ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟଙ୍କ ଆନ୍ତର୍ଜାତୀୟ ସଫଳତା
Advertisement
Article Detail0/zeeodisha/odisha2238612

ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟଙ୍କ ଆନ୍ତର୍ଜାତୀୟ ସଫଳତା

ଚିନ୍ମୟଙ୍କ ଗବେଷଣା ଓ ଅନୁସନ୍ଧାନ ପାଇଁ ସେ ୟୁରୋପୀୟ ଏବଂ ପାଶ୍ଚାତ୍ୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି। LLMs (like ChatGPT) ବ୍ୟବହାର କରି ରୋବୋଟରେ ଆବେଗକୁ ସ୍ୱୟଂଚାଳିତ କରିବା ଆଜି ବିଶ୍ୱର ଅଗ୍ରଣୀ ଅନୁସନ୍ଧାନ ଭାବରେ ପରିଗଣିତ ହୋଇଛି ।

ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟଙ୍କ ଆନ୍ତର୍ଜାତୀୟ ସଫଳତା

ଭୁବନେଶ୍ୱର: ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟ ମିଶ୍ରଙ୍କ ଏକ ଆନ୍ତର୍ଜାତୀୟ ସଫଳତା। ଚିନ୍ମୟଙ୍କ ଗବେଷଣା ଓ ଅନୁସନ୍ଧାନ ପାଇଁ ସେ ୟୁରୋପୀୟ ଏବଂ ପାଶ୍ଚାତ୍ୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ପ୍ରଶଂସାର ପାତ୍ର ହୋଇଛନ୍ତି। LLMs (like ChatGPT) ବ୍ୟବହାର କରି ରୋବୋଟରେ ଆବେଗକୁ ସ୍ୱୟଂଚାଳିତ କରିବା ଆଜି ବିଶ୍ୱର ଅଗ୍ରଣୀ ଅନୁସନ୍ଧାନ ଭାବରେ ପରିଗଣିତ ହୋଇଛି, ଯାହା ମାନବ-ରୋବଟ୍ ମଧ୍ୟରେ ଯୋଗାଯୋଗ ଓ ଭାବ ଆଦାନ ପ୍ରଦାନ(communication) କାର୍ଯ୍ୟକୁ ଅନେକ ସହଜ କରିବ । ଏଥିରେ ଚିନ୍ମୟଙ୍କ ଗବେଷଣା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅବଦାନ।

ସମ୍ପ୍ରତି, AI ସହ ଦୈନନ୍ଦିନ ବ୍ୟବହାର ଯୋଗ୍ୟ next generation general purpose ରୋବଟ୍ ଗଠନ ଉପରେ ସାରା ବିଶ୍ଵର ନଜର ରହିଛି । ଏକ ପ୍ରଭାବଶାଳୀ ମାନବ-ରୋବଟ୍ ଯୋଗାଯୋଗ ଓ ଭାବ ବିନିମୟ (communication) ପାଇଁ ରୋବଟ୍ ମାନବ ପରି ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ମାନବ ସହ ସଠିକ୍ ଓ fast communication କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଚିନ୍ମୟଙ୍କ ଅନୁସନ୍ଧାନ ଏହି ବିଷୟଗୁଡିକ ଉପରେ ଆଧାରିତ ଯାହା ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦର୍ଶାଇ, ରୋବଟକୁ ଉନ୍ନତ ବୁଝାମଣା ଯୋଗାଇବାରେ ଏକ ବଳିଷ୍ଠ ମାଧ୍ୟମ ଭାବେ ସାମନାକୁ ଆସିଛି। ଚିନ୍ମୟଙ୍କ ଉପଲବ୍ଧି, ଯାହା ମାନବ-ରୋବଟ୍ ପାରସ୍ପରିକ ଯୋଗାଯୋଗ ସମୟରେ ଏକ ରୋବଟ୍ ର ଭାବ କୁ ସ୍ୱୟଂଚାଳିତ କରିବା ପାଇଁ LLMs (Like ChatGPT) ଗୁଡ଼ିକର ପ୍ରୟୋଗ, ଯାହା ହେଉଛି ବିଶ୍ୱରେ ପ୍ରଥମ। ଏହା ବର୍ତ୍ତମାନ ଅନେକ ପ୍ରଶଂସା ପାଉଛି ।

ଚିନ୍ମୟ ସମ୍ବଲପୁରର ବୁର୍ଲା ଠାରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଓ ଜୟପୁରର କିଛି ବିଦ୍ୟାଳୟରେ ଶିକ୍ଷା ଲାଭ କଲାପରେ ଭୁବନେଶ୍ୱରରେ ITER ଇଞ୍ଜିନିୟରିଂ କଲେଜ  ଓ ଜର୍ମାନୀର  କାଇଜରସ୍ଲଟର୍ଣ୍ଣରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ବର୍ତ୍ତମାନ ସେ Prof. Asli Ozyurek ଓ  Dr. Judith Hollerଙ୍କ ସହ ନେଦରଲାଣ୍ଡ  Max Planck Institute for Psycholinguistics ରେ ମଲ୍ଟିମୋଡାଲ୍ ଭାଷା ବିଭାଗରେ ଜଣେ ପୋଷ୍ଟଡକ୍ଟରାଲ୍ ରିସର୍ଚର୍ ଭାବେ କାର୍ଯ୍ୟରତ।

ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଏହି ସଫଳତା ପରେ ବିଭିନ୍ନ ଦେଶରୁ ଅନେକ ବଡ ଅଫର ସତ୍ତ୍ଵେ, ତାଙ୍କର ଅଭିଳାଷ ହେଉଛି ଖୁବ୍ ଶୀଘ୍ର ଓଡ଼ିଶାକୁ ଫେରିବା ଏବଂ ନିଜ ମାତୃଭୂମିରେ ରୋବୋଟିକ୍ସ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରିବା । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ, ଚିନ୍ମୟ ହେଉଛନ୍ତି ଓଡ଼ିଆ ହିରୋ ସବ୍ୟସାଚୀ ମିଶ୍ରଙ୍କ ଭାଈ ।

Also Read- Surya Rashi Parivatan: ୧୪ ମଇରୁ ବଦଳିଯିବ ୩ରାଶିର ଭାଗ୍ୟ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ

Also Read- ମୟୂରଭଞ୍ଜ କୁଳିଅଣାରେ ଅଗ୍ନିକାଣ୍ଡ, ୬୦ ବଖରା ଘର ପାଉଁଶ