Odisha Daily News Live: ହିଂସା ସତ୍ତ୍ୱେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟିଂ, ବେଙ୍ଗଲରେ ହୋଇଛି ସର୍ବାଧିକ ମତଦାନ
Advertisement
Article Detail0/zeeodisha/odisha2210595

Odisha Daily News Live: ହିଂସା ସତ୍ତ୍ୱେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟିଂ, ବେଙ୍ଗଲରେ ହୋଇଛି ସର୍ବାଧିକ ମତଦାନ

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ହିଂସା ସତ୍ତ୍ୱେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟିଂ, ବେଙ୍ଗଲରେ ହୋଇଛି ସର୍ବାଧିକ ମତଦାନ
LIVE Blog
19 April 2024
22:53 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 
ପଢନ୍ତୁ ସମ୍ପୂର୍ଣ୍ଣ ଖବର

22:50 PM

କିଏ ଏହି ଦୀନେଶ କୁମାର ତ୍ରିପାଠୀ? ଯିଏ ଗ୍ରହଣ କରିବେ ନୌସେନା କମାଣ
ଭାରତୀୟ ନୌସେନା ପାଇଯାଇଛି ଏହାର ପରବର୍ତ୍ତୀ ମୁଖ୍ୟ। ନୌସେନା ଡେପୁଟି ଚିଫ ଅଫ୍ ଷ୍ଟାଫ୍ ଭାଇସ ଆଡମିରାଲ ଦୀନେଶ କୁମାର ତ୍ରିପାଠୀଙ୍କୁ ନୂତନ ନୌସେନା ମୁଖ୍ୟ ନିଯୁକ୍ତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ ଆସନ୍ତା ୩୦ ତାରିଖରେ ନୌସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିବେ। ସେହି ଦିନ ବର୍ତ୍ତମାନର ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ଅବସର ନେଉଛନ୍ତି।
ପଢନ୍ତୁ ପୁରା ଖବର

 

22:12 PM

Odisha Mahanadi Boat Accident: ଶୁକ୍ରବାର ସନ୍ଧ୍ୟାରେ ମହାନାଦୀରେ ଏକ ଡଙ୍ଗା ଓଲଟି ପଡିଥିଲା। ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଖବର ଅନୁଯାୟୀ ଡଙ୍ଗାରେ ୫୦ ରୁ ୬୦ ଜଣ ଲୋକ ଥିଲେ। ନିକଟରେ ଉପସ୍ଥିତ ମତ୍ସ୍ୟଜୀବୀମାନେ ପ୍ରାୟ ୩୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଲୋକଙ୍କୁ ଖୋଜାଖୋଜି କରୁଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି।

21:55 PM

କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ଅଧୀକ୍ଷକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ  ତୁରନ୍ତ ନିଲମ୍ବିତ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସ ନିୟମ-୧୯୬୨ର ଧାରା ୧୨ର ଉପନିୟମ-୧ ଅନୁଯାୟୀ ରାଜ୍ୟ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ସମ୍ବଲପୁର ଉତ୍ତର ଡିଭିଜନର ଅବକାରୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେନିୟୋଜିତ କରାଯାଇଛି। ବିସ୍ତୃତ ତଦନ୍ତ ପରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

20:44 PM

Odisha Election 2024: କୋରାପୁଟରେ କଂଗ୍ରେସ ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ସପ୍ତଗିରି ସଙ୍କର ଉଲାକା ନାମାଙ୍କନ ଦାଖଲ କରିଛନ୍ତି। ୨୦୧୯ ନିର୍ବାଚନରେ ସେ ଏକମାତ୍ର କଂଗ୍ରେସ ପ୍ରତିନିଧି ଭାବେ ଓଡ଼ିଶାରୁ ଲୋକସଭାରୁ ନିର୍ବାଚିତ ହୋଇଥିଲେ। 

20:38 PM

ଝାରସୁଗୁଡ଼ାରେ ଡଙ୍ଗା ଦୁର୍ଘଟଣା- ୭ ନିଖୋଜ
୭ ଜଣଙ୍କ ଭିତରେ ରହିଛନ୍ତି ୪ ମହିଳା, ୩ ଶିଶୁ
୪୫ ଜଣ ଥିଲେ
ଓଡ୍ରାଫ୍‍ ପକ୍ଷରୁ ଉଦ୍ଧାର ଜାର୍ଯ୍ୟ ଜାରି
ସର୍ଚ୍ଚ ଅପରାସନ୍ରେ କ୍ୟାମେରା ବ୍ୟବହାର

19:18 PM

ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଇବ ଭାରତୀୟ ରେଳବାଇ
ଯାତ୍ରୀଙ୍କ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ଏବଂ ଗ୍ରୀଷ୍ମ ସମୟରେ ଭ୍ରମଣ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରେକର୍ଡ ସଂଖ୍ୟକ ୯୧୧୧ ଟ୍ରିପ୍ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି। ଗତ ବର୍ଷର ଗ୍ରୀଷ୍ମ ଋତୁ ତୁଳନାରେ ଏଥର ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ହୋଇଥିବାର ଚିହ୍ନଟ ହୋଇଛି। ଯେଉଁଠାରେ ମୋଟ ୬୩୬୯ ଟ୍ରିପ୍ ଟ୍ରେନ ଚଳାଚଳ କରାଯାଇଥିଲା। ଯାତ୍ରୀଙ୍କ ଚାହିଦାକୁ ସଫଳତାର ସହ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇ ଏଥର ୨୭୪୨ ଟ୍ରିପ ଅଧିକ ଟ୍ରେନ ଚଳାଚଳ କରୁଛି।
ପଢନ୍ତୁ ପୁରା ଖବର

18:47 PM

Lok Sabha Election 2024 News Updates: ଲୋକସଭା ନିର୍ବାଚନର ସାତୋଟି ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୬୦୦ ରୁ ଅଧିକ ପ୍ରାର୍ଥୀ ଥିଲେ, ଯାହାର ଭାଗ୍ୟ ଇଭିଏମରେ ଭୋଟରଙ୍କ ଦ୍ୱାରା ସ୍ଥିର ହୋଇଛି। ଭୋଟ୍ ଦେବାରେ ପଶ୍ଚିମବଙ୍ଗ ଶୀର୍ଷରେ ରହିଥିବାବେଳେ ବିହାର ୪୬.୩୨ ପ୍ରତିଶତ ମତଦାନ ସହିତ ସର୍ବଶେଷରେ ରହିଛି।

କେଉଁଠାରେ ପଡିଛି କେତେ ଭୋଟ୍?

ତାମିଲନାଡୁ: 62.02%
ତ୍ରିପୁରା: 76.10% 
ୟୁପି: 57.54%
ଉତ୍ତରପ୍ରଦେଶ: 53.56%
ପଶ୍ଚିମବଙ୍ଗ: 77.57%
ନାଗାଲାଣ୍ଡ: 55.79%
ପୁଡୁଚେରୀ: 72.84%
ରାଜସ୍ଥାନ: 50.27%
ସିକ୍କିମ୍: 68.06% 
ମଧ୍ୟପ୍ରଦେଶ: 63.27%
ଲାକ୍ଷାଦୀପ: 59.02%
ମହାରାଷ୍ଟ୍ର: 54.85%
ମଣିପୁର: 67.66%
ମେଘାଳୟ: 69.91%
ଆଣ୍ଡାମାନ ନିକୋବର: 56.87% 
ଅରୁଣାଚଳ ପ୍ରଦେଶ: 63.44%
ଆସାମ: 70.77% 
ବିହାର: 46.32%
ଛତିଶଗଡ଼: 63.41%
ଜମ୍ମୁ କାଶ୍ମୀର: 65.08%

18:34 PM

ନୌକା ଦୁର୍ଘଟଣାରେ ୨ ମୃତ; ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶୁକ୍ରବାର (ଅପ୍ରେଲ ୧୯) ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ସ୍ଥିତ ଶରଧା ଠାରେ ମହାନଦୀରେ ହୋଇଯାଇଛି ଏକ ନୌକା ଦୁର୍ଘଟଣା।  ଏଠାରେ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ମହାନଦୀ ଡଙ୍ଗା ବୁଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ଲାଗି ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ପଢନ୍ତୁ ପୁରା ଖବର

17:44 PM

ଅଂଶୁଘାତ କାରଣରୁ ଜଣେ ମୃତ; ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି
ଚଳିତ ବର୍ଷ ରାଜ୍ୟର ହୋଇଛି ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ। ଶୁକ୍ରବାର (ଅପ୍ରେଲ ୧୯) ଓଡି଼ଶା ସରକାର ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ  ଜଣେ ବ୍ୟକ୍ତି ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ଅଂଶୁଘାତ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି।
ପଢନ୍ତୁ ପୁରା ଖବର

17:11 PM

ଗାନ୍ଧୀ ନଗର ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅମିତ ଶାହ
୨୦୨୪ ଲୋକସଭା ନିର୍ବାଚନରେ ଗୃହ ରାଜ୍ୟ ଗୁଜୁରାଟର ଗାନ୍ଧୀ ନଗର ଲୋକସଭା ଆସନରୁ ଦ୍ୱିତୀୟ ଥର ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ର ଅମିତ ଶାହ। ଏନେଇ ସେ ଅପ୍ରେଲ ୧୯ ତାରିଖ ଅପ୍ରେଲ ୧୯ ତାରିଖ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ତଥା ଗାନ୍ଧୀନଗର ଲୋକସଭା ଆସନର ବିଜେପି ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯେତେବେଳେ ଅମିତ ଶାହ ଗାନ୍ଧୀନଗର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ପ୍ରଦାନ କରୁଥିଲେ, ସେତେବେଳେ ଏହା ଏକ ବିଶେଷ ସମୟ ଥିଲା।
ପଢନ୍ତୁ ପୁରା ଖବର

16:12 PM

Top News Headlines from 19th April 2024: ଶୁକ୍ରବାର ଦିନ ଓଡି଼ଶା ସରକାର ନିଶ୍ଚିତ କରିଛନ୍ତି ଯେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଅଂଶୁଘାତ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଏଠାରେ କ୍ଲିକ୍ କରି ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର। 

 

16:10 PM

ବୁଥ ନିକଟରେ ଗୁଳିମାଡ଼ ପରେ ସୁରକ୍ଷା ବ୍ୟବସ୍ଥା ମଜବୁତ; ଜାରି ରହିଛି ଭୋଟ ଗ୍ରହଣ
ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ  ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଶୁକ୍ରବାର ଭୋଟ ଗ୍ରହଣ ଚାଲିଥିବା ସମୟରେ ଇନର ମଣିପୁର ଲୋକସଭା ଆସନରେ ହିଂସାକାଣ୍ଡ ହୋଇଥିବାର ଖବର ମିଳିଛି ମଣିପୁରର ମୋଇରାଙ୍ଗ ବିଧାନସଭା ଆସନ ଅଧିନସ୍ଥ ଥାମାନପୋକପି ସ୍ଥିତ ଏକ ମତଦାନ କେନ୍ଦ୍ରରେ ଅଜଣା ଦୁର୍ବୃତ୍ତ ଗୁଳି ମାଡ଼ କରିଛନ୍ତି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଗୁଳିମାଡ଼ ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି।
ପଢନ୍ତୁ ପୁରା ଖବର

14:02 PM

Odisha News Live Updates: ତାତିରେ ଲାଗିବ ସାମାନ୍ୟ ବ୍ରେକ; ୨୧ରୁ ବର୍ଷା
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି,୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହାର ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି। 

13:48 PM

Odisha News Live Updates: ଏଭେରେଷ୍ଟ କମ୍ପାନୀର ମସଲାକୁ ନେଇ ବିବାଦ 
ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ନେସଲେ କମ୍ପାନୀ ଉତ୍ପାଦ ଉପରେ ପ୍ରଥମ ପ୍ରଶ୍ନ ଉଠିଥିଲା ତ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ମାଛ ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡର ଅଧିକ ପରିମାଣ ଥିବା ଦର୍ଶାଇ ସିଙ୍ଗାପୁର ଏଭଳି ପଦକ୍ଷେପ ନେଇଛି । ଏନେଇ ହଙ୍ଗକଙ୍ଗ ଖାଦ୍ୟ ସୁରକ୍ଷା ବିଭାଗର ଏକ ଅଧିସୂଚନା ଜାରି କରିବା ପରେ ସିଂଗାପୁର ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିରେ ମସଲାରେ ଅଧିକ ପରିମାଣରେ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା କୁହାଯାଇଛି ।

13:43 PM

Odisha News Live Updates: ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ
ଦେଶର ୨୧ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏହି ସମୟରେ ଭୋଟିଂ ବେଳେ ଛତିଶଗଡ ବସ୍ତରରେ ହୋଇଛି ଆଇଡି ବିସ୍ଫୋରଣ । ଏହି ଘଟଣାରେ ସିଆରପିଏଫ୍ ସୂଚନା ମିଳିଛି । ସେପଟେ ମଣିପୁରରେ ମଧ୍ୟ ହିଂସା ଦେଖାଦେଇଛି । ଏଠାରେ ମତଦାନ ଚାଲିଥିବାବେଳେ ଏକ ବୁଥ ବାହାରେ ଗୁଳିମାଡ ହୋଇଥିବା ଖବର ରହିଛି ।

13:30 PM

Odisha News Live Updates: ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ ଶାହା
ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗରରୁ ନାମାଙ୍କନ ଭରିଲେ ଅମିତ ଶାହ । ୨୦୧୯ ଲୋକସଭା ନିର୍ବାଚନରେ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗର ଆସନରୁ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରହିଥିଲେ ସିଜେ ଚାୱଡା । ସେ ପାଖାପାଖି ୩ ଲକ୍ଷ ଭୋଟ ପାଇଥିଲେ । ଆଉ ଅମିତ ଶାହ ୫ ଲକ୍ଷ ୫୦- ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

 

13:18 PM

Odisha News Live Updates: ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ
ବିଜେପି ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ। ୧୯୭୨ରୁ ବିଜୁ ବାବୁଙ୍କ ଅନୁଗାମୀ ହୋଇ ପଟ୍ଟାମୁଣ୍ଡାଇରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ବିଜୟ କେତନ। ଜନତା ଦଳର ପ୍ରଥମ ଜିଲ୍ଲା ସଭାପତି ଥିଲେ। ସେହିପରି ବିଜୁ ଜନତା ଦଳର ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ମଧ୍ୟ ଥିଲେ। ଏହାପରେ ବିଜେପିରେ ମିଶି ରାଜନଗର ଆସନରୁ ୨୦୦୯ରେ ବିଜେପିରୁ ଲଢ଼ିଥିଲେ। ଆଜି ପୁଣି ସେ ବିଜେଡିକୁ ଫେରିଛନ୍ତି। ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ୟ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗଦେଲେ। ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ାରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ପ୍ରତାପ ଜେନା।

 

13:02 PM

Odisha News Live Updates: ଜେଲ୍‌ରେ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ ଆବେଦନ କଲେ କେଜ୍ରିୱାଲ୍‌
ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲ୍‌ରେ ରହିଛନ୍ତି। ସେ ଜଣେ ଟାଇପ୍‌-୨ ମଧୁମେହ ରୋଗୀ ହୋଇ ମଧ୍ୟ ଜେଲ୍‌ରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ ବୋଲି ଆପ୍‌ ଅଭିଯୋଗ କରିବା ପରେ ସେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ କରି ତାଙ୍କୁ ଇନ୍‌ସୁଲିନ୍‌ ଯୋଗାଇ ଦେବାକୁ କହିଛନ୍ତି। ସେ କରିଥିବା ଆବେଦନର ଶୁଣାଣି ଆଜି ଅପରାହ୍ନ ୨ଟା ସମୟରେ ହେବ। ମଦ ନୀତି ଦୁର୍ନୀତି ମାମଲାରେ ଗତ ମାସରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଜଣେ ଟାଇପ-୨ ମଧୁମେହ ରୋଗୀ। ଗତ ରାତିରେ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ଜେଲ୍‌ ଭିତରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନାହିଁ।

12:48 PM

Odisha News Live Updates: ୩୦ରେ ପରବର୍ତ୍ତୀ ଶୁଣାଣି
ପୁଲିସ ଅଧିକାରୀଙ୍କୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ଜେଏମ୍‌ଏଫ୍‌ସି କୋର୍ଟରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଜେରା କରାଯାଇଛି। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ଜାନୁଆରି ୨୩‌ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳାରେ ରକ୍ଷା କାର୍ଯ୍ୟରେ ନିୟୋଜିତ ତତ୍କାଳୀନ ପୁଲିସ୍‌ ଏସ୍‌ଆଇ (ବର୍ତ୍ତମାନର ଏସିପି) ଅମିତାଭ ମହାପାତ୍ର ଓ ଶ୍ରୀ ମହତାବଙ୍କ ମଧ୍ୟରେ ଏହି ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ଦରଘାବଜାର ଥାନାରେ ଶ୍ରୀ ମହାପାତ୍ର ଏତଲା ଦେଇଥିଲେ। ଅଭିଯୋଗର ତଦନ୍ତ ପରେ ୨୦୧୮ ମାର୍ଚ୍ଚ ୧୯ରେ ଶ୍ରୀ ମହତାବଙ୍କ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା।

12:37 PM

Odisha News Live Updates: ଭୁବନେଶ୍ଵରରେ ୧୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦମ୍ପତିଙ୍କ ସମେତ ୪ ଗିରଫ
ଜଣେ ପୀଡ଼ିତାଙ୍କ ଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କମିସନରେଟ୍ ପୁଲିସ ଜଣେ ବିବାହିତ ଦମ୍ପତିଙ୍କ ସମେତ ସାଇବର ଅପରାଧୀଙ୍କୁ ଗିରଫ କରିଛି। ତୃପ୍ତି ରଂଜନ ପାତ୍ର ଓ ବନଲତା ସାହୁଙ୍କ ସହ ସେମାନଙ୍କ ସହଯୋଗୀ ମାନସ ରଞ୍ଜନ ସୁନା ଓ ନିହାର ରଂଜନ ପାଇକରାୟ ବିମାନ ବନ୍ଦର ନିକଟରୁ ଫେରୁଥିଲେ। ସେମାନେ ଟେଲିଗ୍ରାମରେ ୨୦% ନିବେଶ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଅଜ୍ଞାତ ବ୍ୟକ୍ତିମାନଙ୍କୁ ପ୍ରଲୋଭିତ କରିଥିଲେ ଏବଂ ସେମାନଙ୍କୁ ସେମାନଙ୍କ ନିୟନ୍ତ୍ରଣରେ ଥିବା ବିଭିନ୍ନ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

12:27 PM

Odisha News Live Updates: ମଣିପୁର ମତଦାନ କେନ୍ଦ୍ରରେ ଫାୟାରିଂ
ମଣିପୁରର ଭିତର ମଣିପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ ବୁଥରେ ଗୁଳି ବିନିମୟ ହୋଇଥିଲା। ବିଷ୍ଣୁପୁର ଜିଲ୍ଲାର ଥମନପୋକପିରେ ଏକ ମତଦାନ କେନ୍ଦ୍ରରେ ଗୁଳି ବିନିମୟରେ ତିନି ଜଣ ଆହତ ହୋଇଛନ୍ତି। ଇମ୍ଫାଲ୍ ପୂର୍ବର ଥୋଙ୍ଗଜୁରେ ଥିବା ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ହେବାର ଖବର ମଧ୍ୟ ରହିଛି। ଏଠାରେ କହି ରଖୁ କି ଯେ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨ଟି ସିଟ୍ ଭିତର ମଣିପୁର ଏବଂ ବାହ୍ୟ ମଣିପୁରରେ ଭୋଟ୍ ଗ୍ରହଣ ହେଉଛି। ଏପ୍ରିଲ୍ ୨୬ରେ ବାହ୍ୟ ସିଟର ହିଂସା ପ୍ରଭାବିତ ଅଞ୍ଚଳର କିଛି ବୁଥରେ ଭୋଟ୍ ମଧ୍ୟ ଅନୁଷ୍ଠିତ ହେବ। ୩ ମାର୍ଚ୍ଚ ୨୦୨୩ ପରଠାରୁ ମଣିପୁରରେ ଜାତି ହିଂସା ଜାରି ରହିଛି।

12:15 PM

Odisha News Live Updates: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଦେଲେ ଭୋଟ
ମହାରାଷ୍ଟ୍ରରେ ଆଜି ଭୋଟ ହେଉଛି। ହେବିୱେଟ ମଧ୍ୟ ସେମାନଙ୍କର ଭୋଟ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଭୋଟ ପ୍ରଦାନ କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି...

 

12:05 PM

Odisha News Live Updates: ବିଶ୍ୱର ବାମନ ମହିଳାଙ୍କ ମତଦାନ
ବିଶ୍ୱର ସବୁଠାରୁ ଗେଡି ମହିଳା ଜ୍ୟୋତି ମତଦାନ କରିଛନ୍ତି। ନାଗପୁରର ଏକ ପୋଲିଂ ବୁଥରେ ନିଜର ଭୋଟ ଦେଇଛନ୍ତି। ଦେଖନ୍ତୁ ଭିଡ଼ିଓ...

 

12:02 PM

Odisha News Live Updates: ୧୧ଟା ସୁଦ୍ଧା ଏତିକି ପ୍ରତିଶତ ହୋଇଛି ମତଦାନ
ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ଦିନ ୧୧ଟା ସୁଦ୍ଧା ବିହାରର ଜମୁଇରେ ହୋଇଛି। ଏଠାରେ ୧୯ ପ୍ରତିଶତ ମତଦାନ ହୋଇଛି। ସେହିପରି ରାଜ୍ୟ କଥା ଯଦି କୁହାଯାଏ, ତେବେ ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ, ଉତ୍ତରପ୍ରଦେଶରେ ୨୫.୨୦ ପ୍ରତିଶତ, ତାମିଲନାଡୁରେ ୨୩.୭୨ ପ୍ରତିଶତ ମତାଦନ ହୋଇଥିବା ରେକର୍ଡ ହୋଇଛି। 

fallback

11:58 AM

Odisha News Live Updates: ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ନ୍ୟାୟିକ ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର। ସେ ଏବେ ଦିଲ୍ଲୀ ତିହାର ଜେଲ୍ ରେ ଅଛନ୍ତି ଏବଂ ଜେଲ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal)ଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଶିଛନ୍ତି ଦିଲ୍ଲୀ ଆପ୍ ନେତ୍ରୀ ଆତିଶି ମାର୍ଲିନା(Atishi Marlena)। ଜେଲରେ ତାଙ୍କୁ ଇନସୁଲିନ୍ ଦିଆଯାଉନଥିବା ଅଭିଯୋଗ ହୋଇଛି ।

 

11:50 AM

Odisha News Live Updates: ବିଜେଡି ଛାଡିବେ ପ୍ରସନ୍ନ ପାଟ୍ଟଶାଣୀ
ବିଜେଡି ଛାଡିବେ କି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ। ଭୁବନେଶ୍ୱରର ୫ ଥରର ପୂର୍ବତନ ସାଂସଦ ପାଟ୍ଟଶାଣୀ ବିଜେଡି ଛାଡୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ପାଟ୍ଟଶାଣୀ ନିଜେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଚଳିତ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା। ପରେ ତାଙ୍କୁ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଥିଲା। ଯଦିଓ ସେହି ଆସନରୁ ବିଜେଡି ପ୍ରାର୍ଥୀ ଘୋଷଣା ଏଯାଏଁ କରିନାହିଁ, ତଥାପି ତାଙ୍କୁ ଟିକେଟ ମିଳିବା ଆଶା ଖୁବ କମ ଥିବାରୁ ପାଟ୍ଟଶାଣୀ ଦଳ ଛାଡିବେ ବୋଲି କୁହାଯାଉଛି। ସେପଟେ ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।

11:47 AM

Odisha News Live Updates: ଇରାନର ପରମାଣୁ କେନ୍ଦ୍ର ଉପରେ ଇସ୍ରାଏଲର ଆକ୍ରମଣ
ଇରାନ ଉପରେ ଇସ୍ରାଏଲ ଏକ ବଡ଼ ଆକ୍ରମଣ କରିଛି। ଆମେରିକାର ଗଣମାଧ୍ୟମ ଦାବି କରିଛି ଯେ ଇରାନର ଇସ୍ଫାହାନ ବିମାନବନ୍ଦର ନିକଟରେ ପ୍ରବଳ ବିସ୍ଫୋରଣ ଘଟିଛି। ଏଠାରେ କହି ରଖୁ କି ଇସ୍ରାଏଲ ପ୍ରତିଶୋଧ ନେଇ ଇରାନ ଉପରେ ଆକ୍ରମଣ କରିଛି। ଏହାପୂର୍ବରୁ ଏପ୍ରିଲ ୧୪ରେ ଇରାନ ଇସ୍ରାଏଲ ସହର ଉପରେ ଆକ୍ରମଣ କରିଥିଲା। ଏପ୍ରିଲ ୧ରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ଯେତେବେଳେ ଇସ୍ରାଏଲ ସିରିଆର ରାଜଧାନୀ ଦାମିସ୍କରେ ଇରାନର ଦୂତାବାସ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଇରାନ ସେନାର ୩ କମାଣ୍ଡରଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ଇରାନ ଇସ୍ରାଏଲକୁ ଏହି ଆକ୍ରମଣ ବିଷୟରେ ଚେତାବନୀ ଦେଇଥିଲା।

11:39 AM

Odisha News Live Updates: ନନ୍ଦନକାନନର ଧଳା ବାଘୁଣୀ ସ୍ନେହା ମୃତ
ନନ୍ଦନକାନନର ଧଳା ବାଘୁଣୀ ସ୍ନେହା ମୃତ । ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି । ଗତକାଲି ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ବାଘୁଣୀ ସ୍ନେହାକୁ ୧୪ ବର୍ଷ ହୋଇଥିଲା । ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ନଲାଭ କରିଥିଲା ବାଘୁଣୀ ସ୍ନେହା । ସେ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକର ଜନନୀ ହୋଇପାରିଛି ।

11:23 AM

Odisha News Live Updates: ପଶ୍ଚିମବଙ୍ଗରେ ଭୋଟ୍‌ ପାଇଁ ବିଜେପି ଚାପ ପକାଉଛି, ଅଭିଯୋଗ ଆଣିଲା ଟିଏମ୍‌ସି
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ଭୋଟ୍ ଚାଲିଛି। ଭୋଟ୍‌ ଚାଲିଥିବା ବେଳେ ପଶ୍ଚିମଙ୍ଗବରେ ଶାସନ ତୃଣ ମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ ହିଂସା ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛି। ଟିଏମ୍‌ସିର କହିବା କଥା ହେଲା ଭାରତୀୟ ଜତନା ପାର୍ଟି (ବିଜେପି) କର୍ମୀମାନେ ହିଂସା ପରିସ୍ଥିତି ସୃଷ୍ଟି କରାଉଛନ୍ତି। ଟିଏମ୍‌ସି ଆହୁରି ବି ଅଭିଯୋଗ ଆଣିଛି ଯେ ବିଜେପି କର୍ମୀମାନେ ମତଦାତାମାନଙ୍କୁ ଭୋଟ୍‌ ଦେବାକୁ ଧମକାଉଛନ୍ତି।

11:03 AM

Odisha News Live Updates: ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ
ବିଦ୍ୟୁତ ସଟସର୍କିଟରୁ ଜଳିଗଲା ଲକ୍ଷାଧିକ ଟଙ୍କାର ପାନ ବରଜ, ଭୋଗରାଇ ବ୍ଳକ ସନ୍ତୋଷ ବାରିକଙ୍କ ପାନ ବରଜରେ ଘଟିଛି ଏଭଳି ଦୁଃଖଦ ଘଟଣା। ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ଜଳି ପୋଡ଼ି ସବୁ ଛାର ଖାର ହୋଇଯାଇଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଆରୁଆପାଳ ଗ୍ରାମର ସନ୍ତୋଷ ବାରିକଙ୍କ ଏହି ପାନ ବରଜ। ତେବେ ଗୁରୁବାର ଦିନ ପାଖାପାଖି ୨ ଟା ସମୟରେ ବିଦ୍ୟୁତ ତାରୁ ସଟସର୍କିଟ ହୋଇ ପାନ ବରଜ ଉପରେ ନିଆଁ ଖସି ଥିଲା। ଆଉ ଅଧିକ ଗରମ ଓ ତାତି ଥିବାରୁ କେହି କିଛି କରିବା ପୂର୍ବରୁ ସମ୍ପୂର୍ଣ ବରଜରେ ନିଆଁ ମାଡି ଯାଇଥିଲା। ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସବୁକିଛି ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ତେବେ ବରଜ ମାଲିକଙ୍କ କହିବା ଅନୁଯାୟୀ ଏହି ଅଗ୍ନିକାଣ୍ଡରେ ତାଙ୍କର ପ୍ରାୟତଃ ୨ ଲକ୍ଷ ଟଙ୍କା କ୍ଷତି ହୋଇଛି।  ତୁରନ୍ତ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ।

 

10:52 AM

Odisha News Live Updates: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଇଛାପାଲି ଗ୍ରାମ ପାଖରେ ଗାଈସିଲେଟ ଥାନା ଜାମୁଟପାଲି ଗ୍ରାମର ଜନୈକ ଯୁବକ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି। ମିଳିଥିବା ସୂଚନାରୁ ପ୍ରକାଶ, ଗାଈସିଲେଟ ଥାନା ଜାମୁଟପାଲି ଗ୍ରାମର ପ୍ରଭାକର ରାଉତ (୪୦) ମେଲଛାମୁଣ୍ଡା ଥାନା ଘେଁସ ଗ୍ରାମରେ ଥିବା ତାଙ୍କ ସଂପର୍କୀୟଙ୍କ ଘରକୁ ଆସିଥିଲେ। ପଅର ଦିନ ରାତିରେ ସେ ଅସୁସ୍ଥ ହେବାରୁ ରାତି ପ୍ରାୟ ୧୨ଟା ସମୟରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ସୋହେଲା ଅଣାଯାଉଥିଲା।

10:39 AM

Odisha News Live Updates: ସବୁଠାରୁ ଧନୀ ନକୁଲ ନାଥ
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ କେତେ ଜାଣିଛନ୍ତି କି? ପ୍ରଥମ ପର୍ଯ୍ୟାୟ ଭୋଟର୍‌ ସବୁଠାରୁ ଧନୀ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ୭୧୬ କୋଟି ଟଙ୍କା। ତେବେ ଏହି ପର୍ଯ୍ୟାୟର ସବୁଠାରୁ ଗରିବ ପ୍ରାର୍ଥୀଙ୍କ ସଂପତ୍ତିର ମୂଲ୍ୟ ହେଉଛି ୩୨୦ ଟଙ୍କା। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍  ୧,୬୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧,୬୧୮ ଜଣଙ୍କ ବିଶ୍ଳେଷଣ କରିଛି ଏବଂ ସେମାନଙ୍କ ମଧ୍ୟରୁ ୧୦ ଜଣ ସେମାନଙ୍କ ସମ୍ପତ୍ତିକୁ ଶୂନ ବୋଲି ଘୋଷଣା କରିଛନ୍ତି। ବିଶ୍ଳେଷଣରୁ ଜଣାପଡିଛି ଯେ ୪୫୦ ଜଣ ପ୍ରାର୍ଥୀ, କିମ୍ବା ସମୁଦାୟର ପ୍ରାର୍ଥୀଙ୍କର ମୋଟ ୨୮ ପ୍ରତିଶତ ହେଉଛନ୍ତି କୋଟିପତି ଏବଂ ସେମାନଙ୍କର ସମ୍ପତ୍ତି ୧ କୋଟିରୁ ଅଧିକ।

10:16 AM

Odisha News Live Updates: ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଜାରି: ଆଠ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଏହି ପ୍ରଥମ ପର୍ଯ୍ୟାୟରେ ଆଠ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯିବ। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ନାଗପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଅଛନ୍ତି। ଠିକ୍ ସେହିପରି ରାଜସ୍ଥାନର ଅଲୱାରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଆସାମର ଦିବ୍ରୁଗଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆୟୁର୍ବେଦ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଅରୁଣାଚଳ ପଶ୍ଚିମ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୃଥିବୀ ବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ, ରାଜସ୍ଥାନର ବିକାନେରରୁ ବିଜେପି ପ୍ରାର୍ଥୀ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବି ଅଛନ୍ତି।

10:02 AM

Odisha News Live Updates: ଡ୍ୟୁଟି ବେଳେ ଟଳି ପଡ଼ିଲେ ଯବାନ
ପଶ୍ଚିମବଙ୍ଗର କୁଚବେହାର ଠାରେ ଟିଏମସି କର୍ମୀମାନେ ଭୋଟରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭୋଟରମାନେ ଦଳୀୟ କର୍ମୀଙ୍କୁ ଭୟଭୀତ କରିଥିବା ଅଭିଯୋଗ କରିଛନ୍ତି। କୋଚ ବେହେରାର ୱାର୍ଡ ୧୮ରେ ଟିଏମସି କର୍ମଚାରୀମାନେ ଭୋଟରଙ୍କୁ ମାଡ ମାରିବା ସହ ଘର ଭାଙ୍ଗି ଦେଇଥିଲେ। ନିଜେ କୁଚବେହାର ମତଦାନ ଡ୍ୟୁଟିରେ ଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଯବାନଙ୍କ ନାମ ନୀଲେଶ କୁମାର। ସେ ବିହାରରୁ ଡ୍ୟୁଟିରେ ଆସିଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ପାଇଥିଲେ। ତାଙ୍କୁ ଡାକ୍ତରଖାନା ଅଣାଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

09:55 AM

Odisha News Live Updates: ପୋଡୁଚାଷ ପାଇଁ ଜଳୁଛି ନଗଡ଼ା ଜଙ୍ଗଲ
ପୋଡ଼ୁଚାଷ ପାଇଁ ଜଳୁଛି ଜଙ୍ଗଲ। ୨ ଦିନ ହେଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ନଗଡ଼ା ପାର୍ଶ୍ବସ୍ଥ ୩ଟି ଜଙ୍ଗଲରେ ନିଆଁ ଲାଗିଛି। ଅପରାହ୍ଣ ସମୟରେ ନାଲିଆଡାବ-ନଗଡ଼ା ସଡ଼କ ପାର୍ଶ୍ବସ୍ଥ ଉପର ନଗଡ଼ା ପୂର୍ବଦିଗରେ ଓଭରହେଡ୍‌ ପାଣିଟାଙ୍କି ପାଖ ଜଙ୍ଗଲ ଭୟଙ୍କର ଭାବେ ଜଳୁଥିଲା। ପ୍ରଚଣ୍ଡ ରୌଦ୍ରତାପ ସହ ବନାଗ୍ନି ଆଖାପାଖ ଅଞ୍ଚଳକୁ ତତାଇ ଦେଉଥିଲା। ସେହିପରି ତଳନଗଡ଼ା ପଶ୍ଚିମରେ ଥିବା ବନ ବିଭାଗ ପୋଖରୀ ପାଖ ଜଙ୍ଗଲ ଜଳୁଥିଲା। ପୂରା ପାହାଡ଼କୁ ଧୂଆଁ ମାଡ଼ି ବସିଛି। ସେହିପରି ମଝିନଗଡ଼ା ଦକ୍ଷିଣ-ପୂର୍ବ କୋଣରେ ଥିବା ଜଙ୍ଗଲରେ ବି ସମାନ ଚିତ୍ର ଦେଖା ଯାଇଛି। ଏସବୁ ସ୍ଥାନରେ ପୋଡ଼ୁଚାଷ ଯୋଜନାରେ ଜଙ୍ଗଲ ଜଳା ଯାଉଥିବା ଜଣାପଡ଼ିଛି।

09:52 AM

Odisha News Live Updates: ନିର୍ବାଚନ ପୂର୍ବରୁ ରାଜ୍ୟରେ ନକ୍ସଲ ଦମନ ଅଭିଯାନ
ମାଲକାନଗିରିକାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡ ସରଂକ୍ଷିତ ଜଙ୍ଗଲରୁ ବ୍ୟାପକ ମାରଣାସ୍ତ୍ର ସହ ବିସ୍ଫୋରକ ଜବତ ହୋଇଛି । ଆଜି ଏହି ଅଞ୍ଚଳରେ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ସାନ ଟେକାଗୁଡା ଓ ଏଲକାନୁର ଜଙ୍ଗଲରୁ ୭ଟି ବନ୍ଧୁକ, ଦୁଇଟି ଟିଫିନ ବୋମା, ୪ଟି ହେଣ୍ଡଗ୍ରେନେଡ ଓ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀଙ୍କ ବେଶ ପ୍ରଭାବ ରହିଥିଲା। କିନ୍ତୁ ଏବେ ସେମାନଙ୍କ ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି।

09:39 AM

Odisha News Live Updates: ବରଗଡ ସହରରେ ବ୍ୟାଙ୍କ ଲୁଟ୍ 
ବରଗଡ଼ରେ ବ୍ୟାଙ୍କ ଲୁଟ । ବରଗଡ଼ ସହରର ଜନଗହଳୀପୂର୍ଣ୍ଣ ସ୍ଥାନରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୧୨ ଲକ୍ଷରୂୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ । ଦୁଇ ମୁଖା ପିନ୍ଧା ଦୁବୃତ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ସୂଚନା ମଳିଛି । ସେମାନଙ୍କ ମଧ୍ୟରୁ ଜଣେ ଲୁଟେରା ମହିଳା ବେଶରେ ଆସିଥିବା ଦେଖିବାକୁ ମିଳିଛି । ତେବେ ଲୁଟ୍ ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

09:25 AM

Odisha News Live Updates: ଟ୍ରେନ୍‌ରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ
ବେଲପାହାଡ଼ ରେଳ ଷ୍ଟେସନରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ(୨୬) ବୋଲି ଅନୁମାନ କରାଯାଉଛି। ଏନେଇ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଯାତ୍ରୀଜଣଙ୍କ ଟ୍ରେନ୍‌ରୁ ଗଳିପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍‌ ଆଶଙ୍କା କରୁଛି।

09:21 AM

Odisha News Live updates: ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ନିଖୋଜ ଘଟଣା: ବଡ଼ଭାଇର ମୃତଦେହ ଉଦ୍ଧାର
ଯାଜପୁର ଜିଲ୍ଲା ଯାଜପୁରରୋଡ ଥାନା ଅନ୍ତର୍ଗତ ଜୋକଡିଆ ଖରସ୍ରୋତା ନଦୀରେ ଗାଧୋଇବା ସମୟରେ ନିଖୋଜ ହୋଇଥିବା ଦୁଇ ଭାଇଙ୍କ ଭିତରୁ ଆଜି ସକାଳେ ବଡ଼ଭାଇ ଶାଶ୍ବତ ରଂଜନ ସ୍ବାଇଁ (୨୪)ଙ୍କର ମୃତଦେହ ଉଦ୍ଧାର ହ‌ୋଇଛି। ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ଏବେ ବି ନିଖୋଜ ସାନଭାଇ ଶାଶ୍ବତ ରଂଜନ ସ୍ବାଇଁ (୨୪)ଙ୍କୁ ଖୋଜୁଛି।

 

09:11 AM

Odisha News Live Updates: ୬ଟି ଭାଷାରେ ଟ୍ବିଟ୍‌ କରି ବହୁଳ ସଂଖ୍ୟାରେ ଭୋଟ୍‌ ଦେବାକୁ ନିବେଦନ କ‌ଲେ ମୋଦୀ
ଶୁକ୍ରବାର ସକାଳେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ବିଶେଷ କରି ଯୁବକ ଏବଂ ପ୍ରଥମ ଥର ମତ ଦେବାକୁ ଥିବା ମତଦାତାମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୬ଟି ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ମରାଠୀ, ବଙ୍ଗାଳୀ ଏବଂ ଆସାମୀରେ ଏକ ଏକ୍ସ ପୋଷ୍ଟ୍‌ କରି ବହୁଳ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି। ନିର୍ବାଚନରେ ​​ପ୍ରତ୍ୟେକ ଭୋଟ୍ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 

 

08:52 AM

Odisha News Live Updates: ସାରା ଓଡିଶାରେ ହିଟ୍ ୱେଭ୍ ଜାରି 
ସାରା ଓଡିଶାରେ ହିଟ୍ ୱେଭ୍ ଜାରି। ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆକଳନ। ଦୁଇ ଦିନରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ। ଗ୍ରୀଷ୍ମ ପ୍ରବାହ ବଢୁଥିବାରୁ ଅଂଶୁଘାତର ମଧ୍ୟ ଆଶଙ୍କା ରହିଛି। ଆଜି କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଜିଲ୍ଲା ସିଭିୟର ହିଟ୍ ୱେଭ୍ ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗତପତି, କନ୍ଧମା, କୋରାପୁଟ, ମାଲକାନାଗିରି, ଗଞ୍ଜାମରେ ହିଟ୍ ୱେଭ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

08:38 AM

Odisha News Live Updates: ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି
ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆସନ୍ତା ରବିବାର ଅନୁଷ୍ଠିତ ମାଲଦ୍ୱୀପ ସଂସଦୀୟ ନିର୍ବାଚନ। ଏବେ ଦେଶର ମୁଖ୍ୟ ବିରୋଧି ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏବଂ ଶାସକ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି।

08:30 AM

Odisha News Live Updates: ହଟିପାରନ୍ତି ମାଳଦ୍ୱୀପ ରାଷ୍ଟ୍ରପତି
ଭାରତ ବିରୋଧି ଆଭିମୁଖ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନିଜ ଦେଶରେ ଘେରି ହୋବାରେ ଲାଗିଛନ୍ତି। ମାଲଦ୍ୱୀପ ସଂସଦ ନିର୍ବାଚନ ପୂର୍ବରୁ ଗତ ୨୦୧୮ ବର୍ଷରେ ତାଙ୍କ ଦ୍ୱାରା କରାଯାଇଥିବାର ଦୁର୍ନୀତିର ରିପୋର୍ଟ ଲିକ୍ ହୋଇଯାଇଛି। ଯାହା ପରେ ବିରୋଧି ଦଳ ଏହି ଘଟଣାରେ ତଦନ୍ତ ସହ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଦାବି ଜଣାଇଛି। ହେଲେ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆସନ୍ତା ରବିବାର ଅନୁଷ୍ଠିତ ମାଲଦ୍ୱୀପ ସଂସଦୀୟ ନିର୍ବାଚନ। ଏବେ ଦେଶର ମୁଖ୍ୟ ବିରୋଧି ଦଳ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଏବଂ ଶାସକ ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି।

08:22 AM

Odisha News Live Updates: ପୁରୀରେ ପହଞ୍ଚିଲା ରଥଦଉଡ଼ି
୭ ଜୁଲାଇରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।  ରଥଯାତ୍ରା ପାଇଁ ରଥ ଖଳା ଚଳଚଞ୍ଚଳ ହୋଇଥିବା ସମୟରେ ଏବେ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ରଥ ଦଉଡି। ମୋଟ ୨୬ଟି ରଥ ଦଉଡି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଲୟରେ ପହଞ୍ଚିଛି। ବୀରପ୍ରତାପପୁର ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ଏହି ରଥ ଦଉଡି ପ୍ରସ୍ତୁତ କରାଯାଇଛି। ସୂଚନା ମୁତାବକ, ୧୪ ଜଣ କାରିଗର ପ୍ରାୟ ୩୦ ଦିନ ହେବ ରଥ ଦଉଡି ପ୍ରସ୍ତୁତି କାମରେ ନିୟୋଜିତ ରହିଥିଲେ। ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ରହିଛି। ଏଥିସହ ଆଉଟର୍, ଇନର୍, ଜେନେରାଲ୍ ଏବଂ ପୋଲିସ ପାଇଁ ତିନୋଟି ଲେଖାଏଁ ଦଉଡି ରହିଛି। ରଥ ଦଉଡ଼ିର ଲମ୍ବ ୨୨୦ ଫୁଟ ହୋଇଥିବା ସମୟରେ ଗୋଲେଇ ୮ ଇଞ୍ଚ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ରଥ ତତ୍ତ୍ୱା ବଧାରକ ସୁଦର୍ଶନ ମେକାପ ଏନେଇ ସୂଚନା ଦେଇଛନ୍ତି।

08:15 AM

Odisha News Live Updates: ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ବି‌ରୋଧରେ ସିଇଓଙ୍କୁ ଅଭିଯୋଗ
ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଫେରାଦ ହୋଇଛି ବିଜେଡି। ନିକଟ ଅତୀତରେ ଖୋର୍ଦ୍ଧା ଛଣଗିରିରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଓ ପୁଲିସ ଅଧିକାରୀଙ୍କୁ ଧମକ ଦେବା ଅଭଯୋଗ ହୋଇଥିଲା। ଏବେ ଟାଙ୍ଗି କଲେଜ ନିକଟରେ ପୁଣି ଥରେ ସେ ନିଜର ଔଦ୍ଧତ୍ୟ ଦେଖାଇଥିବା ବିଜେଡି ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୁଲତା ଦେଓ, ସସ୍ମିତ ପାତ୍ର, ପ୍ରିୟବ୍ରତ ମାଝୀ, ମିହିର ରାୟ, ଈପ୍‌ସିତା ସାହୁ, ମଧୁସ୍ମିତା ନାୟକ ପ୍ରମୁଖ ସିଇଓଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।

 

08:10 AM

Odisha News Live Updates: ଭୋଟ ଦେଉଛି ଭାରତ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

 

07:45 AM

Odisha News Live Updates: ପ୍ରସୂତିଙ୍କ ମୃତ୍ୟୁରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହଙ୍ଗାମା
ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଆଜି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ମହିଳା ହେଲେ ଚନ୍ଦକା ଥାନା ଅନ୍ଧାରୁଆର ଶୁଭଲକ୍ଷ୍ମୀ ନାୟକ। ଚିକିତ୍ସାରେ ଅବହେଳା କାରଣରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ପରିବାର ଲୋକେ ଓ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଏନେଇ ସେମାନେ କ୍ୟାପିଟାଲ୍‌ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଶୁଭଲକ୍ଷ୍ମୀଙ୍କ ସ୍ବାମୀ ସୌମ୍ୟରଞ୍ଜନ ନାୟକଙ୍କ ଅଭିଯୋଗ ଅନୁସାରେ ୧୫ ତାରିଖ ଦିନ ସେ ତାଙ୍କ ପତ୍ନୀଙ୍କୁ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି କରାଇଥିଲେ। ଗତକାଲି ସକା‌ଳେ ସେ ଯାଁଳା ଶିଶୁ ଜନ୍ମ ଦେଇଥିଲେ। ଶିଶୁଦ୍ବୟଙ୍କୁ ଶିଶୁ ବିଭାଗକୁ ପଠାଇଦିଆଯାଇଥିଲା ଏବଂ ମା’ ପ୍ରସୂତି ୱାର୍ଡରେ ଥି‌ଲେ।

07:23 AM

Odisha News Live Updates: ବୃଦ୍ଧା ଧଳା ବାଘୁଣୀ ସ୍ନେହା ଗୁରୁତର
ନନ୍ଦନକାନନ ପ୍ରାଣୀଉଦ୍ୟାନର ଅନ୍ୟତମ ଆକର୍ଷଣ ଧଳା ବାଘୁଣୀ ସ୍ନେହା ଗୁରୁତର ହୋଇପଡ଼ିଛି। ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାକୁ ଚିକିତ୍ସାକେନ୍ଦ୍ରକୁ ଅଣାଯାଇଛି। ତା’ଠାରେ ସାଲାଇନ୍‌ ଲାଗିଛି ଏବଂ ଆବଶ୍ୟକ ଔଷଧ ଦିଆଯାଉଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଚଣ୍ଡ ଗରମ ସାଙ୍ଗକୁ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ସ୍ନେହା ଗୁରୁତର ହୋଇପଡ଼ିଥିବା ଅନୁମାନ କରାଯାଉଛି। ଗତକାଲି ସ୍ନେହା ଅସୁସ୍ଥ ହୋଇପଡ଼ିବା ଜଣାପଡ଼ିଥିଲା। ଶୋଇରହିଥିବା ସ୍ଥାନରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ ଜନ୍ତୁରକ୍ଷକମାନେ ସନ୍ଦେହ କରିଥିଲେ। ସେହିଭଳି ସେ କେବଳ ଆଖି ମିଟିମିଟି କରି ଚାହିଁ ରହିବାରୁ ଜନ୍ତୁରକ୍ଷକମାନେ ତା’ର ଅସୁସ୍ଥତା ନେଇ ନିଶ୍ଚିତ ହୋଇଥିଲେ। ଖବର ପାଇ ଚିକିତ୍ସକ ଟିମ୍‌ ତାକୁ ଖୁଆଡ଼ରୁ ସ୍ଥାନାନ୍ତର କରି ଚିକିତ୍ସା ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ସ୍ନେହାକୁ ଏବେ ୧୪ ବର୍ଷ ବୟସ। ୨୦୧୦ ମାର୍ଚ୍ଚ ୧ରେ ସେ ନନ୍ଦନକାନନରେ ଜନ୍ମ ନେଇଥିଲା।

07:07 AM

Odisha News Live Updates: ଜାଣି ନିଅନ୍ତୁ ଆଜିର ଶୁଭ ସମୟ
ଆଜିର ପଞ୍ଚାଙ୍ଗରେ ଜାଣନ୍ତୁ ତିଥି ନକ୍ଷତ୍ର ସମେତ ଶୁଭ-ଅଶୁଭ ସମୟ କାଳବେଳା ଓ ବାରବେଳା। ପଢି ନିଅନ୍ତୁ ପୂରା ପଞ୍ଚାଙ୍ଗ...

07:00 AM

Odisha News Live Updates: ଆରମ୍ଭ ହେଲା ବିଶ୍ୱର ସବୁଠାରୁ ବୃହତ ମତଦାନ ପ୍ରକ୍ରିୟା
ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ମତଦାନ ପ୍ରକ୍ରିୟା।  ଆସନ୍ତା ୬ ସପ୍ତାହ ଧରି ଏହା ଚାଲିବ। ସାରା ଦେଶର ପ୍ରାୟ ୧୦୦ କୋଟି ଜନସାଧାରଣ  ଏଥିରେ ଭାଗ ନେବେ। ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସାଧାରଣଙ୍କ ଭୋଟ ଦେବାର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ୧ଲକ୍ଷ ୮୭ ହଜାର ପୋଲିଂ ବୁଥ୍‍ ନିର୍ମାଣ କରାଯାଇଛି। ଯେଉଁଥିରେ ୧୮ ଲକ୍ଷ ଜନସାଧାରଣ ୧୦୨ଟି ଆସନ ଲାଗି ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପଢନ୍ତୁ ପୂରା ରିପୋର୍ଟ...

06:54 AM

Odisha News Live Updates: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! 

ଯଦି ଦମ୍ପତିଙ୍କ ମଧ୍ୟରେ ପ୍ରେମ ଥାଏ, ତେବେ ଏହା ସେମାନଙ୍କ ସମ୍ପର୍କକୁ ମଜବୁତ କରିଥାଏ। ଯେଉଁମାନଙ୍କ ସମ୍ପର୍କରେ ପ୍ରେମ ନଥାଏ, ସେହି ସମ୍ପର୍କ ଉଭୟ ଦମ୍ପତିଙ୍କ ପାଇଁ ଏକ ବୋଝ ହେବା ଆରମ୍ଭ କରିଥାଏ। ତେବେ, ପ୍ରେମ ଦୃଷ୍ଟିରୁ, ଆଜି କିଛି ରାଶିର ଲୋକଙ୍କ ପାଇଁ ଅନେକ ଉପାୟରେ ଏକ ଭଲ ଦିନ ହେବାକୁ ଯାଉଛି। ସେମାନେ ନିଜ ଜୀବନସାଥୀ ସହିତ କୌଣସି ସ୍ଥାନକୁ ଯାଇପାରନ୍ତି, ଯାହାଫଳରେ ସେମାନେ ନିଜ ସାଥୀଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ଆପଣଙ୍କର ପ୍ରେମ ଜୀବନ ଆଜି କିପରି ହେବ ତେବେ ଏହାକୁ ଭଲ ଭାବେ ପଢ଼ନ୍ତୁ ପୂରା ରିପୋର୍ଟ...

06:52 AM

Odisha News Liv Updates: ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି
ରାଜ୍ୟବାସୀଙ୍କୁ ଅଥୟ କରିବାରେ ଲାଗିଛି ଗ୍ରୀଷ୍ମ ତାତି। ଜଳୁଛି ରାଜଧାନୀ। ଦିନ ସାଢେ ଦୁଇଟା ସୁଦ୍ଧା ୪୩.୬ ଡିଗ୍ରୀରେ ପହଁଞ୍ଚିଲା ଭୁବନେଶ୍ବରର ତାପମାତ୍ରା। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ବା ତାଠାରୁ ଉପରେ ରହିଛି। ଆସନ୍ତା ୪ ଦିନ ଯାଏଁ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

06:42 AM

Odisha Daily News Updates: ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୯ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

06:41 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।