Odisha Daily News Live: ବ୍ୟବସାୟୀଙ୍କ ଘରୁ ନଗଦ ରାଶି ଜବତ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2240383

Odisha Daily News Live: ବ୍ୟବସାୟୀଙ୍କ ଘରୁ ନଗଦ ରାଶି ଜବତ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ବ୍ୟବସାୟୀଙ୍କ ଘରୁ ନଗଦ ରାଶି ଜବତ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

09 May 2024
22:11 PM

Top 10 News Headlines Odisha 9th May 2024: ବିଜୁ ଜନତା ଦଳ (ବିଜେଡି) ଗୁରୁବାର ଦିନ ୨୦୨୪ ନିର୍ବାଚନ ପାଇଁ ନିଜର ଘୋଷଣାପତ୍ର ପ୍ରକାଶ କରିଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

21:48 PM

Air India Express News: ଏୟାର ଇଣ୍ଡିଆ ଏକ୍ସପ୍ରେସ କ୍ରୁ ସଦସ୍ୟଙ୍କ ଏକ ବିଭାଗ ଧର୍ମଘଟକୁ ବନ୍ଦ କରି କାମକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ବିମାନ ସେବା ପରିଚାଳନା କର୍ମଚାରୀଙ୍କ ସଦସ୍ୟଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ୨୫ ଜଣ କ୍ରୁ ସଦସ୍ୟଙ୍କ ବହିଷ୍କାର ପତ୍ର ପ୍ରତ୍ୟାହାର କରିବାକୁ ବିମାନ କମ୍ପାନୀ ରାଜି ହୋଇଛି। ଗୁରୁବାର ଦିନ ଦିନ ଦିଲ୍ଲୀର ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ) ଙ୍କ କାର୍ଯ୍ୟାଳୟରେ କ୍ରୁ ସଦସ୍ୟଙ୍କ ପ୍ରତିନିଧୀ ଓ ବିମାନ ପ୍ରତିନିଧୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

21:16 PM

BJD Election Manifesto 2024: ବିଜେଡି ଅନୁସାରେ ଏହି ମନିଫେଷ୍ଟୋ ଓଡ଼ିଶାରେ ଇତିହାସ ଲିପିବଦ୍ଧ କରିବ। ଗତ ୨୪ ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧି ଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟ ଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ପଢ଼ନ୍ତୁ ପୂରା ଖବର...

20:10 PM

T20 World Cup Sri Lanka Squad 2024: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଶ୍ରୀଲଙ୍କା ନିଜର ଦଳ ଘୋଷଣା କରିଛି। ଅଲରାଉଣ୍ଡର ୱାନିନ୍ଦୁ ହାସରାଙ୍ଗାଙ୍କୁ ଦଳର ଅଧିନାୟକ କରାଯାଇଛି। ଅଲରାଉଣ୍ଡର ଦାସୁନ୍ ଶାନାକା ଅଧିନାୟକ ପଦରୁ ଇସ୍ତଫା ଦେଇଥିବାରୁ ୱାନିନ୍ଦୁ ହାସରାଙ୍ଗା ଗତ ଅନେକ ମ୍ୟାଚ୍ ପାଇଁ ଦଳର ଅଧିନାୟକ ରହି ଆସିଛନ୍ତି। ପଢ଼ନ୍ତୁ ପୂରା ଖବର...

19:58 PM

Odisha Daily News Live: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଠାରୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନାମାଙ୍କନ ପ୍ରାର୍ଥୀ ପତ୍ର ଦାଖଲ। ଅନ୍ୟପଟେ ପ୍ରତ୍ୟେକ ଦଳ ପକ୍ଷରୁ ଦଳକୁ ମଜଭୁତ କରିବା ସହିତ ଦଳଛାଡି ଅନେକ କର୍ମୀ ବିଭିନ୍ନ ଦଳକୁ ଡିଆଁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପାରାଦୀପ ବିଜେପି ବିଧାନସଭା ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ନେତୃତ୍ୱରେ ପାରାଦୀପରେ ଶକ୍ତି ବୃଦ୍ଧି କରୁଛି ବିଜେପି । ଧୀରେ ଧୀରେ ବିଜେଡି ଓ କଂଗ୍ରେସ ଶିବିର ଛାଡି ପଦ୍ମ ଧରୁଛନ୍ତି ହଜାର ହଜାର ଅସନ୍ତୁଷ୍ଟ କର୍ମୀ। ଯାହାର ପ୍ରତ୍ୟେକ୍ଷ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ ରାହାମା ଠାରେ ଆୟୋଜିତ ବିଜେପି ର ମିଶ୍ରଣ ପର୍ବ ଉତ୍ସବରେ। 

 

19:46 PM

Odisha Daily News Live: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାସରଥି ଗମାଙ୍ଗ ଭୋଟ ପ୍ରଚାର ବେଳେ ଅଞ୍ଚଳବାସୀ ଘେରିବା ସହ ପାଞ୍ଚ ବର୍ଷର ଉନ୍ନତି ହିସାବ କୁ ନେଇ ବିଭିନ୍ନ ପ୍ରଶ୍ନ କରି ଘାଇଲା କରିଛନ୍ତି। ବିଧାୟକ ଦାସରଥି ଗମାଙ୍ଗ ପୁର୍ବରୁ କଂଗ୍ରେସ ଦଳରୁ ଭୋଟ ପାଇ ବିଧାୟକ ହୋଇଥିଲେ । ଏବଂ ପୁଣି ଚଳିତ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀ ର ଅଡବା ଠାରେ ପ୍ରଚାର ଗାଡ଼ିରେ ବସି ଭୋଟ ପ୍ରଚାର‌ କରୁଥିଲେ । ଏହି ସମୟରେ ଅଞ୍ଚଳ ବାସୀ ବିଧାୟକ ଦାସରଥି ଗମାଙ୍ଗ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିବା ପରିବର୍ତ୍ତେ ସମ୍ମାନ ର ସହ ପ୍ରଚାର ଗାଡ଼ି ରୁ ଡାକି ନେଇ ଚୈକି ଦେଇ ବସାଇଥିଲେ । ଏବଂ ପାଞ୍ଚବର୍ଷ ମଧ୍ୟରେ ଅଡବା କେତେ ଆସିଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଞ୍ଚଳବାସୀ ଙ୍କ ସମସ୍ୟା କଣ ବୁଝିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏଭଳି ପରିସ୍ଥିତିରେ ବିଧାୟକ ଦାସରଥି ଗମାଙ୍ଗ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବା ସହ କୈଶଳ କ୍ରମେ ଘଟଣା ସ୍ଥଳରୁ ପ୍ରଚାର ଗାଡ଼ି ନେଇ ଚମ୍ପଟ ମାରିଥିଲେ । ଏନେଇ ବିଧାୟକ ଙ୍କ କୈାଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଧାୟକ ହେବା ଦିନ ଠାରୁ ଅଞ୍ଚଳ ରେ ପାଦ ପକାଇନଥିବା ବ୍ୟକ୍ତି ଙ୍କୁ ପୁଣି କାହିଁକି ଭୋଟ ଦେବୁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ।

19:42 PM

Odisha Daily News Live: ଓଡି଼ଶାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ ଗ୍ରହଣ କଲେ  ନୀତିନ ଗଡକାରୀ। ନିର୍ଦ୍ଧାରିତ ସମୟ ଠାରୁ କିଛି ସମୟ ବିଳମ୍ବରେ ହେଲିପ୍ୟାଡରେ ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା। ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସମେତ ଦଳୀୟ କର୍ମୀ ମାନେ ସ୍ୱାଗତ କରିଥିଲେ। କଡାସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ସିକ୍ୟୁରିଟିରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। 

 

17:42 PM

8 killed in fireworks factory blast in Sivakasi: ତାମିଲନାଡୁର ସିଭାକାସୀ ନିକଟରେ ଥିବା ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ଅତି କମରେ ଅନ୍ୟ ୧୨ ଜଣ ଲୋକ ଜଳିଯାଇଛନ୍ତି। ସେ କହିଛନ୍ତି ଯେ କାରଖାନା ଏକ ଲାଇସେନ୍ସପ୍ରାପ୍ତ ୟୁନିଟ୍ ଅଟେ। ଏହି ବିସ୍ଫୋରଣର କାରଣ ଜାଣିବା ପାଇଁ ବୋଲି ପୋଲିସ ତଦନ୍ତ କରୁଛି।

17:08 PM

Campaign Not a Fundamental Right: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମକୋର୍ଟରେ ଇଡି କହିଛନ୍ତି ଯେ ନିର୍ବାଚନ ପ୍ରଚାର ଏକ ମୌଳିକ ଅଧିକାର ନୁହେଁ। ମଧ୍ୟବର୍ତ୍ତୀ ଜାମିନ ପାଇଁ ଏହା ଆଧାର ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଇଡି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ନିର୍ବାଚନ ନାମରେ ମୁକ୍ତି ପାଇବାକୁ ଚେଷ୍ଟା କରାଯାଉଛି ଓ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ।

16:25 PM

IMD Latest Weather Update: ଭାରତୀୟ ପାଣିପାଗ ବିଭାଗ ଏକ ନୂତନ ଅପଡେଟ୍ ସେୟାର କରିଛି। ଦେଶରେ ହିଟ୍ ୱେବର ଶୀଘ୍ର ସମାପ୍ତ ହେବାକୁ ଯାଉଛି। ରାଜସ୍ଥାନ ଓ କେରଳ ବ୍ୟତୀତ ଅନେକ ସ୍ଥାନରେ ଝଡ଼-ତୁଫାନ ସୃଷ୍ଟି ହେବାର ସମ୍ଭାବନା ଅଛି। ପଢ଼ନ୍ତୁ ପୂରା ଖବର...

 

14:02 PM

Odisha News Live Updates: ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା
ବିଦ୍ୟୁତ୍‌ ବିଭାଗକୁ ବାଉଁଶ ଢିରା ଭରସା। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍‌ରେ ଏପରି ଚିତ୍ର ଦେଖିବାକୁ ମିଳିଛି। ଏକାଧିକ ସ୍ଥାନରେ ବାଉଁଶ ଢିରା ଦେଇ ବିଦ୍ୟୁତ୍‌ ତାରକୁ ଟେକି ରଖାଯାଇଛି। ସାମାନ୍ୟ ଏପଟସେପଟ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ସ୍କୁଲ ଆଗରେ, ଗାଁ ମଝିରେ ଛଣଛପର ଘର ଉପରେ ଝୁଲୁଥିବା ତାରକୁ ବାଉଁଶ ଖୁଣ୍ଟରେ ଟେକି ରଖାଯାଇଛି। ମୁଖ୍ୟ ରାସ୍ତା କଡ଼ରେ ମଧ୍ୟ ବାଉଁଶ ଖୁଣ୍ଟ ରହିଛି। ଏ ସଂପର୍କରେ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି।

13:46 PM

Odisha News Live updates: ସାଲେପୁରରୁ ନାମାଙ୍କନ ଦାଖଲ କଲେ ଅରିନ୍ଦମ
ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

13:28 PM

Odisha News Live Updates: ବିଦ୍ୟାଳୟରେ ନାମଲେଖା ବନ୍ଦ, ତାତିଲେ ଅଭିଭାବକ
ଟାଟାଷ୍ଟିଲ ଦ୍ବାରା ପରିଚାଳିତ ପଶ୍ଚିମଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରୀଙ୍କ ନୂତନ ନାମଲେଖାକୁ ବାତିଲ କରାଯାଇଛି। ଏହାକୁ ବିରୋଧ କରି ଅଭିଭାବକମାନେ ପଶ୍ଚିମ‌ଯୋଡ଼ାସ୍ଥିତ ଟାଟା କମ୍ପାନିର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ଛାତ୍ରଛାତ୍ରୀଙ୍କ ନାମଲେଖାଇବା ପାଇଁ ସ୍ଥାନୀୟ ଅଭିଭାବକମାନେ ସ୍କୁଲକୁ ଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ନାମଲେଖାଇବା ପାଇଁ ମନା କରିଦେଇଥିଲେ। ଅଭିଭାବକ ସୀତାରାମ ପୃଷ୍ଟି, ଆକାଶ ପ୍ରଧାନ, ସନିଆ ନାଏକ, ବୁଧୁରାମ ମହାରଣା, ରଞ୍ଜିତ ବୁକୁର, ଜଗଦୀଶ ପାତ୍ର ପ୍ରମୁଖ କାରଣ ପଚାରିବାରୁ, ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖାଇବା ପାଇଁ କମ୍ପାନିର ଉଚ୍ଚ କର୍ତ୍ତୃପକ୍ଷ ବାରଣ କରିଥିବା କହିଥିଲେ।

13:04 PM

Odisha News Live Updates: ଗୁରୁବାର ସନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ୍ ଦେଲେ ସୂଚନା
ଗୁରୁବାର ଗଞ୍ଜାମ ଜିଲ୍ଲା କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲୋକମାନଙ୍କୁ ସେ ଅପିଲ୍ କରିଛନ୍ତି। ଏହା ସହିତ ସେ ସୂଚନା ଦେଇଛନ୍ତି ଯେ, ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଦଳର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ବଡ଼ ଘୋଷଣା କରିବେ।

 

12:57 PM

Odisha News Live Updates: କନି‌ଷିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ଗଞ୍ଜାମ ଜିଲ୍ଲାର ଗୋପାଳପୁର କନି‌ଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଭଲ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଲୋକଙ୍କୁ ଅପିଲ୍ କରିଛନ୍ତି। ଚୋର ପ୍ରାର୍ଥୀଙ୍କୁ ଆର୍ଶୀବାଦ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ଭୋଟରମାନେ ତାଙ୍କୁ ଆର୍ଶୀବାଦ କରିବା ସହିତ ଶଙ୍ଖ ଚିହ୍ନକୁ ଆର୍ଶୀବାଦ କରିବାକୁ ନବୀନ ଜନସଭାରେ ଅଭିଭାଷଣ ରଖି କହିଛନ୍ତି ।

12:38 PM

Odisha News Live Updates: ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି
କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିଜେପିର ବିରାଟ ରୋଡ଼ ସୋ। କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି। ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲିଠାରେ ଶେଷ ହେବ। ତେବେ ଏହି ରାଲି ଅଙ୍ଗାରକ୍ଷ, ମହନପୁର, ବାଟିପଡା, ଠାକୁରସାହି ,ସାନମଙ୍ଗ, ପାଞ୍ଚଣପଡା, କୁଳସାହି ,ରାଇଁଲୋ ଦେଇ ସିଧବାଲି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିବ। ଆଖି ସର୍ଜରୀ ପାଇଁ କିଛିଦିନ ପ୍ରଚାରରୁ ବିରତି ନେଇଥିଲେ ବୈଜୟନ୍ତ। ନିର୍ବାଚନୀ ପ୍ରଚାର ବେଳେ ଆଖିରେ ଆଘାତ ଲାଗିବା କାରଣରୁ ତାଙ୍କର ଆଖି ସର୍ଜରୀ ହୋଇଥିଲା।

12:22 PM

Odisha News Live Updates: ରେଢ଼ାଖୋଲ ବନଖଣ୍ଡରୁ ପୁରୀକୁ ଗଲା ରଥ କାଠ
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଅଞ୍ଚଳରୁ ବିଶ୍ବପ୍ରସିଦ୍ଧ ପୁରୀ ରଥନିମାର୍ଣ ପାଇଁ ବୁଧବାର ରଥ କାଠ ପଠାଯାଇଛି। ବୁଧବାର ରେଢ଼ାଖୋଲ ବନଖଣଣ୍ତର ଖୋଲଗଡ ସଂରକ୍ଷିତ ଜଙ୍ଗଲ , ବୁଡାର, ଖୋଲଗଡ ସଂରକ୍ଷିତ ଜଙ୍ଗଲ ଗିରୀଶ୍ଚନ୍ଦ୍ରପୁର ଅଞ୍ଚଳରୁ ପ୍ରାୟ ୧୮୭ ଖଣ୍ତ ଧଉରା, ଅସନ କାଠ ପଠାଯାଇଛି। ଏହି କାଠ ସବୁ ଜଙ୍ଗଲରୁ ୪ଟି ଟ୍ରକରେ ରେଢ଼ାଖୋଲ ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଥିଲା।

12:02 PM

Odisha News Live Updates: ଆନ୍ଧ୍ରପ୍ରଦେଶର ଏକ ଟ୍ରକ୍‌ରୁ ପ୍ରାୟ ୮ କୋଟି ଟଙ୍କା ଜବତ
ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ ଜବତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସକାଳୁ ସକାଳୁ ଗାରିକାପଡୁ ଚେକପୋଷ୍ଟରେ ଏହି ଘଟଣା ଘଟିଥିବାର ସୂଚନା ରହିଛି।

11:48 AM

Odisha News Live Updates: ଆଉ ୫ ଦିନ କାଳବୈଶାଖୀ
ରାଜ୍ୟରେ ଆହୁରି ୪ ଦିନ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଲଗାତାର କାଳବୈଶାଖୀ ବର୍ଷା‌ ଯୋଗୁ ଅସହ୍ୟ ତାତିରୁ ଆଶ୍ବସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା କମିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସା‌ରେ ଦକ୍ଷିଣ ଝାଡଖଣ୍ଡରୁ ଉତ୍ତର ଓଡ଼ିଶା ଦେଇ ରାଜସ୍ଥାନ ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପବନ ଜାରି ରହିଛି । ଆସନ୍ତା ୫ ଦିନ ଯାଏ ଏଭଳି ପାଗ ରହିବ। ଆସନ୍ତା ୩-୪ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବା ନେଇ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ସତର୍କ ସୂଚନାରେ ଉଲ୍ଲେଖ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ମାଛ ଧରିବା ପାଇଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

11:28 AM

Odisha News Live Updates: ରେଢ଼ାଖୋଲରେ ରାଲି: ନିଜେ ବାଇକ୍ ଚଳାଇଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ଭଲପୁରର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି। ଧର୍ମେନ୍ଦ୍ର ନିଜେ ବାଇକ୍ ଚଳାଇ ରାଲିର ସମ୍ମୁଖରେ ଥିଲେ। ରାଜ୍ୟର ୨୧ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଭୋଟରଙ୍କୁ ନବେଦନ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।

11:11 AM

Odisha News Live Updates: କାର୍‌ ଭିତରେ ୩ ମୃତଦେହ
ଝିଅକୁ ଗୁଳି କରି ସ୍ୱାମୀର ଆତ୍ମହତ୍ୟା ସନ୍ଦେହ। କାର୍ ଭିତରୁ ମିଳିଲା ୩ ଜଣଙ୍କ ଗୁଳିବିଦ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଲଖନପୁର ବାଣୀପାହାଡ଼ ନିକଟ ପଡ଼ିଆରେ। ଏହି ପଡିଆରେ ଏକ କାର ଭିତରୁ ଉଦ୍ଧାର କରାଯାଇଛି ସମସ୍ତଙ୍କ ମୃତଦେହ। ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀ ଓ ଝିଅକୁ ଗୁଳି କରିବା ପରେ ନିଜକୁ ଗୁଳି କରି ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

10:49 AM

Odisha News Live updates: ମେ ୨ରୁ ଚିକାଗୋରେ ନିଖୋଜ ହୋଇଛନ୍ତି ଭାରତୀୟ ଛାତ୍ର
ଗତ ମେ ୨ ତାରିଖରୁ ଚିକାଗୋରେ ଜଣେ ଭାରତୀୟ ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ରୁପେଶ ଚନ୍ଦ୍ରଙ୍କୁ ଖୋଜିବା ପାଇଁ ବା ତାଙ୍କ ସହ ସଂପର୍କ ଯୋଗାଯୋଗ କରିବା ପାଇଁ ପୁଲିସ୍‌ ଚେଷ୍ଟା ଚଳାଇଛି  ବୋଲି ଚିକାଗୋରେ ଥିବା କନସୁଲେଟ୍ ଜେନେରାଲ୍ କହିଛନ୍ତି।

10:21 AM

Odisha News Live Updates: ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ନିର୍ବାଚନ ପ୍ରଚାର ପାଇଁ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପହଞ୍ଚିଛନ୍ତି। ସେ ଏମପିଭି ୮୨ ରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଚିତ୍ରକୋଣ୍ଡା ମାଥିଲିରେ ମଧ୍ୟ ନିର୍ବାଚନୀସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ମାଲକାନଗିରି ଗସ୍ତ ସାରି ସେ ଆସିକା ଯିବାର କାର୍ଯ୍ୟକ୍ରମ ରହିଛି। ସେ କାଲିମେଳା, ମାଥିଲି ଏବଂ ଖଲ୍ଲିକୋଟରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

09:43 AM

Odisha News Live Updates: ବାଲେଶ୍ୱର ରଘୁନାଥପୁରରେ ମାଙ୍କଡ଼ ଆତଙ୍କ
ବାଲେଶ୍ୱର ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତରେ ମାଙ୍କଡ଼ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ କିଛି ଦିନ ହେଲା ରଘୁନାଥପୁର ପଞ୍ଚାୟତର ସାନଅସ୍ତୀ, କୁଙ୍କୁଡ଼ି, ମଠକୁଙ୍କୁଡ଼ି ଓ ପାଳସାହି ଗାଁରେ ୫୦ରୁ ଅଧିକ ମାଙ୍କଡ଼ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଲୋକମାନେ ଭୟରେ କାମଧନ୍ଦା ପାଇଁ ବାହାରକୁ ଯାଇପାରୁନଥିବା ବେଳେ ପିଲାମାନେ ମଧ୍ୟ ପାଠ ପଢ଼ିବାକୁ ବାହାରକୁ ଯାଇପାରୁନାହାନ୍ତି । ଜରୁରୀ କାମରେ ହାଟ ଓ ବଜାରକୁ ଯିବାକୁ ହେଲେ ହାତରେ ଠେଙ୍ଗାବାଡ଼ି ଧରି ଯିବାକୁ ପଡ଼ୁଛି । ଗାଁ ଲୋକଙ୍କ କହିବା ଅନୁସାରେ ମାଙ୍କଡ଼ ପଲଙ୍କ ଭିତରେ କିଛି ପାଗଳ ମାଙ୍କଡ଼ ଅଛନ୍ତି । ସେମାନେ ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ୁଛନ୍ତି । କିଛି ଲୋକ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଲୋକ କଟକ ଓ ଭୁବନେଶ୍ୱରରେ ଚିକିତ୍ସାଧିନ ଅଛନ୍ତି ।

09:26 AM

Odisha News Live Updates: ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର
ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ। ଗୁରୁବାର ତାଙ୍କ ମୃତଦେହ ଡିଡିଏମ୍ କାର୍ଯ୍ୟାଳୟ ନିକଟରେ ପଡ଼ି ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

09:14 AM

Odisha News Live Updates: ଛୁଟିରେ ଯାଇଥିବା ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ
ଟାଟା ଗ୍ରୁପ୍ ମାଲିକାନା ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ କ୍ରୁ ସଦସ୍ୟ ସଦସ୍ୟଙ୍କ ସେବାକୁ ତୁରନ୍ତ ବନ୍ଦ କରିଦେଇଛି କମ୍ପାନି। ପୂର୍ବରୁ ନଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ମଙ୍ଗଳବାର ୧୦୦ରୁ ଅଧିକ ବିମାନ ବାତିଲ କରିବାକୁ ପଡ଼ିଥିଲା। ଯାହାଫଳରେ ୧୫ ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ।

09:03 AM

Odisha News Live Updates: ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ସାଧାରଣ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସଭାରେ କନ୍ଧମାଳ ଲୋକସଭା ପ୍ରାର୍ଥୀଙ୍କ ସହ ସଂସଦୀୟ କ୍ଷେତ୍ରର ୭ ବିଧାନସଭା ଆସନର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନବୀନ ଭୋଟରଙ୍କୁ ଅନୁରୋଧ କରିବେ।

08:53 AM

Odisha News Live updates: ଆଜି ପ୍ରଚାର କରିବେ ନୀତିନ ଗଡକରୀ ଓ ହିମନ୍ତ ବିଶ୍ୱଶର୍ମା
ବିଜେପି ପକ୍ଷରୁ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ପ୍ରଚାର କରିବେ। ଶ୍ରୀ ଗଡ଼କରୀ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଏବଂ ପିପିଲିଠାରେ ଜନସଭାକୁ ସମ୍ବୋଧନ କରିବା କର୍ଯ୍ୟକ୍ରମ ରହିଛି। ସେହିପରି ହିମନ୍ତ ମାଲକାନଗିରି ଜିଲ୍ଲାରେ ତିନୋଟି ଜନସଭାକୁ ସମ୍ବୋଧନ କରିବା କାର୍ଯ୍ରକ୍ରମ ରହିଛି। 

08:37 AM

Odisha News Live Updates: ବ୍ୟବସାୟୀଙ୍କ ଘରୁ ୨ କୋଟି ଜବତ
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟବସାୟୀ ରଞ୍ଜିତ ଜୈନଙ୍କଠାରୁ ୨ େକାଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏହି ଅର୍ଥ ଜବତ ହୋଇଥିବା ସଳଚନା ମିଳିଛି। ରାଜନୀତିକ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର ପାଇଁ ଜମା ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ଏହାର ପଚରା ଉଚୁରା କରୁଛି। 

08:23 AM

Odisha News Live Updates: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ତିନି ଦିନ ପ୍ରଚାର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ଆଉ ତିନିଦିନ ସମୟ ରହିଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରଚାର କରିବେ। ଗୋପାଳପୁର ଓ ଆସିକାରେ ପ୍ରଚାର ସଭାକୁ ଉଦବୋଧନ ଦେବା ପରେ ସେ କନ୍ଧମାଳର ଫୁଲବାଣୀଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଗଞ୍ଜାମର ବିଭିନ୍ନ ସ୍ଥାନରେ ରୋଡ ଶୋ’ ଓ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 

08:09 AM
Odisha News Live Udpates: ସାମ ପିତ୍ରୋଡ଼ାଙ୍କ ଇସ୍ତଫା  
କଂଗ୍ରେସ ପ୍ରବାସୀ ଭାରତୀୟ ସେଲରୁ ସାମ ପିଟ୍ରୋଡ଼ାଙ୍କ ଇସ୍ତଫାକୁ ଗ୍ରହଣ କରିଛି କଂଗ୍ରେସ। ଭାରତୀୟଙ୍କ ଭିତରେ ବର୍ଣ୍ଣ ବୈଷମ୍ୟକୁ ନେଇ ସେ ଦେଇଥିବା ବୟାନ ସମାଲୋଚନା ହେବା ପରେ ସେ ଇସ୍ତଫା ଦେଇଛନ୍ତି। ସେ କହିଥିଲେ ଭାରତର ଉତ୍ତର ପୂର୍ବ ଅଧିବାସୀ ଚୀନ ନାଗରିକଙ୍କ ଭଳି, ପଶ୍ଚିମ ଭାରତୀୟମାନେ ଆରବୀୟଙ୍କ ଭଳି ଏବଂ ଦକ୍ଷିଣ ଭାରତୀୟମାନେ ଆଫ୍ରିକୀୟଙ୍କ ଭଳି ଦେଖାଯାଆନ୍ତି ତଥାପି ସମସ୍ତ ଭରତୀୟ। ପ୍ରଧାନମନ୍ତ୍ରୀ ପିଟ୍ରୋଡ଼ା ଏହାକୁ ସମାଲୋଚନା କରିଥିଲେ।
07:58 AM

Odisha News Live Updates: ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ଏକନମ୍ବର
ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ବିଶ୍ୱର ଏକନମ୍ବର। ବିଶେଷକରି ନିଜ ଶିକ୍ଷା ଅନୁସାରେ ବୃତ୍ତି ତଥା ଅଧିକ ରୋଜଗାର ଆଶାରେ ୨୦୨୨ ମସିହାରେ ଆମ ଦେଶରୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକ   ବିଦେଶ ଯାଇଛନ୍ତି। ସେମାନେ ଏହି ବର୍ଷ ଦେଶକୁ  ୧୧୦ ବିଲିୟନ୍‍ ଡଲାର ବା ୯ ଲକ୍ଷ ୧୮ ହଜାର ୨୮୦ କୋଟି  ଟଙ୍କା ପଠାଇଛନ୍ତି। ଜାତିସଂଘ ଦ୍ୱାରା ମୁକ୍ତିଲାଭ କରିଥିବା ବିଶ୍ୱ ପ୍ରବାସୀ ରିପୋର୍ଟ-୨୦୨୪ରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। 

 

07:46 AM

Today Horoscope: ଯାନବାହାନ ଚଳାଇବା ସମୟରେ ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୯ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:44 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।