Indian Railway: ହୋଲିରେ ଘରକୁ ଯିବା ପାଇଁ ମିଳୁନାହିଁ କି Confirm Train Ticket? ଆପଣାନ୍ତୁ ଏହି ଟ୍ରିକ୍ସ
Advertisement
Article Detail0/zeeodisha/odisha2142628

Indian Railway: ହୋଲିରେ ଘରକୁ ଯିବା ପାଇଁ ମିଳୁନାହିଁ କି Confirm Train Ticket? ଆପଣାନ୍ତୁ ଏହି ଟ୍ରିକ୍ସ

Indian Railway Confirm Train Ticket on Holi: ଫେଷ୍ଚିଭାଲ ସିଜିନ୍ ସମୟରେ ଟ୍ରେନରେ ଏକ କନଫର୍ମ ଟିକେଟ୍ ପାଇବା ସହଜ ନୁହେଁ। ବିଶେଷକରି ହୋଲି-ଦିପାବଳା ପରି ବଡ଼ ପର୍ବରେ ଅସୁବିଧା ଅଧିକ ଦେଖାଯାଏ। ଏପରି ପରିସ୍ଥିତିରେ ଏକ କନଫର୍ମ ସିଟ୍ ବୁକ୍ କରିବା ପାଇଁ ଏହି ବିଶେଷ ପଦ୍ଧତି ଆପଣାନ୍ତୁ।

Indian Railway Confirm Train Ticket

Confirm Train Ticket on Holi: ପର୍ବପର୍ବାଣୀରେ ଏକ କନଫର୍ମ ଟ୍ରେନ୍ ଟିକେଟ୍ ପାଇବା ସହଜ ନୁହେଁ। ବିଶେଷକରି ହୋଲି-ଦିୱାଲୀ ପରି ବଡ ପର୍ବରେ। ଏପରି ପରିସ୍ଥିତିରେ, ଯଦି ଆପଣ ହୋଲିରେ ନିଜ ଘରକୁ ଯିବା ପାଇଁ ଟ୍ରେନ୍ ଟିକେଟ ବୁକିଂ କରୁଛନ୍ତି ଓ ଆପଣ କନଫର୍ମ ଟିକେଟ୍ ପାଇ ନାହାଁନ୍ତି, ତେବେ ରେଳବାଇର ସ୍ୱତନ୍ତ୍ର ଯୋଜନା ବିଷୟରେ ଜାଣନ୍ତୁ। ଏହି ଯୋଜନା ମାଧ୍ୟମରେ ଏକ କନଫର୍ମ ଟିକେଟ୍ ପାଇବା ସମ୍ଭାବନା ଅଧିକ ଥାଏ। ରେଳବାଇର ଏହି ଯୋଜନାକୁ Vikalp ସ୍କିମ୍ କୁହାଯାଏ। ଏହି ଯୋଜନା ବିଷୟରେ ଆପଣଙ୍କୁ ବିସ୍ତୃତ ଭାବରେ ଜଣାଉଛୁ:

Vikalp Scheme କ’ଣ?
ଟ୍ରେନ୍ ଟିକେଟ ବୁକିଂ କରିବା ସମୟରେ ଭାରତୀୟ ରେଳ ଯାତ୍ରୀମାନଙ୍କୁ Vikalp Scheme ପ୍ରଦାନ କରିଥାଏ। ଏହା ଏକ କନଫର୍ମ ଟିକେଟ୍ ପାଇବା ସମ୍ଭାବନାକୁ ବଢ଼ାଇଥାଏ। ରେଳବାଇ ଦ୍ୱାରା ବିକଳ୍ପ ଟ୍ରେନ୍ ଏକମେଣ୍ଡସନ ସ୍କିମ୍ (ATAS) କୁ VIKALP ନାମିତ କରାଯାଇଛି। ରେଳବାଇ ଏହି ଯୋଜନା ମାଧ୍ୟମରେ ଯାତ୍ରୀମାନଙ୍କୁ ସର୍ବାଧିକ କନଫର୍ମ ଟିକେଟ୍ ଦେବାକୁ ଚେଷ୍ଟା କରେ। ଏହା ଅଧୀନରେ, ଅନଲାଇନରେ ୱେଟିଂ ଟିକେଟ୍ ବୁକିଂ କରୁଥିବାବେଳେ ଯାତ୍ରୀମାନେ ଏକ କନଫର୍ମ ଟିକେଟ୍ ପାଇବା ପାଇଁ ଅନ୍ୟ ଟ୍ରେନର ବିକଳ୍ପ ମଧ୍ୟ ବାଛିପାରିବେ।

ଏପରି ପାଇପାରିବେ ଟ୍ରେନରେ କନଫର୍ମ ଟିକେଟ୍
IRCTC ରୁ ଟିକେଟ୍ ବୁକିଂ କରିବାବେଳେ, ଯଦି ଆପଣ VIKALP ଟିକେଟ୍ ବୁକିଂ ସ୍କିମକୁ ଚୟନ କରନ୍ତି, ତେବେ ଅନେକ ଥର ଆପଣ ଫେଷ୍ଟିଭାଲ ସିଜିନରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ରେ ନିଶ୍ଚିତ ସିଟ୍ ପାଇପାରିବେ। କିମ୍ବା ସେହି ମାର୍ଗରେ ଚାଲୁଥିବା ଅନ୍ୟ କୌଣସି ଟ୍ରେନରେ କନଫର୍ମ ଟିକେଟ୍ ପାଇବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ।

ତଥାପି, VIKALP ର ଅର୍ଥ ନୁହେଁ ଯେ ଆପଣ ଏକ କନଫର୍ମ ଟିକେଟ୍ ପାଇବେ। ଏହି ଯୋଜନା ଅନ୍ତର୍ଗତ ଯାତ୍ରୀମାନଙ୍କୁ କନଫର୍ମ ଟିକେଟ୍ ଯୋଗାଇବା ପାଇଁ ରେଳ ସମସ୍ତ ପ୍ରୟାସ କରିଥାଏ।

VIKALP ସ୍କିମର କିପରି ଉଠାଇବେ ଲାଭ 
IRCTC ୱେବସାଇଟରୁ ଟିକେଟ୍ ବୁକିଂ କରିବା ସମୟରେ, ଯଦି ଟ୍ରେନରେ କୌଣସି ସିଟ୍ ଉପଲବ୍ଧ ନାହିଁ ଓ ଆପଣଙ୍କର ଟିକେଟ୍ ୱେଟିଂରେ ରହିଛି, ତେବେ ଟ୍ରେନ୍ ଟିକେଟ ବୁକ୍ କରିବା ସମୟରେ VIKALP ଚୟନ କରନ୍ତୁ।