Manipur violence: ମଣିପୁରରେ ପୁଣି ହିଂସା, ଗୁଳିକାଣ୍ଡରେ ୨ମୃତ ୫ ଆହତ
Advertisement
Article Detail0/zeeodisha/odisha2086790

Manipur violence: ମଣିପୁରରେ ପୁଣି ହିଂସା, ଗୁଳିକାଣ୍ଡରେ ୨ମୃତ ୫ ଆହତ

Manipur violence: ମଣିପୁରରେ ଗୁଳିମାଡ କାରଣରୁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହିତ ୫ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Manipur violence: ମଣିପୁରରେ ପୁଣି ହିଂସା, ଗୁଳିକାଣ୍ଡରେ ୨ମୃତ ୫ ଆହତ

Manipur violence: ମଣିପୁରରେ ହିଂସାକାଣ୍ଡ ଥମିବା ବଦଳରେ ଦିନକୁ ଦିନ ଏହା ଉଗ୍ର ରୂପ ନେଉଛି । ଆଜି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହେବା ସହ ଗୁଳି ମାଡ ହୋଇଛି । ଫଳରେ ଗୁଳିମାଡ କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମାରପିଟରେ ୫ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଅଛନ୍ତି । 

ସୂଚନା ମୁତାବକ, ଆଜି ଇମ୍ଫାଲ କୌଟରୁକ ନିକଟରେ ଗୁଳି ବର୍ଷା କାରଣରୁ ୨ଜଣଙ୍କ ପ୍ରାଣ ହାନୀ ହୋଇଛି । ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତି ନିଖୋଜ ଥିବାର ଖବର ଆସିଛି । ଗୁଳିମାଡର ଶିକାର ହୋଇ ୫ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସୀମାନ୍ତ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ସଂଘର୍ଷ ଉଗ୍ର ରୁପ ନେବା କାରଣରୁ ଗୋଟିଏ ଗୋଷ୍ଠି ଅନ୍ୟ ଗୋଷ୍ଠୀ ଉପରକୁ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବାରୁ ସ୍ଥାନୀୟ ଅଞ୍ଚଳର ସାଧାରଣ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଚଳାଇଛି ।

Also Read- ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ପୂର୍ବତନ ସାଂସଦ ମାନବେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ

Also Read- ମୀନାକ୍ଷୀ ବାହିନୀପତିଙ୍କୁ ନୂଆ ଦାୟିତ୍ୱ ଦେଲେ ଏଆଇସିସି ଅଧ୍ୟକ୍ଷ