁଙ୍କ ମୃତଦେହକୁ ସ୍ଥାନୀୟ ଉଲହାସ ନଦୀରେ ଫିଙ୍ଗି ଦେଇଥିଲେ ୩ ଭାଈ (brothers) । ତେବେ ଏପର୍ଯ୍ୟନ୍ତ ଘଟଣାରେ ୩ଜଣଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ (Arrest) କରିବାରେ ସକ୍ଷମ ହୋଇଛି ।

ପିଟିଆଇ ରିପୋର୍ଟ ସୂଚନା ମୁତାବକ ସେ ଅଞ୍ଚଳରେ ଥିବା ଖଡକପାରା ଥାନା ଅଧିକାରୀଙ୍କ କହିବାନୁଯାୟୀ ୨୧ ବର୍ଷିୟ ମୃତ ପ୍ରେମିକର ନାମ ଶାହବାଜ ଶେଖ । ପୋଲିସ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଶାହାବାଜଙ୍କ ମୃତ ଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଟିଟୱାଲା ଅଞ୍ଚଳରେ ରହୁଥିଲେ ଶାହାବାଜ ଶେଖ । ସେ ଯେଉଁ ମହିଳାଙ୍କ ସହ ଲିଭ୍ ଇନ୍ ରିଲେସନରେ ଥିଲେ ତାଙ୍କର ପୂର୍ବରୁ ଛାଡପତ୍ର (Divorce) ହୋଇସାରିଥିଲା ବୋଲି ସୂଚନା ମିଳିଛି। ତେବେ ଉଭୟ ଶାହାବାଜ ଓ ମହିଳାଙ୍କ ମଧ୍ୟରେ ଅନେକ ସମୟରେ ବିବାଦ (Conflict) ଲାଗି ରହିଥିଲା । ଭଉଣୀ ସହିତ ଏପରି ବିବାଦ ହେଉଥିବା ଦେଖିବା ପରେ ତାଙ୍କର ୨ଜଣ ନିଜ ଭାଈଙ୍କ ସମେତ ଜଣେ ସମ୍ପର୍କୀୟ ଭାଈ (relative brother) ଶାହାବାଜଙ୍କୁ ଉଚିତ ଶିକ୍ଷା ଦେବାପାଇଁ ନିଷ୍ପତ୍ତି ନେଇଥିଲେ ।

ପରେ ହଠାତ୍ ଦିନେ ଶାହାବାଜ ଶେଖ କୁଆଡେ ନିଖୋଜ (missing) ହୋଇଗଲେ । ପରେ ଏନେଇ ତାଙ୍କ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, 'ଶାହାବାଜ ଗତ ଚାରି ବର୍ଷ ଧରି ଛାଡ଼ପତ୍ର ହୋଇଥିବା ମମତାଜଙ୍କ ସହିତ ଲିଭ୍-ଇନ୍ ସଂପର୍କରେ ଥିଲେ । ଘଟଣାଟି ଶୁକ୍ରବାର ଘଟିଛି ବୋଲି କୁହାଯାଉଛି । କାରଣ ସେହିଦିନ ହିଁ ଶାହାବାଜ ନିଖୋଜ ହୋଇଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରିବା ପରେ ମମତାଜଙ୍କ ୨ ଭାଇ ଇରଶାଦ ଶେଖ, ଶୋଏବ ଶେଖ ଏବଂ ସମ୍ପର୍କୀୟ ହେମନ୍ତ ବିଚୱାଡେଙ୍କୁ ଅଧିକ ପଚରାଉଚରା କରୁଛି ।

ଘଟଣା ସମ୍ପର୍କରେ କିପରି ଜଣାପଡିଲା ?
ଶୁକ୍ରବାର ଦିନ ତମାମ ଶାହାବାଜ ଘରକୁ ନଫେରିବା କାରଣରୁ ଶାହାବାଜଙ୍କ ପିତା ଖଡକପଡା ପୋଲିସ ଷ୍ଟେସନ (Police station)ରେ ପହଞ୍ଚି ନିଖୋଜ ସମ୍ପର୍କରେ ଏକ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ଘଟଣାର ତଦନ୍ତ (Investigation) ଆରମ୍ଭ ହୋଇଥିଲା । ପୋଲିସର ତଦନ୍ତରେ ଅନେକ ଜଣଙ୍କୁ ପଚରାଉଚରା କରାଯିବାରୁ ଲିଭ୍ ଇନ୍ ରିଲେସନ କଥା ସାମ୍ନାକୁ ଆସିଥିଲା । ପରେ ତଦନ୍ତରୁ ଜଣାପଡିଲା ଯେ, ମମତାଜଙ୍କ ତିନି ଭାଇ ଏହି ହତ୍ୟାକାଣ୍ଡର ମୁଖ୍ୟ ସୁତ୍ରଧର । ଏହି ୩ଜଣ ଅଭିଯୁକ୍ତ ପୋଲିସ ସାମ୍ନାରେ କହିଛନ୍ତି ଯେ, ସେମାନେ ଭଉଣୀର ଲିଭ୍-ଇନ୍ ପାର୍ଟନର ଶାହାବାଜ ଶେଖଙ୍କୁ ଗୋଟିଏ ଅଜଣା ସ୍ଥାନକୁ ନେଇଯାଇଥିଲେ । ସେଠାରେ ହାତୁଡିରେ ମୁଣ୍ଡକୁ ଖୁବ ଜୋରରେ ଆଘାତ କରିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସମସ୍ତେ ମିଶି ମୃତ ଦେହଟିକୁ ଉଲହାସ ନଦୀ (ulhas river)ରେ ଫିଙ୍ଗିଦେଇଥିଲେ । ସବୁକିଛି ଜାଣିବା ପରେ ପୋଲିସ ବର୍ତ୍ତମାନ ମୃତଦେହକୁ ଖୋଜା ଖୋଜି କରିବା ଆରମ୍ଭ କରିଦେଇଛି । ମୃତଦେହ ମିଳିବା ପରେ ବ୍ୟଚ୍ଛେଦ ପାଇଁ ପଠାଯିବ ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Also Read- Love Story: ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଦୁଇ ହୃଦୟର ମିଳନ; ଗୋପାଳକଙ୍କୁ ବିବାହ କଲେ ବିଦେଶିନୀ