Odisha News Live Updates: ବାରିପଦାରେ ୪୬ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2229506

Odisha News Live Updates: ବାରିପଦାରେ ୪୬ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ବାରିପଦାରେ ୪୬ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

 

 

01 May 2024
22:43 PM

Orissa High Court Launches Online RTI Portal: ଓଡ଼ିଶା ହାଇକୋର୍ଟ ରାଜ୍ୟର ଜିଲ୍ଲା ନ୍ୟାୟପାଳିକା ପାଇଁ ଏକ ଅନଲାଇନ୍ 'ସୂଚନା ଅଧିକାର (ଆରଟିଆଇ) ପୋର୍ଟାଲ' ଆରମ୍ଭ କରିଛନ୍ତି। ଏହି ସୁବିଧା ନାଗରିକମାନଙ୍କୁ ୩୦ ଏପ୍ରିଲ ୨୦୨୪ ରୁ ଉପଲବ୍ଧ କରାଯାଇଛି। ନାଗରିକମାନେ ଓଡ଼ିଶା ହାଇକୋର୍ଟ / ସଂପୃକ୍ତ ଜିଲ୍ଲା କୋର୍ଟର ୱେବସାଇଟ୍ ଭିଜିଟ୍ କରି ଜିଲ୍ଲା ନ୍ୟାୟପାଳିକାରୁ ଆରଟିଆଇ ଅଧିନିୟମ ଅନୁଯାୟୀ ସୂଚନା ପାଇବା ପାଇଁ ଆରଟିଆଇ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ।

22:01 PM

Top 10 News Headlines Odisha 1st May 2024: ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଛି। ଏଠାରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

21:28 PM

ବିଜେପି ଫୋକସରେ ଓଡ଼ିଶା: ମାଳ ମାଳ କେନ୍ଦ୍ରୀୟ ନେତା ନେଉଛନ୍ତି ଦାୟିତ୍ୱ
ଗତ କିଛିଦିନ ହେଲା କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଓଡ଼ିଶାରେ ରହଣି କରୁଛନ୍ତି। ଏବେ ସେ ନିର୍ବାଚନ ଆସନ୍ନ ଦକ୍ଷିଣ ଓଡ଼ିଶା ଗସ୍ତରେ ରହିଛନ୍ତି। ଠିକ୍‍ ସେହିପରି ଗଲା ତିନିଦିନ ହେଲା ରାଜ୍ୟକୁ ଆସିଛନ୍ତି ରାଜସ୍ଥାନର ଟାଣୁଆ ସଂଗଠକ ସିପି ଯୋଶୀ। ସେ କଟକ ଲୋକସଭା ଆସନ ଦାୟିତ୍ୱରେ ରହିଛନ୍ତି। ପଢ଼ନ୍ତୁ ପୂରା ଖବର...

20:59 PM

T20 World Cup 2024: ବିସିସିଆଇ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଯେଉଁଥିରେ ଆଇସିସି ନିୟମ ଅନୁଯାୟୀ, ଜଣେ ଖେଳାଳି ତଥାପି ଟିମ୍ ଇଣ୍ଡିଆରେ ପ୍ରବେଶ କରିପାରିବେ। ସମସ୍ତ ଦଳ ୨୫ ମଇ ପର୍ଯ୍ୟନ୍ତ ସେମାନଙ୍କ ସ୍କ୍ୱର୍ଡରେ ପରିବର୍ତ୍ତନ କରିପାରିବେ। ପଢ଼ନ୍ତୁ ପୂରା ଖବର...

20:30 PM

X suspended Jharkhand Congress account: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଡିଫ୍ ଫେକ୍ ଭିଡିଓ ଭିଡିଓ ମାମଲାରେ ଏକ୍ସ ଇଣ୍ଡିଆ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। X ଝାଡଖଣ୍ଡ କଂଗ୍ରେସର ଆକାଉଣ୍ଟକୁ ସସ୍ପେଣ୍ଡ କରିଛି। ସୂଚନା ଅନୁଯାୟୀ, ଅମିତ ଶାହାଙ୍କ ଡିଫ୍ ଫେକ୍ ମୋର୍ଫେଡ୍ ଭିଡିଓ ପ୍ରଥମେ ଏହି ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା।

 

20:24 PM

Goldy Brar Death News: ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ଗୋଲ୍ଡି ବ୍ରାରଙ୍କୁ ଆମେରିକାରେ ହତ୍ୟା କରାଯାଇଛି। ଆତଙ୍କବାଦୀ ଗ୍ୟାଙ୍ଗଷ୍ଟର ଅର୍ଶଦୀପ ସିଂ ଡାଲା ଓ ଲଖବୀର ସିଂ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରିଛନ୍ତି। ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି। ଏଫବିଆଇ ମଧ୍ୟ ପଭିତର ସିଂ ଏବଂ ହୁସନ ଦୀପ ସିଂଙ୍କୁ ଗିରଫ କରିଛି।

19:47 PM

Lok Sabha Elections 2024: ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ପାଇଁ ନିର୍ବାଚନ ଆୟୋଗ ପୂର୍ବତନ ତେଲେଙ୍ଗାନା ସିଏମ ଓ ବିଆରଏସ ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କୁ ୪୮ ଘଣ୍ଟା ପାଇଁ ପ୍ରଚାର କରିବାକୁ ବାରଣ କରିଛନ୍ତି। ଅସ୍ଥାୟୀ ପ୍ରତିବନ୍ଧକ ଆଜି ରାତି ୮ ଟାରୁ ଆରମ୍ଭ ହେବ। କଂଗ୍ରେସ ନେତା ଜି ନିରଂଜନଙ୍କ ଅଭିଯୋଗ ଆଧାରରେ ଆୟୋଗ ଏହି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ବିଆରଏସ ନେତା କଂଗ୍ରେସ ବିରୋଧରେ ଅପମାନଜନକ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

19:38 PM

୧୧ ମେ'ରେ ରାଷ୍ଟ୍ରୀୟ ଲୋକ ଅଦାଲତ: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମେ ମାସ ୧୧ ତାରିଖ ଶନିବାର ଦିନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ପଢ଼ନ୍ତୁ ପୂରା ଖବର....

18:26 PM

Michael Vaughan picks his four semi-finalists: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ୍ ବୁଧବାର ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚାରି ସେମିଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ମାଇକେଲ ୱାନ୍ ଏଥିରେ ଭାରତୀୟ ଦଳକୁ ଅନ୍ତର୍ଭୁକ୍ତ ନକରି ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ପଢ଼ନ୍ତୁ ପୂରା ଖବର...

18:16 PM

Odisha News: ପାରାଦୀପ ଅଠରବାଙ୍କୀ କାଉଡିଆ ନଦୀରେ ବୁଡି ୧୬ ବର୍ଷର ଛାତ୍ର ନିଖୋଜ। ନିଖୋଜ ହୋଇଥିବା ବାଳକ ସ୍ଥାନୀୟ ଅଠରବାଙ୍କୀ ଅଞ୍ଚଳର ତ୍ରିଲୋଚନ ଲେଙ୍କା। ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ପୋଲ ଉପରୁ ନଦୀକୁ ଡେଇଁ ପଡି ଛାତ୍ର ତ୍ରିଲୋଚନ ଲେଙ୍କା ନିଖୋଜ। ଆହୁରି ପଢ଼ନ୍ତୁ...

17:15 PM

Mamata Banerjee On EVM: ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ଇଭିଏମ୍ ସହିତ ଟାମ୍ପରିଂ କରି ନିର୍ବାଚନ ଫଳାଫଳ ପରିବର୍ତ୍ତନ କରିବାର ଆଶଙ୍କା ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ ବେଙ୍ଗଲର ଫରାକ୍କାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ଅନେକ ଇଭିଏମ୍ ନିଖୋଜ ଥିବାରୁ ଫଳାଫଳକୁ ନେଇ ବିଜେପି ଟାମ୍ପରିଂ କରିପାରେ। ନିର୍ବାଚନ ଆୟୋଗ ଉପରେ ଭୋଟ୍ ପ୍ରତିଶତ ବୃଦ୍ଧି ନେଇ ମମତା ଚିନ୍ତା ପ୍ରକଟ କରିଛନ୍ତି। ମମତା କହିଛନ୍ତି ଯେ ନିର୍ବାଚନ ଆୟୋଗର ସଦ୍ୟତମ ସଂଖ୍ୟାରେ ହଠାତ୍ ଭୋଟ୍ ପ୍ରତିଶତ ବୃଦ୍ଧି ଚିନ୍ତାର କାରଣ ହୋଇଛି।

16:09 PM

ନୌସେନାକୁ ଶକ୍ତି ଦେବା ‘ସ୍ମାର୍ଟ’ କ୍ଷେପଣାସ୍ତ୍ର: ଡିଆରଡିଓ ପକ୍ଷରୁ ସଫଳ ପରୀକ୍ଷଣ
ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ତଥା ଲକ୍ଷ୍ୟ ଭେଦକୁ ସହଜ କରିବା ଲାଗି ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଓଡ଼ିଶା ଉପକୂଳ ଅବ୍ଦୁଲ୍‍ କଲାମ୍‍ ଉତକ୍ଷେପଣ କେନ୍ଦ୍ରରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିଲା। 

16:06 PM

Manmath Routray On Aparajita Sarangi: ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ଜବାବ ମାଗିଛନ୍ତି ମନ୍ମଥ । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି। ମନ୍ମଥ କହିଛନ୍ତି, ବିକାଶର ସଂସ୍କୃତିକୁ ଛାଡି ଅପରାଧିକ ସଂସ୍କୃତିକୁ ଆପଣାଇବାରେ ଅପରାଜିତା ମାହିର ଅଛନ୍ତି। ପଢ଼ନ୍ତୁ ପୂରା ଖବର..

15:10 PM

Odisha News Live Updates: ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର ବିମାନବନ୍ଦରରେ  ଜରୁରୀ ଅବତରଣ କରିଛି ଭିସ୍ତାରର ଏକ ବିମାନ। ଟେକ୍‍ଅଫ୍‍ କରିବାର କିଛି ସମୟରେ ଏହା ଅବତରଣ କରିଛି। ହଠାତ୍‍ କୁଆପଥର ମାଡ଼ ଯୋଗୁ ଏହାର ଓ୍ୱିଣ୍ଡ୍‍ସିଲ୍‍ଡ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏହା ଦିଲ୍ଲୀ ଅଭିମୁଖେ ଯାଉଥିଲା ଏହି ବିମାନ। ଏହି ବିମାନରେ ୧୭୦ ଯାତ୍ରୀ ଥିଲେ। ହେଲେ ସମସ୍ତ ସୁରକ୍ଷିତ ରହିଥିବା ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଅପରାହ୍ଣ ୧ଟା ୪୫ରେ ଉଡ଼ାଣ ଆରମ୍ଭ କରିଥିଲା। ୧୦ ମିନିଟ ପରେ ଏହା ପୁଣି ତଳକୁ ଓହ୍ଲାଇଥିଲା।  ଆଉ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯିବ ଏବଂ ମରାମତି ପରେ ସମ୍ପୃକ୍ତ ବିମାନ ସ୍ୱଭାବିକ ଚଳାଚଳ କରିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

15:05 PM

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭିସ୍ତାରର ଏକ ବିମାନ। ଟେକ୍‍ଅଫ୍‍ କରିବାର କିଛି ସମୟରେ ଏହା ଅବତରଣ କରିଛି। ହଠାତ୍‍ କୁଆପଥର ମାଡ଼ ଯୋଗୁ ଏହାର ଓ୍ୱିଣ୍ଡ୍‍ସିଲ୍‍ଡ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏହା ଦିଲ୍ଲୀ ଅଭିମୁଖେ ଯାଉଥିଲା ଏହି ବିମାନ। ଏହି ବିମାନରେ ୧୭୦ ଯାତ୍ରଅୀ ଥିଲେ। ହେଲେ ସମସ୍ତ ସୁରକ୍ଷିତ ରହିଥିବା ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

15:02 PM

Covishield vaccine: କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଓ ବିପଦ କାରଣଗୁଡିକ ଯାଞ୍ଚ କରିବା ଓ ଟିକା ଦ୍ୱାରା ହୋଇଥିବା କ୍ଷତି ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନ କରାଯାଇଛି। ପଢ଼ନ୍ତୁ ପୂରା ଖବର...

 

14:32 PM

Odisha News Live Updates: ଟ୍ୱିନ୍‍ସିଟିରେ ଆଶ୍ୱସ୍ତି: ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷା 
ଭୁବନେଶ୍ୱର:  କଟକ-ଭୁବନେଶ୍ୱର ଟ୍ୱିନ୍‍ସିଟିରେ ଅପରାହ୍ଣ ଆଶ୍ୱସ୍ତି ମିଳିଛି।   କାଳବୈଶାଖୀ ହେତୁ ହଠାତ୍‍ ଆକାଶ ମେଘୁଆ ହେବା ସାଙ୍ଗକୁ ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଏହାପ୍ରଭାବରେ ତାପମାତ୍ରା କମିଛି। ଗରମ ପବନ ସ୍ଥାନରେ ଥଣ୍ଡା ପବନ ଅନୁଭୂତ ହେଉଛି। 
ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଦେଇଥିଲା ପାଣିପାଗ ବିଭାଗ। ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ପାର କରିଥିଲା। ଏବେ  ପାଣିପାଗରେ ପରିବର୍ତ୍ତନ ହେତୁ ଆଇଏମ୍‍ଡି ୩ ଘଣ୍ଟା ଲାଗି ପୀତ ସତର୍କତା ଜାରି କରିଛି। ବିଜୁଳି ଘଡ଼ଘଡ଼ ଯୋଗୁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି।

14:24 PM

Odisha News Live Updates: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’କୁ କୋର୍ଟଙ୍କ କଟାକ୍ଷ 
ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ପେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟସଆପର ମୂଳ କମ୍ପାନୀ ‘ମେଟା’ ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି କି, ମେଟାର କାମ କରିବା ତରିକା ସରକାରୀ ବିଭାଗ ଠାରୁ ମଧ୍ୟ ଖରାପ । ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି ।

13:54 PM

Odisha News Live Updates: ପ୍ରଥମଥର ପାଇଁ ଭାରତୀୟ ଜନସଂଚାର ସଂସ୍ଥାନରେ ଚଳିତ ବର୍ଷଠାରୁ ଆରମ୍ଭ ହୋଇଛି ଡିଗ୍ରୀ ପାଠ୍ୟକ୍ରମ । ଦୁଇଟି ପାଠ୍ୟକ୍ରମ ଏଥିଲାଗି ସ୍ଥିର କରାଯାଇଛି। ପ୍ରତିଟି ପାଠ୍ୟକ୍ରମ ଲାଗି ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ ବୋଲି ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ସଂସ୍ଥାନର ଉପ ପଞ୍ଜିକାର ଆଶୀଷ କୁମାର ସିଂହ।  ପ୍ରତିଷ୍ଠା ହେବା ଦିନଠାରୁ ଅର୍ଥାତ୍‍ ୧୯୬୫ ମସିହାରୁ ଆଇଆଇଏମ୍‍ସି ନିରନ୍ତର ଭାବେ ଦେଶରେ ସାମ୍ବାଦିକତା ପାଠ୍ୟକ୍ରମ ପ୍ରଦାନ କରିଆସୁଛି।  ଶିଳ୍ପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ପ୍ରଫେସନାଲ୍‍ଙ୍କୁ ସୃଷ୍ଟି କରିବା ଏହି ଅନୁଷ୍ଠାନର ଲକ୍ଷ୍ୟ ରହି ଆସିଛି। ଏବେ ସାରା ଦେଶର ୫ଟି ଅନ୍ୟ ପ୍ରାନ୍ତରେ ନିଜର ଶାଖା ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛି। ଏସମସ୍ତ ପାଠ୍ୟକ୍ରମ ପିଜି ଡିପ୍ଲୋମା ପାଠ୍ୟକ୍ରମ ରହିଥିଲା। କିନ୍ତୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନ ପକ୍ଷରୁ ଚଳିତ ବର୍ଷଠାରୁ ବିଶ୍ୱବିଦ୍ୟାଳୟ ଡିଗ୍ରୀ ପାଠ୍ୟକ୍ରମ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। 

 

13:23 PM

Odisha News Live Updates: ବିଜେପିରେ ଯୋଗ ଦେଲେ ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି
ଟିଭି ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଜଣାଶୁଣା ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାପଡ଼ିଛି। ରୂପାଲି ବର୍ତ୍ତମାନ ଅନୁପମା ସିରିଏଲର ଏକ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବେଳେ ତାଙ୍କ ଲୋକପ୍ରିୟତା ଆକାଶଛୁଆଁ ରହିଛି। ରୁପାଲିଙ୍କ ସହ ଫିଲ୍ମ ନିର୍ଦ୍ଦେଶକ ଅମୟ ଯୋଶୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଅମୟ ଅନେକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

13:03 PM

Odisha News Live Updates: ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଭାଗୀରଥି
ବିଜେଡିରୁ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଲେ ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀ। କୁଚକ୍ରୀଙ୍କ ଚକ୍ରାନ୍ତ ରେ ମୋ ଟିକେଟ କଟା ଯାଇଛି । ବିଜେଡି ରେ ଟିକେଟ ପାଇଁ ପଇସା କାରବାର ହେଉଛି । ଆଗରୁ ମୋତେ କୁହାଯାଇଥିଲା ଟିକେଟ ଦିଆଯିବ ବୋଲି, କିନ୍ତୁ ମୋ ଠାରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା  ଲୋକଙ୍କୁ ଟିକେଟ ମିଳିଛି । ପୁର୍ବରୁ ରଥଯାତ୍ରା ଦିନ ପାଣ୍ଡିଆନ ମୋତେ ଏବଂ ଆଉ ଦୁଇ ଜଣକୁ ଡାକି ତୁମର ଟିକେଟ ଫାଇନାଲ ଅଧିକ ବ୍ୟବଧାନରେ ଜିତିବା ପାଇଁ ଲାଗିପଡ଼ ବୋଲି କହିଥିଲେ ।

12:45 PM

Odisha News Live updates: ପ୍ରବଳ ଗ୍ରୀଷ୍ମପ୍ରବାହ ଭିତରେ କାଳବୈଶାଖୀ ତାଣ୍ଡବ
ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ କୃଷ୍ମପ୍ରସାଦ ବ୍ଲକ କୁମାରପୁର ଗାଁରେ କାଳବୈଶାଖୀ ତାଣ୍ଡବ। ପ୍ରବଳ ପବନରେ ୫ ବଖରା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଚିଲିକାରେ ମତ୍ସଜୀବୀଙ୍କ ଅନେକ ଡଙ୍ଗା ମଧ୍ୟ ଭାଙ୍ଗିଯାଇଛି। ଡଙ୍ଗାର ମେସିନ ନଷ୍ଟ ହୋଇଯାଇଥିବାରୁ ପରିବାର ପ୍ରତିପୋଷଣ ଚିନ୍ତାରେ ଅଛନ୍ତି ମତ୍ସ୍ୟଜୀବୀ। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

12:30 PM

Odisha News Live Updates: ନବୀନ ଚଢୁଛନ୍ତି ଆମ୍ବାସଡ଼ର କାର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ ୫ ଥର ଶାସନ ଡୋରି ଧରିଥିବା ନବୀନ ପଟ୍ଟନାୟକଙ୍କ ପାଖରେ ଏକ ପୁରୁଣା ଆମ୍ବାସଡର କାର ରହିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୬ ହଜାର ୪୩୪ ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ସତ୍ୟପାଠ ଜରିଆରେ ସେ ତାଙ୍କର ସମ୍ପତି ତାଲିକା ଦାଖଲ କରିଛନ୍ତି । ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସ୍ଥାବର ଅସ୍ଥାବର ସମ୍ପତିର ପରିମାଣ ୭୧ କୋଟି ୭ ଲକ୍ଷ ୭୮ ହଜାର ୩୬୪ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସ୍ଥାବର ସମ୍ପତିର ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସେହିପରି ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ।

12:05 PM

Odisha News Live Updates: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ସୋନପୁର ଜିଲ୍ଲା ସଭାପତି ବିନୋଦ ପାତ୍ର
ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଲାଗି ସେ ଆଶାୟୀ ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ କ୍ଷୁବ୍ଧ ହୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହା କଂଗ୍ରେସକୁ ଅଡ଼ୁଆରେ ପକାଇବ ବୋଲି କୁହାଯାଉଛି। ତେବେ କଂଗ୍ରେସ ଛାଡ଼ିବା ପରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ କି ନା ସେନେଇ ବିନୋଦ ପାତ୍ର ସ୍ପଷ୍ଟ କରିନାହାନ୍ତି।

11:59 AM

Odisha News Live Updates: ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର। ଚାଉଳ ଯୋଜନାରେ କେନ୍ଦ୍ର ସମସ୍ତ ପଇସା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାଙ୍କ ଲୋଗୋ ଲଗାଇ ବିତରଣ କରୁଛନ୍ତି। ଏହା ଦୁଃସ୍ଥ ପ୍ରଶାସନିକ ବ୍ୟବସ୍ଥା ବୋଲି କହିଛନ୍ତି ଅପରାଜିତା। ବ୍ରହ୍ମଗିରି ଜିଲ୍ଲାପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ନିଲମ୍ବନ କରିଛି ବିଜୁ ଜନତା ଦଳ। ଦଳ ବିରୋଧୀ କାର୍ଯ୍ୟ କଳାପ ଯୋଗୁ  ତାଙ୍କୁ ତତ୍‍କ୍ଷଣାତ୍‍ ନିଲମ୍ବନ କରାଯାଇଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

11:57 AM

Odisha News Live Updates: ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ
ଇକୋ ଟୁରିଜିମ୍ ପ୍ରକଳ୍ପରେ ସ୍ଥାନୀୟ ଲୋକ ଲାଭ ପାଇବା କଥା। କିନ୍ତୁ ବାହାର ଲୋକଙ୍କୁ  ସରକାର ଏହି ଦାୟିତ୍ୱ ଦେଉଛନ୍ତି। ବାହାର ଲୋକଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ରାତି ପିଛା ଗୋଟିଏ ପ୍ରକଳ୍ପ ଳାଗି ୪୦ ହଜାର ଟଙ୍କା ଦେଉଛନ୍ତି କେବଳ ପରିଚାଳନା କରିବା ଲାଗି। ତିନି ମାସ ପାଇଁ ଏହି ଟଙ୍କା ଦିଆଯାଉଛି।

11:56 AM

Odisha News Live Updates: ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ
ଜଳ, ଜଙ୍ଗଲ ଜମି ସବୁ ଅଣ ଓଡ଼ିଆ। ଖଣିଜ ଉତ୍ତଳନକାରୀ ବି ଅଣ ଓଡ଼ିଆ। ଏହା ଓଡ଼ିଆ ଅସ୍ମିତାର କଥା। ଜଣେ ସାନବାବୁ ବଡ଼ବାବୁ ହେବାରର ସ୍ୱପ୍ନ ଦେଖୁଛନ୍ତି। ସେ କେବଳ ମଞ୍ଚ ଉପରେ ରହିବେ ଅନ୍ୟ ନେତା ଚଢ଼ିପାରିବେ ନାହିଁ। ଏହା ଓଡ଼ିଆ ଅସ୍ମିତାର କଥା। ଓଡ଼ିଆ କମ୍ପାନୀ, ଓଡ଼ିଆ ଲୋକ ଓଡ଼ିଆ ଠିକାଦାରଙ୍କ ଉପରେ କାହିଁକି ସାନବାବୁ ପ୍ରଶ୍ନ ଲଗାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଅପରାଜିତା।

11:54 AM

Odisha News Live Updates: ସାଂସଦ ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀ
ବାରମ୍ବାର ଆମ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତୃତ୍ୱ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ମୁଁ ୨୪ ବର୍ଷ ପ୍ରଶାସକ ଭାବେ କାମ କରିଛି। ଏ ସରକାରଙ୍କ ସହ କାମ କରିଛି। ଉଠା ଜଳସେଚନ ହେଉ ବା ହସ୍‍ପିଟାଲ, ପର୍ଯ୍ୟଟନ, ଲକ୍ଷ୍ମୀ ବସ୍‍ ହେଉ ଏସବୁ ପ୍ରକଳ୍ପକୁ ଅଧିକାଂଶ ଅଣ ଓଡ଼ିଆ ପରିଚାଳନା କରୁଛନ୍ତି। ଆମ ପିଲା କ’ଣ କମ୍‍ ଅଛନ୍ତି? ଓଡ଼ିଶାବାସୀ କାହିଁକି ଏସବୁ କାମ କରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା।

11:53 AM

Odisha News Live Updates: ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି
ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ ।

11:52 AM

Odisha News Live Updates: ବିଜେଡ଼ି ଉପରେ ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
ବିଜେପି କାର୍ଯ୍ୟାଳୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସ୍‍ ମିଟ୍‍। ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ସମୟରେ ଏକ ଅଦ୍ୱିତୀୟ ଯୋଜାନାର ପ୍ରଚଳନ କରାଯାଉଛି ସେ ବୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ପକ୍ଷରୁ ନିର୍ବାଚନ ପୂର୍ବରୁ ଅର୍ଥାତ୍‍ ଦୁଇ ତିନିଦିନ ପୂର୍ବରୁ ଆରମ୍ଭ ହେବ ‘ଅନ୍ଧାରୀ ବିଜେ’। ବିଗତ ନିର୍ବାଚନରେ ବିଜେଡି ଲୋକମାନେ ଆମକୁ କହିଛନ୍ତି, ଆମପାଖରେ ଭିଡିଓ ରେକର୍ଡିଂରେ ଲୋକେ କହିଛନ୍ତି ଯେ ସେତେବଳେ ମୁଣ୍ଡପିଛା ୬୦୦ ଟଙ୍କା ଦେଉଥିଲା ବିଜେଡି।  ଏଥର ଏହି ୬୦୦ ଟଙ୍କାକୁ ୧୦୦୦ ଟଙ୍କା ମୁଣ୍ଡ ପିଛା କରାଯାଇଛି ବୋଲି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

11:37 AM

Odisha News Live updates: ବାରିପଦାରେ ୪୬ ଡିଗ୍ରୀ ଡେଇଁଲା ପାରଦ
ପ୍ରଚଣ୍ଡା ତାତିରେ ସିଝୁଛି ବାରିପଦା ସହର । ଦୁଇ ବର୍ଷ ଭିତରେ ସହରର ତାପମାତ୍ରା ବୃଦ୍ଧି ରେକର୍ଡ କରୁଛି । ଦୁଇ ସପ୍ତାହ ହେବ ସମଗ୍ର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବା ବେଳେ ବାରିପଦା ସହରରେ ସର୍ବାଧିକ ତାପମାତ୍ରା ଗତକାଲି ୪୬ ଡିଗ୍ରୀ ରେକର୍ଡ ହୋଇଛି ।

11:11 AM

Odisha News Live Updates: ଆହୁରି ତିନି ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମପ୍ରବାହ
ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ଯାଏ ରହିବ ହିଟ୍ ଓ୍ଵେଭର ପ୍ରଭାବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବା ଆଶଙ୍କା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୋୖଦ୍ଧ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି।

11:06 AM

Odisha News Live Updates: କଂଗ୍ରେସକୁ ବଡ଼ ଝଟକା
ଆଜି ପଞ୍ଜାବରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଧକ୍କା। କାରଣ ଦଳର ଭେଟେରାନ ନେତା ଦଲଭୀର ଗୋଲଡି ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ୨୦୨୨ ମସିହାରେ ସେ ସଙ୍ଗରୁର ଧୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପଞ୍ଜାବ ଭାଗବତ ମନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ହାରି ଯାଇଥିଲେ। ସେ ମଧ୍ୟ ୨୦୨୨ ସଙ୍ଗରୁର ଲୋକସଭା ଉପ-ନିର୍ବାଚନରେ ​​କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ୨୦୨୪ ନିର୍ବାଚନରେ ​​କଂଗ୍ରେସ ସୁଖପାଲ ସିଂ ଖେରାଙ୍କୁ ଟିକେଟ୍ ଦେଇଥିବା ନେଇ ଡାଲଭେର ଗୋଲ୍ଡି ରାଗିଛନ୍ତି ତେଣୁ ସେ ଦଳ ଛାଡିଛନ୍ତି।

10:52 AM

Odisha News Live Updates: ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ
ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ଜଣାଯାଇଛି। ଡିଆରଡିଓ ପ୍ରସ୍ତୁତ ଏହି ମିସାଇଲର ୬୩୪ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି। ଶତ୍ରୁପକ୍ଷର ସମସ୍ତ ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ ବୋଲି ସୂଚନା ମିଳିଛି।

10:43 AM

Odisha News Live Updates: ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟ ଉପରେ ବୋମାମାଡ଼ ଧମକ
ରାଜଧାନୀ ଦିଲ୍ଲୀର ୧୧ଟି ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦେଇ ଏକ ଇମେଲ ଆସିଛି। ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି। ସୂଚନା ଅନୁଯାୟୀ, ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ମଦର ମେରି ସ୍କୁଲକୁ ବୋମା ଧମକ ମେଲ ମିଳିଥିଲା
ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି।

10:23 AM

Odisha News live Updates: ଆଜି ବି ପ୍ରଚଣ୍ଡ ତାତି: ସକାଳ ସାଢ଼େ ୮ଟା ବେଳକୁ ତାଳଚେର ସବୁଠାରୁ ଉତ୍ତପ୍ତ ସହର
ଗତକାଲି ଭଳି ଆଜି ବି ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ତାଳଚେରରେ ତାପମାତ୍ରା ୩୮.୪ ° ଥିବା ଜଣାଯାଇଛି।ସକାଳ ସାଢ଼େ ୮ଟା ସୁଦ୍ଧା ଏହାରୁ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ସାଢ଼େ ୮ଟା ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ତାଳଚେରରେ ତାପମାତ୍ରା ୩୮.୪° ଥିବା ବେଳେ ଭବାନୀପାଟଣାରେ ୩୭. ୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟିଲାଗଡ଼ ଓ  ବାଲେଶ୍ବରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡ଼ାରେ ଓ କେନ୍ଦୁଝରରେ ୩୫. ୪, କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ ୩୫, ସୋନପୁର ଓ ଭୁବନେଶ୍ୱର ରେ ୩୪.୮ ଏବଂ ଓ ରାଉରକେଲାରେ ୩୪.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

 

09:57 AM

Odisha News Live Updates: ଟ୍ରକ୍ ଦୁର୍ଘଟଣାରେ ଚାଳକ ମୃତ, ହେଲପର ଗୁରୁତର
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେ ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା ଘଟିଛି। ଏହାଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଛନ୍ତି। ମଧ୍ୟ ରାତ୍ରରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ଲୁହା ପଥର ବୋଝେଇ ଟ୍ରକର ବ୍ରେକ ଫେଲ ହେବାରୁ ସାମ୍ନାରେ ଥିବା ଏକ ଲୁହାପଥର ବୋଝେଇ ଟ୍ରକ କ୍ଷିପ୍ର ଗତିରେ ଆସି ଧକ୍କା ଦେଇଥିଲା। ଏହା ଫଳରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଛି।

09:56 AM

Odisha News Live Updates: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ! ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ। ବସ୍ତା ଥାନା ଛାନୁଆଁ ଗାଁ ସ୍କୁଲ୍ ନିକଟରୁ ନିକଟରୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଏହି ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।

09:38 AM

Odisha News Live Updates: ଶିମିଳିପାଳରେ ଲିଭୁନି ନିଆଁ: ପୁଣି ୫୪ ସ୍ଥାନରେ ବନାଗ୍ନି
ଶିମିଳିପାଳ ଓ ଏହାର ଚତୁଃର୍ଦ୍ଦିଗରେ ଥିବା ବନାଞ୍ଚଳରେ  ଆଜିସୁଦ୍ଧା ୫୪ଟି ସ୍ଥାନରେ ନିଆଁ ଲାଗିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୫୪ଟି ବନାଗ୍ନିସ୍ଥଳୀ ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ୧୯ଟି ଓ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଖଣ୍ଡର ୯ଟି ସ୍ଥାନକୁ ମିଶାଇ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ମୋଟ ୨୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନ୍ୟ ବନଖଣ୍ଡ ମଧ୍ୟରୁ ବାରିପଦାର ୮, ରାଇରଙ୍ଗପୁରର ୧୦ ଓ କେନ୍ଦୁଝର ବନ୍ୟପ୍ରାଣୀ ଖଣ୍ଡର ୮ଟି ସ୍ଥାନରେ ନିଆଁ ଲାଗିଛି। ଶିମିଳିପାଳର ୨୮ଟି ବନାଗ୍ନି ସ୍ଥଳ ମଧ୍ୟରୁ କେବଳ ୧୧ଟି ସ୍ଥାନରେ ଏହାକୁ ଲିଭାଇବା ଦିଗରେ ବନ ବିଭାଗ ଏବଂ ଓଡ୍ରାଫ ଦଳ ସଫଳ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହି ଦଳ ନାକେଦମ୍ ହେବା ସହିତ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ବଢାଇଛି।

09:24 AM

Odisha News Live Updates: କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନ ପତ୍ର ଦାଖଲ
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବାହାଲ ଓ ତୁରେକେଲା ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ମା’ ଭଉଣୀଙ୍କର ଗହଣରେ ଟିଟିଲାଗଡ଼ ପୋଲିସ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସହରର ବିଭିନ୍ନ ଛକ ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଅଫିସକୁ ପହଞ୍ଚି ଥିଲେ। ନିଜର ପ୍ରସ୍ତାବକଙ୍କ ସହିତ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ନିର୍ବାଚନ ଅଧିକାରୀ ପବିତ୍ର ବେହେରାଙ୍କ ନିକଟରେ ନାମାଙ୍କନ ସେଟ୍‌ ଦାଖଲ କରିଥିଲେ।

09:11 AM

Odisha News Live Updates: ବିଜେପି ଛାଡିବା ପରେ ଅପରାଜିତାଙ୍କ ଉପରେ ବର୍ଷିଲେ କାଳୁ ଖଣ୍ଡାୟତରାୟ
ବିଜେପି ଛାଡିଲେ କାଳୁ ଖଣ୍ଡାୟତରାୟ। ସ୍ୱାଧୀନ ଭାବରେ ଲଢିବାକୁ କଲେ ଘୋଷଣା। ଖୋର୍ଦ୍ଧାରୁ ଟିକେଟ ନପାଇ ଅସନ୍ତୁଷ୍ଟ ଥିଲେ କାଳୁ ଖଣ୍ଡାୟତରାୟ। ଏପରିକି ଭୁବନେଶ୍ୱର ସାଂସଦ ୨ କୋଟି ଟଙ୍କା ନେଇ ପ୍ରଶାନ୍ତଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଥିଲେ କାଳୁ। ଟିକେଟ ନ ମିଳିବାରୁ ମଳିପଡାରେ ସମାବେଶ କରି ଅପରାଜିତାଙ୍କ ଉପରେ ବର୍ଷିଥିଲେ କାଳୁ। ପରେ ରାଜ୍ୟ ସଭାପତି ମନମୋହନ ସାମଲ କାଳୁଙ୍କ ସହ ଆଲୋଚନା କରି ୪୮ ଘଣ୍ଟା ସମୟ ଦେବାକୁ କହିଥିଲେ। କିନ୍ତୁ ୪୮ ଘଣ୍ଟା ପୂର୍ବରୁ ହିଁ କାଳୁ ଖଣ୍ଡାୟତରାୟ ବିଜେପି ଛାଡି ସ୍ୱାଧୀନ ଲଢିବାକୁ ଘୋଷଣା କରିଛନ୍ତି।

08:54 AM

Odisha News Live Updates: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ
ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ। ମେ’ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି। ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ପାଳନ କରାଯାଇଥାଏ। ଯାହାଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ। ସମାଜ ପ୍ରତି ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ।

08:54 AM

Odisha News Live Updates: ନାମାଙ୍କନପତ୍ର ଦାଖଲ କଲେ ସୁଶାନ୍ତ
ସକାଳ ସାଢ଼େ ୮ଟା ବେଳକୁ ରାଜଧାନୀରେ ପାରଦ ୩୪ ଡିଗ୍ରି ଡେଇଁ ଯାଇଥିଲା। ଧୀରେ ଧୀରେ ସମୟ ବଢ଼ିବା ସହ ତାତିର ପ୍ରକୋପ ମଧ୍ୟ ଉପରମୁହାଁ ହୋଇଥିଲା। ପୂର୍ବାହ୍ନରେ ଡହଡହ ଖରା ହେଉଥିଲେ ମଧ୍ୟ ସହରର ରାଜ‌ନୈତିକ ଉଷ୍ମତା ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସୂର୍ଯ୍ୟଙ୍କ ତାତିକୁ ଖାତିର ନ କରି କର୍ମୀଙ୍କ ଗହଣରେ ବିରାଟ ପଟୁଆରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ।

08:46 AM

Odisha News Live Updates: ନାମାଙ୍କନ ବେଳେ ଭିଡ଼, ଟ୍ରାଫିକ୍‌ ସମସ୍ୟା
୨୯ ତାରିଖରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ଭୁବନେଶ୍ବରରେ ଲୁଇସ୍‌ ରୋଡ୍‌ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପାୱାର ହାଉସ୍‌ ଛକସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲର ବ୍ୟବସ୍ଥା ହୋଇଛି। ଆଜି ଉତ୍ତର ଭୁବନେଶ୍ବରର ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ ଜଟଣୀ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଉଭୟ ପ୍ରାର୍ଥୀଙ୍କ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ କର୍ମୀ ଓ ଗାଡ଼ି ସାମିଲ ହୋଇଥିବାରୁ ପ୍ରବଳ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। କଳ୍ପନାରୁ ବିଜେବି କଲେଜ, ମାଉସୀ ମା’ ଛକରୁ କଳ୍ପନା, ନାଗେଶ୍ବର ଟାଙ୍ଗୀ ଅଞ୍ଚଳ ଏବଂ କୋର୍ଟ ପଛପାଖର ସମସ୍ତ ଛୋଟ ବଡ଼ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇପଡ଼ିଥିଲା।

08:20 AM

Odisha News Live Updates: ଆକାଉଣ୍ଟରୁ ୪୨ ହଜାର ନେଇଗଲା ସାଇବର ଠକ
ସମ୍ବଲପୁରରେ ସାଇବର୍‌ ଠକେଇ ସଂଖ୍ୟା କମିବା ନାଁ ଧରୁନାହିଁ। ବୁର୍ଲା ଅଞ୍ଚଳରେ ଆଉ ଜଣେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ସେ କିଭଳି ଠକେଇର ଶିକାର ହେଲେ, ନିଜେ ମଧ୍ୟ ଜାଣିପାରି ନାହାନ୍ତି। ତାଙ୍କ ଅଜଣାତରେ ସାଇବର ଠକ ୪୨ ହଜାର ଟଙ୍କା ଠକି ନେଇଛି। ସୂଚନା ଅନୁଯାୟୀ, ବୁର୍ଲା ପାଣିଟାଙ୍କିପଡ଼ାର କବି ମହାନନ୍ଦଙ୍କ ଅଜାଣତରେ ଗତ ସପ୍ତାହରୁ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା କଟିଥିଲା। ଏକାଧିକ ଟ୍ରେନ୍‌ଜେକସନ୍‌ରେ ମୋଟ ୪୨ ହଜାର ୫ ଶହ ୪୫ ଟଙ୍କା କଟି ଯାଇଥିଲା। ବ୍ୟାଙ୍କ୍‌ ଯାଇ ଷ୍ଟେଟମେଣ୍ଟ ଅପଡେଟ୍‌ କରିବା ପରେ ଟଙ୍କା କଟିଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

 

08:11 AM

Odisha News Live Updates: ଲିଙ୍କରେ କ୍ଲିକ କରି ସ୍ୱଳ୍ପରେ ପଢି ନିଅନ୍ତୁ ସକାଳର ୧୦ ବଡ ଖବର...

07:28 AM

Odisha News Live Udpates: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩ ପ୍ରାର୍ଥୀପତ୍ର ନାକଚ
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି। ଏହାଦ୍ୱାରା ୨୮ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ଅବତୀର୍ଣ୍ଣ ହେବ। ଏମାନଙ୍କ ନାଁ ଓ ଚିହ୍ନକୁ ଇଭିଏମ୍‍ରେ ସୂଚୀତ କରାଯିବ। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

07:22 AM

Odisha News Live Updates: ପାଣ୍ଡିଆନ୍‍ଙ୍କ ବିରୁଦ୍ଧରେ ସାଇବର ଥାନାରେ ଏତଲା
ନବରଙ୍ଗପୁର ପ୍ରଚାର ସଭାରେ ଗୃହମନ୍ତ୍ରୀଙ୍କ ଫେକ୍‍ ଭିଡିଓ ପ୍ରସାର ମାମଲାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାଇବର ଥାନାରେ ଏତଲା ଦାଏର କରାଯାଇଛି। ଏହି ଫେକ୍‍ ଭିଡିଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରସାର କରିଛନ୍ତି କିନ୍ତୁ ବିଜେଡିର ଦ୍ୱିତୀୟ ସର୍ବୋଚ୍ଚ ନେତା ଭିକେ ପାଣ୍ଡିଆନ୍‍ଙ୍କ ନିର୍ଦ୍ଦେଶରେ ଏହାର ପ୍ରସାର ହୋଇଛି ବୋଲି କହିଛି ବିଜେପି। ଏଣୁ ତାହାଙ୍କୁ ଗିରଫ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

07:21 AM

Odisha News Live Updates: ୬ରେ ଆସିବେ ମୋଦୀ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ପରିବେଶ। ମୁଖ୍ୟତଃ ତିନି ଦଳର ଷ୍ଟାର କ୍ୟାମ୍ପେନରମାନେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ଆସନ ଅକ୍ତିଆର କରିବାକୁ ଚାହିଁଛନ୍ତି। ଲୋକଙ୍କୁ ନିଜ ପ୍ରାର୍ଥୀଙ୍କୁ ଭୋଟ୍‍ ଦେବା ଲାଗି ପ୍ରଚାରସଭା, ଶୋଭାଯାତ୍ରା ପ୍ରଭୃତି ଆୟୋଜନ କରୁଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ଲାଗି ଏହି ନିର୍ବାଚନ ପ୍ରଚାର କରିବା ଲାଗି ଓଡ଼ିଶା ଆସୁଛନ୍ତି।  ଆସନ୍ତା ୬ ତାରିଖରେ ତାଙ୍କର ଏହି ଗସ୍ତ ସ୍ଥିର କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

07:20 AM

Odisha News Live Updates: ଆଜି ବି ଛଟପଟ କରିବ ତାତି
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ।  ପ୍ରଚଣ୍ତ ରୌଦ୍ରତାପରେ ପୂରା ଓଡି଼ଶା ଜଳୁଛି।  ଉପକୂଳ ଠାରୁ  ଉପାନ୍ତ ଯାଏଁ ସବୁଠି ଟାଣ ଖରା।  ମଙ୍ଗଳବାର ଦୁଇ ସହରର ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଥିବା ବେଳେ ବାରିପଦାରେ ୪୬.୪ ଓ ବାଲେଶ୍ବର ୪୬ ଡିଗ୍ରୀ ରେକର୍ଡ଼ ହୋଇଛି। ମଙ୍ଗଳବାର ବାରିପଦା ବିଶ୍ବର ଦ୍ବୀତିୟ ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

07:16 AM

Odisha Live News Updates: ବ୍ୟବସାୟରେ ଲାଭ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:14 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।