Gold sale on Akshaya Tritiya: ଅକ୍ଷୟ ତୃତୀୟା ଅବସରରେ ଏତିକି କୋଟିରେ ସୁନା କିଣିନେଲେ ଲୋକେ
Advertisement
Article Detail0/zeeodisha/odisha1665681

Gold sale on Akshaya Tritiya: ଅକ୍ଷୟ ତୃତୀୟା ଅବସରରେ ଏତିକି କୋଟିରେ ସୁନା କିଣିନେଲେ ଲୋକେ

Gold sale on Akshaya Tritiya: ଅକ୍ଷୟ ତୃତୀୟାର ଅବସରରେ ଜମିଛି ସୁନା ବେପାର । ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧୫ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା ସୂଚନା ମିଳିଛି । ୨୦୨୨ରେ ୧୦ ଗ୍ରାମ ପିଛା ସୁନା ଦର ୪୭,୧୦୦ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ବଢି ୫୫ ହଜାର ୭୦୦ ଟଙ୍କା ହୋଇଛି । ତେବେ ବର୍ଷକରେ ସୁନା ଦର ପ୍ରାୟ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଦାମ ବଢିଥିଲେ ସୁଦ୍ଧା ସୁନା କିଣିବାରେ ହେଳା କରିନାହାନ୍ତି ଲୋକେ । 

ସୌ(ସୋସିଆଲ ମିଡିଆ)

Gold sale on Akshaya Tritiya: ଗତକାଲି ସରିଛି ଅକ୍ଷୟ ତୃତୀୟା । କୁହାଯାଏ ଅକ୍ଷୟ ତୃତୀୟାର (Akshaya tritiya) ଏହି ପବିତ୍ର ଦିନରେ ସୁନା ଅଳଙ୍କାର କିଣିଲେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତେବେ ଆଗକୁ ବାହାଘର ସିଜନ ଆସୁଥିବାରୁ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି ଲୋକେ । ଚଳିତ ବର୍ଷ ଅକ୍ଷୟ ତୃତୀୟାର ଅବସରରେ ଜମିଛି ସୁନା ବେପାର । ଏଥର ପ୍ରାୟ ୧୫୦ କୋଟିର (150 cores) ସୁନା (Gold) ବିକ୍ରି ହୋଇଥିବା ଅନୁମାନ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୧୫ରୁ ୨୦ ପ୍ରତିଶତ ଅଧିକ ସୁନା ବିକ୍ରି ହୋଇଥିବା ସୂଚନା ମିଳିଛି । ୨୦୨୨ରେ ୧୦ ଗ୍ରାମ ପିଛା ସୁନା ଦର ୪୭,୧୦୦ ଟଙ୍କା ରହିଥିବା ବେଳେ ଚଳିତ ବର୍ଷ ଏହା ବଢି ୫୫ ହଜାର ୭୦୦ ଟଙ୍କା ହୋଇଛି । ତେବେ ବର୍ଷକରେ ସୁନା ଦର ପ୍ରାୟ ୮ ହଜାର ଟଙ୍କାରୁ ଅଧିକ ବୃଦ୍ଧି ପାଇଛି । ଦାମ ବଢିଥିଲେ ସୁଦ୍ଧା ସୁନା କିଣିବାରେ ହେଳା କରିନାହାନ୍ତି ଲୋକେ । ଅକ୍ଷୟ ତୃତୀୟା ଥି୍ବାରୁ ବହୁ ଲୋକେ ସୁନା କିଣିଥିବା ଦେଖିବାକୁ ମିଳିଛି ।

ତେବେ ଏକ ଜୁଏଲର୍ସ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଓଜନ ଦୃଷ୍ଟିରୁ ଗତବର୍ଷ ଅକ୍ଷୟ ତୃତୀୟାରେ ଯେତିକି ପରିମାଣର ସୁନା ବିକ୍ରି ହୋଇଥିଲା ଏଥର ମଧ୍ଯ ସେତିକି ସୁନା ବିକ୍ରି ହୋଇଛି । କିନ୍ତୁ ଦାମ୍ ଦୃଷ୍ଟିରୁ ଏଥର ଅଧିକ ପରିମାଣର ସୁନା ବିକ୍ରି ହୋଇଛି । ଗତ କିଛି ବର୍ଷରୁ  ଅକ୍ଷୟ ତୃତୀୟା ଓ ଧନତେରସରେ ସୁନା କଣିବା ଏକ ଟ୍ରେଣ୍ତରେ ପରିଣତ ହୋଇଛି । ଏହି ଦିନରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାୟତଃ ସମସ୍ତ ଜୁଏଲର୍ସରେ ଆକର୍ଷଣୀୟ ଅଫର ଦିଆଯାଇଥାଆନ୍ତି । ଖାସ କରି ଗ୍ରାହକଙ୍କୁ ଖୁସି କରିବା ଲାଗି ମେକିଙ୍ଗ ଚାର୍ଜ ଉପରେ ବଡ଼ ଧରଣର ରହାତି ଦିଆଯାଇଥାଏ । ପ୍ରକାଶ ଥାଉ କି, ବିଗତ କିଛି ଦିନ ଧରି ସୁନା ଓ ରୁପା ପରି ମୂଲ୍ୟବାନ ଧାତୁ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଉଛି । ଏହି କ୍ରମରେ ସପ୍ତାହର ପ୍ରଥମ ଦିନ (ସୋମବାର) ଅର୍ଥାତ ଏପ୍ରିଲ ୨୪ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଦେଖାଦେଇଛି । ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି (ରବିବାର) ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୮୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୬୦,୭୧୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୭୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୫,୬୫୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୭୨୦ ଟଙ୍କା ଥିଲା । 

 ଏହି କ୍ରମରେ ଆଜି ଆର୍ଥାତ ସୋମବାର ରୁପା ମୂଲ୍ୟ (Silver Price) ରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଗତକାଲି ରୁପା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ଅନ୍ୟପଟେ ଆଜି ରୁପା ମୂଲ୍ୟରେ ୫୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୪୦୦ ଟଙ୍କାକୁ ଖସି ଆସିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୬,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୬୪୦ ଟଙ୍କା ରହିଛି । ଯାହା ଗତକାଲି ୭,୬୯୦ ଟଙ୍କା ଥିଲା 

ଏହା ବି ପଢନ୍ତୁ-Bhubaneswar News: ୮ ମହଲାରୁ ଖସି ଆଇନ ଛାତ୍ରଙ୍କ ମୃତ୍ୟୁ; ଦୁର୍ଘଟଣା ନା ହତ୍ୟା? ତଦନ୍ତୁ କରୁଛି ପୋଲିସ