ପରୀକ୍ଷାରେ ପ୍ରଶ୍ନ ଥିଲା ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା? ଉତ୍ତର- 'ସୀମା ହାଇଦର', ଉତ୍ତର ସିଟ୍ ଭାଇରାଲ୍
Advertisement
Article Detail0/zeeodisha/odisha2024195

ପରୀକ୍ଷାରେ ପ୍ରଶ୍ନ ଥିଲା ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା? ଉତ୍ତର- 'ସୀମା ହାଇଦର', ଉତ୍ତର ସିଟ୍ ଭାଇରାଲ୍

Viral News: 'ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା ଅଛି ବୋଲି ଏକ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତରରେ ଜଣେ ଛାତ୍ର ଲେଖିଥିଲା, ଦୁଇ ଦେଶ ମଧ୍ୟରେ ଅଛି ସୀମା ହାଇଦର , ତାଙ୍କର ଉଚ୍ଚତା ୫ ଫୁଟ ୬ ଇଞ୍ଚ ।

ପରୀକ୍ଷାରେ ପ୍ରଶ୍ନ ଥିଲା ଭାରତ-ପାକିସ୍ତାନ ମଧ୍ୟରେ କେଉଁ ସୀମା? ଉତ୍ତର- 'ସୀମା ହାଇଦର', ଉତ୍ତର ସିଟ୍ ଭାଇରାଲ୍

Viral News: ସୀମା ହାଇଦର ଯେବେଠାରୁ ନେପାଳ ଦେଇ ପାକିସ୍ତାନରୁ ଭାରତ ସୀମାରେ ପ୍ରଵେଶ କରିଛି କିଛି ନା କିଛି ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କିଛି ଦିନ ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଫେରିଛି ସୀମା ହାଇଦର (seema haider)। ହେଲେ ଏଥର ଚର୍ଚ୍ଚାକୁ ଆସିବା କାରଣ ଟିକେ ଅଲଗା । ବାସ୍ତବରେ, ଏକ ଉତ୍ତର ସିଟ୍ (answer sheet) ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉତ୍ତର ସିଟ୍ ରାଜସ୍ଥାନର ଧୌଲପୁର ଜିଲ୍ଲାର ବାଗଥର ଅଞ୍ଚଳର ଏକ ବିଦ୍ୟାଳୟରୁ ଆସିଛି ବୋଲି ଜଣାପଡିଛି, ଯେଉଁଠାରେ ସ୍କୁଲ ପରୀକ୍ଷାରେ ଭାରତ-ପାକିସ୍ଥାନ ସୀମା ଏବଂ ଏହାର ଲମ୍ବ ସମ୍ପର୍କିତ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ, ଜଣେ ଛାତ୍ର ଏପରି କିଛି ଲେଖିଥିଲେ ଯାହା ପଢ଼ିବା ପରେ ଲୋକମାନେ ହସି ହସି ବେଦମ୍ ହୋଇଯାଇଛନ୍ତି। ତେବେ ଏହି ପ୍ରଶ୍ନର ଉତ୍ତରରେ ଛାତ୍ର ସୀମା ହାଇଦର ବିଷୟରେ ଉଲ୍ଲେଖ କରିଥିଲେ।

ଭାଇରାଲ୍ ଉତ୍ତର ସିଟ୍ ବିଷୟରେ ରେ କୁହାଯାଇଛି ଯେ, ଏହା ହେଉଛି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଗଥରର ଉତ୍ତର ସିଟ୍। ଏଠାରେ ରାଜନୈତିକ ବିଜ୍ଞାନର ପ୍ରଥମ ଟେଷ୍ଟ ଥିଲା, ଯେଉଁଥିରେ ଗୋଟିଏ ପ୍ରଶ୍ନ ରହିଥିଲା 'ଭାରତ-ପାକିସ୍ଥାନ ମଧ୍ୟରେ କେଉଁ ସୀମା ରହିଛି ଏବଂ ଏହାର ଲମ୍ବ କେତେ ? ଏହାର ଉତ୍ତରରେ ଛାତ୍ର ଲେଖିଥିଲେ, ଦୁଇ ଦେଶ ମଧ୍ୟରେ ସୀମା ହାଇଦର ଅଛି, ଏହାର ଉଚ୍ଚତା ୫ ଫୁଟ ୬ଇଞ୍ଚ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଝଗଡା ହେଉଛି। ତେବେ ସ୍କୁଲ ପ୍ରିନ୍ସପାଲ ସୁରେଶ କୁମାର କହିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉତ୍ତର ସିଟ୍ ତାଙ୍କ ସ୍କୁଲରୁ ନୁହେଁ।

ସୂଚନାଯୋଗ୍ୟ, ସୀମା ହାଇଦର ପାକିସ୍ତାନର ବାସିନ୍ଦା ହୋଇଥିବା ବେଳେ ସେ ଚାରି ସନ୍ତାନର ମା'। ୨୦୧୯ ମସିହାରେ ସେ ଅନଲାଇନ୍ ଗେମ୍ ଖେଳିବାବେଳେ ନୋଏଡାରେ ରହୁଥିବା ସଚିନଙ୍କ ସହ ଯୋଗାଯୋଗ ଆସିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହେଲା, ଯାହା ପରେ ପ୍ରେମରେ ପରିଣତ ହେଲା । ସଚିନଙ୍କୁ ବିବାହ କରିବା ପାଇଁ ନିଜ ପିଲାଙ୍କୁ ସାଥିରେ ଧରି ସୀମା ନେପାଳ ଦେଇ ବେଆଇନ ଭାବେ ଭାରତରେ ପହଞ୍ଚିଥିଲେ ଏବଂ ତା’ପରେ ତାଙ୍କ ପ୍ରେମିକ ସଚିନଙ୍କ ନିକଟକୁ ଆସିଥିଲେ। ଏହା ପରେ ଦୁହେଁ ବିବାହ କରିଥିଲେ। ଏନେଇ ତାଙ୍କ ବିଷୟରେ ସବୁ ସ୍ଥାନରେ ଅନେକ ଆଲୋଚନା ହୋଇଆସୁଛି ।

Also Read- ଖଲ୍ଲିକୋଟରେ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୫୦ ଛେଳି

Also Read- ବିବାହର ୪୩ ବର୍ଷ ପରେ ଋଷି କପୁର ଓ ନିତୁ ସିଂଙ୍କ ନିମନ୍ତ୍ରଣ କାର୍ଡ ହେଲା ଭାଇରାଲ୍