ଦୀପାବଳି ପୂର୍ବରୁ EPFO ​​ଆକାଉଣ୍ଟଧାରୀମାନଙ୍କୁ ମିଳିଲା ଏହି ବଡ଼ ଉପହାର
Advertisement
Article Detail0/zeeodisha/odisha1954858

ଦୀପାବଳି ପୂର୍ବରୁ EPFO ​​ଆକାଉଣ୍ଟଧାରୀମାନଙ୍କୁ ମିଳିଲା ଏହି ବଡ଼ ଉପହାର

Diwali 2023: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ​​କର୍ମଚାରୀଙ୍କ ଆକାଉଣ୍ଟକୁ ସୁଧ ଟଙ୍କା ଟ୍ରାନ୍ସଫର କରିବା ଆରମ୍ଭ କରିଛି । ଏଠାରେ ପଢ଼ନ୍ତୁ ପୂରା ରିପୋର୍ଟ ।

 

EPFO account holders got gift Before Diwali

EPFO Interest for FY 2022-23: ଇପିଏଫଓ ଏହାର କର୍ମଚାରୀମାନଙ୍କୁ ଦୀପାବଳି ଉପହାର ଦେବାକୁ ଯାଇ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସୁଧ ହାର ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ ଏହି ଆର୍ଥିକ ବର୍ଷରେ, EPFO ​​ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ୮.୧୫ ପ୍ରତିଶତ ସୁଧ ହାର ମିଳୁଛି ।

ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଇପିଏଫଓର ସୁଧ ହାର ପ୍ରତିବର୍ଷ ସ୍ଥିର ହୋଇଥାଏ । ଏହି ବର୍ଷ ବିଷୟରେ ଆଲୋଚନା କରି ସରକାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜୁନ୍ ୨୦୨୩ ରେ ସୁଧ ହାର ଘୋଷଣା କରିଥିଲେ । ଏହା ପରେ ସରକାର ସୁଧ ହାର ଟଙ୍କା PF ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ଆରମ୍ଭ କରିଛନ୍ତି ।

EPFO ଦେଲା ସୂଚନା-
ସୋସିଆଲ ମିଡିଆ ପ୍ଲାଟଫର୍ମ X ର ଅନେକ ଉପଭୋକ୍ତା ଇପିଏଫଓକୁ ଦୀର୍ଘ ଦିନ ଧରି ପଚାରି ଆସୁଥିଲେ ଯେ ସୁଧ ଟଙ୍କା କେବେ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ । ଯେତେବେଳେ ସୁକୁମାର ଦାସ ନାମକ ଜଣେ ଉପଭୋକ୍ତା ଏହି ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ, ଇପିଏଫଓ ଉତ୍ତର ଦେଇଛି ଯେ ଆକାଉଣ୍ଟକୁ ସୁଧ ଟଙ୍କା ଟ୍ରାନ୍ସଫର ହେବା ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆକାଉଣ୍ଟଧାରୀମାନେ ଚଳିତ ବର୍ଷ କୌଣସି କ୍ଷତି ବିନା ସମ୍ପୂର୍ଣ୍ଣ ସୁଧ ରାଶି ପାଇବେ । ଏହା ସହିତ, EPFO ​​କର୍ମଚାରୀମାନଙ୍କୁ ଧୌର୍ଯ୍ୟ ଧରିବାକୁ ମଧ୍ୟ ଅନୁରୋଧ କରିଛି ।

କିପରି ଚେକ୍ କରିବେ PF ବାଲାନ୍ସ-
ଯଦି ଆପଣ ଜଣେ PF ଆକାଉଣ୍ଟଧାରୀ ଓ ଆପଣଙ୍କ ଆକାଉଣ୍ଟର ବାଲାନ୍ସ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ସହଜରେ କରିପାରିବେ । ଏଥିପାଇଁ ଆପଣ ମେସେଜ୍, ମିସ୍ କଲ୍, ଉମାଙ୍ଗ ଆପ୍ କିମ୍ବା ଇପିଏଫ୍ ୱେବସାଇଟ୍ ସାହାଯ୍ୟ ନେଇପାରିବେ । ମେସେଜ ମାଧ୍ୟମରେ ବାଲାନ୍ସ ଯାଞ୍ଚ କରିବାକୁ, ଆପଣ EPFO ​​ପଞ୍ଜିକୃତ ମୋବାଇଲ୍ ନମ୍ବରରୁ 7738299899 କୁ ଏକ ଏସଏମଏସ ପଠାଇବାକୁ ପଡିବ । ଏହା ବ୍ୟତୀତ, ଆପଣ 011-22901406 ନମ୍ବରକୁ ଏକ ମିସ୍ କଲ ପଠାଇ ବାଲାନ୍ସ ଯାଞ୍ଚ କରିପାରିବେ ।